ବୋଲ୍ଡ ଦୃଶ୍ୟକୁ ନେଇ ଯେତେବେଳେ ଐଶ୍ୱର୍ଯ୍ୟା ରଣବୀରଙ୍କୁ କହିଥିଲେ, ଠିକ ଭାବେ କରିବା ଆସୁ ନାହିଁ କି?

ସଞ୍ଜୟ ଦତ୍ତଙ୍କ ଜୀବନ ଊପରେ ହେଉ କିମ୍ବା ଅନ୍ୟ ଯେ କୌଣସି ମଧ୍ୟ ଜୀବନୀ ଆଧାରିତ ଚଳଚ୍ଚିତ୍ରକୁ ଜୀବନ୍ତ ଭାବରେ ପରିକଳ୍ପିତ କରିବା, ଏହି ସବୁକୁ ରଣବୀର କପୁର ବହୁତ ସୁନ୍ଦର ଭାବେ ସିନେ ପରଦାରେ ଅଭିନୟ କରିଥାନ୍ତି। ନିଜ ପରିଶ୍ରମ ଏବଂ ସମର୍ପଣ ଭାବ ବଳରେ ରଣବୀର ବଲିଉଡକୁ ଅନେକ ବଡ଼ ବଡ଼ ଚଳଚ୍ଚିତ୍ର ଭେଟି ଦେଇଛନ୍ତି । ଆଜିର ଏହି ଆର୍ଟିକେଲରେ ଆମେ ଐଶ୍ୱର୍ଯ୍ୟା ର।ୟ ଏବଂ ରଣବୀର କପୁରଙ୍କ ମଧ୍ୟରେ ହୋଇଥିବା ବୋଲ୍ଡ ଦୃଶ୍ୟ ର ଘଟନା ବିଷୟରେ ଆଲୋଚନା କରିବା ।

ସୂଚନାନୁସାରେ, ଅଭିଷେକ ବଚ୍ଚନକୁ ବିବାହ ପରେ ପରେ ସିନେ ଜଗତ ଠାରୁ ବହୁତ ଦୁରେଇ ଯାଇଥିଲେ। କିନ୍ତୁ ଚଳଚ୍ଚିତ୍ର “ଏ ଦିଲ ହେ ମୁସକିଲ” ପାଇଁ ସେ ଅଭିନୟ କରିବାକୁ ରାଜି ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା ଏବଂ ରଣବୀରଙ୍କ ବୋଲ୍ଡ ଦୃଶ୍ୟକୁ ନେଇ ବଚ୍ଚନ ପରିବାର ଅରାଜି ହୋଇଥିଲେ। କିନ୍ତୁ ଏହାର ନିଶ୍ଚିତତାରେ ନିଜେ ଅମିତାଭ କହିଥିଲେ କି ଐଶ୍ୱର୍ଯ୍ୟା ବହୁତ ଭଲ ଅଭିନୟ କରିଛନ୍ତି ଏବଂ ସେ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ।

ଏକ ସାକ୍ଷାତକାର ସମୟରେ ରଣବୀର କପୁର କହିଥିଲେ କି ପିଲାଦିନରୁ ଐଶ୍ୱର୍ଯ୍ୟା ତାଙ୍କର ପ୍ରେମିକା ଥିଲେ ଏବଂ ତାଙ୍କ ସହିତ ସେ ଏକ ଚଳଚ୍ଚିତ୍ର କରିବାକୁ ଚାହୁଁଥିଲେ। ଯାହାର ସୁଯୋଗ ତାଙ୍କୁ “ଏ ଦିଲ ହେ ମୁଶକିଲ” ରେ ମିଳିଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଐଶ୍ୱର୍ଯ୍ୟା ଏବଂ ରଣବୀରଙ୍କ ମଧ୍ୟରେ ଯେତେବେଳେ ବୋଲ୍ଡ ଦୃଶ୍ୟ ସୁଟିଂ କରାଯାଉଥିଲା, ସେତେବେଳେ ରଣବୀରଙ୍କ ହାତ ବହୁତ ଜୋରରେ ଥରୁ ଥିଲା ଯାହାର ଖୁଲାସା ରଣବୀର ନିଜେ କରିଥିଲେ ।

ଐଶ୍ୱର୍ଯ୍ୟା ତାଙ୍କୁ ବୁଝାଇଥିଲେ କି ତୁମେ ନିଜେ ଜାଣିଛ କି ଏହା ସତରେ ଘଟୁନାହିଁ । ଏହା କେବଳ ଅଭିନୟ ହିଁ ଅଟେ ତେବେ ଭୟଭୀତ କାହିଁକି ହେଉଛ ? ରଣଭୀର କହିଛନ୍ତି କି ଐଶ୍ୱର୍ଯ୍ୟା ତାଙ୍କୁ ସାହସ ଦେବା ପରେ ହିଁ ସେ ଏହି ଦୃଶ୍ୟକୁ ବହୁତ ଭଲ ଭାବରେ କରିପାରିଥିଲା ।

Be the first to comment

Leave a Reply

Your email address will not be published.


*