୧୪ ବର୍ଷ ବୟସରେ ‘ବାପ-ମା’ଙ୍କୁ ହରେଇଥିଲେ ! ‘ପାଏ-ପାଏ’ ପାଇଁ କଷ୍ଟ କରିଥିଲେ, ଶେଷରେ ଜୟା ବଚ୍ଚନଙ୍କ ପାଇଁ ଭାଗ୍ୟ ବଦଳିଗଲା…

୧୪ ବର୍ଷ ବୟସରେ ‘ବାପ-ମା’ଙ୍କୁ ହରେଇଥିଲେ ! ‘ପାଏ-ପାଏ’ ପାଇଁ କଷ୍ଟ କରିଥିଲେ, ଶେଷରେ ଜୟା ବଚ୍ଚନଙ୍କ ପାଇଁ ଭାଗ୍ୟ ବଦଳିଗଲା…

ବଲିଉଡରେ ସର୍କିଟ୍ ନାମରେ ପ୍ରସିଦ୍ଧ ଅର୍ଶଦ ୱାର୍ସିଙ୍କୁ ୫୩ ବର୍ଷ ବୟସ ହୋଇଛି । ସେ ୧୯ ଏପ୍ରିଲ୍ ୧୯୬୮କୁ ମୁମ୍ବାଇରେ ଜନ୍ମ ହୋଇଥିଲେ । ମୁମ୍ବାଇରେ ବଢିଥିବା ଅର୍ଶଦଙ୍କ ଉପରୁ ‘ମା-ବାପା’ଙ୍କ ହାତ ୧୪ ବର୍ଷ ବୟସରୁ ଉଠିଯାଇଥିଲା । ଏହାପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଅର୍ଥର ଅଭାବ ଯୋଗୁଁ ତାଙ୍କୁ ୧୦ମ ପରେ ପଢା ଛାଡିବାକୁ ପଡିଥିଲା ଓ ପରେ ସେ ତାଙ୍କର ସମସ୍ତ ଧ୍ୟାନ ପଇସା ରୋଜଗାରରେ ଦେଇଥିଲେ । ପଢା ଛାଡିବା ପରେ ସେ ସେଲ୍-ସମ୍ୟାନ୍ ଭାବେ କାମ କରୁଥିଲେ । ଘର ଘର ବୁଲି ଲିପିଷ୍ଟିକ୍ ଓ ନେଲପଲିସ୍ ବିକ୍ରି କରୁଥିଲେ । ଧୀରେ ଧୀରେ ତାଙ୍କ ଭାଗ୍ୟ ବଦଳିଲା ଓ ଜୟା ବଚ୍ଚନଙ୍କ ନଜର ତାଙ୍କ ଉପରେ ପଡ଼ିଲା ଆଉ ସେ ଚଳଚ୍ଚିତ୍ର ‘ତେରେ ମେରେ ସପନେ’ରେ କାମ କରିବାର ସୁଯୋଗ ପାଇଲେ ।

ଅର୍ଶଦ ୱାର୍ସି ନୃତ୍ୟକୁ ଭଲ ପାଉଥିଲେ, ସେ ନାଚିବା ଆରମ୍ଭ କଲେ ଏବଂ ତାଙ୍କ ପ୍ରତିଭା ଦେଖି ଆକବର୍ ସମୀଙ୍କ ଡ୍ୟାନ୍ସ ଗ୍ରୁପ୍ରେ ଯୋଗ ଦେଲେ । ପରେ ୧୯୮୭ରେ ଫିଲ୍ମ ‘ଠିକନା’ ଓ ‘କାଶ୍ କେ ଗାନୋ କୋ’ କୋରିଓଗ୍ରାଫି କରିବାର ସୁଯୋଗ ମିଳିଲା । କୋରିଓଗ୍ରାଫର ଭାବେ ତାଙ୍କୁ ସଫଳତା ମିଳିଲା ଓ ଏହିପରି ଭାବେ ତାଙ୍କ ବଲିଉଡ ଯାତ୍ରା ଆରମ୍ଭ ହେଲା । ସେ ପ୍ରଥମ ଥର ପାଇଁ ୧୯୯୬ର ଫିଲ୍ମ ‘ତେରେ ମେରେ ସପନେ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ଅର୍ଶଦଙ୍କୁ ରୋଲ୍ ଜୟା ବଚ୍ଚନ ଦେଇଥିଲେ ।

ଫିଲ୍ମ ‘ତେରେ ମେରେ ସପନେ’ ବକ୍ସ ଅଫିସରେ ହିଟ୍ ହୋଇଥିଲା । ଏହାପରେ ଅର୍ଶଦ ଇଣ୍ଡଷ୍ଟ୍ରିରେ ପରିଚୟ ପାଇଲେ । କିନ୍ତୁ ୨୦୦୩ରେ ରାଜକୁମାର୍ ହୀରାନିଙ୍କ ଫିଲ୍ମ ‘ମୁନ୍ନା ଭାଇ MBBS’ରେ ତାଙ୍କ ଭାଗ୍ୟ ଖୋଲିଗଲା । ଏହି ଫିଲ୍ମରେ ସେ ‘ସର୍କିଟ୍’ ଭୂମିକାରେ ଅଭିନୟ କରି ଫେମସ୍ ହୋଇଗଲେ । ୨୦୦୬ରେ ଲଗେ ‘ରହୋ ମୁନ୍ନା ଭାଇ’ ପାଇଁ ସେ ବଲିଉଡ଼ରେ ପ୍ରସିଦ୍ଧ ହେଲେ । ଏହି ଅଭିନୟ ପାଇଁ ତାଙ୍କୁ ଫିଲ୍ମଫେୟାର୍ ଆୱାର୍ଡ ମଧ୍ୟ ମିଳିଥିଲା ।

ଅର୍ଶଦଙ୍କ ମଜାଳିଆ ଢଙ୍ଗ ନିର୍ଦେଶକ ରୋହିତ ସେଟ୍ଟୀଙ୍କୁ ପସନ୍ଦ ଆସିଥିବାରୁ ସେ ତାଙ୍କୁ, ଚଳଚ୍ଚିତ୍ର ଗୋଲମାଲ୍ ପାଇଁ ଚୟନ କରିଥିଲେ । ‘ଗୋଲମାଲ୍’ର ସମସ୍ତ ସିରିଜରେ ଅର୍ଶଦଙ୍କୁ ଦେଖିବାକୁ ମିଳିଛି ।

ଏକ ସାକ୍ଷାତକାରରେ ଅର୍ଶଦ କହିଥିଲେ ଯେ । ତାଙ୍କର ପ୍ରଥମ ଫିଲ୍ମ ‘ତେରେ ମେରେ ସପନେ’ ପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ତେରେ ମେରେ ସପ୍ନେ’ ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ୍ ହାଉସ୍ ଏବିସିଏଲ୍ ବ୍ୟାନରରେ ନିର୍ମିତ ହୋଇଥିଲା । ଏହାପରେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ କୌଣସି କାମ ମିଳିନଥିଲା ।

ଅର୍ଶଦ ଏହା ମଧ୍ୟ କହିଥିଲେ ଯେ ଅସୁବିଧା ସମୟରେ ତାଙ୍କ ପତ୍ନୀ ମାରିୟା ଚାକିରୀ କରୁଥିଲେ । ଏବଂ ତାଙ୍କ ଘର ମାରିୟାଙ୍କ ପଇସାରେ ଚାଲୁଥିଲା । ଅର୍ଶଦ, ମାରୀୟାଙ୍କୁ ୧୪ ଫେବୃଆରୀ ୧୯୯୯ରେ ଵିଵାହ କରିଥିଲେ ।

ସୂଚନାଯୋଗ୍ୟ ଯେ ଅର୍ଶଦ ‘ନା ହୋଗି ପ୍ୟାର୍ କି ଜିତ୍’, ‘ହିରୋ ହୁନ୍ଦୁସ୍ତାନୀ’, ‘ନମସ୍ତେ ଲଣ୍ଡନ୍’, ‘ଗୋଲମାଲ୍’, ‘କୁଛ ମିଠା ହୋ ଯାଏ’, ‘ଗୋଲମାଲ୍ ରିଟର୍ଣ୍ଣିନ୍ସ’, ‘ଦନ୍ ଦନା ଦନ୍ ଗୋଲ୍’, ‘ଡବଲ୍ ଧମାଲ୍ ଜଲୀ ଏଲ ଏଲ ବି’, ‘ଟେଢ଼ ଇସକିଆଁ’, ‘ୱେଲକମ୍ ଟୁ କାଚି’ ଆଦି ଫିଲ୍ମରେ କାମ କରିଛନ୍ତି । ତାଙ୍କର ଆଗକୁ ଆସୁଥିବା ଫିଲ୍ମ ‘ବଚପନ୍ ପାଣ୍ଡେ’ । ଏହି ଫିଲ୍ମରେ ସେ ଅକ୍ଷୟ କୁମାର ଓ କୃତି ସାନନ୍ନଙ୍କ ସହିତ ନଜର ଆସିବେ ।

Leave a Reply

Your email address will not be published. Required fields are marked *