12 ଫେବୃୟାରୀ 2020, ବୁଧବାର- ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ଆକସ୍ମିକ

12 ଫେବୃୟାରୀ 2020, ବୁଧବାର- ଏହି ୮ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । କର୍ମକ୍ଷେତ୍ରରେ ଆକସ୍ମିକ ଉନ୍ନତି ଘଟିବାର ଯୋଗ ରହିଛି ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଯାହାର ଫଳସ୍ୱରୂପ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ । ବ୍ୟର୍ଥ ଚିନ୍ତାରୁ ଆପଣଙ୍କ ମୁକ୍ତି ମିଳିବ । ରାଶିଚକ୍ରର ଉତ୍ତରାର୍ଦ୍ଧରେ ଅଧିକାଂଶ ଗ୍ରହ ରହିଥିବା ଯୋଗୁଁ ମଧ୍ୟାହ୍ନ ପରେ ପ୍ରତ୍ୟେକ କାମରେ ଶୁଭଫଳ ମିଳିବ । ଆଜି ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ । କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ । ଅଫିସର ସୁସ୍ଥ ବାତାବରଣ ମନକୁ ଆନନ୍ଦିତ କରିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବ ଏବଂ ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏ ପାଇ ଖୁସି ଅନୁଭବ କରିବେ । ସାଧାରଣ ତର୍କଜନିତ ବିବାଦରୁ ଦୂରେଇ ରହିବା ଭଲ ହେବ । ପାରିବାରିକ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ନଚେତ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ ରହିବ । ଚନ୍ଦ୍ର ଓ ଶୁକ୍ରଙ୍କ ସୁପ୍ରଭାବରୁ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗର ମିଳିବ । କାମକୁ ଅତିଶୀଘ୍ର ଶେଷ କରିବା ଲାଗି ନୂଆ ଉପାୟ ମିଳିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ ।କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି । ଅଫିସରେ ଉଚ୍ଚାଧିକକାରୀଙ୍କ ସହଯୋଗ ମିଳିବ । ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ ଏବଂ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ଜୀବନସାଥୀଙ୍କ ପରାମର୍ଶ ଆଗକୁ ବଢ଼ିବାରେ ସହାୟକ ହେବ । ଜରୁରୀ ସାମଗ୍ରୀ କିଣିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ଦିନଟି ଶୁଭଫଳ ପ୍ରଦାନ କରିବ । କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଅର୍ଥ, ବନ୍ଧୁଙ୍କ ସହ ଯୋଗାଯୋଗ, ଆଦର ଅଭ୍ୟର୍ଥନାଦି ପ୍ରାପ୍ତ କରାଇବ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଚାକିରି କରୁଥିବା କର୍ମଜୀବୀଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ଆନୁଷଙ୍ଗିକ ସାହାଯ୍ୟ ମଧ୍ୟ ପାଇବେ । ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ନଚେତ ସମସ୍ୟାର କାରଣ ହୋଇପାରେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଆପଣଙ୍କର ଆତ୍ମବିଶ୍ଵାସ ଉଚ୍ଚା ରହିବ । ଶୁକ୍ର ଓ ଚନ୍ଦ୍ରଙ୍କ ପାରସ୍ପରିକ ଦୃଷ୍ଟି ପ୍ରଭାବରେ ଧର୍ମକାର୍ଯ୍ୟ, ଫଳପ୍ରଦ ଆଲୋଚନା, ସୁସମ୍ପର୍କ ସୃଷ୍ଟି ଓ ଅଭିଳଷିତ ଫଳ ପାଇବେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ରହିବ । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ଅଫିସରେ ପରିଶ୍ରମ ଅଧିକ ହେଲେ ମଧ୍ୟ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହେବେ । ଅଚାନକ ଧନପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ସମ୍ଭାବନା ରହିଛି । ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ । ପୈତୃକ ସମ୍ପତ୍ତି ପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । କୋର୍ଟ କଚେରୀ ମାମଲାର ଶୁଣାଣି ବିଳମ୍ବ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଦ୍ୱିତୀୟରେ ଚନ୍ଦ୍ର ଥିବାରୁ ମନ ଖୁସୀ ରହିବ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଘର ଲୋକଙ୍କ ସହିତ ପରାମର୍ଶ କରନ୍ତୁ । ବେପାର ସମ୍ବନ୍ଧୀୟ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ପରିଶ୍ରମରୁ ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ । ବହୁତ ଦିନରୁ ଚାଲିଥିବା ବିବାଦର ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ । ନୂଆ ଘର ବା ଭୂସମ୍ପତ୍ତି କିଣିବା ପାଇଁ ଯୋଜନା କରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ । ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ବିରଜା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ । ଲାଭାଧିପ ରାଶିରେ ରହିଥିବାରୁ ଯୋଗୁଁ ମନ ଚାହୁଁଥିବା ଅର୍ଥାତ ପରିକଳ୍ପିତ ଯୋଜନା ଅନୁସାରେ କାର୍ଯ୍ୟ କରିବାରେ କିଛି ଅସୁବିଧା ହେବ ନାହିଁ । କାର୍ଯ୍ୟକ୍ଷେତ୍ରରେ ପୁରୁଣା କାମରୁ ଯଥେଷ୍ଟ ଫାଇଦା ମିଳିବ । ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିବେ । ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଡ଼ ପଦ ମିଳିପାରେ । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ । ନିକଟ ସମ୍ପର୍କୀୟଙ୍କ ଠାରୁ ପ୍ରେରଣା ପାଇ ଖୁସି ହେବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଆପଣଙ୍କ କାମ ସଂପୂର୍ଣ୍ଣ କରିବାରେ କେହି ଅବରୋଧ କରିପାରିବେ ନାହିଁ । ନବମଭାବକୁ ତିନୋଟି ଗ୍ରହର ଦୃଷ୍ଟି ଯୋଗୁଁ ଆପଣ କାମ ହାସଲ ପାଇଁ ଚେଷ୍ଟା କରିବେ ସତ, ସଫଳତା ବିଳମ୍ବରେ ମିଳିବ । କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ । ଅଫିସ କାମରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଭୁଲ୍‌ ବୁଝାମଣା ଓ ବୃଥା ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତିଜନିତ ସୃଷ୍ଟି ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଦେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଦେବୀମାତାଙ୍କ ଆରାଧନାରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ । ଅନ୍ୟମାନଙ୍କୁ ସାହାଯ୍ୟ କରିବା ହେତୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବ । ଆଜିର ସପ୍ତମାଧିପତି ଶୁଭଭାବସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଯାତ୍ରା, ବାଣିଜ୍ୟ, ପ୍ରତିଯୋଗିତା, ବିବାଦୀୟ ପରିସ୍ଥିତିର ସମାଧାନ ହେବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷେତ୍ରରେ ମଜବୁତ ରହିବେ । ଆୟର ନୂଆ ସ୍ରୋତ ସାମନାକୁ ଆସିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ଉଚ୍ଚ ପ୍ରଶଂସିତ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ବିତେଇବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଶାନ୍ତଶିଷ୍ଟ ମନରେ କାମ କରନ୍ତୁ, ସଫଳତା ମିଳିବ ସଙ୍ଗେ ସଙ୍ଗେ ପ୍ରଶଂସିତ ହେବ । ଦ୍ୱିତୀୟରେ ଶନି ଓ ରାଶିରେ ଏକାଧିକ ଗ୍ରହ ଯୋଗୁ ପୂର୍ବରୁ ରହିଥିବା ସମସ୍ୟାଗୁଡିକ ଆପଣାଛାଏଁ ସମାଧାନ ହୋଇଯିବ । ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହିତ ବ୍ୟବହାରରେ ମିଷ୍ଟିତା ରଖନ୍ତୁ । କୋର୍ଟ କଚେରି ମାମଲାଠୁଁ ଦୂରରେ ରହିଲେ ଭଲ ହେବ । ପାରିବାରିକ ସ୍ତରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ । ସାମୟିକ ଭାବେ ପେଟ ରୋଗରେ ପୀଡିତ ହେବାର ଆଶଙ୍କା ଦେଖାଦେଇପାରେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଭଗବାନଙ୍କ ଉପରେ ଭରସା ରଖନ୍ତୁ; ଦିନଟି ମଙ୍ଗଳମୟ ହେବ । ରାଶିରେ ରବି ଓ ଶନି ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତା ଓ ଭାବନା ଉଦ୍ରେକ ହେବ । ବ୍ୟବସାୟୀରେ ସମସ୍ୟା ଭିତ୍ତିରେ ଗତି କରିବାକୁ ପଡିପାରେ । ଅଫିସର କାର୍ଯ୍ୟ ବହୁଳତା ଯୋଗୁଁ ମନରେ ସରସତା ରହିବ ନାହିଁ । ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯାଇପାରେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଆପଣଙ୍କ ପକ୍ଷରେ ରହିବ । ପାରିବାରିକ କ୍ଷେତ୍ରରେ ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ମଙ୍ଗଳଙ୍କ କୁପ୍ରଭାବରୁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ସବୁ କରିବାକୁ ପଡିବ ଏବଂ ପ୍ରତ୍ୟେକ କାମ ସମ୍ପର୍ଣ୍ଣ ହେବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ବ୍ୟବସାୟ ଓ ପରିବହନରେ ଶିଥିଳତା କାରଣରୁ ସାମୟିକ ବିଷାଦିତ ରହିପାରନ୍ତି । ଅଫିସରେ ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିଲେ ମଧ୍ୟ ଅତ୍ୟାଧିକ କାର୍ଯ୍ୟଭାର ଯୋଗୁଁ ମନରେ ସରସତା ରହିବ ନାହିଁ । ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ଦ୍ୱାରା ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି । ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ସୁଯୋଗ ଜୁଟିପାରେ । ଇଚ୍ଛା ନଥିଲେ ମଧ୍ୟ ପରିବାରିକ ମତକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ଆପଣଙ୍କ ବ୍ୟବହାର ଲାଗି ସମସ୍ତଙ୍କ ପ୍ରିୟ ହୋଇପାରିବେ । କାରବାର ବୃଦ୍ଧି କରିବା ଲାଗି ଚେଷ୍ଟା କରିବେ ଏବ˚ ସଫଳ ହେବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଖୋଲିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଗଣେଶ ।

Be the first to comment

Leave a Reply

Your email address will not be published.


*