ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ରିୟା ଚକ୍ରବର୍ତ୍ତୀ ଉଠାଇଲେ ଏକ ବଡ଼ ପଦକ୍ଷେପ, ହଠାତ ଏପରି ନିଷ୍ପତ୍ତି ନେଲେ

ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ରିୟା ଚକ୍ରବର୍ତ୍ତୀ ଉଠାଇଲେ ଏକ ବଡ଼ ପଦକ୍ଷେପ, ହଠାତ ଏପରି ନିଷ୍ପତ୍ତି ନେଲେ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବୋଲିଉଡ଼ରେ ହାହାକାର ସୃଷ୍ଟି ହୋଇଛି । ଲୋକମାନେ ଲଗାତାର ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । ଏହାସହିତ ବୋଲିଉଡ଼ରେ ପକ୍ଷପାତକୁ ନେଇ ମଧ୍ୟ ଷ୍ଟାର ମାନଙ୍କୁ ଟାର୍ଗେଟ କରାଯାଉଛି । ଫଳରେ ଅନେକ ବଡ଼ ଷ୍ଟାର ମାନେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁର ୧୪ ଦିନ ପରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏକ ବଡ଼ ପଦକ୍ଷେପ ଉଠାଇଛନ୍ତି ।

google

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅନେକ ଲୋକ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କିଛି ଲୋକମାନେ ତାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ମଧ୍ୟ କରିଛନ୍ତି । ଏହି କାରଣରୁ ଟ୍ଵିଟରରେ ଅନେକଥର ରିୟାଙ୍କ ଉପରେ ଟ୍ରୋଲ୍ କରାଯାଇଛି । ତେଣୁ ଏବେ ରିୟା ଏହିଭଳି ସମସ୍ୟାରୁ ବର୍ତ୍ତିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ରିୟା ଚକ୍ରବର୍ତ୍ତୀ ନିଜର ଇନସ୍ଟାଗ୍ରାମ୍ ଆକାଉଣ୍ଟରେ ସେଟିଂକୁ ବଦଳାଇ ସେଥିରେ କମେଣ୍ଟର ବିକଳ୍ପ ବନ୍ଦ କରିଦେଇଛନ୍ତି । ଏବେ କେହିବି ତାଙ୍କ ପୋଷ୍ଟରେ କମେଣ୍ଟ କରିପାରିବେ ନାହିଁ ଏବଂ ତାଙ୍କୁ କୌଣସି ପ୍ରକାରର ପ୍ରଶ୍ନ ମଧ୍ୟ ପଚାରି ପାରିବେ ନାହିଁ । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ରିୟା ସୋସିଆଲ ମିଡିଆରେ ଆଦୋୖ ଆକ୍ଟିଭ ରାହୁନହାନ୍ତି ।

google

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ପର୍ଯ୍ୟନ୍ତ ୨୬ ଜଣ ଲୋକଙ୍କୁ ପଚରାଉଚୁରା କରିସାରିଛି । ପୋଲିସ ରିୟା ଚକ୍ରବର୍ତ୍ତୀଙ୍କୁ ମଧ୍ୟ ୯ ଘଣ୍ଟା ଧରି ପଚରାଉଚୁରା କରିଥିଲା । ଏଥିରେ ରିୟା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ ଏହି ବୟାନ ଦେଇଥିଲେ ଯେ-ଯେତେବେଳେ ସେ ଜୁନ ୬ରେ ସୁଶାନ୍ତଙ୍କ ଘର ଛାଡ଼ି ଯାଇଥିଲେ ସେତେବେଳେ ତାଙ୍କୁ ସୁଶାନ୍ତ ନିଜେ ହିଁ ଯିବାକୁ କହିଥିଲେ । ତାସହିତ ରିୟା ନିଜ ବୟାନରେ ଏହା ମଧ୍ୟ କହିଥିଲେ ଯେ, ସୁଶାନ୍ତ ଉଦାସୀନତା ଥିବାରୁ ୬ ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା ସତ ମାତ୍ର ସେ ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ହିଁ ଔଷଧ ନେବା ବନ୍ଦ କରିଦେଇଥିଲେ ।

ରିୟା କହିଥିଲେ ଯେ, ‘ଆମ ସମ୍ପର୍କ ପ୍ରଥମରୁ ହିଁ କିଛି ଖାସ ନଥିଲା । ସୁଶାନ୍ତ ସବୁବେଳେ ନିଜ ଚିନ୍ତାରେ ହିଁ ବୁଡ଼ି ରହୁଥିଲେ । ସେ ମୋ ସହିତ ଏତେବି କୌଣସି ଖାସ ସମୟ ବିତାଇ ନାହାଁନ୍ତି । ଯେତେବେଳେ ସେ କୌଣସି କାରଣରୁ ଦୁଃଖୀ ହୋଇଯାଉଥିଲେ ସେ ନିଜର ଫାର୍ମହାଉସକୁ ଯାଉଥିଲେ । ଆମ ରିଲେସନସିପ କାରଣରୁ ଆମ ଦୁହିଁଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ପ୍ରଭାବିତ ହେଉଥିଲା’ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ମକଦ୍ଦମା ରୁଜ୍ଜୁ କରାଯାଇଛି । ରିୟାଙ୍କ ଉପରେ ଆତ୍ମହତ୍ୟା ପାଇଁ ଉତ୍ତେଜିତ କରିବା ଆରୋପ ଲଗାଯାଇଛି ।

ନିଜର ମତାମତ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *