12 ଜୁଲାଇ 2020, ରବିବାର- ଆଜି ଗ୍ରହ ସ୍ଥିତି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତି ଉତ୍ତମ ରହିବ । ସମସ୍ତ କାର୍ଯ୍ୟରେ

12 ଜୁଲାଇ 2020, ରବିବାର- ଆଜି ଗ୍ରହ ସ୍ଥିତି ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଅତି ଉତ୍ତମ ରହିବ । ସମସ୍ତ କାର୍ଯ୍ୟରେ ମନୋବାଞ୍ଛିତ ଫଳ ପ୍ରାପ୍ତି କରିବେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ପରିବର୍ତ୍ତନ ସର୍ବଦା ଲାଗି ରହିଥାଏ । ଯାହାଫଳରେ ମନୁଷ୍ୟ ଜୀବନରେ ପରିବର୍ତ୍ତନ ଦେଖା ଯାଇଥାଏ । ଗ୍ରହର ସ୍ଥିତି ଠିକ ଥିଲେ ବ୍ୟକ୍ତିର ଜୀବନ ଠିକ ଚାଲିଥାଏ କିନ୍ତୁ ଗ୍ରହ ସ୍ଥିତି ଠିକ ନ ଥିଲେ, ବ୍ୟକ୍ତିର ଜୀବନରେ ସମସ୍ୟା ଲାଗି ରହିଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଆଜିର ରାଶିଫଳରେ ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହବେ । ଆଜି କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁଁ ସବୁ କଥାକୁ ଭଲଭାବରେ ବିଚାର କରି କାମ କରିବା ଭଲ ହେବ । ବିଭିନ୍ନ ପ୍ରକାର ସ୍ଥଗିତ କାର୍ଯ୍ୟ ନେଇ ଚିନ୍ତିତ ରହିପାରନ୍ତି । ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ । ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ମିଳିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଭାବିଥିବା ସବୁ କାମ ସମୟରେ ପୂରା ହେବ । ବୁଧଙ୍କ ନବମଭାବ ସଂସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ଯୁକ୍ତିଯୁକ୍ତ ବିଚାର ଓ ସୁଚିନ୍ତିତ ପରାମର୍ଶ ବନ୍ଧୁମାନଙ୍କ ମନକୁ ପାଇବ । ତଥାପି ନିଜ କ୍ଷେତ୍ରରେ ବିଭିନ୍ନ ପ୍ରକାର ଅଟକି ରହିଥିବା କାମଗୁଡ଼ିକୁ ନେଇ ମନ ବିଚଳିତ ରହିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଅଫିସରେ ନିଷ୍ଠାର ସହ କାର୍ଯ୍ୟ କରିଲେ ମଧ୍ୟ କେହି ମଧ୍ୟ ସହଯୋଗ ସାହାଯ୍ୟ କରିବାକୁ ଆସିବେ ନାହିଁ । ଶତ୍ରୁମାନେ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ । ପରିବାରରେ ଛୋଟିଆ ଛୋଟିଆ ଭୁଲକୁ କେନ୍ଦ୍ର କରି ଅଶାନ୍ତି ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ । ମାନସିକ ସ୍ତରରେ ଖୁସି ଅନୁଭବ କରିବା ସହ ମନୋରଞ୍ଜନ ଦିଗକୁ ମନ ଢଳିପାରେ । ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ଆଶଙ୍କା ରହିଛି । ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବ୍ୟବସାୟରେ ନୂତନ ଚିନ୍ତାଧାରା ପ୍ରୟୋଗ କରିବେ ଓ ବ୍ୟବସାୟିକ ସ୍ଥିତି ସୁଦୃଢ଼ କରିବେ । ଅଫିସରେ ସହକର୍ମୀଙ୍କ ସହ କଳହ ସୃଷ୍ଟି ହୋଇପାରେ । ଘରୋଇ ଜୀବନରେ ସୁଖ ଓ ସୁବିଧା ବୃଦ୍ଧି ହେବ । ଆପଣଙ୍କ ଜୀବନସାଥୀ ଆପଣଙ୍କର ସ୍ଵାସ୍ଥ୍ୟରେ ପୂରା ଧ୍ୟାନ ରଖିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ବିରଜା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ମଙ୍ଗଳମୟ ରହିବା, ସଫଳତା ପୂର୍ବକ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ । ତୃତୀୟାଧିପ ରାଶିରେ ରହିଥିବାରୁ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ସାମାଜିକ ସ୍ତରରେ ଜନହିତକର କାମ କରି ପ୍ରଶଂସାଭାଜନ ହେବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କ୍ଳେଶ କମ୍‌ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ରବିଙ୍କ ଶୁଭ ସଂସ୍ଥିତିରୁ କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରି କେତେକାଂଶରେ ଆଶ୍ୱସ୍ତି ଅନୁଭବ କରିବେ । ହଠାତ୍‌ କିଛି ଅର୍ଥର ଆବଶ୍ୟକତା ପଡ଼ିପାରେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ, ମାତ୍ର ଆଶାନୁରୂପ ସାହାଯ୍ୟ ମିଳି ନ ପାରେ । ଆଜି ଅଫିସିଆଲି ଆଲୋଚନାରେ ସହକର୍ମୀମାନଙ୍କ ସହ ଉଚ୍ଚବାଚ ଘଟିପାରେ । ବ୍ୟବସାୟୀ ମାନେ କର୍ମ କ୍ଷେତ୍ରରେ ସର୍ତକତା ଅବଲମ୍ବନ କରନ୍ତୁ ଏବଂ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖାନ୍ତୁ । କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ । ଚନ୍ଦ୍ରଙ୍କ ଶୁଭ ପ୍ରଭାବରୁ ଆର୍ଥିକ ଉନ୍ନତି, ବନ୍ଧୁମାନଙ୍କ ସମାଦର, ସମସ୍ୟାର ସମାଧାନ ହେବ । ଆପଣଙ୍କୁ ସମସ୍ତଙ୍କ ସହଯୋଗ ମିଳିବ । ବିଭିନ୍ନ ପ୍ରକାର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦିତ ହେବ । ପୂର୍ବରାଗ ଶୁଝାଇବାକୁ ଯାଇ ନିଜର ଆତ୍ମୀୟମାନେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ହଠାତ୍‌ ଶତ୍ରୁତା କରିପାରନ୍ତି । ଚାକିରୀ ଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଅଫିସରେ କିଛି ନୂଆ କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ । ଶୁଭରଙ୍ଗ: ମ୍ୟାଜଣ୍ତା । ଆରାଧନା: ସନ୍ତୋଷୀମାତା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ମନରୁ ନକରାତ୍ମକ ଭାବନା ଦୂର କରନ୍ତୁ । ଅନୁକୂଳ ଗ୍ରହ ସ୍ଥିତିରୁ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ନୂତନ କାର୍ଯ୍ୟଟି ସୁରୁଖୁରୁରେ ସମ୍ପନ୍ନ କରିବେ । କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ । ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ କ୍ଷେତ୍ର ସକାଶେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ । ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ । ବିଷମ ପରିସ୍ଥିତିରେ ସହକର୍ମୀଙ୍କ ଠାରୁ ପ୍ରତ୍ୟାଶାର ଆଶା ନିରର୍ଥକ ହେବ । ନିଃସ୍ଵାର୍ଥ ଭାବରେ ସମାଜ ସେବାରେ ନିଜକୁ ସାମିଲ କରିବେ । ପାରିବାରିକ ସମସ୍ୟାରେ ଆପଣଙ୍କ ବିବୃତ୍ତିକୁ ପରିବାର ସଦସ୍ୟମାନେ ସମାଲୋଚିତ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଜ୍ୟେଷ୍ଠା ନକ୍ଷତ୍ର ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ଅର୍ଥସାହାଯ୍ୟ ଓ ସହଯୋଗର ପ୍ରତିଶ୍ରୁତି ବନ୍ଧୁଙ୍କଠାରୁ ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି । ଅଫିସରେ ସହକର୍ମୀମାନେ ଆପଣଙ୍କ ଦୁଃଖକୁ ବୁଝି ସହଯୋଗର ହାତ ବଢିଆବେ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରି ବିଚଳିତ କରିପାରେ । ଆତ୍ମୀୟମାନେ କାଳେ ଟଙ୍କା ପଇସା ଦେବାକୁ ପଡିବ ଏହା ଭାବି ପାଖତଡ ଲାଗିବେ ନାହିଁ । ପାରିବାରିକ ସ୍ତରରେ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ବିବାହିତଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଇଷ୍ଟଦେବୀଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତି ମିଳିବ । ଚନ୍ଦ୍ର ପାପଗ୍ରହ ଯୁକ୍ତ ଓ କେତୁ ନକ୍ଷତ୍ରସ୍ଥ ହେତୁ ବ୍ୟବସାୟରେ କ୍ଷତି ସହିବାକୁ ପଡିବ ଓ କର୍ମକ୍ଷେତ୍ରରେ ଅଯଥାରେ ବିବାଦଗ୍ରସ୍ତ ହେବାକୁ ପଡିପାରେ । କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଅଫିସ୍‌ରେ ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ସ୍ଵାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ କାର୍ଯ୍ୟହାନି କାରଣରୁ ମାନସିକ ସ୍ତରରେ ସାମାନ୍ୟ ଅସ୍ଥିରତା ଅନୁଭବ କରିବେ । ପ୍ରତିକୂଳ ସମୟ ଚାଲିଥିବାରୁ ପରିସ୍ଥିତିବଶତଃ ଅବହେଳିତ ହୋଇ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳିଜାଇ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ସାରା ଦିନ କାମ କରିବା ହେତୁ ଆପଣ ଟିକେ ଅସନ୍ତୁଷ୍ଟ ରହିବେ । ଶୁକ୍ରଙ୍କ ସୁପ୍ରଭାବରୁ ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସମସ୍ୟାକୁ ସରଳ ଓ ସୁନ୍ଦର ଭାବରେ ସମାଧାନ କରିପାରିବେ । ଯେଉଁ କାମଟିକୁ ଦୀର୍ଘ ଦିନ ଧରି ଅଟକି ରହିଥିଲ, ଆଜି ଅପରାହ୍ନରେ ତାହା ସୁବିଧାରେ ହୋଇଯିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ । ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ । ସୁସ୍ଥ ମାନସିକତା ଅଭାବରୁ ଟିକିଏ କଥାରେ ରାଗିବା ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ । ବୈବାହିକ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ନାରାୟଣୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଶୁକ୍ର ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ସକାଳୁ ସକାଳୁ ସାମାନ୍ୟ ବଚସାଜନିତ ମନ ଖରାପ ହୋଇଯାଇଥିଲେ ମଧ୍ୟ ଅଳ୍ପ ସମୟ ପରେ ସବୁ କିଛି ଠିକ୍‌ ହୋଇଯିବ । ଆପଣ ଯାହାକୁ କିଛି କହିବେ ସେ ମନା କରିପାରିବେ ନାହିଁ । ବ୍ୟବସାୟରେ ସୁଧାର ଆସିବ । ଅଫିସ୍‌ କାମର ଚାପ ପ୍ରଭାବରୁ ଟେନ୍‌ସନ କିିଛି ମାତ୍ରାରେ ଲାଗି ରହିବ । ଚାକିରିଆଙ୍କୁ ନୂଆ ଦାୟିତ୍ଵ ମିଳିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା ହେତୁ କାମଗୁଡିକ ଶୃଙ୍ଖଳିତ ହେବାର ସୂଚନା ରହିଛି । ବାହାର ଲୋକଙ୍କ କଥା ଶୁଣି କାର୍ଯ୍ୟ କରିଲେ ପରିବାରରେ ଅଶାନ୍ତିର ଝଡ ସୃଷ୍ଟି ହେବ । ଶୁଭରଙ୍ଗ: କ୍ରୀମ୍ ‌। ଆରାଧନା: ମାଆ ଲକ୍ଷ୍ମୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । କର୍ମସ୍ଥ ଗ୍ରହ ପ୍ରଭାବରେ ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ, ମାତ୍ର ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ପିତାଙ୍କ ଆଶୀର୍ବାଦ ଆପଣଙ୍କ ସାଥିରେ ରହିବ । ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ । କର୍ମକ୍ଷେତ୍ରରେ ଯଦିଓ ବିଶେଷ କିଛି ଗୁରୁତର ସମସ୍ୟା ରହିବ ନାହିଁ, ତଥାପି ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିବେ । ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କଇବେ । କୌଣସି ବିବାଦୀୟ ମାମଲାରେ ମୁଣ୍ଡ ନ ପୁରାଇବା ଭଲ । ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ଏବଂ କିଛିଟା ଅଭାବ ଓ ଅସୁବିଧାରୁ ମନ ଭାରାକ୍ରାନ୍ତ ରହିପାରେ । ଶୁଭରଙ୍ଗ: ଧୂସର । ଆରାଧନା: ହର ପାର୍ବତୀ ।

Leave a Reply

Your email address will not be published. Required fields are marked *