14 ଅଗଷ୍ଟ 2020, ଶୁକ୍ରବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । କର୍ମକ୍ଷେତ୍ରରେ ମିଳିବ

14 ଅଗଷ୍ଟ 2020, ଶୁକ୍ରବାର- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ । କର୍ମକ୍ଷେତ୍ରରେ ମିଳିବ ପ୍ରଶଂସା । ସ୍ଥଗିତ ଥିବା କାମକୁ ତ୍ୱରାନ୍ୱିତ କରିବେ ଓ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆମେ ଆପଣଙ୍କୁ ୧୪ ଅଗଷ୍ଟ, ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ଆଖପାଖ ବାତାବରଣ ସୁଖଦ ଓ ମଧୁର ରହିବ । ଦଶମୀର ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୌଣସି କାମ ଅପୂର୍ଣ୍ଣ ରହିବ ନାହିଁ । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ । କର୍ମକ୍ଷେତ୍ରରେ ସ୍ଥିତି ଭଲ ଥିଲେ ମଧ୍ୟ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତପ୍ତ ହେବେ । ପରିବାରରେ ସୁଖ ଓ ଶାନ୍ତି ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ମନରେ ଧାର୍ମିକ ଭାବନା ଉଦୟ ହେବ । ବିନା ସ୍ଵାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ । କିନ୍ତୁ ଧନ ସ୍ଥାନରେ ତୃତୀୟାଧିପତି ଯୋଗୁଁ ବିଭିନ୍ନ ପ୍ରକାରର ମନଗଢା ଲୋଭନୀୟ ପ୍ରତିଶ୍ରୁତିଦେଇ ବନ୍ଧୁଙ୍କ ଦ୍ୱାରା କାମ ହାସଲ କରିପାରିବେ । ବ୍ୟବସାୟରେ କ୍ଷତି ଅପେକ୍ଷା ଲାଭର ପରିମାଣ ଅଧିକ ହେବ । ସମ୍ମାନିତ ଲୋକଙ୍କ ସହିତ ମିଶିବେ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁଁ ବିଚଳିତବୋଧ ହୋଇପାରନ୍ତି । ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ । ସାମୟିକ ସ୍ଵାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବାର ଆଶଙ୍କା ଦେଖାଦେଇପାରେ । ଭୁଲ୍‌ ବୁଝାମଣା ହେତୁ ସମ୍ପର୍କ ଫାଟ ସୃଷ୍ଟି ହୋଇଥିବା ବନ୍ଧୁଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ ହୋଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ଶନିଦୃଷ୍ଟ ରବି ଓ ବୁଧ ପ୍ରଭାବରେ ଅର୍ଥ ସାହାଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ମନା କରିବେ । ବ୍ୟବସାୟ ବାଣିଜ୍ୟରେ କୌଣସି ଅଭାବ, ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ । ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହିବ ନାହିଁ । ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପରିବାରରେ ଭୁଲ୍‌ ବୁଝାମଣା ନେଇ ଅଶାନ୍ତି କିମ୍ବା କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଭଗବାନଙ୍କୁ ସ୍ମରଣ କରନ୍ତୁ, ଦିନଟି ଭଲରେ ଅତିବାହିତ ହେବ । ରାହୁଯୁକ୍ତ ଶୁକ୍ରପ୍ରଭାବରେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକୀୟ ସହଯୋଗ ପାଇବେ ନାହିଁ । ଆଜି ଯାହା କରନ୍ତୁ ନା କାହିଁକି କୌଣସି କାମରେ ମଧ୍ୟ ପଛକୁ ହଟିବେ ନାହିଁ । କର୍ମକ୍ଷେତ୍ରରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟ ତର୍ଜମା କରିବେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅନ୍ୟପଟେ କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇ ଦେଇପାରନ୍ତି । ବୈବାହିକ ଜୀବନ ଆନନ୍ଦମୟ ରହିବ । ସହଧର୍ମୀ ଓ ପରିବାର ସଦସ୍ୟଙ୍କ ଠାରୁ ଆଶ୍ଵାସନା ପାଇବା ଫଳରେ ମନୋବଳ ଦୃଢ ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜ ଉପରେ ବିଶ୍ଵାସ ରଖନ୍ତୁ, ସର୍ବକାର୍ଯ୍ୟରେ ସିଦ୍ଧି ଲାଭ କରିବେ । ବ୍ୟୟଭାବସ୍ଥ ଧନାଧିପ ଯୋଗୁ ଅଭାବ ଅନଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେକରିବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିଙ୍କ ଠାରୁ ଦୁରେଇ ରହିବା ଉଚିତ୍ । ଏକା ସଙ୍ଗରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି । ପରିବାରର ସମସ୍ତ ସଦସ୍ୟଙ୍କ ସହିତ ମିଳିମିଶି ପରସ୍ପର ମଧ୍ୟରେ ଆଲୋଚନା କରିବେ । ଚେଷ୍ଟା କରି ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆଜି ଆପଣ ନିଜ ଉପରେ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ । ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ । ଆର୍ଥତ୍କ ଅଭିବୃଦ୍ଧି ନିମିତ୍ତ ତତ୍ପରତା ପ୍ରକାଶ କରି କେତେକାଂଶରେ ସଫଳତା ପାଇପାରନ୍ତିି । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସହଯୋଗରୁ ଉପକୃତ ପାଇବେ । ସାମାଜିକ ସ୍ତରରେ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ । ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ । କର୍ମାଧିପ ଅଷ୍ଟମଭାବସ୍ଥ ଯୋଗୁଁ ପରିସ୍ଥିତି ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସ୍ଵାସ୍ଥ୍ୟଗତ ସମସ୍ୟା ସଙ୍ଗକୁ ମାନସିକ ସ୍ତରରେ କୈାଣସି ଅପୂର୍ଣ୍ଣ ଇଛା ଦିନଟିକୁ ଉପଭୋଗ୍ୟ କରାଇପାରିବ ନାହିଁ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ଵ ଆସିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । କର୍ମାଧିପ କେନ୍ଦ୍ରସ୍ଥ ଯୋଗୁଁ ଆପଣଙ୍କ କୌଣସି କାମ ଅସମ୍ପୂର୍ଣ୍ଣ ରହିବ ନାହିଁ । କର୍ମକ୍ଷେତ୍ରରେ କେତେକ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, ଯଥା ସମୟରେ ସବୁ କାମ ଠିକ୍‌ ହୋଇଯିବ । କିନ୍ତୁ ବିବାଦୀୟ ଘଟଣା ଅମୀମାଂସିତ ରହିବ ଏବଂ ଆତ୍ମୀୟମାନେ ଭିତରେ ଭିତରେ ଚେର କାଟିଲା ଭଳି କାମ କରିପାରନ୍ତି । ଆଜି ଯେକୌଣସି ବ୍ୟକ୍ତିଙ୍କୁ ଯାହା ମାଗିବେ ସେହି ବ୍ୟକ୍ତି କଦାପି ମନା କରି ପାରିବ ନାହିଁ । ଅଫିସରେ ସୁସ୍ଥ ବାତାବରଣ ରହିବ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ଛୋଟ ଛୋଟ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିପାରେ । ସ୍ଵାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ । ଆର୍ଥିକ ସ୍ଥିତି ମାନ୍ଦା ରହିଲେ ମଧ୍ୟ ପାରିବାରିକ ସ୍ଥିତିରେ କୌଣସି ପ୍ରଭାବ ପଡିବ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ଶ୍ରୀଗଣେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ । ବିପରୀତ ରାଜଯୋଗ ପ୍ରଭାବରୁ ମାନସିକ ସ୍ଥିତି ସୁଦୃଢ ରହିବ ଓ କାମ ହାସଲରେ କିଛି ଅସୁବିଧା ହେବନାହିଁ । କର୍ମକ୍ଷେତ୍ରରେ ଅଧିକାରୀ ବର୍ଗ ଆପଣଙ୍କ ପକ୍ଷରେ ରହିବେ । ନୂତନ କର୍ମାରମ୍ଭ ପ୍ରୀତିପଦ ରହିବ, ତେଣୁ ମାନସିକ ସ୍ତରରେ ବହୁତ ଖୁସୀ ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ । ଆର୍ଥିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ପରିବାରରେ ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ସମସ୍ୟା ଉପୁଜିପରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଆପଣଙ୍କ ପାଇଁ ଦିନଟି ସମ୍ୟକ ଚିନ୍ତାଦାୟକ ରହିପାରେ । ପାପଗ୍ରହଯୁକ୍ତ କର୍ମାଧିପତି ଯୋଗୁ କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଅବହେଳା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିବ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ । ପୁରାତନ ରୋଗ ପୀଡା, ଋଣ ଓ ପରୋକ୍ଷ ଶତ୍ରୁତା ହେତୁ ଚିନ୍ତିତ ରହିବେ । ଅଫିସ କାର୍ଯ୍ୟାଳୟରେ ଉଚ୍ଚାଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ରହିଲେ ମଧ୍ୟ ଅତ୍ୟଧିକ କାର୍ଯ୍ୟବ୍ୟସ୍ତ ହେତୁ ବିଭ୍ରାନ୍ତ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରେ ଦୃଢ ମନୋବଳ ଯୋଗୁଁ ବହୁ ବିପଦରୁ ରକ୍ଷା ପାଇବେ । ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବେ । ନିଜର ସହଜାତ ପ୍ରବୃତି କାରଣରୁ ସାହି ପଡ଼ୋଶୀଙ୍କ ପାଇଁ ତ୍ୟାଗ ସ୍ଵୀକାର କଲେ ମଧ୍ୟ ସେମାନଙ୍କ ଭୁଲ୍‌ ଧାରଣାକୁ ବଦଳାଇ ପାରିବେ ନାହିଁ । ତଥାପି ଶତ୍ରୁମାନେ ଆପଣଙ୍କ କିଛି କ୍ଷତି କରିପାରିବେ ନାହିଁ । ଦୈନନ୍ଦିନ କର୍ମପ୍ରତି ଉତ୍ସାହ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ବିବାଦୀୟ ପରିସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ସନ୍ତୋଷ ପାଇବେ ନାହିଁ । କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ, ସୁବିଧା ଲାଭ କରି କାମ ହାସଲ କରିବେ । ଶୁକ୍ର ପାପଗ୍ରହ ରାହୁଯୁକ୍ତ ହେତୁ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁତା ସୃଷ୍ଟି କରିବ । କେତେକ କ୍ଷେତ୍ରରେ ଆପଣ ମନକଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହିତ ବାଦବିବାଦ ଦେଖା ଦେଇପାରେ । ଆର୍ଥିକ ସ୍ଥିତି ମାଧମ ଧାରଣ ରହିବ । ଆତ୍ମୀୟ ସ୍ଵଜନମାନଙ୍କ ପରୋକ୍ଷ ଶତ୍ରୁତା ମନକୁ ବିଚଳିତ କରିବାର ଆଶଙ୍କା ରହିଛି । ପରିବାରର କେତେକ ସମସ୍ୟା ସମାଧାନ ନେଇ ମାନସିକ ଶାନ୍ତି ଅନୁଭବ କରିବେ । ମଧ୍ୟାହ୍ନରେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*