13 ଅକ୍ଟୋବର 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଖୁସି । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ

13 ଅକ୍ଟୋବର 2020, ମଙ୍ଗଳବାର- ଆଜି ଏହି ୩ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଖୁସି । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆଜି ଆମେ ଆପଣଙ୍କୁ ୧୩ ଅକ୍ଟୋବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପ୍ରତ୍ୟେକ କ୍ଷେତ୍ରରେ ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । କୃତ୍ତିକା ନକ୍ଷତ୍ରର ବିଭିନ୍ନ ପ୍ରକାରର ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ କିନ୍ତୁ କେତେକ କାର୍ଯ୍ୟ ହାସଲ କରିବା ନିମନ୍ତେ ଅଯଥା ଖର୍ଚ୍ଚାନ୍ତ ହେବ । କର୍ମକ୍ଷେତ୍ରରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ପରୋକ୍ଷ ଶତ୍ରୁତା ଯୋଗୁଁ କାର୍ଯ୍ୟ ହାସଲ କରିବାରେ ସମୟ ସାପେକ୍ଷ ଲାଗିପାରେ । ଅଫିସ ପରିସରରେ ଓ ସଭାସମିତରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ । ସମାଜରେ ମାନସମ୍ମନ ବୃଦ୍ଧି ହେବ । ଆଜିର ଯାତ୍ରାରେ ସତର୍କତା ଅଭାବରୁ ଧନହାନି କିମ୍ବା କୌଣସି ଜିନିଷ ଚୋରି ହେବାର ସୂଚନା ରହିଛି । ପାରିବାରିକ କ୍ଷେତ୍ରରେ ସୁଖଦମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପୂଜା ପାଠରେ ଅଧିକାଂଶ ସମୟ ଅତିବାହିତ କରିବେ । ମୃଗଶିରା ନକ୍ଷତ୍ରର ଶାରୀରିକ ଅସୁସ୍ଥତା ସଙ୍ଗକୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ସମସ୍ୟା ଦେଖାଦେଲେ ମଧ୍ୟ ଧୌର୍ଯ୍ୟହରା ନ ହୋଇ ସାହସିକତାର ସହ ସମସ୍ୟାକୁ ସମ୍ମୁଖୀନ କରିବେ । କେତେକେ ବନ୍ଧୁ ଆପଣଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଆଗେଇ ଆସିବେ । ସହକର୍ମୀମାନେ ନିଜ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଆପଣଙ୍କୁ ଫୁସୁଲାଫୁସୁଲି କରିବେ ଓ ଆପଣଙ୍କ ଜୟଗାନ କରିବେ । ପାରଷ୍ପରିକ ମତଭେଦ କାରଣରୁ ଅଫିସରେ କିମ୍ବା ଆଲୋଚନା କ୍ଷେତ୍ରର ନିଷ୍ପତ୍ତି ଅମୀମାଂସିତ ହୋଇ ରହିଯାଇପାରେ । ଆଗାମୀ ଦିନର ଆନୁଷ୍ଠାନିକ କାମଗୁଡିକ ଯେପରି ସୁବିଧାରେ ସମ୍ପନ୍ନ ହୋଇପାରିବ, ସେଥିସକାଶେ ଯୋଜନା ପ୍ରସ୍ତୁତ କରିପାରନ୍ତି । ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସାଧାରଣ କଥାରେ କ୍ଷୁବ୍ଧ ହୋଇ ସ୍ତ୍ରୀ ମଧ୍ୟ ମୁହଁ ଫେରାଇ ନେଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ବନ୍ଧୁଙ୍କ ସହାୟତାରେ ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କିନ୍ତୁ ଆର୍ଦ୍ରା ନକ୍ଷତ୍ରର ପ୍ରଭାବରୁ କର୍ମକ୍ଷେତ୍ରରେ ଆପଣ ନିଜ ଜିଦରେ ଅଟଳ ରହିବା କାରଣରୁ ଛୋଟିଆ ଛୋଟିଆ କଥାରେ କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏପରି କେତେକ କ୍ଷେତ୍ରରେ ଆପଣଙ୍କ କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ କେତେକ ଅସ୍ଵଭାବିକ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ଆଜି କୌଣସି ଅର୍ଥ ସମ୍ବନ୍ଧୀୟ ନେଣଦେଣ ବା କାରବାର କିମ୍ବା କୌଣସି ଚୁକ୍ତିପତ୍ର ସ୍ଵାକ୍ଷର କରନ୍ତୁ ନାହିଁ । କେତେକ ଗୁରୁତ୍ୱପୂର୍ଣ୍ଣ କାମରେ ମିତ୍ରଙ୍କ ଠାରୁ ପରାମର୍ଶ ପାଇବେ । କେତେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ଆଶ୍ୱାସନାମୂଳକ ପ୍ରତିଶ୍ରୁତିରୁ ମନ ଖୁସି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିଶ୍ରମ ମୁତାବକ ପାରିଶ୍ରମିକ ପାଇବା କଷ୍ଟକର ହୋଇପାରେ । ପୁଷ୍ୟା ନକ୍ଷତ୍ର ପ୍ରଭାବରେ କର୍ମକ୍ଷେତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବ ନାହିଁ । ନିକଟ ସମ୍ପର୍କୀୟମାନଙ୍କ ଆଚରଣ ମନକୁ ବିଭ୍ରାନ୍ତ କରିବ । ବ୍ୟବସାୟ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । କିନ୍ତୁ ଆଜି ଅଫିସର ବାତାବରଣ ସୁସ୍ଥ ରହିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ଓ ସହଯୋଗ କରି ମଜାମଉଜରେ ଦିନଟି ଅତିବାହିତ କରିବେ । ସଭାସମିତିରେ କିମ୍ବା ଆଲୋଚନା ପରିସରରେ ନୀରବତା ରହିବା ଶ୍ରେୟସ୍କର ହେବ । ଆର୍ଥିକ ସ୍ଥିତି ମାନ୍ଦା ରହିବା କରନ୍ତୁ ଧାରା କରଜ କରିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । କ୍ରୋଧ ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ ଓ ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆମତ୍ତୃପ୍ତି ଅନୁଭବ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ । ପୂର୍ବାଫାଲଗୁନୀର ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ଅଳ୍ପ ସମୟ ଭିତରେ ମିଳାଇଯିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ସୁଧାର ଆସିବା ଫଳରେ ମନ ଆନନ୍ଦିତ ରହିବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାମ ଅର୍ପଣ କରିବେ । ଉପରିସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରି ସମସ୍ୟାର ଆଶୁ ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମ ହାସଲ କରି ଉପକୃତ ହେବେ । ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପାରିବାରିକ ସ୍ଥିତି କେତେକାଂଶରେ ଭଲ ରହିପାରେ । କିନ୍ତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଉନ୍ନତିର ପଥରେ ଅଗ୍ରସର ହେବେ । ହସ୍ତା ନକ୍ଷତ୍ରର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଅଗ୍ରାଧିକାର ଦେଇ ଯଶ ଓ ମାନସମ୍ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ଚାକିରୀ ଜୀବିମାନେ କର୍ମକ୍ଷେତ୍ରରେ ନିଜ ପଦମର୍ଯ୍ୟାଦାକୁ ସୁରକ୍ଷିତ ରଖିବାରେ ସମର୍ଥ ହେବେ । ଗଠନ ମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଶତ୍ରୁତା ଆରଚରଣ କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି ଭଳି କଥା କହିପାରେ । କୌଣସି ଯୋଜନା ବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ । ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ । ପରିବାର ଲୋକଙ୍କ ସହିତ ସମୟ ବିତାଇବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବେ । ସ୍ଵାତୀ ନକ୍ଷତ୍ର ପ୍ରଭାବରୁ ଆଜି ଆପଣ ନିଜ ଆତ୍ମୀୟସ୍ଵଜନଙ୍କ ସହଯୋଗ ଓ ସାହାଯ୍ୟରୁ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ । କିନ୍ତୁ ନିଜ କାର୍ଯ୍ୟ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ, ଅନ୍ୟଥା ମଧୁର ବଚନ କହୁଥିବା ସହକର୍ମୀ ବା ଅଧିନସ୍ଥ କର୍ମଚାରୀମାନେ ହଇରାଣରେ ପକାଇପାରନ୍ତି । କର୍ମକ୍ଷେତରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବରିଷ୍ଠ ବ୍ୟକ୍ତି ଓ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ଅଫିସରେ ଉଚ୍ଚାଧିକାରୀ ଓ ସହକର୍ମୀମାନଙ୍କ ସହଯୋଗ ମିଳିବ ଫଳରେ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ସମ୍ପାଦନ କରିପାରିବେ । ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସାମାଜିକ କାର୍ଯ୍ୟରେ ସହଭାଗିତା କରିପାରନ୍ତି । ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ପଛେଇ ଯାଇପାରନ୍ତି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମହାଲକ୍ଷ୍ମୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାରାତ୍ମକ ଚିନ୍ତାଧାରା ନେଇ କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ଆଜି ରାଶିରେ ଅନୁରାଧା ନକ୍ଷେତ୍ରର ପ୍ରଭାବରେ ମାନସିକ ଅସ୍ଥିରତା କାରଣରୁ କାର୍ଯ୍ୟଗୁଡିକ ପୂର୍ଣ୍ଣ କରିବାରେ ବିଳମ୍ବ ହୋଇପାରେ ଏବଂ ଯେଉଁ କାମ କରିବା ପାଇଁ ଭାବୁଛନ୍ତି, ତାହା କରିବା ବେଳେ ଠିକ୍ ଓଲଟା କରିବେ । କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ଆର୍ଥିକ ଅବସ୍ଥା ଶୋଚନୀୟ ରହିବ । ବ୍ୟବସାୟ ଓ ବାଣିଜ୍ୟରେ କାରବାର ମାନ୍ଦା ରହିବ । ବ୍ୟବସାୟରେ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ବନ୍ଧୁଙ୍କ ଠାରୁ ପରାମର୍ଶ ଲୋଡିବେ । ଅଫିସରେ ଅତ୍ୟଧିକ କାର୍ଯ୍ୟ ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ସହ ମନାନ୍ତର ମଧ୍ୟ ହୋଇପାରେ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇପାରେ; ଯାହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଆପଣ ନୂଆ ଆହ୍ଵାନର ସମ୍ମୁଖୀନ କରିବେ । ଚିତ୍ରା ନକ୍ଷତ୍ରସ୍ଥ ଯୋଗୁଁ ଆକସ୍ମିକ ଭାବରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ । ଯେକୌଣସି କାମ ତରବରିଆ ହୋଇକରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ କିନ୍ତୁ ଅଯଥା ଅପବ୍ୟୟ ଉପରେ ଅଙ୍କୁଶ ଲଗାନ୍ତୁ । ବ୍ୟବସାୟରେ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀ ସହ ସମ୍ପର୍କ ଭଲ ରହିବ କିନ୍ତୁ କାର୍ଯ୍ୟଭାର ଅଧିକ ଯୋଗୁଁ ମନରେ ସରସତା ରହିବ ନାହିଁ । କେତେକ ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ପାରିବାରିକ, ଅର୍ଥନୈତିକ ତଥା ପ୍ରଶାସନିକ ସ୍ତରରେ ସମସ୍ୟାର ସମଧାନ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । ସ୍ଵାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ହେତୁ ମାନସିକ ସୁସ୍ଥତା ହରାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ । ଶ୍ରବଣା ନକ୍ଷତ୍ର ବିଭିନ୍ନ ଦିଗରୁ ମାନସିକ ଚାପ ଓ ପ୍ରତିବନ୍ଧକର ସାମ୍ନା କରିପାରନ୍ତି । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । ବ୍ୟବସାୟରେ ସ୍ଥିତି ମାଧ୍ୟମ ଧାରଣ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ବଦାନ୍ୟତାରୁ କାର୍ଯ୍ୟ ସାଧନ କରି ପ୍ରଶଂସିତ ହେବେ । ଅଫିସରେ ସହକର୍ମୀଙ୍କ ସହ ହସଖୁସୀରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି, ତଥାପି ଆପଣ ନିଜ କାର୍ଯ୍ୟକୁ ନିଷ୍ଠାର ସମ୍ପାଦନ କରିବେ । ଆଲୋଚନାର ଶେଷ ପର୍ଯ୍ୟାୟରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇ ପାରନ୍ତି । ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ହଠାତ୍‌ ଯାତ୍ରା କରିବାକୁ ପଡିପାରେ । ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇଲେ ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହୋଇପାରେ, ତେଣୁ ସତର୍କ ରୁହନ୍ତୁ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ହେତୁ ମନାନ୍ତର ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭଗବାନଙ୍କୁ ଆରୋଧନ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ଧନିଷ୍ଠା ନକ୍ଷତ୍ର ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅନଟନ ଯୋଗୁଁ କେତେକ କାମକୁ ସ୍ଥଗିତ ରହିଯିବାର ସମ୍ଭାବନା ରହିଛି । ଅଫିସରେ “ବୋଝ ଉପରେ ଲଲିତା ବିଡା” ପରି କାର୍ଯ୍ୟଭାର ଅଧିକ ରହିବ । କଠିନ ରୁ କଠିନ ପରିଶ୍ରମ କରିବା ସତ୍ତ୍ୱେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ଆପଣଙ୍କୁ ସମାଲୋଚିତ କରିପାରନ୍ତି । ପ୍ରଶାସନ ତଥା ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଲୋକ ସମ୍ପର୍କ ବୃଦ୍ଧି କରିବେ । ବାଦବିବାଦ, ତର୍କବିତର୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ପରିବାରରେ ଦୀର୍ଘ ଦିନରୁ ଚାଲିଥିବା ପାରିବାରିକ ସମସ୍ୟାର ବନ୍ଧୁଙ୍କ ଦ୍ଵାରା ସମାଧାନ ହୋଇଯିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ସକାରାତ୍ମକ ରଖନ୍ତୁ । ଉତ୍ତରଭାଦ୍ରବ ନକ୍ଷତ୍ରର ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି । ଆଶା କରିଥିବା କାର୍ଯ୍ୟଗୁଡିକର ସଫଳ ରୂପାୟନ ହୋଇନ ପାରିବ ଯୋଗୁଁ ମନରେ ନୈରାଶ୍ୟଜନିତ ଦୁଃଖ ପ୍ରକାଶ କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିଲେ ମଧ୍ୟ ଆର୍ଥିକ କ୍ଷେତ୍ରରେ କୌଣସି ଅଭାବ ଅସୁବିଧା ହେବ ନାହିଁ । ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ କେତେକାଂଶରେ ସାନ୍ତ୍ୱନାମୂଳକ ପରାମର୍ଶ ପାଇବେ ଓ ସ୍ଥଗିତ ଥିବା କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଜ୍ଞବୋଧ ହେବ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହୋଇପାରନ୍ତି । ଭଲ କଥା କହିଲେ ମଧ୍ୟ ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ତାହାକୁ ଓଲଟା ବୁଝେବେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଃଶ୍ଚିନ୍ତାର କାରଣ ହୋଇପାରେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

Be the first to comment

Leave a Reply

Your email address will not be published.


*