12 ଫେବୃୟାରୀ 2021, ଶୁକ୍ରବାର :- ଆଜି ସୂର୍ଯ୍ୟଦେବ କୁମ୍ଭ ରାଶିରେ କରିବେ ପ୍ରବେଶ ! ୬ଟି ରାଶିର ବ୍ୟକ୍ତି ଭାଗ୍ୟରେ

12 ଫେବୃୟାରୀ 2021, ଶୁକ୍ରବାର :- ଆଜି ସୂର୍ଯ୍ୟଦେବ କୁମ୍ଭ ରାଶିରେ କରିବେ ପ୍ରବେଶ ! ୬ଟି ରାଶିର ବ୍ୟକ୍ତି ଭାଗ୍ୟରେ

12 ଫେବୃୟାରୀ 2021, ଶୁକ୍ରବାର :- ଆଜି ସୂର୍ଯ୍ୟଦେବ କୁମ୍ଭ ରାଶିରେ କରିବେ ପ୍ରବେଶ ! ୬ଟି ରାଶିର ବ୍ୟକ୍ତି ଭାଗ୍ୟରେ ହେବ ପରିବର୍ତ୍ତନ ।

ଆଜି ଆମେ ଆପଣଙ୍କୁ ୧୨ ଫେବୃୟାରୀ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ରଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ । କର୍ମକ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ସହକର୍ମୀଙ୍କ ହୃଦୟ ଜିଣିବେ । ସହକର୍ମୀଙ୍କ ମତାମତକୁ ଗୁରତ୍ଵ ଦେଇ କାର୍ଯ୍ୟ କରିବା ଦ୍ଵାରା ଯଥେଷ୍ଟ ସଫଳତା ମିଳିବ । କାର୍ଯ୍ୟବ୍ୟସ୍ତ ଯୋଗୁଁ ଘର କଥା ବୁଝିବାକୁ ସମୟ ପାଇବେ ନାହିଁ । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ସନ୍ତୁଷ୍ଟ ହେବେ । ସାହିତ୍ୟ, କଳା ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ । ଆନୁଷ୍ଠାନିକ କାମ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ସ୍ଥିତି ମଜବୁତ ରହିବ । ସାମାଜିକ ସ୍ତରରେ ଲାଗିରହିଥିବା ସମସ୍ୟା ସମାଧାନ କରିବାରେ ସଫଳ ହେବେ । ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ । ପାରିବାରିକ ସ୍ଥିତି ଶାନ୍ତଶିଷ୍ଟ ରହିବ । ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି । ଶୁଭରଙ୍ଗ: ଗୋଳାପୀ । ଆରାଧନା: ମାଆ ବିମଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ପ୍ରତ୍ୟେକ କ୍ଷେତ୍ରରେ ଶତୁମାନେ ମଧ୍ୟ ମିତ୍ରତାର ହାତ ବଢାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ ପାଇପାରିବେ । କର୍ମକ୍ଷେତ୍ରରେ ଆଶାତୀତ ଉନ୍ନତି କରିବେ । ଅଫିସରେ ଲାଗିରହିଥିବା କେତେକ ସମସ୍ୟାକୁ ଦୁଃସାହସିକତାର ସହ ପୂର୍ଣ୍ଣ କରିବାରେ ସମର୍ଥ ହେବେ । ସାମାଜିକ ଜନକଲ୍ୟାଣ କାର୍ଯ୍ୟରେ ସହଭାଗୀତା କରିବେ ଓ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା ଦ୍ଵାରା ଆପଣଙ୍କ ଲୋକପ୍ରିୟତ ବୃଦ୍ଧି ପାଇବ । ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ କିନ୍ତୁ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବା ସହ କଳା, ସାହିତ୍ୟ କ୍ଷେତ୍ରରେ ମଧ୍ୟ ବେଶ୍ ଉନ୍ନତି କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆପଣ ନିଜ କାର୍ଯ୍ୟକୁ କର୍ତ୍ତବ୍ୟ ନିଷ୍ଠାର ସହ ନିର୍ବାହ କରିବେ । ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନ ଏକପ୍ରକାର ଖୁସି ହୋଇଯିବ । ଦିନଟି ଯଦିଓ ମନ୍ଦ ନୁହେଁ ତଥାପି ବୁଝିବିଚାରି କାମ କରନ୍ତୁ ନତୁବା ସମସ୍ୟାକୁ ଡାକି ଆଣିଲା ସଦୃଶ ହେବ । ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡିପାରେ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରି ପାରିବେ । ପରିବହନ, ନିର୍ମାଣ କ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ । ପରିସ୍ଥିତି ପଡି ଅନେକ ଟଙ୍କା ଖର୍ଚ୍ଚ ହୋଇପାରେ । ଧର୍ମାନୁଷ୍ଠାନ କିମ୍ବା ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି । ଅନ୍ୟର କଥାକୁ ପରିବାର ମଧ୍ୟରେ ଆଲୋଚନା କରିବା ଦ୍ଵାରା ପରିବାର ମଧ୍ୟରେ ଅଯଥାରେ କଳହ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲଗାଇ ସୁଖ ଦୁଃଖର ସମିଶ୍ରଣ ରହିବ । ହଠାତ୍‌ କର୍ମକ୍ଷେତ୍ରର କୌଣସି ସମସ୍ୟା ଯୋଗୁଁ ମନ ବିଚଳିତ ହୋଇଉଠିବା । ବୃତ୍ତିଗତ କର୍ମ ଅବା କର୍ମକ୍ଷେତ୍ରରେ ସହକର୍ମୀମାନେ ଅସହଯୋଗ କରିବେ । କିନ୍ତୁ ସମସ୍ୟାର ସମାଧାନ ନିମନ୍ତେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ହୋଇରହିବ । ଉଚ୍ଚାଧିକାରୀଙ୍କ ଆଦେଶାନୁସାରେ ଅଫିସ କାମକୁ ନେଇ ରାଜ୍ୟ ବାହାରକୁ ଯିବାକୁ ପଡିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ । ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦିନଟି ସମ୍ୟକ ଗୋଳମାଳିଆ ରହିବ, ବାଧାବିଘ୍ନ ଦେଇ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ । ଦୂରଦର୍ଶିତା ଅଭାବରୁ କେତେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆଗପଛ ବିଚାର ନ କରି ଯେକୌଣସି କାର୍ଯ୍ୟ କରିବା ପାଇଁ ତତ୍ପର ହେବେ, ଯାହାଫଳରେ କେତେକ ଅସ୍ଵାଭାବିକ ଘଟଣାର ସମୁଖୀନ କରିବାକୁ ପଡିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ବାଦବିବାଦ ପରିସ୍ଥତିତରେ ମୁଣ୍ଡ ପୁରନ୍ତୁ ନାହିଁ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମା ଚର୍ଚ୍ଚିକା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଭଗବାନଙ୍କୁ ଆରୋଧନ କରନ୍ତୁ ଏବଂ ନିଜ ଉପରେ ଭରସା ରଖନ୍ତୁ । ଉପସ୍ଥିତି ବୁଦ୍ଧି ଖଟାଇ ଜଟିଳ ପରିସ୍ଥିତିର ସାମ୍‌ନା କରିବେ ଓ ସମାଧାନର ମାର୍ଗ ଖୋଜି ବାହାର କରିବାରେ ସମର୍ଥ ହେବେ । ପୂର୍ବର ରାଗ ସୁଝାଇବାକୁ ଯାଇ ହଠାତ୍‌ ସହକର୍ମୀମାନେ ଅଶୁଦ୍ଧିଆବରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ ସେଥିପ୍ରତି ଆପଣ ଭୟଭୀତ ହୁଅନ୍ତୁ ନାହିଁ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ସମସ୍ୟା ଓ ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । କୌଣସି ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ବୋଝ ଉପରେ ଲଲିତା ବିଡା ଭଳି କାର୍ଯ୍ୟର ଚାପ ବଢିବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ପାରିବାରିକ କ୍ଷେତ୍ରରେ ଅତୀତର ଘଟଣାବଳୀକୁ ନେଇ ସମାଲୋଚିତ ହେବାକୁ ପଡିବ । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ, ଅବଶ୍ୟ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ମାଆ ଶାରଳା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦୃଢ ମନୋବଳ ଯୋଗୁଁ କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିଲେ ମଧ୍ୟ ଆଜି ପ୍ରତ୍ୟେକ କାର୍ଯ୍ୟ ହାସଲ କରିବେ ନିମନ୍ତେ ଖର୍ଚ୍ଚାନ୍ତ କରିବାକୁ ପଡିବ । ଯାହାଫଳରେ ମନରେ ସରସତା ରହିବ ନାହିଁ । କୌଣସି ନିର୍ଦ୍ଦିଷ୍ଟ କାମ ପାଇଁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଅନ୍ୟ ବ୍ୟକ୍ତି ଦ୍ଵାରା ପ୍ରାରଚିତ ହୋଇ କାର୍ଯ୍ୟହାସଲ ପାଇଁ ଅନୁପ୍ରେରିତ ହୋଇପାରନ୍ତି । ସତର୍କତାର ସହ କାର୍ଯ୍ୟ କରନ୍ତୁ, ଅଫିସର କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି । ପରିବାରର ଅବସ୍ଥାକୁ ଦେଖି ବ୍ୟବସ୍ଥା କରନ୍ତୁ, ନତୁବା ବିଭିନ୍ନ ପ୍ରକାରର ଅନାକାଂକ୍ଷିତ ସମସ୍ୟା ଦେଖାଦେଇପାରେ । ବନ୍ଧୁମାନଙ୍କ ମଧ୍ୟରେ ପରୋକ୍ଷ ଭାବେ ସମାଲୋଚିତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା । ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶ କରି ସଫଳ ମଧ୍ୟ ହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ସ୍ଥିତି ସୁଦୃଢ଼ କରିବେ ଓ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ବ୍ୟବସାୟ, ବାଣିଜ୍ୟରେ ଯଥେଷ୍ଟ ଉନ୍ନତି କରିବେ । ଚାକିରି କରୁଥିବା କର୍ମଜୀବୀଙ୍କ ପାଇଁ ଆଜି ଦିନତି ଅତ୍ୟନ୍ତ ଭଲ ରହିବ । ପାରିବାରିକ କ୍ଷେତ୍ରରେ ସୁଖ ଓ ଶାନ୍ତି ମିଳିବ । ବେରୋଜଗାର ଥିବା ବ୍ୟକ୍ତିଙ୍କୁ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି । ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ । ନିକଟ ସମ୍ପର୍କୀୟମାନେ ଭିତରେ ଚେର କାଟି ପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ଅତୀତରୁ ଲାଗିରହିଥିବା କାର୍ଯ୍ୟଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ । ଆପଣଙ୍କ ନୀରବତା ଅନ୍ୟମାନଙ୍କ ମନରେ ସନ୍ଦେହକୁ ଦ୍ୱିଗୁଣିତ କରିବ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀ ମାନଙ୍କ ସହ ବ୍ୟବହାର ଭଲ ରହିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପଦୋନ୍ନତିର ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ରାଜନୈତିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ମଧୁର ବାକ୍ୟଳାପ ଦ୍ଵାରା ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ମନରେ ବିଶ୍ଵାସ ଜନ୍ମାଇବାରେ ସମର୍ଥ ହେବେ । ସନ୍ଧ୍ୟାରେ ପରିବାର ସହିତ ହସଖୁସିର ସମୟ କଟିବ । ସାହିତ୍ୟ ଚର୍ଚ୍ଚା, ସଭା ସମିତିରେ ସଫଳତା ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆତ୍ମବିଶ୍ଵାସର ସହ ପ୍ରତ୍ୟେକ କାର୍ଯ୍ୟ କରିବେ । ମନରେ ସାମୟିକ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ଆର୍ଥିକ ଦିଗରୁ କୌଣସି ଅସୁବିଧା ରହିବ ନାହିଁ । ପୂର୍ବ ପ୍ରସ୍ତୁତି ଅନୁୟାଯୀ କାର୍ଯ୍ୟ କରିଲେ, ସଫଳତା ହାସଲ କରିବାରେ କୌଣସି ଅସୁବିଧା ହେବ ନାହିଁ । କୌଣସି ନୂତନ କର୍ମାରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତି କରିବେ । ଅଫିସରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଅପରାହ୍ନରେ ଅତୀତର କୌଣସି ଘଟଣାକୁ ସ୍ମରଣ କରି ଉଦାସ ରହିବ । ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ । ଉପସ୍ଥିତ ବୁଦ୍ଧି ଖଟାଇ ପରିବାରରେ ଗୋଳମାଳିଆ ପରିସ୍ଥିତିକୁ ସମ୍ଭାଳି ନେଇପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ମାଣିକେଶ୍ଵରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଆଜି ନିଜ କାର୍ଯ୍ୟଗୁଡିକ ବିଳମ୍ବରେ ସମ୍ପର୍ଣ୍ଣ ହେବା ଯୋଗୁଁ ମନରେ ସରସତା ରହିବ ନାହିଁ । କିନ୍ତୁ ଆର୍ଥିକ ରୋଜଗାର କରିବା ପାଇଁ ମନରେ ତତ୍ପରତା ବୃଦ୍ଧି ପାଇବ । ବନ୍ଧୁ ଓ ସହକର୍ମୀ ସାହାଯ୍ୟ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଚାକିରି କରୁଥିବା କର୍ମଜୀବୀମାନଙ୍କୁ ଉଚ୍ଚାଧିକାରୀଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ବନ୍ଧୁଙ୍କ ନିମନ୍ତ୍ରଣରେ ସମାଜ ସେବା ନିଜକୁ ନିୟୋଜିତ କରାଇବେ । ରାଜନୀତିରେ ଥିବା ବ୍ୟକ୍ତି ବିଶେଷମାନଙ୍କ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ବିବାଦୀୟ ପରିସ୍ଥିତି କିମ୍ବା ସହକର୍ମୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ମୁଣ୍ଡ ପୁରାନ୍ତୁ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ଦାମ୍ପତ୍ୟ ଜୀବନ ପ୍ରେମମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମା ଚର୍ଚ୍ଚିକା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଅନେକ ପ୍ରୟାସ ପରେ ସମସ୍ୟାର ସମାଧାନ କରିବା ନିମନ୍ତେ ସକ୍ଷମ ହେବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବା ସହ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ଦେଖି ମନରେ ବିକ୍ଷଭ ଜାତ ହେବ ଓ ଅବହେଳା ଯୋଗୁଁ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା କାରଣରୁ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ସହକର୍ମୀ ଓ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିଲେ ମଧ୍ୟ ଅଫିସରେ କାର୍ଯ୍ୟଭାର ଅଧିକ ରହିବା କାରଣରୁ ନିଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ସାମାଜିକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେହିପରି କିଛି ହେବ ନାହିଁ । କିନ୍ତୁ ବକ୍ ଅସଂଯମତା କାରଣରୁ ବନ୍ଧୁଙ୍କ ସହ ମନାନ୍ତର ହେବାର ସୂଚନା ରହିଛି । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଲିଙ୍ଗରାଜ ।

Leave a Reply

Your email address will not be published. Required fields are marked *