13 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ୭ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଉନ୍ନତିର

13 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ୭ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଉନ୍ନତିର

13 ଅଗଷ୍ଟ 2020, ଗୁରୁବାର- ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଏହି ୭ଟି ରାଶିର ବ୍ୟକ୍ତିଙ୍କ ନିମନ୍ତେ ଉନ୍ନତିର ରାସ୍ତା ଉନ୍ମକ୍ତ ହେବ । ଜୀବନରୁ ସୁଖମୟ ରହିବ । ହସଖୁସିର ବାତାବରଣରେ ଦିନ ଅତିବାହିତ କରିବେ ।

ଆମେ ଆପଣଙ୍କୁ ୧୩ ଅଗଷ୍ଟ, ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିବେ ଓ କୃତକାର୍ଯ୍ୟ ହେବେ । ଆଜି ଧନ ଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ । କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କୌଣସି ନୂତନ କାର୍ଯ୍ୟାରମ୍ଭ କରିବା ପାଇଁ ମନ ବଳାଇବେ । ଅଫିସରେ ଆପଣଙ୍କ ପ୍ରାର୍ଥନାକୁ ଉଚ୍ଚାଧିକାରୀ ଗୁରୁତ୍ଵର ସହିତ ବିଚାର କରିବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ । ପରିବାର ସଦସ୍ୟଙ୍କ ସହ କୌଣସି ମାଙ୍ଗଳିକ କାର୍ଯ୍ୟକୁ ଆଲୋଚନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ବୁଝି ବିଚାରି କାର୍ଯ୍ୟ କରିଲେ ସଫଳତାର ଶୀର୍ଷରେ ଉପନୀତ ହୋଇପାରନ୍ତି । ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ । ଅବଶ୍ୟ ହିତୈଷୀ ବନ୍ଧୁମାନଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ । ବ୍ୟବସାୟରେ ଲାଗିରହିଥିବା ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ପାରିବାରିକ ଓ ଦାମ୍ପତ୍ୟ ଜୀବନ ଆନନ୍ଦମାୟ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଶତ୍ରୁ ଭୟ ହେତୁ ଆଶଙ୍କା ଜର୍ଜରିତ ହୋଇପାରନ୍ତି । ରାହୁଙ୍କ ପ୍ରଭାବରେ ମାନସିକ ସ୍ଥିତି ସେତେଟା ଭଲ ରହିନପାରେ । ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବାକୁ ମନ ବଳାଇପାରନ୍ତି । କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କଲେ ଭଲ ହେବ । ଅଫିସରେ ନିଷ୍ଠାର ସହ ନିଜ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବେ । କିନ୍ତୁ କୌଣସି ସହକର୍ମୀଙ୍କ ସହ ସାଧାରଣ କଥାରେ ଯୁକ୍ତି ତର୍କ କରି କଳହକୁ ନିମନ୍ତ୍ରଣ କରିପାରନ୍ତି । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ତିକ୍ତତାରେ ମଧୁରତା ଆସିବ । କାର୍ଯ୍ୟଦକ୍ଷତା ଯୋଗୁଁ ବ୍ୟବସାୟିକ କ୍ଷେତ୍ରରେ ଆର୍ଥିକ ସ୍ଥିତି ଉନ୍ନତି ପରିଲକ୍ଷିତ ହେବ । ଅଫିସ୍‌ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଶୁଭକାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ର ଓ ପାରିବାରିକ ପରିବେଶ ସଙ୍ଗକୁ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ । ଚାକିରି କ୍ଷେତ୍ରରେ ବହୁତ ଦିନରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ଅଫିସରେ ନୂତନ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇପାରେ । ଏକା ସାଙ୍ଗରେ ବହୁତ ଗୁଡିଏ କାମ ହାତକୁ ନେବା କାରଣରୁ ବ୍ୟସ୍ତ ହୋଇପଡ଼ିବେ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଧାର୍ମିକ କାର୍ଯ୍ୟପ୍ରତି ମନ ବଳାଇବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଆପଣଙ୍କ କାର୍ଯ୍ୟ ଉଚ୍ଚକୋଟିର ହେବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ । କେତେକ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଭାବପ୍ରବଣତା ବଶତଃ ମନୋବଳ କ୍ରମଶଃ ହ୍ରାସ ପାଇବ । ଭଲ ସମ୍ପର୍କ ଥିବା ବନ୍ଧୁ ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ବୁଝିପାରନ୍ତି । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସକାରାତ୍ମକ ଭାବନା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଅତୀତର ଘଟଣାବଳୀକୁ ନେଇ ଅଧିକାଂଶ ସମୟ ମନ ଅସ୍ଥିର ରହିବ । ଶନିଙ୍କ ପ୍ରଭାବରେ ଘରେ ବୃଥା ସନ୍ଦେହ ଓ ମତପାର୍ଥକ୍ୟ ଯୋଗୁଁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବାର ଆଶକଙ୍କ ରହିଛି । ପରୋକ୍ଷ ଶତ୍ରୁତା ଯୋଗୁଁ ବ୍ୟବସାୟ ବା କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ବନ୍ଧୁ କିମ୍ବା ସହକର୍ମୀଙ୍କ ଠାରୁ ଧାରା କରଜ କରିବେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କଲେ ସଫଳତା ଅବଶ୍ୟ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ମାନସିକ ଅସ୍ଥିରତାରେ ଯୋଗୁଁ କାମରେ ମନଦେବା ଭଲ ହେବ । ଆଶା ଅନୁଯାୟୀ ବନ୍ଧୁଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କିନ୍ତୁ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ପରିବାରରେ ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିବ । ଅଫିସ କାମ ନିମନ୍ତେ ମନରେ ବିରକ୍ତି ଭାବନା ଜାତ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସାମାଜିକ କାର୍ଯ୍ୟ କାଳପରେ ନିଜକୁ ନିୟୋଜିତ କରାଇବେ । ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ କାମ କଲେ ଅପମାନିତ ହେବାକୁ ପଡିବ । ପାରିବାରିକ ସମସ୍ୟାକୁ ସୁଧାରିବାରେ ସମର୍ଥ ହେବେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ମଙ୍ଗଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଆଜି ଦିନଟିରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ ମଧ୍ୟ କ୍ଷତିରେ ପଡିବେ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ କୌଣସି କାମ ଉତ୍ସାହଜନକ ହୋଇନପାରେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ବିଦ୍ୟୁତ୍‌ ଉପକରଣ, ବ୍ୟବସାୟ, ଶେୟାର ବଜାର, ପନିପରିବା ଦୋକାନୀର ମାଲିକମାନେ ନିଜ ନିଜର ସ୍ଥାନରେ ବେଶ ଖୁସୀ ରହିବେ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଆର୍ଥିକ ସନ୍ତୁଳନ ସୁରକ୍ଷିତ ରହିବ । ସ୍ଵର୍ଣ୍ଣ ଅଳଙ୍କାର କିଣିବା ପାଇଁ ମନ ବଳାଇବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ଶୁଭ ଖବର ପାଇ ଖୁସି ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ମନରେ ସକାରାତ୍ମକ ଭାବନା ବଜାୟ ରଖନ୍ତୁ । ରାଶିରେ ଚନ୍ଦ୍ର ପାପଗ୍ରହ ମଧ୍ୟସ୍ଥ ହେତୁ ମାନରେ ବିଭିନ୍ନ ପ୍ରକାର ଆଶଙ୍କା ଉପୁଜିବ । ବନ୍ଧୁଙ୍କ କହିବା କଥାକୁ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳିବାର ସମ୍ଭାବନା ରହିଛି । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ମଧ୍ୟାହ୍ନରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ରୋଗପୀଡା ଓ ପୁରାତନ ଶତ୍ରୁତା କାରଣରୁ ବନ୍ଧୁଙ୍କ ସାହାଯ୍ୟ ଲୋଡିପାରନ୍ତି । ପାରିବାରିକ ସ୍ତର ପରିବାର ସଦସ୍ୟଙ୍କ ସହ ହସ ଖୁସିରେ ଦିନ କତିବେ । ଜୀବନସାଥୀଙ୍କ ସମର୍ଥନରେ ମନୋବଳ ଟାଣ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତା ବୃଦ୍ଧି ପାଇବ । ଷଷ୍ଠାଧିପ ଚତୁର୍ଥ ସ୍ଥାନରେ ଅବସ୍ଥାନ କରିଥିବା ଯୋଗୁଁ ସବୁ କିଛି ଠିକ୍‌ ଥିଲେ ମଧ୍ୟ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ସତର୍କତା ରକ୍ଷା କରି ନ ଚଳିଲେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କ ସୃଷ୍ଟି ହୋଇପାରେ । ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ କଟିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଅପରପକ୍ଷରେ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ ହେବ । ଭାଗ୍ୟସ୍ଥାନ ପ୍ରତି ଚନ୍ଦ୍ରଙ୍କ ଦୃଷ୍ଟି ଯୋଗୁଁ ସମସ୍ତ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବ । କର୍ମକ୍ଷେତ୍ରରେ ଉଦ୍ୟମ ଓ ଚେଷ୍ଟା ଦ୍ୱାରା ସଫଳତା ପ୍ରାପ୍ତ କରିବେ । ବୃତ୍ତିଗତ କାମ ନିମନ୍ତେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ନୂତନ ଯୋଜନା କାର୍ଯ୍ୟକାରୀ କରିବାରେ ମନ ଲଗାଇବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ମଧ୍ୟ ପ୍ରାପ୍ତ କରିବେ । ଆୟ ଅନୁପାତରେ ଖର୍ଚ୍ଚର ମାତ୍ରା ଅଧିକ ହେବ ।ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ପାରିବାରିକ କ୍ଷେତ୍ରରେ ପଛକଥା ନଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । ଆକସ୍ମିକ ଧନହାନୀ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

Leave a Reply

Your email address will not be published. Required fields are marked *