14 ନଭେମ୍ବର 2020, ଶନିବାର- ଅନେକ ବର୍ଷ ପରେ ଦୀପାବଳୀରେ ଗ୍ରହ ନକ୍ଷେତ୍ରଙ୍କ ବିଶେଷ ସଂଯୋଗ ! ଏହି ୫ଟି ରାଶିର

14 ନଭେମ୍ବର 2020, ଶନିବାର- ଅନେକ ବର୍ଷ ପରେ ଦୀପାବଳୀରେ ଗ୍ରହ ନକ୍ଷେତ୍ରଙ୍କ ବିଶେଷ ସଂଯୋଗ ! ଏହି ୫ଟି ରାଶିର ବ୍ୟକ୍ତି ଆର୍ଥିକ କ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଅନ୍ୟ ରାଶିଗୁଡିକ ମଧ୍ୟ ଭଲ ରହିବ । ଆସନ୍ତୁ ଜାଣିବା…

ଆଜି ଦୀପାବଳୀର ପର୍ବ । ଆଜିର ଏହି ଦିନରେ ମାତା ଲକ୍ଷ୍ମୀଙ୍କ ପୂଜାଅର୍ଚ୍ଚନା କରାଯାଏ । ଏଠାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏହି ଦୀପାବଳୀ ପର୍ବରେ ୫ଟି ରାଶିରେ ଏକ ବିଶେଷ ସଂଯୋଗ ଘଟୁଅଛି । ଦୀପାବଳୀରେ ବୃହଷ୍ପତ୍ତି ନିଜ ସ୍ଵରାଶି ଧନୁରେ ଓ ଶନି ସ୍ଵଗୃହ ମକର ରାଶିରେ ରହିବେ ଏବଂ ଶୁକ୍ର କନ୍ୟା ରାଶିରେ ରହିବ । ଏହି ଗ୍ରହଗୁଡିକ ଏହି ବିରଳ ସଂଯୋଗରେ ୫ଟି ରାଶିର ବ୍ୟକ୍ତି ଯଥେଷ୍ଟ ଉପକୃତ ହେବେ । ଆଜି ଆମେ ଆପଣଙ୍କୁ ୧୪ ନଭେମ୍ବର ଶନିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଭଲ ରହିବ । କେତେକ କ୍ଷେତ୍ରରେ ମାନସିକ ଚାପର ବଶବର୍ତ୍ତୀ ହୋଇପାରନ୍ତି । ତେଣୁ କର୍ମକ୍ଷେତ୍ରରେ ନିଜ କାର୍ଯ୍ୟକୁ ଠିକ୍ ଭାବରେ କରିବାକୁ ପଡିବ ଅନ୍ୟଥା କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଯାଇପାରେ । ଯେଉଁ କାର୍ଯ୍ୟ ସମାପନ କରିବା ପାଇଁ ପ୍ରତିଜ୍ଞ ବୋଧ କରିଛନ୍ତି, ସେହି କାର୍ଯ୍ୟକୁ ଶେଷ ସୀମାରେ ପହଞ୍ଚିବା ପାଇଁ ଧାଆଁ ଧାଉଡ କରିବାକୁ ପଡିବ । ଯଦି ଆପଣ କୌଣସି କ୍ଷେତ୍ରରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଘରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ଉପଯୁକ୍ତ ପରାମର୍ଶ ଦେଇ ପ୍ରଶଂସିତ ହେବେ । ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ବ୍ୟକ୍ତିଙ୍କୁ ଗଭୀର ବିଶ୍ୱାସ କଲେ ପ୍ରତାରିତ ହେବେ । ପରିବାରରେ କାହାରି ସ୍ଵସ୍ଥ୍ୟାବସ୍ଥାକ୍କୁ ନେଇ ମନ ଚିନ୍ତିତ ରହିବ । ପ୍ରେମ ସଂପର୍କରେ ସଫଳତା ମିଳିପାରେ । ପାରିବାରିକ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରିବେ । ଶୁଭରଙ୍ଗ:ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଭାବପ୍ରବଣତା ବୃଦ୍ଧି ପାଇବା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟ ଓ ବାଣିଜ୍ୟରେ ଆକସ୍ମିକ ଭାବରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ । ଅଫିସ କାର୍ଯ୍ୟରେ ଉଚ୍ଚଅଧିକାରୀ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବେ । କୌଣସି ନୂତନ କାର୍ଯ୍ୟର ଆରମ୍ଭ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟା ଅତି ସହଜରେ ସମାଧାନ ହେବ କିନ୍ତୁ କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ପ୍ରିୟ ବନ୍ଧୁ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି । ବିଦ୍ୟାର୍ଥିମାନେ ପାଠପଢାରେ ଅବହେଳା କରିବେ । ବିବାହିତ ଲୋକଙ୍କ ଜୀବନରେ ଚାଲିଥିବା ସମସ୍ୟା ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ କେତାକାଂଶରେ ଉପକୃତ ମିଳିବ । ଆଜି ଆପଣ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗିଥିବା ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିକୋଣରୁ ଦିନଟି ଭଲ ରହିଲେ ମଧ୍ୟ ଦୈହିକ ଦୁର୍ବଳତା ଯୋଗୁଁ ମନରେ ସରସତା ରହିବ ନାହିଁ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ସାହାଭିତା କରିବେ । ସମୟାନୁକ୍ରମେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପରିବାରରେ ଶାନ୍ତଶିଷ୍ଟର ବାତାବରଣ ରହିବ । ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଲକ୍ଷ୍ମୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଭାଗ୍ୟର ସହଯୋଗରେ ବିନା ବାଧାବିଘ୍ନରେ ଆଗକୁ ବଢିବେ । କର୍ମକ୍ଷେତ୍ରରେ ଆଲସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡିପାରେ । ପୁନର୍ବସୁ ନକ୍ଷତ୍ର ଆର୍ଥିକ ସ୍ୱଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ । ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହେବେ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ରାଜନୈତିକ କ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ । ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନ୍‌ସନକୁ ନିମନ୍ତ୍ରଣ କରିପାରନ୍ତି । ସମାଜରେ ମନ ସମ୍ମାନ ମଧ୍ୟ ବଢିବ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ । ଆର୍ଥିକ ଦିଗରୁ ଉନ୍ନତି ହେବ । ସ୍ୱାସ୍ଥ୍ୟ ଠିକ୍ ରହିବ । ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ । ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିବେ ଯାହାଦ୍ୱାରା ସମସ୍ୟା ସମାଧାନର ମାର୍ଗ ମିଳିବ । ଆର୍ଥିକ ରୋଜଗାରର ନୂଆ ରାସ୍ତା ନଜର ଆସିବ । ବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଉଚ୍ଚମାନର ରହିବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ଅଧସ୍ତନ କର୍ମଚାରୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ସାମାଜିକ ସ୍ତରରେ ଅନ୍ୟମାନଙ୍କ ଉପରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ସ୍ଵାସ୍ଥ୍ୟହାନି କାରଣରୁ ପ୍ରତ୍ୟେକ କାମରେ ପଛୁଆ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଭୈରବୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କୌଣସି ଏକ ଅଶୋଭନୀୟ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନାଧିପ ଷଷ୍ଠସ୍ଥ ଯୋଗୁଁ ଆପଣଙ୍କ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳି ଯାଇପାରେ । ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ଅଫିସରେ କିଛି ଉଚ୍ଚ-ଅଧିକାରୀଙ୍କ ଠାରୁ ପ୍ରସଂଶିତ ପାଇବେ । ସଭାସମିତି, ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରିବେ । ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ବାହାର ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ଭଲ ରହିବ । ସମସ୍ୟା ଥିଲେ ମଧ୍ୟ କାମ ଅଟକିବ ନାହିଁ । ଯେକୌଣସି ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ତତ୍ପର ପ୍ରକାଶ କରିପାରିଲେ ଅବଶ୍ୟ ସଫଳତା ପାଇପାରିବେ । କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ, ମାତ୍ର ଆତ୍ମୀୟ ସ୍ଵଜନଙ୍କ ପାଇଁ ଚିନ୍ତା ବଢ଼ିପାରେ । ସାମାନ୍ୟ କଥାରେ ଆପଣ ଉତ୍ତେଜିତ ହୋଇ ପାରନ୍ତି ଓ ଝଗଡା ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପରିବାର ଭିତରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ନିକଟ ସମ୍ପର୍କୀୟ ଉପର ମନରେ ସ୍ନେହ ଦେଖାଇ ଭିତରେ ଚେର କାଟି ପାରନ୍ତି । ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବା ଭଲ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବା । ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ସ୍ଥିରତା ହରାଇ ବସିବେ । ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ଦୁର୍ଭାବନାର ଚିନ୍ତା କରିବା କାରଣରୁ ମନ ଓ କାମ ଶୃଙ୍ଖଳିତ ରହିବ ନାହିଁ । କୌଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରି ବିଚଳିତ ହୋଇପାରନ୍ତି । ପୂର୍ବ ଯୋଜନା ଅନୁସାରେ କେତେକ କାମ ନ ହେବା କାରଣରୁ ସବୁ ପ୍ରକାର ସୁବିଧା ଥାଇ ମଧ୍ୟ କୌଣସି କାମରେ ମନ ଲାଗିବ ନାହିଁ । ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ । ବନ୍ଧୁମାନଙ୍କ ସହ ସମ୍ପର୍କ ଦୃଢ ହେବ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଯୋଗୁଁ ଚିନ୍ତିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ରାମଚଣ୍ଡୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । କର୍ମକ୍ଷେତ୍ରରେ କ୍ରମଶଃ ସମସ୍ୟା ସୁଧୁରିଯିବା କାରଣରୁ ମନ ହାଲୁକା ଲାଗିବ । କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ । କର୍ମକ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇପାରିବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ବ୍ୟବସାୟମାନଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ସାମାଜିକ ସ୍ତରରେ ଖଳ ଲୋକମାନଙ୍କର କାନ କୁହା କଥା ଶୁଣନ୍ତୁ ନାହିଁ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ଶାରୀରିକ ସୁସ୍ଥତା ଥିଲେ ମଧ୍ୟ ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହେବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ସତର୍କତା ଅଭାବରୁ ଧନହାନିର ପୂର୍ଣ୍ଣ ସୂଚନା ରହିଛି । କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି । ସମସ୍ୟାମୁଳକ କାମରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତନା ମିଳିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ସରକାରୀ କାମରେ ସଫଳତା ମିଳିବ । ସାମାଜିକ ସ୍ତରରେ ମାନସମ୍ମାନ ଲାଭ କରିବେ । ଉଚ୍ଚଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ସୁଫଳ ମିଳିବ । ପରିବାର ମଧ୍ୟରେ ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କୁଟ କଥା କହିବେ । ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା କାରଣରୁ ଖାଦ୍ୟପେୟ ଠିକ୍ ରହିବ ନାହିଁ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆତ୍ମୀୟଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । କିନ୍ତୁ କାମଗୁଡିକ ବହୁତ ବିଳମ୍ବରେ ସମ୍ପାଦନ ହେଉଥିବା ଯୋଗୁଁ ମନରେ ଉଦ୍‌ବେଗ ପ୍ରକାଶ କରିବେ । ବ୍ୟବସାୟ ବାଣିଜ୍ୟରେ ସାମାନ୍ୟ ମାନ୍ଦା ରହିବ କିନ୍ତୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ ସ୍ଥଗିତ ରହିଥିବା କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ସହକର୍ମୀମାନେ ସହଯୋଗ କରିବେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । ବକ୍ ଅସଂଯମତା ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଆଜିର ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ । ସ୍ଵାସ୍ଥ୍ୟାବସ୍ଥାରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବା ଯୋଗୁଁ ମନକୁ ଆଶ୍ୱସ୍ତି ମିଳିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ କଟକଚଣ୍ତୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

କୌଶଳ କ୍ରମେ ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟରେ ମନୋବାଞ୍ଛିତ ଫଳ ପାଇବେ । ଆର୍ଥିକ ସ୍ଵଚ୍ଛଳତା ଭଲ ରହିବ, ସମାଜରେ ଉଚ୍ଚସମ୍ମାନ ମିଳିବ ଓ ବନ୍ଧୁଙ୍କ ଗହଣରେ ଆନନ୍ଦ ପ୍ରାପ୍ତ କରିବେ । ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ । ସଭାସମିତିରେ ଯୁକ୍ତିଯୁକ୍ତ ପ୍ରସ୍ତାବ ଦେଇ କାର୍ଯ୍ୟ ସାଧନ କରିବେ । ଅନ୍ୟମାନଙ୍କ ସହ ଆପଣଙ୍କର ଟୁପ୍ ଟାପ କଥାକୁ ଅନ୍ୟମାନେ ଭିନ୍ନ ଦୃଷ୍ଟି କୋଣରୁ ବିଚାର କରିବେ । ସତ୍‌ସଙ୍ଗ ଓ ଧର୍ମ, ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ । କଠିନଶ୍ରମ ଓ କାର୍ଯ୍ୟବ୍ୟସ୍ତତା କାରଣରୁ ଖାଦ୍ୟପେୟର ଅନିୟମିତତା ସ୍ୱାସ୍ଥ୍ୟହାନିର କାରଣ ହେବ । ଭୁଲ୍‌ ବୁଝାମଣା ହେତୁ ପାରିବାରିକ କ୍ଷେତ୍ରରେ ସାମାନ୍ୟ କଥାରେ ମନୋମାଳିନ୍ୟ ଘଟିପାରେ । ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ବିରଜା ।

Be the first to comment

Leave a Reply

Your email address will not be published.


*