ଗୋଟିଏ ଭୁଲ୍ ଯୋଗୁଁ ୧୪ ଦିନ ନିଜ ଘରେ କଏଦୀ ରୂପରେ ଜୀବନ ବିତାଇଥିଲେ କେ.ଏଲ.ରାହୁଲ । ଆଜି ଭାରତୀୟ ଦଳର ୧ ନମ୍ବର ଖେଳାଳି ଅଟନ୍ତି ।

ଆଜିକାଲି ଟି ୨୦ରେ କେ.ଏଲ.ରାହୁଲ ଉଚ୍ଚ କୋଟିର ପ୍ରଦର୍ଶନ ଜାରି ରଖିବାରେ ସଫଳ ହୋଇଛନ୍ତି । ଯେତେବେଳେ କେ ଏଲ ରାହୁଲ କ୍ରିକେଟ ପଡିଆରେ ପଦାର୍ପଣ କରୁଛନ୍ତି ନିଜର ବ୍ୟାଟିଂ ମାଧ୍ୟମରେ ଦଳକୁ ବିଜୟର ଭେଟି ଦେଉଛନ୍ତି । ରାହୁଲଙ୍କ ରନ ସଂଖ୍ୟା ଏବଂ ବିଚକ୍ଷଣ ପ୍ରଦର୍ଶନ ଦେଖି ଦର୍ଶକ ତାଙ୍କୁ କ୍ରିକେଟର ବିନା ମୁକୁଟର ରାଜା ବୋଲି ସମ୍ବୋଧନ କରୁଛନ୍ତି । ଏକ ବର୍ଷ ପୂର୍ବରୁ ରାହୁଲଙ୍କ ପରିସ୍ଥିତି କିଛି ଭିନ୍ନ ଧରଣର ଥିଲା । ରାହୁଲ ନିଜର କ୍ୟାରିୟରର ପ୍ରାଥମିକ ପର୍ଯ୍ୟାୟରେ କିଛି ଏହିପରି ଭୁଲ୍ କରି ଦେଇଥିଲେ ଯାହାଫଳରେ ରାହୁଲଙ୍କୁ ଦଳରୁ ବହିସ୍କାର କରି ଦିଆ ଯାଇଥିଲା ଏହା ସହ ଏହି ଭୁଲ୍ ଯୋଗୁଁ ରାହୁଲଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ଲାଜ୍ୟା ଅନୁଭୂତ ହେଉଥିଲା । ସେହି ସମୟରେ କେ.ଏଲ.ରାହୁଲ ନିଜକୁ ଏକ କୋଠୋରୀରେ ବନ୍ଦ କରି ଦେଇଥିଲେ ଏବଂ କ୍ରିକେଟ ଖେଳିବା ଛାଡି ଦେଇଥିଲେ ।

newstrend

ବିଗତ ବର୍ଷ ୧୧ ଜାନୁଆରୀ ୨୦୧୯ରେ ରାହୁଲଙ୍କୁ ବିସିସିଆଇ ବହିସ୍କାର କରିଥିଲା । ଏହାର କାରଣ ହେଉଛି ରାହୁଲ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଇଣ୍ଡିଆନ ଟକ୍ ଶୋ’ରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ମହିଳାଙ୍କ ବିରୁଦ୍ଧରେ ଯାଇଥିଲା । ଯାହାଫଳରେ ଦୁହିଁଙ୍କୁ ଅଷ୍ଟ୍ରେଲିୟା ସିରିଜର ମଧ୍ୟରେ ହିଁ ଫେରସ୍ତ କରି ଦିଆଯାଇଥିଲା ଏବଂ ଦୁହିଁଙ୍କୁ ବହିସ୍କାର କରି ଦିଆଯାଇଥିଲା । ଯେତେବେଳେ ଏହି ଘଟଣା ଘଟିଥିଲା ରାହୁଲ ଭାଙ୍ଗି ଯାଇଥିଲେ ଏକ ଇଣ୍ଟରଭ୍ୟୁ ସମୟରେ ରାହୁଲ କହିଥିଲେ ବହିସ୍କାର ହେବା ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେ ଘରୁ ବାହାରକୁ ବାହାରିବା ପାଇଁ ଲାଜ୍ୟା ଅନୁଭବ କରିଥିଲେ । ୨୪ ଜାନୁଆରୀ ୨୦୧୯ରେ ରାହୁଲଙ୍କ ଉପରୁ ବିସିସିଆଇ ବ୍ୟାନ ହଟାଇଥିଲା ଏବଂ ରାହୁଲ ପୁଣିଥରେ ଦଳରେ ସାମିଲ୍ ହୋଇ ଯାଇଥିଲେ । ଦଳକୁ ପର୍ତ୍ୟାବର୍ତନ ପରେ ୨୪ ଫେବ୍ରୁଆରି ୨୦୧୯ରେ ପୁଣିଥରେ ଭାରତୀୟ ଦର ଏକାଦଶରେ ସାମିଲ୍ ହୋଇ ଦଳ ପାଇଁ କ୍ରିକେଟ ଖେଳିଥିଲେ ।

newstrend

ଦଳରୁ ବହାରି ଯିବା ପରେ ରାହୁଲ ମାନସିକ ରୂପରେ ଦୁଃଖୀ ଥିଲେ । ଏହି ଦୁଃଖ ରାହୁଲଙ୍କୁ ଅଧିକ ଶକ୍ତି ପ୍ରଦାନ କରିଥିଲା ଯାହାଫଳରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି ୨୦ରେ ବିଶାଖାପଟନମରେ ରାହୁଲ ଏକ ଅର୍ଦ୍ଧ ଶତକୀୟ ପାଳି ଖେଳିଥିଲେ । ବ୍ୟାନ୍ ହଟିବା ପରେ ପ୍ରଥମ ମ୍ୟାଚରେ ହିଁ ସେ ଅର୍ଦ୍ଧଶତକ କରିଥିଲେ । ନିଜର ପ୍ରଦର୍ଶନ ଯୋଗୁଁ ରାହୁଲଙ୍କୁ ୨୦୧୯ ବିଶ୍ଵକପ୍ ପାଇଁ ଦଳରେ ସ୍ଥାନ ମିଳିଥିଲା । ସେ ଵିଶ୍ଵକପର ୯ଟି ମ୍ୟାଚରେ ୪୫.୧୨ ହାରରେ ୩୬୧ ରନ୍ କରିଥିଲେ । ଏଥିରେ ଏକ ଶତକ ଏବଂ ଏକ ଅର୍ଦ୍ଧ ଶତକ ମଧ୍ୟ ସାମିଲ୍ ଅଛି । ବ୍ୟାନ୍ ହଟିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ରାହୁଲ ୩୫ଟି ମ୍ୟାଚରେ ୪୫.୪୦ ହାରରେ ୧୪୫୩ ରନ୍ କରି ସାରିଛନ୍ତି । ଦଳକୁ ପ୍ରତ୍ୟାବର୍ତ୍ତନ ପରେ ରାହୁଲ ଟି ୨୦ରେ ଭାରତ ପାଇଁ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଟି ଟି ୨୦ରେ ୪୮.୭୬ ହାରରେ ୬୩୪ ରନ୍ ସଂଗ୍ରହ କରି ସାରିଛନ୍ତି ଏହା ବ୍ୟତୀତ ରାହୁଲ କ୍ଷିପ୍ର ୪୦୦୦ ଟି ୨୦ ରନ୍ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ।

newstrend

ରାହୁଲଙ୍କ ଏହି ଅଦ୍ଭୁତ ପ୍ରଦର୍ଶନ କେବଳ 117ଟି ପାଳିରେ କରିଦେଖାଇଛନ୍ତି ।ରାହୁଲ ବିଶ୍ୱର ଭଲ ବ୍ୟାଟ୍ସମ୍ୟାନ କୋହଲିଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।ନିଜକୁ ଭଲ ବିକେଟ କିପର ରୂପରେ ମଧ୍ୟ ରାହୁଲ ନିଜକୁ ପ୍ରମାଣିତ କରିଛନ୍ତି ।ଧୋନୀଙ୍କ ଅନୁପସ୍ଥିତିରେ ରିସବ ପଣ୍ଠ ଦଳର ବିକେଟ କିପର ରୂପରେ ପ୍ରମାଣିତ କରିପାରିନଥିଲେ ।ଏହି ସମୟରେ ଅଷ୍ଟ୍ରେଲିଆ ବିରୁଦ୍ଧ ସିରିଜରେ ଋଷଭ ପଣ୍ଠଙ୍କୁ ଆଘାତ ଲାଗିଯାଇଥିଲା ଏବଂ ରାହୁଲଙ୍କୁ କିପିଙ୍ଗ ଭାର ମିଳିଥିଲା ସେହି ସମୟ ଠାରୁ ଆଜି ପର୍ଯ୍ୟନ୍ତ ଦଳ ପାଇଁ ରାହୁଲ ବିକେଟ କିପିଙ୍ଗ କରିଆସୁଛନ୍ତି ।

newstrend

କିପିଙ୍ଗ କରିବା ପରେ ରାହୁଲଙ୍କ ବ୍ୟାଟିଙ୍ଗରେ ସୁଧାର ଆସି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରୂପରେ ୭ଟି ମ୍ୟାଚରେ ୫୪.୧୬ ହାରରେ ୩୨୫ ରନ୍ ସଂଗ୍ରହ କରିଛନ୍ତି ଏବଂ ଷ୍ଟ୍ରାଇକ୍ ରେଟ୍ ୧୨୪.୦୪ ରହିଛି । ଆଜିର ସମୟରେ ରାହୁଲ ନିୟୁଜିଲ୍ୟାଣ୍ଡ ଟି ୨୦ ସିରିଜରେ ନିଜର ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ସିରିଜରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ ରନ୍ ସଂଗ୍ରହ କରିବା ବ୍ୟାଟ୍ସମ୍ୟାନ ଅଟନ୍ତି । ରାହୁଲଙ୍କ ବ୍ୟାଟିଂ ହାରାହାରି ୫୯.୯୯ ରହିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦୁଇଟି ଅର୍ଦ୍ଧ ଶତକ ମାରି ସାରିଛନ୍ତି । ଏଥିରୁ ଜଣା ପଡୁଛି ସେ ନିଜର ଖରାପ ପରିସ୍ଥିତିର ଉଚିତ ମୁକାବିଲା କରି ପାରିଛନ୍ତି । ନିଜର ପ୍ରଦର୍ଶନ ଫଳରେ ଭାରତୀୟ ଦଳର ଏକ ଅଙ୍ଗ ପାଲଟି ଯାଇଛନ୍ତି ।

Be the first to comment

Leave a Reply

Your email address will not be published.


*