ଯୌବନ ବିତିଗଲା ବେଶ୍ୟାବୃତିରେ । ବର୍ତ୍ତମାନ କଣ ହେବ ବୃଦ୍ଧ ବୟସରେ ।

ବେଶ୍ୟାଙ୍କ ରେଡ଼ଲାଇଟ ଅଞ୍ଚଳରେ ପ୍ରତିଦିନ ବେଶ୍ୟାମାନେ ସଜାଇ ହୋଇରହିଥାନ୍ତି । ଏହି ଅଞ୍ଚଳକୁ ପ୍ରତିଦିନ ଅନେକ ଗ୍ରାହକ ବା ଲୋକ ନିଜ ଶାରୀରିକ ଭୋକ ମେଣ୍ଟାଇବା ପାଇଁ ଆସିଥାନ୍ତି ।

ଏହି ଅଞ୍ଚଳରେ ପ୍ରତିଦିନ ବେଶ୍ୟାଙ୍କ ଶରୀର ନିଲାମ ହୋଇଥାଏ । ଯେଉଁ ବେଶ୍ୟା ଯେତେ କମ୍ ବୟସର ହୋଇଥାଏ ତାହାର ଚାହିଦା ସେତେ ଅଧିକ ହୋଇଥାଏ । ସେହି ଅଳ୍ପ ବୟସର ବେଶ୍ୟାକୁ ସେତେ ଅଧିକ ମୂଲ୍ୟ ଦେଇ ଗ୍ରାହକ କିଣି ନେଇଥାନ୍ତି ।

ଏଠାକୁ ଆସୁଥିବା ଗ୍ରାହକ ନିଜ ଇଛା ମୁତାବକ ନିଜ ପକେଟ୍ ଖାଲି କରନ୍ତି ଏବଂ ନିଜର ଶାରୀରିକ ଭୋକ ମେଣ୍ଟାଇବା ପରେ ଏଠାରୁ ଚାଲି ଯାଇଥାନ୍ତି ।

ଏହିପରି ଘଟଣା ପ୍ରତିଦିନ ଘଟିଥାଏ । ଏଠାରେ ସୁନ୍ଦରୀ ଏବଂ କମ୍ ବୟସର ବେଶ୍ୟା ପ୍ରତିଦିନ ନିଜର ଶରୀର ବିକିଥାନ୍ତି ଏବଂ ଶରୀର ବିକି ଉପାର୍ଜନ କରୁଥିବା ଟଙ୍କାରେ ନିଜର ଏବଂ ନିଜ ପରିବାରର ପେଟ ଭରିଥାନ୍ତି ।

ବେଶ୍ୟାବୃତିର ଏହି ଜଞ୍ଜାଳରେ ଫସିଯାଇଥିବା ବେଶ୍ୟା ଗୁଡିକ ନିଜ ଜୱାନି ଶରୀର ବିକି କଟାଇ ଦେଇଥାନ୍ତି କିନ୍ତୁ ଏହି ବେଶ୍ୟା ଗୁଡିକଙ୍କ ଜୀବନରେ ଏହିପରି ଏକ ଦିନ ଆସିଥାଏ ଯେତେବେଳେ ନିଜର ଜୱାନି ବିତିଯିବା ପରେ ବୃଦ୍ଧ ବୟସ ଚାଲିଆସିଥାଏ ।

କିନ୍ତୁ ଆପଣ କଣ ଚିନ୍ତା କରିଛନ୍ତି ଯେତେବେଳେ ବାର୍ଦ୍ଧକ୍ୟ ସମୟରେ ଏହି ବେଶ୍ୟା ଗୁଡିକଙ୍କ ଶରୀର କେହି କିଣନ୍ତି ନାହିଁ ସେହି ସମୟରେ ଏହି ବେଶ୍ୟା ମାନେ କଣ କରନ୍ତି ? କିପରି ଏହି ବେଶ୍ୟା ମାନେ ନିଜର ଜୀବିକା ବାର୍ଦ୍ଧକ୍ୟ ସମୟରେ ଅତିବାହିତ କରନ୍ତି ?

କଠିନ ହୋଇଥାଏ ବେଶ୍ୟାମାନଙ୍କ ବାର୍ଦ୍ଧକ୍ୟ ଅବସ୍ଥା :

ପ୍ରାୟତଃ ବେଶ୍ୟା ଯେତେବେଳେ ନିଜର ଯୌବନ ହରାଇଥାନ୍ତି, ସେହି ସମୟରେ ସେମାନଙ୍କୁ କୋଠାରୁ ବିତାଡିତ କରି ଦିଆଯାଇଥାଏ ।

ଯୌବନ ସମୟରେ ଯେଉଁ ବେଶ୍ୟାମାନଙ୍କ ଶରୀରର ମୂଲ୍ୟ ଅଧିକ ହୋଇଥାଏ, ସେମାନଙ୍କୁ ବାର୍ଦ୍ଧକ୍ୟ ସମୟରେ କେହି ମଧ୍ୟ ଗ୍ରାହକ ମିଳନ୍ତି ନାହିଁ ।

ଯୌବନ ସମୟରେ ଯେଉଁ ପରିବାର ପାଇଁ ଜଣେ ବେଶ୍ୟା ନିଜ ଶରୀରକୁ ନିଲାମ କରି ଦେଇଥାଏ, ବାର୍ଦ୍ଧକ୍ୟ ସମୟରେ ନିଜ ଖାଦ୍ୟ ପାଇଁ ସେହି ବେଶ୍ୟାକୁ ପରିବାରର ସହାୟତା ନେବା ପାଇଁ ପଡିଥାଏ ।

ଅନ୍ୟ କୌଣସି କାମ ମଧ୍ୟ ମିଳିନଥାଏ । ଯାହାଫଳରେ ବାର୍ଦ୍ଧକ୍ୟ ସମୟରେ ବେଶ୍ୟାମାନେ କଳୁଷିତ ଜୀବନ ଅତିବାହିତ କରିଥାନ୍ତି । ଅନେକ ବେଶ୍ୟା ଭିକ ମାଗି ନିଜ ପେଟ ପାଇଁ ଦୁଇ ମୁଠା ଦାନା ସଂଗ୍ରହ କରିଥାନ୍ତି ।

ବାର୍ଦ୍ଧକ୍ୟ ସମୟରେ କିଛି ବେଶ୍ୟା କମ୍ ବୟସର ଝିଅଙ୍କ ବେପାର କରି ନିଜର ଗୁଜୁରାଣ ମେଣ୍ଟାଇଥା’ନ୍ତି କିନ୍ତୁ ଅନ୍ୟ କିଛି ବେଶ୍ୟାଙ୍କ ଜୀବନ ଅନ୍ଧକାରରେ ବୁଢିଯାଇଥାଏ କାରଣ ସମାଜ ଏବଂ ପରିବାର ସେହି ବେଶ୍ୟାଙ୍କୁ ଆପଣାଇ ନଥାଏ ।

କଣ ଅଟେ ଏହି ବଦନାମ ଗଳିର ସତ୍ୟତା

ଯୌବନରେ ବେଶ୍ୟାମାନେ ନିଜ ଶରୀରକୁ ବିକିବା ସମୟରେ ଗର୍ଭ ନିରୋଧକ ବଟିକା ଖାଇଥାନ୍ତି; ଯାହାଫଳରେ ଗର୍ଭବତୀ ହେବା ଚିନ୍ତାରୁ ମୁକ୍ତି ହୋଇଥାନ୍ତି ।

ଯୌବନ ସମୟରେ ପ୍ରତିଦିନ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ପଡିଥାଏ, ଯାହାଫଳରେ ନିଜର ମାସିକ ଧର୍ମ ରୋକିବା ପାଇଁ ବଟିକା ଖାଇବା ପାଇଁ ପଡିଥାଏ ।

ଏହି କର୍ମରେ ଲିପ୍ତ ମହିଳାଙ୍କୁ କମ୍ ବୟସରେ ହିଁ ଏଡସ୍ ଭଳି ମାରାତ୍ମକ ରୋଗର ଶିକାର ହେବାକୁ ପଡିଥାଏ । ଯାହାଫଳରେ ବାର୍ଦ୍ଧକ୍ୟ ସମୟରେ ଏମାନଙ୍କୁ ରୋଗାଗ୍ରସ୍ତରେ ଜୀବନ ଅତିବାହିତ କରିବା ପାଇଁ ପଡିଥାଏ ।

ଜଣେ ମହିଳା ବେଶ୍ୟା ହେବା ପଛରେ ଜଣେ ପୁରୁଷର ହାତ ରହିଥାଏ କିନ୍ତୁ ଏହି କଥାକୁ ଭୁଲି ସମାଜ ସର୍ବଦା ବେଶ୍ୟାଙ୍କୁ ହୀନ ନଜରରେ ଦେଖିଥାଏ । ଯାହାଫଳରେ ବାର୍ଦ୍ଧକ୍ୟ ସମୟରେ ସେହି ବେଶ୍ୟାକୁ ଇଜ୍ଜତର ସହ ବଂଚିବା ପାଇଁ ସୁଯୋଗ ମିଳିନଥାଏ ।

Be the first to comment

Leave a Reply

Your email address will not be published.


*