୫୮ବର୍ଷ ପରେ ନବରାତ୍ରିରେ ପଡୁଛି ଏହି ମହା ସଂଯୋଗର ଯୋଗ ! ଜାଣନ୍ତୁ ଆପଣଙ୍କ ରାଶି ଉପରେ କେମିତି ରହିବ ଏହାର ପ୍ରଭାବ…

ଏହି ବର୍ଷ ୧୭ ଅକ୍ଟୋବରରୁ ନବରାତ୍ରି ଆରମ୍ଭ ହେଉଛି ଏବଂ ଏଥର ନବରାତ୍ରିରେ ବିଶେଷ ଯୋଗ ପଡୁଛି । ଏହି ବର୍ଷ ନବରାତ୍ରିରେ ମହା ସଂଯୋଗ ହେବାକୁ ଯାଉଛି । ଜ୍ୟୋତିଷବିତଙ୍କ କହିବାନୁଯାୟୀ, ଚଳିତ ବର୍ଷ ନବରାତ୍ରି ସମୟରେ ଶନି, ମକର ରାଶିରେ ଏବଂ ବୃହସ୍ପତି ଧନୁ ରାଶିରେ ରହିବ । ଏପରି ସଂଯୋଗ ଦୀର୍ଘ ୫୮ବର୍ଷ ପରେ ଏହି ଘଟୁଛି । ଯେତେବେଳେ ଏହି ଉଭୟ ଗ୍ରହ ନିଜ ନିଜ ରାଶିରେ ରହିବେ । ଏହି ମହା ସଂଯୋଗର ପ୍ରଭାବ ୧୨ଟି ରାଶି ଉପରେ ପଡିବ ଏବଂ ଏହା ଅଧିକାଂଶ ରାଶି ଉପରେ ଏହାର ଶୁଭପ୍ରଭାବ ପଡିବ । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକର ପ୍ରଭାବ ପଡିବ :

* ପ୍ରଥମ ଦିନ ଘଟିବ ସୂର୍ଯ୍ୟ ପରିବର୍ତ୍ତନ :-

ନବରାତ୍ରିର ପ୍ରଥମ ଦିନରେ ହିଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ସୂର୍ଯ୍ୟ ତୁଳାରାଶିରେ ପ୍ରବେଶ କରିବେ । ତୁଳା ରାଶିରେ ବୁଧ ମଧ୍ୟ ରହିବ । ଏହାକୁ ବୁଧ ଆଦିତ୍ୟ ଯୋଗ କୁହାଯାଏ । ବୃହସ୍ପତି ଏବଂ ଶନି ଗ୍ରହର ଏହା ଏକ ବିରଳ ଯୋଗ ଅଟେ । ଏହି ବିରଳ ଯୋଗର ପ୍ରଭାବ ରାଶିମାନଙ୍କ ଉପରେ ପଡିବ ।

ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ଯୋଗର ପ୍ରଭାବ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଦେଖିବାକୁ ମିଳିବ :

୧) ମେଷ ରାଶି :- ଏହି ରାଶିର ଲୋକମାନଙ୍କ ଉପରେ ଏହି ମହା ସଂଯୋଗର ପ୍ରଭାବରେ ଭଲ ପ୍ରଭାବ ପଡିବ । ମେଷ ରାଶି ସମ୍ପର୍ଣ୍ଣ ଯେଉଁ ବ୍ୟକ୍ତିଙ୍କର ବିବାହ ହୋଇପାରୁନାହିଁ, ସେମାନଙ୍କର ବିବାହ ଯୋଗରେ ସକାରାତ୍ମକ ପ୍ରଭାବ ପଡିବ । ମାଆଙ୍କ ଆଶୀର୍ବାଦରୁ ସେହି ବ୍ୟକ୍ତିଙ୍କର ବିବାହ ନିମନ୍ତେ ପ୍ରସ୍ତାବ ଆସିବ ଓ ବିବାହ ମଧ୍ୟ ଧାର୍ଯ୍ୟ ହୋଇପାରିବ । ଏଥିସହିତ ପୁରୁଣା ରୋଗରୁ ମୁକ୍ତି ମିଳିବ ।

୨) ବୃଷ ରାଶି :- ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଳିବ ଓ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତିମାନେ ମିତ୍ରତାର ହାତ ବଢାଇବେ ଏବଂ ନୂତନ ବନ୍ଧୁ ମଧ୍ୟ ସୃଷ୍ଟି ହେବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବ ଏବଂ ଘରେ ସୁଖର ଆଗମନ ହେବ ।

୩) ମିଥୁନ ରାଶି :- ମିଥୁନ ରାଶିର ଲୋକମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଯେତେବେଳେ କି ଚାକିରୀ କରୁଥିବା ଲୋକମାନଙ୍କ ଆୟରେ ବୃଦ୍ଧି ସଙ୍ଗେ ସଙ୍ଗେ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ଯେଉଁ ବ୍ୟକ୍ତିମାନେ ରାଜନୀତିରେ କାର୍ଯ୍ୟରତ ଅଛନ୍ତି, ସେହି ବ୍ୟକ୍ତିମାନଙ୍କୁ କୌଣସି ଉଚ୍ଚପଦ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

୪) କର୍କଟ ରାଶି :- ପରିବାର ସଦସ୍ୟଙ୍କ ସହ ସମ୍ପର୍କ ଠିକ ହୋଇଯିବ । ମା’ଙ୍କ ଠାରୁ ସୁଖ ପ୍ରାପ୍ତି ହେବ । କାର୍ଯ୍ୟରେ ସଫଳତା ମିଳିବ । ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହାକୁ ତୁରନ୍ତ ଆରମ୍ଭ କରନ୍ତୁ । ସମୟ ଆପଣଙ୍କ ପାଇଁ ପ୍ରତିକୂଳ ଅବସ୍ଥା ରହିବ ।

Google

୫) ସିଂହ ରାଶି :- ସିଂହ ରାଶିର ଲୋକଙ୍କ ଉପରେ ଏହି ଦୁଇଟି ଯୋଗର ଶୁଭ ପ୍ରଭାବ ପଡିବ । ତେଣୁ ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସର୍ବୋତ୍ତମ ସମୟ ଅଟେ । ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ମିଳିବ ଏବଂ ଧନ ଲାଭ ହେବ ।

୬) କନ୍ୟା ରାଶି :- କନ୍ୟା ରାଶିର ଲୋକମାନଙ୍କୁ ଧନ ଲାଭ ହେବ । ସମ୍ପତ୍ତି ସମ୍ବନ୍ଧୀୟ ନିଷ୍ପତ୍ତି ନେବା ଉତ୍ତମ ଫଳାଫଳ ଦେବ । ତେଣୁ ଏହି ରାଶିର ଲୋକମାନେ ଯଦି ସମ୍ପତ୍ତି ବିକ୍ରୟ କିମ୍ବା କିଣିବାକୁ ଚାହୁଁଛନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ଭଲ ସମୟ ପ୍ରମାଣିତ ହେବ ।

୭) ତୁଳା ରାଶି :- ତୁଳା ରାଶିର ଲୋକମାନଙ୍କୁ କଠିନ ପରିଶ୍ରମର ଫଳ ନିଶ୍ଚିତ ମିଳିବ ଏବଂ ଯେଉଁ କାର୍ଯ୍ୟଗୁଡ଼ିକ ଭାବିଛନ୍ତି ସେଗୁଡିକ ସମ୍ପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ଏହା ସହିତ ଅବିବାହତ ଯୁବପିଡିଙ୍କୁ ବିବାହର ପ୍ରସ୍ତାବ ଆସିବ ।

୮) ବିଛା ରାଶି :- ଏହି ରାଶିର ଲୋକମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ଏବଂ ପରିବାର ସହିତ ବିବାଦ ମଧ୍ୟ ହୋଇପାରେ । ଧନ ଲାଭର ଯୋଗ ରହିଛି । କିନ୍ତୁ ଉପାର୍ଜିତ ଧନ ଅନ୍ୟ ବାଟ ଦେଇ ଖର୍ଚ୍ଚ ହୋଇଯିବ । ନିଜ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ ।

Google

୯) ଧନୁ ରାଶି :- କାର୍ଯ୍ୟରେ ସଫଳତା ମିଳିବ ଏବଂ ନୂତନ ସୁଯୋଗ ପ୍ରାପ୍ତି ହେବ । ଆକସ୍ମିକ ଆର୍ଥ ଯୋଗର ସମ୍ଭାବନା ରହିଛି । ବ୍ୟବସାୟ, ବାଣିଜ୍ୟରେ ଉପଯୁକ୍ତ ନିଷ୍ପତ୍ତି ନେଇ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ବେଳେ ଭାବିଚିନ୍ତି କରନ୍ତି, ତରବାରିଆ ହୋଇ କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୧୦) ମକର ରାଶି :- ଏହି ରାଶିର ଲୋକଙ୍କୁ କିଛି ଚାପର ସମ୍ମୁଖୀନ ହେବାକୁ ପଡିପାରେ । କାର୍ଯ୍ୟ ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ଏବଂ କର୍ମକ୍ଷେତ୍ରରେ ଅଯଥା କଳହ ସୃଷ୍ଟି ହୋଇପାରେ । ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ରହିବ ।

୧୧) କୁମ୍ଭ ରାଶି :- କୁମ୍ଭ ରାଶି ଲୋକଙ୍କ ଆୟରେ ବୃଦ୍ଧି ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ନୂତନ ସୁଯୋଗ ପ୍ରାପ୍ତି ହେବ । ବନ୍ଧୁମାନଙ୍କ ସହଯୋଗ ମିଳିବ ଏବଂ ଜୀବନସାଥୀ ସହିତ ସମ୍ପର୍କ ମଧୁର ହେବ ।

୧୨) ମୀନ ରାଶି :- ଏହି ରାଶିର ଲୋକମାନେ ଯାନବାହନ କିଣିବା ଠାରୁ ଦୂରେଇ ରୁହନ୍ତୁ । ଯାନବାହନ କିଣିବା କ୍ଷତିକାରକ ପ୍ରମାଣିତ ହୋଇପାରେ ଏବଂ ଦୁର୍ଘଟଣାର ସମ୍ଭାବନା ରହିଛି । ଶତ୍ରୁମାନେ ପାଦେ ପାଦେ ସମସ୍ୟା ଓ ପ୍ରତିବାନ୍ଧକ ସୃଷ୍ଟି କରିବେ, ଯାହାଫଳରେ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବା ସହ ମନ ଉଦାସ ରହିବ ।

ଏଥର ବିଳମ୍ବରେ ଆରମ୍ଭ ହେଉଛି ନବରାତ୍ରି :

ଉଲ୍ଲେଖନୀୟ କଥା ହେଉଛି, ଏଥର ନବରାତ୍ରି ପର୍ବ ଏକ ମାସ ବିଳମ୍ବରେ ଆରମ୍ଭ ହେଉଛି । ବାସ୍ତବରେ, ପ୍ରତିବର୍ଷ ପିତୃପକ୍ଷ ଶେଷ ହେବା ମାତ୍ରେ ନବରାତ୍ରି ଆରମ୍ଭ ହୋଇଯାଇଥାଏ । କିନ୍ତୁ ଚଳିତ ବର୍ଷ ପିତୃପକ୍ଷ ଶେଷ ହେବାର ଏକ ମାସ ପରେ ନବରାତ୍ରି ଆସୁଛି ।

Be the first to comment

Leave a Reply

Your email address will not be published.


*