୧୩୯ ଜଣ ମୋ ସହିତ ଦୁଷ୍କର୍ମ କରିଛନ୍ତି ! ୨୫ ବର୍ଷୀୟ ମହିଳା କହିଛନ୍ତି ନେତାଙ୍କ ଠାରୁ ନେଇ ପିଏ ଓ ଓକିଲ ପର୍ଯ୍ୟନ୍ତ ସାମିଲ ଅଛନ୍ତି…

୧୩୯ ଜଣ ମୋ ସହିତ ଦୁଷ୍କର୍ମ କରିଛନ୍ତି ! ୨୫ ବର୍ଷୀୟ ମହିଳା କହିଛନ୍ତି ନେତାଙ୍କ ଠାରୁ ନେଇ ପିଏ ଓ ଓକିଲ ପର୍ଯ୍ୟନ୍ତ ସାମିଲ ଅଛନ୍ତି…

ଭାରତରେ ମହିଳାମାନଙ୍କ ସହିତ ହେଉଥିବା ଯୌନ ଶୋଷଣ ଏକ ଉତ୍କଟ ସମସ୍ୟା ରୂପେ ବର୍ତ୍ତମାନ ମୁଣ୍ଡ ଟେକିଛି । ବିଗତ ଅନେକ ଦଶନ୍ଧି ଧରି ମହିଳାମାନଙ୍କୁ ଭିନ୍ନ-ଭିନ୍ନ ସ୍ଥାନରେ ଭିନ୍ନ-ଭିନ୍ନ ପୁରୁଷ ମାନଙ୍କ ଦ୍ୱାରା ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ । ଆମେ ସମସ୍ତେ ମଧ୍ୟ ଟିଭି ଏବଂ ଖବର କାଗଜରେ ବଳାତ୍କାର ସମ୍ବନ୍ଧିତ ଅନେକ ଖବର ପଢୁଛୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ସହିତ ୧୩୯ ଜଣ ଲୋକ ବଳାତ୍କାର କରି ସାରିଛନ୍ତି । ବର୍ତ୍ତମାନ ଯେତେବେଳେ ମହିଳା ଜଣକ ନିଜ ସହିତ ହୋଇଥିବା ଏହି ଘଟଣାର ରିପୋର୍ଟ ଦାଖଲ କରିବାକୁ ଯାଇଥିଲେ; ସେତେବେଳେ ଏଫଆଇଆର (FIR)ରେ ୪୨ ପୃଷ୍ଠା ଭର୍ତ୍ତି ହୋଇଗଲା । ଆସନ୍ତୁ ଏହି ପୁରା ଖବରକୁ ବିସ୍ତୃତ ଭାବରେ ଜାଣିବା ।

Google

୧୩୯ ଜଣ ଲୋକ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ :

ଏହି ଆଶ୍ଚର୍ଯ୍ୟଜନକ ଘଟଣା ହାଇଦ୍ରାବାଦର ଅଟେ । ଏଠାରେ ରହୁଥିବା ୨୫ ବର୍ଷ ବୟସ୍କ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ତାଙ୍କ ସହିତ ୧୩୯ ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି । ଗୁରୁବାର ଦିନ ମହିଳା ଜଣକ ଏହି ମାମଲାରେ ପୋଲିସ ଷ୍ଟେସନକୁ ଯାଇ ଗୋଟିଏ ଏଫଆଇଆର (FIR) ମଧ୍ୟ ଲେଖିଛନ୍ତି ।

ଏଫଆଇଆର (FIR)ରେ ୪୨ ପୃଷ୍ଠା ଭର୍ତ୍ତି ହୋଇଗଲା :

ମହିଳା ଜଣକ ଏତେ ଲୋକଙ୍କ ଉପରେ ଅଭିଯୋଗ କରିଥିଲେ ଯାହାକୁ ନେଇ ତାଙ୍କର ଏଫଆଇଆର (FIR)ରେ ୪୨ ପୃଷ୍ଠା ଭର୍ତ୍ତି ହୋଇଗଲା । ମହିଳାଙ୍କ ଦ୍ୱାରା କୁହାଯାଇଥିବା ଲୋକମାନଙ୍କ ବିରୋଧରେ ପୋଲିସ ବଳାତ୍କାର ସମ୍ବନ୍ଧିତ ଘଟଣା ଅନୁଯାୟୀ ମାମଲା ରୁଜୁ କରିଦେଇଛି । ମହିଳା ଜଣକ ତଫସିଲଭୁକ୍ତ ଜାତି ଅର୍ଥାତ SC/ST ଜାତିର ଅନ୍ତର୍ଭୁକ୍ତ ଅଟନ୍ତି । ଏଥିପାଇଁ SC/ST ନିୟମ ଅନୁଯାୟୀ ମଧ୍ୟ ଧାରା ଲାଗୁ କରାଯାଇଛି । ପୁଞ୍ଜଗୁଟ୍ଟା ପୋଲିସ ଷ୍ଟେସନର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, “ମହିଳାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ପଞ୍ଜିକୃତ କରି ଦିଆଯାଇଛି । ଆମେ ଏହି ଘଟଣାର ତଦନ୍ତ କରୁଛୁ ।” ପୋଲିସ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି । ସମ୍ବିଧାନର ଆଇପିସି (IPC) ଧାରା ୩୭୬(୨), ୫୦୯, ୩୫୪ (A), ୩୫୪ (B) ଓ ୩୫୪ (C) ଅଭିଯୁକ୍ତଙ୍କ ବିରୋଧରେ ମାମଲା ରଜ୍ଜୁ କରାଯାଇଛି ।

Google

ବଳତ୍କାରିଙ୍କ ତାଲିକାରେ ବଡ଼ ବଡ଼ ଲୋକଙ୍କ ନାମ ସାମିଲ :

ମହିଳାଙ୍କ ବିବାହ ୨୦୦୯ ମସିହାରେ ହୋଇଥିଲା । ବିବାହର ଏକ ବର୍ଷ ପରେ ଅର୍ଥାତ ୨୦୧୦ ମସିହାରେ ତାଙ୍କର ଛାଡପତ୍ର ହୋଇ ଯାଇଥିଲା । ମହିଳା ଯେଉଁ ୧୩୯ ଜଣଙ୍କ ଉପରେ ବଳାତ୍କାର ଅଭିଯୋଗ କରିଛନ୍ତି; ସେଥିରେ ମହିଳାଙ୍କ ଶାଶୁଘରର କିଛି ସଦସ୍ୟଙ୍କ ଠାରୁ ନେଇ ରାଜନେତାଙ୍କ ପିଏ, ଆଇନଜୀବୀ, ମିଡିଆ ସାମ୍ବାଦିକ, ବ୍ୟବସାୟୀ ଏବଂ ଅନ୍ୟ ଲୋକମାନଙ୍କ ନାମ ସାମିଲ ରହିଛି ।

ଶାଶୁଘର ଲୋକମାନେ ମଧ୍ୟ ଛାଡି ନଥିଲେ :

ମହିଳା ଜଣକ କହିଛନ୍ତି ଯେ, ୨୦୦୯ ମସିହାରେ ବିବାହ ପରେ ସ୍ୱାମୀଙ୍କ ପରିବାରର ସଦସ୍ୟଙ୍କ ସମେତ ୨୦ ଜଣ ବ୍ୟକ୍ତି ତାଙ୍କ ସହିତ ବଳାତ୍କାର କରିଥିଲେ । ଛାଡପତ୍ର ପରେ ମହିଳା ଜଣକ ତାଙ୍କ ପରିବାର ସହିତ ରହିବା ଆରମ୍ଭ କରିଥିଲେ ଏବଂ ଅଧ୍ୟୟନ କରିବାକୁ ଆରମ୍ଭ କରିଥିଲେ । ଏହା ପରେ କିଛି ବର୍ଷ ମଧ୍ୟରେ ଆହୁରି ଅନେକ ଲୋକ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି ।

Google

ଏହି କାରଣ ଯୋଗୁଁ ଚୁପ୍ ଥିଲେ :

ମହିଳାଙ୍କ ସହିତ ବଳାତ୍କାର ଘଟଣା ବିଗତ ଅନେକ ବର୍ଷ ଧରି ହୋଇ ଆସୁଛି । ତାଙ୍କ କହିବା ଅନୁସାରେ ଯେ ସେ ବହୁତ ଡରି ଯାଇଥିଲେ । ତେଣୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସେ ଚୁପ୍ ରହିଥିଲେ । ତାଙ୍କୁ ଅଭିଯୁକ୍ତମାନଙ୍କ ଠାରୁ ଅନେକ ଥର ଧମକ ମଧ୍ୟ ମିଳୁଥିଲା ।

ମହିଳାଙ୍କ ଏହି ମାମଲା ସମସ୍ତଙ୍କୁ ଥରାଇ ରଖି ଦେଇଛି । ମହିଳାଙ୍କ ଏହିପରି ପଦକ୍ଷେପ ବାସ୍ତବରେ ନାରୀ ସମାଜ ପାଇଁ ଏକ ବଳିଷ୍ଠ ପଦକ୍ଷେପ ଅଟେ । ଅନୁଛେଦରେ ପ୍ରଦତ୍ତ ତଥ୍ୟକୁ ଭିତ୍ତି କରି ଆପଣଙ୍କ ମତାମତ କଣ Comment କରି ଜାଣନ୍ତୁ ।

Leave a Reply

Your email address will not be published. Required fields are marked *