15 ନଭେମ୍ବର 2019, ଶୁକ୍ରବାର – ରାଶିଫଳ ।

ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ । ଆଜି ଚନ୍ଦ୍ର ଷଷ୍ଠାଧିପତି ନକ୍ଷତ୍ରସ୍ଥ ହେତୁ ଭୁଲ ନିଷ୍ପତ୍ତି ସମସ୍ୟା ସୃଷ୍ଟି କରିବ କିନ୍ତୁ ଅପରାହ୍ନରେ ଦୀର୍ଘ ଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ସମ୍ପର୍ଣ୍ଣ ହୋଇଯିବ । ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି । ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ । ଦେବା ନେବାକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନଙ୍କ ସହ ବିବାଦ ବଢ଼ିପାରେ । ଶୁଭରଙ୍ଗ: ଗୋଲାପୀ । ଶୁଭସଂଖ୍ୟା : ୫ । ଆରାଧନା: ମାଆ ମାଣିକେଶ୍ଵରୀ ।

ବୃଷ: ମଙ୍ଗଳ ଚତୁର୍ଥାଧିପତି ନକ୍ଷତ୍ରସ୍ଥ ଯୋଗୁ ଯେ କୌଣସି କ୍ଷେତ୍ର ହେଉନା କାହିଁକି, ଆପଣ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ । ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ ରହିବ । ରାଜନୀତିରେ ସୀମା ବଢ଼ାଇବେ । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ ନତୁବା ସମସ୍ୟା ବୃଦ୍ଧି ପାଇବ । ଆର୍ଥିକ ସମସ୍ୟା ଦୂର ହେବାରେ ପଡ଼ୋଶୀଙ୍କ ଅବଦାନକୁ ଭୁଲି ହେବନି । ଶୁଭରଙ୍ଗ: କ୍ରୀମ୍‌ । ଶୁଭସ˚ଖ୍ୟା: ୯ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ: କର୍ମାଧିପତି ରାଶ୍ୟାଧିପତି ନକ୍ଷତ୍ରସ୍ଥ ଯୋଗୁ ପ୍ରତ୍ୟେକ କାମକୁ ଅନୁକୂଳ ବାତାବରଣ ମଧ୍ୟରେ ସମ୍ପନ୍ନ କରିପାରିବେ । ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ କିନ୍ତୁ ଅର୍ଥାଭାବ ଲାଗିରହିବା କାରଣରୁ କେତେକ ଆଶା ଅପୂରଣ ରହିଯାଇପାରେ । ଅଧିକାରୀଙ୍କ ସହିତ ବିଶେଷ ସଂକ୍ରାନ୍ତରେ ଆଲୋଚନା କରିବେ । ନୂଆ ପ୍ରେମ ଆରମ୍ଭ ହୋଇପାରେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୫ । ଆରାଧନା: ମାଆ ଭୈରବୀ ।

http://sidhabhairabi.blogspot.com/

କର୍କଟ: ଦ୍ୱାଦଶସ୍ଥ ରାହୁ ପ୍ରଭାବରେ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟ ବାଧକତାରେ ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡ଼ିପାରେ । ଧନ ସଂକ୍ରାନ୍ତରେ ସ୍ଥିତି ଠିକ୍‌ ରହିବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ । ଶୁଭରଙ୍ଗ: ବାଦାମୀ । ଶୁଭସ˚ଖ୍ୟା: ୬ । ଆରାଧନା: ହନୁମାନ ।

ସିଂହ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ । ଶୁକ୍ରଙ୍କ ସୁପ୍ରଭାବରେ ନିଜସ୍ଵ ବିଚାରଧାରା ଓ କୌଶଳପୂର୍ଣ୍ଣ କାର୍ଯ୍ୟପଦ୍ଧତି ଯୋଗୁ ବହୁତ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ । ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ । କୌଣସି ନୂଆ ଅନୁବନ୍ଧରେ ଆପଣଙ୍କୁ ଲାଭ ହେବ । ପରିବାରର ସ୍ଥିତି ଠିକ୍‌ ରହିବ । ଶୁଭରଙ୍ଗ: କଫିରଙ୍ଗ । ଶୁଭସ˚ଖ୍ୟା: ୨ । ଆରାଧନା: ହର ପାର୍ବତୀ ।

କନ୍ୟା: ପାପଦୃଷ୍ଟ ବୁଧ ହେତୁ ଯେତେ ଭଲ କରିବାକୁ ଚିନ୍ତା କଲେ ମଧ୍ୟ ନିଜ ଲୋକମାନଙ୍କ ବିରୁଦ୍ଧାଚରଣ ହେତୁ କାମଗୁଡ଼ିକ ବାସ୍ତବରେ ଓଲଟା ହେବ । ବ୍ୟବସାୟରେ ଅଯଥାରେ ଜଟିଳ ପରିସ୍ଥିତି ସୃଷ୍ଟି ହୋଇପାରେ, ତେଣୁ ସତର୍କତାର ସହ କାର୍ଯ୍ୟ ନିର୍ବାହ କରନ୍ତୁ । ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଏବଂ ବିଜ୍ଞ ବ୍ୟକ୍ତିମାନଙ୍କର ପ୍ରଶଂସାଭାଜନ ହେବେ । କୌଣସି ମିତ୍ର ଆପଣଙ୍କୁ ଦେଖା କରିବାକୁ ଆସିବେ । ପାରିବାରିକ ଜୀବନ ସୁଖମୟ ରଖିବ । ସ୍ଵାସ୍ଥ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୩ । ଆରାଧନା: ସୂର୍ଯ୍ୟଦେବ ।

https://freethoughtnation.com/

ତୁଳା: ଦ୍ୱାଦଶରେ ମଙ୍ଗଳଙ୍କ ଯୋଗୁ ଆଜି ଅର୍ଥ ସଂକଟ ଦେଖାଦେବା କାରଣରୁ ଚାହୁଁଥିବା ଜିନିଷ ପାଇବେ ନାହିଁ କିମ୍ବା କାମଗୁଡିକ ସକାଶେ ମଧ୍ୟ ଅନିଶ୍ଚିତତା ଦେଖାଦେଇପାରେ । ଚାକିରିରେ ନିଜର ଦାୟିତ୍ଵକୁ ସୁରୁଖୁରରେ ତୁଲାଇବେ । ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ । ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ଠକାମିର ଶିକାର ହେବା ସୁନିଶ୍ଚିତ । ଶୁଭରଙ୍ଗ: ଆକାଶିନୀଳ । ଶୁଭସ˚ଖ୍ୟା: ୭ । ଆରାଧନା: ମାଆ ବିରଜା ।

ବିଛା: ଦିନଟି ଉତ୍ସାହ ଭରା ରହିବ । ଭାଗ୍ୟାଧିପ ରାଶିରେ ରହିଥିବାରୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । ଅଧିକତର କାମ ସମୟରେ ସମାପ୍ତ କରିବାର ସଫଳ ହେବେ । ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ । ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ପ୍ରଶଂସିତ ମଧ୍ୟ ହେବେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା: ୯ । ଆରାଧନା: ମାଆ ଭୈରବୀ ।

ଧନୁ: ଅଧିକାରୀଙ୍କୁ ପ୍ରସନ୍ନ କରିବା ପାଇଁ ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ । ପାପଗ୍ରହ ପ୍ରଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ । କର୍ମକ୍ଷେତ୍ରର ଉନ୍ନତି ଲାଗି କିଛି ସାଧନ ମିଳିପାରେ । ରାଜନୀତିରେ ମନୋକାମନା ପୂରଣ ହେବ । ବ୍ୟବସାୟ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ । ସ୍ଵାସ୍ଥ୍ୟରେ ସୁଧାର ହେବ । ଶୁଭରଙ୍ଗ: ମେରୁନ । ଶୁଭସ˚ଖ୍ୟା: ୬ । ଆରାଧନା: ମାଆ ଗାୟତ୍ରୀ ।

https://www.harivara.com

ମକର: ଆଜି ଶୁକ୍ରଙ୍କ ସ୍ଥାନ ପ୍ରଭାବରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବ୍ୟବସାୟରେ ତୁରିତ ଫଇସଲା ଲାଭପ୍ରଦ ହେବ । ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବାରୁ ସାମୟିକ ମନଦୁଃଖ ହୋଇପାରେ । ରାଜନୈତିକ ସମ୍ପର୍କରୁ ସ୍ଥଗିତ ଥିବା କାମ ଆଗକୁ ବଢ଼ିବ । ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ । ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା:୯ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ: ରାହୁ ଓ ଶନିଙ୍କ କୁପ୍ରଭାବ ଜନିତ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ, ଫଳରେ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ମିଳିପାରେ । ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଋଣ ପରିଶୋଧର ଯୋଜନା କରିପାରନ୍ତି । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ । ଶୁଭରଙ୍ଗ: ଧୂସର । ଶୁଭସ˚ଖ୍ୟା:୯ । ଆରାଧନା: ହର ପାର୍ବତୀ ।

ମୀନ: ବୁଧ ଜନିତ ପାରିବାରିକ କ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ବିଶିଷ୍ଟ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହେବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ବେପାରରେ ଉନ୍ନତି ହେବ । ଆନୁଷ୍ଠାନିକ କାମରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଶୁଭସ˚ଖ୍ୟା:୮ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

Be the first to comment

Leave a Reply

Your email address will not be published.


*