ପରୀକ୍ଷା ଦେବାପାଇଁ ଆସିଥିଲେ ପୁଅ ଏବଂ ଝିଅ, ଦୁହେଁ ଦୁହିଁଙ୍କୁ ଦେଖୁ ଦେଖୁ ବିବାହ କରିବାର ନିଷ୍ପତ୍ତି ନେଲେ ! ପରୀକ୍ଷା ନ ଦେଇ କଲେ ବିବାହ…

ପରୀକ୍ଷା ଦେବାପାଇଁ ଆସିଥିଲେ ପୁଅ ଏବଂ ଝିଅ, ଦୁହେଁ ଦୁହିଁଙ୍କୁ ଦେଖୁ ଦେଖୁ ବିବାହ କରିବାର ନିଷ୍ପତ୍ତି ନେଲେ ! ପରୀକ୍ଷା ନ ଦେଇ କଲେ ବିବାହ…

ପ୍ରେମ କେବେ ବି, କେଉଁଠି ବି ଏବଂ କାହା ସହ ମଧ୍ୟ ହୋଇଯାଇପାରେ । ବର୍ତ୍ତମାନ ବିହାର କଟିହାରର ଏହି ଅନନ୍ୟ ପ୍ରେମ କାହାଣୀକୁ ଦେଖି ନିଅନ୍ତୁ । ଏଠାରେ ଝିଅ ନିଜର ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ସେଣ୍ଟରକୁ ଆସିଥିଲେ, ସେହି ସମୟରେ ତାଙ୍କ ନଜର ତାଙ୍କର ପ୍ରେମୀଙ୍କ ଉପରେ ପଡିଥିଲା । ତାପରେ ଦୁହେଁ ଦୁହିଁଙ୍କୁ ବିବାହ କରିବାପାଇଁ ଜିଦି ଧରି ବସିଥିଲେ । ଏହି ସମୟ ମଧ୍ୟରେ ଦୁହିଁଙ୍କର ପରିବାର ମଧ୍ୟରେ ହାଇ ଭୋଲଟେଜ୍ ଡ୍ରାମା ମଧ୍ୟ ହୋଇଥିଲା, ପୋଲିସ୍ ମଧ୍ୟ ଆସିଥିଲା କିନ୍ତୁ ଶେଷରେ ଖୁସିର ସହ ସମାପ୍ତି ହୋଇଥିଲା ।

ବାସ୍ତବରେ, ଆକାଶ ଗୁଞ୍ଜରା ଗ୍ରାମର ବାସିନ୍ଦା ନୀତିଶ ଏବଂ ମନିହାରୀ ଥାନା ଅଞ୍ଚଳର ଗୋୱାଗାଛି ଗ୍ରାମର ବାସିନ୍ଦା ଗୌରୀ ପରସ୍ପରକୁ ଗତ ୪ ବର୍ଷ ଧରି ଭଲ ପାଇଆସୁଥିଲେ । ଏମାନଙ୍କ ପ୍ରେମ କାହାଣୀ ଏକ ଅଜ୍ଞାତ ‘ଫୋନ୍ କଲ୍’ରୁ ଆରମ୍ଭ ହୋଇଥିଲା । ତାପରେ ଦୁଇଜଣ ଅପରିଚିତ ପ୍ରଥମେ ଟିକିଏ ଟିକିଏ କଥା ହେଉଥିଲେ । ଏମାନେ ପରସ୍ପରକୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ମେସେଜ୍ ମଧ୍ୟ ପଠାଉଥିଲେ । ତାପରେ ଏମାନଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ପରେ ଏହି ବନ୍ଧୁତା କେବେ ପ୍ରେମରେ ପରିଣତ ହୋଇଗଲା, ଏହି କଥା ଦୁହେଁ ଜାଣି ପାରିନଥିଲେ । ଏମାନେ ଦୁହେଁ ଦୁହିଁଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ।

ନିକଟରେ ନୀତିଶ ଏବଂ ଗୌରୀ ଦୁହେଁ ନିଜ ପରିବାର ଲୋକଙ୍କ ସହ ମ୍ୟାଟ୍ରିକ୍ ପରୀକ୍ଷା ଦେବାପାଇଁ ସେଣ୍ଟରକୁ ଆସିଥିଲେ । ସେଠାରେ ଦୁହେଁ ଦୁହିଁଙ୍କୁ ଦେଖିବା ପରେ ବିବାହର ଜିଦରେ ଅଟଳ ରହିଥିଲେ । ଉଭୟଙ୍କର ପରିବାର ଲୋକେ ବିବାହକୁ ବିରୋଧ କରିଥିଲେ । କିନ୍ତୁ ପୁଅ ଝିଅ ମାନି ନଥିଲେ । ଶେଷରେ ପୋଲିସକୁ ଡାକିବାକୁ ପଡିଥିଲା । ପୋଲିସ୍ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲା କିନ୍ତୁ ପ୍ରେମୀ ଯୁଗଳ ମାନି ନଥିଲେ ।

ଦୁହେଁ ନାବାଳକ ଥିବାରୁ ପୋଲିସ୍ ସେମାନଙ୍କୁ ନିଜ ସହ ଥାନାକୁ ନେଇ ଯାଇଥିଲା । ସେଠାରେ ନିକଟସ୍ଥ ଏକ ମନ୍ଦିରରେ ଦୁହିଁଙ୍କର ବିବାହ କରାଇ ଦେଇଥିଲା । ବିବାହ କରି ନୀତିଶ୍ ଏବଂ ଗୌରୀ ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଏବଂ ପୋଲିସର ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ତେବେ ଏହି ଖୁସି ସହ ସେମାନଙ୍କର ଆଉ ଏକ କଥାର ଦୁଃଖ ମଧ୍ୟ ରହିଛି ଯେ, ବିବାହ ବାହାନାରେ ସେମାନଙ୍କର ମ୍ୟାଟ୍ରିକ୍ ପରୀକ୍ଷା ସରିଗଲା । ସେମାନଙ୍କର କହିବା ଅନୁଯାୟୀ, ଆସନ୍ତା ବର୍ଷ ସେମାନେ ପୁଣିଥରେ ମ୍ୟାଟ୍ରିକ୍ ପରୀକ୍ଷା ଦେବେ ।

ବିବାହ ପରେ ଦୁହିଁଙ୍କର ପରିବାର ଲୋକେ ସେମାନଙ୍କୁ ଗ୍ରହଣ କରିବାକୁ ବାରଣ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଏହି ପ୍ରେମୀ ଯୁଗଳ ଗୋଟିଏ ଝଟକାରେ ରାସ୍ତା ଉପରକୁ ଆସି ଯାଇଛନ୍ତି । ତେବେ ନୀତିଶର କହିବା ଅନୁଯାୟୀ, ସେ ତାଙ୍କ ପରିବାର ଲୋକଙ୍କୁ ରାଜି କରିବାପାଇଁ ଚେଷ୍ଟା କରିବେ । ତାଙ୍କର ଆଶା ଏବଂ ବିଶ୍ୱାସ ରହିଛି ଯେ, ପରିବାର ଲୋକେ ତାଙ୍କୁ ଏବଂ ତାଙ୍କ ଖୁସିକୁ ଆପଣାଇନେବେ ।

Leave a Reply

Your email address will not be published. Required fields are marked *