୧୩ ବର୍ଷୀୟ ନିରୀହ ଝିଅ ସହିତ ହେଲା ନିର୍ଭୟା ଭଳି ଘଟଣା । ଦୁଷ୍କର୍ମୀ ବାରମ୍ବାର ଏପରି କରିଥିଲେ…

୧୩ ବର୍ଷୀୟ ନିରୀହ ଝିଅ ସହିତ ହେଲା ନିର୍ଭୟା ଭଳି ଘଟଣା । ଦୁଷ୍କର୍ମୀ ବାରମ୍ବାର ଏପରି କରିଥିଲେ…

ଦିଲ୍ଲୀରେ ଯେଉଁଭଳି ଭାବରେ ନିର୍ଭୟା କେସରେ ହିଂସ୍ରତା ଦେଖାଯାଇଥିଲା, ଠିକ ସେହିପରି ଆଉ ଏକ ମାମଲା ଏବେ ସହରରେ ପୁଣିଥରେ ସମ୍ନାକୁ ଆସିଛି । ଏଥର ପୀଡ଼ିତା ଜଣକ ହେଉଛନ୍ତି ଜଣେ ୧୩ ବର୍ଷୀୟ ଝିଅ । ଏହି ମାମଲା ପଶ୍ଚିମ ବିହାର ୱେଷ୍ଟର ପୀରାଗଡୀ ଅଞ୍ଚଳର ଅଟେ । ଏଠାରେ ଯେତେବେଳେ ପିଲାଟି ରୁମରେ ଏକୁଟିଆ ଥିଲେ, ସେତେବେଳେ କିଛି ପଶୁତୁଲ୍ୟ ମଣିଷ ସେହି କକ୍ଷ (ରୁମ୍)ରେ ପଶି ତା’ସହିତ ଅସଦାଚରଣ କରିଥିଲେ । ଯେତେବେଳେ ପିଲାଟି ଏହାର ବିରୋଧ କରିଥିଲା, ସେତେବେଳେ ଦୁଷ୍କର୍ମୀମାନେ ତାର ମୁଣ୍ଡ ଏବଂ ଶରୀରକୁ କଇଁଚିରେ କାଟି ଦେଇଥିଲେ । ଏଠାରେ ଏହି ଆଶଙ୍କା କରାଯାଉଛି ପିଲାଟି ସହିତ ନିର୍ଭୟା ଭଳି ଅତ୍ୟାଚାର ହୋଇଛି ।

ଏକାକୀ ଥିଲା ରୁମ୍ :-

Google

୧୩ ବର୍ଷୀୟ ଝିଅ ଏବଂ ତାର ପରିବାର ବିହାରରେ ରହନ୍ତି କିନ୍ତୁ ପୀରଗଡୀରେ ସେମାନେ ଭଡ଼ା ଘରେ ରହୁଛନ୍ତି । ତାଙ୍କ ଘରଟି ଏକ ତିନି ମହଲା ବିଲ୍ଡିଂଗ ବିଶିଷ୍ଟ, ଯାହା ଭିତରେ ୨୫ଟି ଛୋଟ ଛୋଟ ରୁମ୍ ତିଆରି ହୋଇଛି । ସେଠାରେ ଆଖପାଖରେ କାରଖାନାରେ କାମ କରୁଥିବା ଲେବର୍ ଓ ଶ୍ରମିକ ଅଧିକ ରୁହନ୍ତି । ପୀଡ଼ିତାଙ୍କ ପରିବାରରେ ତାଙ୍କ ବାପା ମାଆଙ୍କ ବ୍ୟତୀତ ତାଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି । ପିଲାଟିକୁ ଛାଡ଼ି ବାପା ମାଆ ଏବଂ ଭଉଣୀ ପ୍ରତିଦିନ କାମ କରିବାକୁ କାରଖାନାକୁ ଯାଆନ୍ତି । ତେଣୁ ସେ ପ୍ରାୟ ସବୁଦିନ ଘରେ ଏକୁଟିଆ ହିଁ ରହିଥାଏ ।

ପିଲାଟି ସହିତ ଘୃଣ୍ୟ ଆଚରଣ କରିଥିଲେ :-

Google

ମଙ୍ଗଳବାର ଦ୍ୱିପ୍ରହର ପାଖାପାଖି ୪ଟାରେ ଦୁଇ ଜଣ ବ୍ୟକ୍ତି କକ୍ଷ (ରୁମ୍)କୁ ପଶି ଆସିଥିଲେ ଏବଂ ପିଲାଟିକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ଯେତେବେଳେ ପିଲାଟି ଏହାର ବିରୋଧ କରିଥିଲା ସେତେବେଳେ ଦୁହେଁ ତାକୁ ମାରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଦୁଇଜଣ ଆରୋପୀ ପିଲାଟିର ମୁଣ୍ଡ ଏବଂ ଶରୀରକୁ କଇଁଚିରେ ପ୍ରହାର କରିଥିଲେ । ଏହାପରେ ସେ ରକ୍ତରେ ଜୁଡ଼ୁବୁଡୁ ପିଲାକୁ ମୃତ୍ୟ ଭାବି ସେଠାରୁ ପଳାଇ ଯାଇଥିଲେ ।

ରକ୍ତରେ ଜୁଡ଼ୁବୁଡ଼ୁ ଝିଅଟି ପଡ଼ୋଶୀଙ୍କ କବାଟ ବାଡେଇ ଥିଲେ :-

Google

ଘଟଣାର ଅନେକ ସମୟ ପର୍ଯ୍ୟନ୍ତ ପିଲାଟି ଅଚେତ ଅବସ୍ଥାରେ ରୁମରେ ପଡ଼ି ରହିଥିଲା । ପୁଣି ଯେତେବେଳେ ତାର ଚେତା (ହୋସ୍) ଆସିଥିଲା, ସେତେବେଳେ ସେ ଘୋଷାରି ଘୋଷାରି ବାହାରକୁ ବାହାରିଥିଲା ଓ ପଡ଼ୋଶୀଙ୍କ କବାଟ ବାଡ଼େଇ ଥିଲା ଏବଂ ପୁଣିଥରେ ବେହୋସ୍ ହୋଇଯାଇଥିଲା । ତାର ଗୁପ୍ତାଙ୍ଗରୁ ରକ୍ତ ମଧ୍ୟ ଲଗାତାର ବୋହିବାରେ ଲାଗିଥିଲା । ପିଲାଟିକୁ ଏହି ଅବସ୍ଥାରେ ଦେଖି ପଡ଼ୋଶୀ ଡରି ଯାଇଥିଲେ ଏବଂ ତୁରନ୍ତ ପୋଲିସକୁ Call କରିଥିଲେ ।

Google

ସୂଚନା ମିଳିବା ମାତ୍ରେ ହିଁ ପଶ୍ଚିମ ବିହାର ୱେଷ୍ଟ ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହସ୍ପିଟାଲରେ ଡାକ୍ତରମାନେ ଏହା ଜାଣିବାକୁ ପାଇଥିଲେ ଯେ ପିଲାଟିର ମୁଣ୍ଡ ଏବଂ ଶରୀରକୁ ଅନେକ ଥର କଇଁଚି ଦ୍ୱାରା ପ୍ରହାର କରାଯାଇଥିଲା । ସେମାନେ କଟି ଯାଇଥିବା ସ୍ଥାନରେ ଷ୍ଟିଚ ଲଗାଇଥିଲେ । ଏହାପରେ ତାଙ୍କୁ ଏମ୍ପସ୍ ରେଫର୍ କରିଥିଲେ ଯେଉଁଠି ପିଲାଟିର ସ୍ଥିତିରେ ବର୍ତ୍ତମାନ ସୁଧାର ଆସିଛି ଓ ପିଲାଟି ଭଲ ଅଛି । ସୂତ୍ର ଅନୁସାରେ ପୀଡ଼ିତାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ହୋଇଛି ଏବଂ ଏବେ ପୋଲିସ ପିଲାଟିର ମେଡ଼ିକାଲ ରିପୋର୍ଟକୁ ଅପେକ୍ଷା କରିଛି ଏବଂ ପଡ଼ୋଶୀଙ୍କ ଠାରୁ ସୂଚନା ମିଳିବା ପରେ ତାଙ୍କ ପରିବାର ଲୋକ ମଧ୍ୟ ହସ୍ପିଟାଲରେ ପହଂଚି ଯାଇଥିଲେ ।

ଆରୋପୀ ସେହି ପାଖାପାଖି ହୋଇ ପାରନ୍ତି :-

ପୋଲିସ ଯେତେବେଳେ ଘଟଣା ସ୍ଥଳର ଯାଞ୍ଚ କରିଥିଲା, ସେତେବେଳେ ତାକୁ ସନ୍ଦେହ ହୋଇଥିଲା ଯେ ଆରୋପୀ ନିଶ୍ଚିତ ଭାବରେ ସେହି ଆଖପାଖର ଲୋକ ହୋଇଥିବେ । ପୋଲିସ ସେହି ସଂଧ୍ୟାରେ ବିଲ୍ଡିଂଗର ଭିତରେ ଏବଂ ବାହାରେ ଉପସ୍ଥିତ ଲୋକଙ୍କର ଲିଷ୍ଟ ପ୍ରସ୍ତୁତ କରୁଛି । ଆରୋପୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ପକ୍ସୋ ସମେତ ବିଭିନ୍ନ ପ୍ରକାର ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି । ପୋଲିସ ଆରୋପୀ ସନ୍ଧାନରେ ଲାଗି ପଡ଼ିଛି ଏବଂ ଆଖପାଖର ସିସିଟିଭି କ୍ୟାମେରାକୁ ମଧ୍ୟ ଜବତ କରାଯାଇଛି । ପୋଲିସର କହିବା କଥା ଯେ, ଆରୋପୀକୁ ଖୁବ୍ ଶୀଘ୍ର ଗିରଫ କରାଯିବ ।

Leave a Reply

Your email address will not be published. Required fields are marked *