12 ନଭେମ୍ବର 2020, ଗୁରୁବାର- ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ରହିବ ଉଜ୍ଜ୍ଵଳ ! ପାରିବାରିକ ସୁଖଶାନ୍ତି ସହିତ

12 ନଭେମ୍ବର 2020, ଗୁରୁବାର- ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ରହିବ ଉଜ୍ଜ୍ଵଳ ! ପାରିବାରିକ ସୁଖଶାନ୍ତି ସହିତ କର୍ମକ୍ଷେତ୍ରରେ ମଧ୍ୟ କରିବେ ଯଥେଷ୍ଟ ଉନ୍ନତି ।

ଆଜି ଆମେ ଆପଣଙ୍କୁ ୧୨ ନଭେମ୍ବର ଗୁରୁବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ, ଉପକୃତ ହେବ । ଆଜି ରବି ନୀଚସ୍ଥ ଯୋଗୁଁ ବ୍ୟବସାୟ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍‌ ହେବନାହିଁ । କର୍ମକ୍ଷେତ୍ରରେ ସାମୟିକ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । କିନ୍ତୁ ବ୍ୟବସାୟ ସମ୍ବନ୍ଧିତ ମନରେ ଯେଉଁ ପ୍ରକାର ଆଶଙ୍କ ରହିଛି, ସେହିପରି କିଛି ଅସୁବିଧା ହେବ ନାହିଁ । ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ସଭାସମିତିରେ ଯୋଗ ଦେଇପାରନ୍ତି । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ବିବାଦୀୟ ପରିବେଶରୁ ଦୂରେଇ ରହିବା ଭଲ ହେବ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାର୍ଯ୍ୟ କରିପାରନ୍ତି । ପରିବାରିକ ସମସ୍ୟାକୁ ନେଇ ସହଧର୍ମୀଙ୍କ ସହ ମନାନ୍ତର ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଶନି ଓ ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାର ସମ୍ୟକ ସୂଚନା ରହିଛି । ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାର ଶିକାର ହେବେ । ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ କର୍ମକ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । କିନ୍ତୁ ବନ୍ଧୁଙ୍କ ସହାୟତାରେ ଆର୍ଥିକ ଲାଭ କରିପାରିବେ । ସମାଜରେ ଶୃଙ୍ଖଳିତ ଭାବେ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ଅପରାହ୍ନରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପରିବାରରେ ଅସଂଯମତା ବ୍ୟବହାର ମନକୁ ଦୁଃଖ ଦେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଭୈରବୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ତୃତୀୟ ବ୍ୟୟାଧିପତି ବୁଧ ଧନ ଲାଭାଧିପତି ଯୁକ୍ତ ହୋଇଥିବା ଯୋଗୁଁ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ଆକସ୍ମିକ ଅର୍ଥ ଲାଭର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ ଏବଂ ନୂତନ ବ୍ୟବସାୟ ଆରମ୍ଭ କରି ଆମତ୍ତୃପ୍ତି ଲାଭ କରିବେ । କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରିବେ । ସମାଜରେ ମାନସମ୍ମାନ ବୃଦ୍ଧି ଘଟିବ । ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହୋଇପାରିବେ । ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପାରିବାରିକ ସମସ୍ୟାର ସମାଧାନ ନିମିତ୍ତ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୃଢ ମନରେ କାର୍ଯ୍ୟ କରିବେ । ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଵାସ୍ଥ୍ୟ ସମସ୍ୟାରେ ସୁଧୁର ଆସିବା ସଙ୍ଗେ ସଙ୍ଗେ ନିୟନ୍ତ୍ରଣ ମଧ୍ୟରେ ରହିବ । ବ୍ୟବସାୟ ଓ ବାଣିଜ୍ୟରେ କିଛି ନା କିଛି ସମସ୍ୟା ଲାଗି ରହିବା ଫଳରେ ମନରେ ସରସତା ରହିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ, ଯାହାଫଳରେ ବନ୍ଧୁଙ୍କ ପରାମର୍ଶ ନେଇ ବ୍ୟବସାୟର ପ୍ରସାର ପ୍ରଚାର କରିବା ପାଇଁ ମନସ୍ଥ କରିବେ । ଆପଣଙ୍କ କାର୍ଯ୍ୟକୁ ନେଇ ଉଚ୍ଚ-ଅଧିକାରୀ ଆପଣଙ୍କ ଉପରେ କ୍ଷୁବ୍ଧ ହୋଇପାରନ୍ତି ଓ ସଂପୂର୍ଣ୍ଣ କରିଥିବା କାର୍ଯ୍ୟର କୈଫତ୍ ମାଗିପରାନ୍ତି । ସାମାଜିକକ୍ଷେତ୍ର କିମ୍ବା ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ଆର୍ଥିକ ସ୍ଥିତି ମାନ୍ଦା ଥିବା ସତ୍ତ୍ୱେ ପୈତୃକସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଉପୁଜିପାରେ । ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଓ ପରିବାରରେ ହଠାତ ନିଜର ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ନୀଚାରୋହୀ ରବିଙ୍କ ପ୍ରଭାବରେ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । କେତେକ ବିବାଦୀୟ ଘଟଣାର ସ୍ଥିତି ଆପଣଙ୍କ ସପକ୍ଷରେ ରହିଲେ ମଧ୍ୟ ସଂଘର୍ଷପୂର୍ଣ୍ଣ ସ୍ଥିତି ବଳବତ୍ତର ରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଉଚ୍ଚପଦାଧିକାରୀଙ୍କ ଆଦେଶପ୍ରାପ୍ତରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବା ପାଇଁ ବାଧ୍ୟ ହେବେ । ଘରୋଇ ବ୍ୟାପାରରେ ଅନ୍ୟମାନଙ୍କ ହସ୍ତକ୍ଷେପ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟିର ଆଶଙ୍କା ରହିଛି । ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ନିଜର ମତ ହଠାତ୍ ବଦଳାଇ ଅସହଯୋଗ କରିପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ ଓ ସହଧର୍ମୀଙ୍କ ପରାମର୍ଶରେ ହିଁ କର୍ମକ୍ଷେତ୍ରରେ କେତେକାଂଶରେ ଉପକୃତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଭାଗ୍ୟ ଓ କର୍ମସ୍ଥାନରେ ଏକାଧିକ ଗ୍ରହମାନଙ୍କ ପ୍ରଭାବଯୁକ୍ତ ଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହେବ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଯାହାଫଳରେ ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିବା ଫଳରେ ସହକର୍ମୀମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି । ଉଚ୍ଚ ପଦାଧିକାରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ । ଦୀର୍ଘଦିନରୁ ଅଟକିଥିବା ବକେୟା ଟଙ୍କା ଆଦାୟ କରିବାରେ ସମର୍ଥ ହେବେ । ଭୁଲ୍‌ ବୁଝାମଣା ଓ ସନ୍ଦେହ ଯୋଗୁଁ ପରିବାରରେ କଳହ ଉପୁଜିପାରେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି । ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି । ସମ୍ପର୍କୀୟଙ୍କ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ସମସ୍ୟାକୁ ବଢାଇପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଜି ସମସ୍ୟାରେ ବିଚଳିତ ହେବେ ନାହିଁ । କିନ୍ତୁ ସମାଗମ ସ୍ଥିତିରେ ଚନ୍ଦ୍ରର ଅବସ୍ଥାନ ଯୋଗୁଁ ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ପରିପାର୍ଶ୍ଵକ ସ୍ଥିତି ବଦଳି ଯାଇପାରେ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମରେ କୌଣସି କୁପ୍ରଭାବ ପଡିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ । କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହ ଆକସ୍ମିକ ଭାବରେ ଜଣେ ବନ୍ଧୁଙ୍କ ଠାରୁ ଯଥେଷ୍ଟ ସହାୟତା ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇପରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ମାଣିକେଶ୍ଵରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ କର୍ମ ତାତ୍ପରତା ବୃଦ୍ଧି ପାଇବ । ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ଆପଣ କଳ୍ପନା ମାଧ୍ୟମରେ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଯୋଗୁଁ ଚିନ୍ତା ମଧ୍ୟ ବଢ଼ିପାରେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ । ଅଫିସ୍‌ କାମର ଜଞ୍ଜାଳ ମଧ୍ୟ ବଳିପଡିବ । ସାମୂହିକ କାମରେ ଅଥବା ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସଭାସମିତି, ଚୁକ୍ତିପତ୍ର, ଆଲୋଚନା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜର ଅକ୍ଷୁର୍ଣ୍ଣ ପୂର୍ବପରି ରହିବ । ପରିବାର ଲୋକଙ୍କ ସହିତ କଥା କହିବା ସମୟରେ ନିଜ ଭାଷା ଉପରେ ସଂଯମ ରଖନ୍ତୁ । ଥଣ୍ଡା କାଶଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ସାବ୍ୟସ୍ତ ହେବ । ରାଶିର ସପ୍ତମସ୍ଥାନ ଭାଗରେ ପ୍ରଭାବଶାଳୀ ଗ୍ରହର ଅବସ୍ଥାନ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ । ପୂର୍ବ ପରିକଳ୍ପିତ ନୂତନ କାମଟି କାର୍ଯ୍ୟକାରୀ କରିବାରେ ନାନା ପ୍ରକାର ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ । ଅର୍ଥ ସଂଗ୍ରହ କରିବାର ତତ୍ପରତା ମନରେ ବୃଦ୍ଧି ପାଇବ । ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି ଓ କିଛି ନୂଆ ସାମଗ୍ରୀ ମିଶାଇବା ପାଇଁ ଯୋଜନା କରିପାରନ୍ତି । ଅଫିସରେ ସୁସ୍ଥ ବାତାବରଣ ରହିବ । କିନ୍ତୁ ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବନ୍ଧୁମାନେ ମନକୁ ବାଧିଲା ଭଳି କଥା କହିବେ, ଯାହାଫଳରେ ସବୁ ଆନନ୍ଦ ପାଣିଫୋଟକା ପରି ମିଳାଇ ଯିବାର ଆଶଙ୍କା ରହିଛି । ନିଜ ଲୋକମାନେ ହିଁ ନିଜର ସ୍ଵାର୍ଥସାଧନ ନିମିତ୍ତ ବିଶ୍ୱାସଘାତକତା କରିପାରନ୍ତି । ସତର୍କତା ଅଭାବରୁ ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କର ସ୍ଵଭାବ ଓ ବ୍ୟବହାରରେ ଅନ୍ୟମାନେ ଆକର୍ଷିତ ହେବେ । ଲାଭାଧିପତି ସ୍ଵଗୃହକୁ ଅବଲୋକନ କରୁଥିବାରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି, ନୂତନ ସମ୍ପର୍କ ସୃଷ୍ଟି ହେବା ଯୋଗୁଁ ମନ ଆନନ୍ଦ ରହିବ । ବନ୍ଧୁଙ୍କ କଥାକୁ ଗ୍ରହଣ କରି କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ବ୍ୟବସାୟରେ ମନୋବାଞ୍ଛିତ ଫଳ ମିଳିବ । ସରକାରୀ କ୍ଷେତ୍ରରୁ କିଛି ପାଇବାର ଆଶା ବଳବତ୍ତର ହୋଇପାରେ । ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ପ୍ରତ୍ୟେକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ଆପଣ ଯେଉଁଥି ପାଇଁ ଆଶଙ୍କା କରୁଛନ୍ତି ସେହି କ୍ଷେତ୍ରରେ କିଛି ଅସୁବିଧା ହେବ ନାହିଁ । କିଛି ଗୋଳମାଳିଆ ପରିସ୍ଥିତିର ମଧ୍ୟସ୍ଥତା କରିଲେ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ । ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମଗୁଡ଼ିକୁ ସଫଳତାର ସହ ସମ୍ପନ୍ନ କରିପାରିବେ କିନ୍ତୁ ଘରେ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନି ଓ ଚିଡା ସ୍ଵଭାବ ଯୋଗୁଁ ବିଚଳିତ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦୃଢ଼ ମନୋବଳ କାର୍ଯ୍ୟ ପାଇଁ ପ୍ର୍ରେରଣା ଯୋଗାଇବ । ବିଭିନ୍ନ ପ୍ରତିବନ୍ଧକ ଓ ପରୋକ୍ଷ ଶତ୍ରୁତା ରହିଥିଲେ ମଧ୍ୟ ଆପଣଙ୍କ କାମ ପାଇଁ ତାହାର କୌଣସି କୁପ୍ରଭାବ ରହିବନାହିଁ । ଆଜି ଆପଣଙ୍କ ନିଜ କର୍ମ ଉପରେ ଅଧିକ ଗୁରୁତ୍ଵ ଦେବେ ଏବଂ କୌଣସି ସୁଯୋଗକୁ ମଧ୍ୟ ହାତଛାଡ କରିବେ ନାହିଁ । ହାତକୁ ନେଇଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ । ଅଫିସରେ ବାତାବରଣ ସୁସ୍ଥ ଥିଲେ ମଧ୍ୟ ଏକ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀମାନଙ୍କ ସହ ମତଭେଦ ସୃଷ୍ଟି ହୋଇପାରେ । ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ବାକ୍‌ ଅସଂଯମତା ଯୋଗୁଁ ସମ୍ପର୍କ ବ୍ୟାହତ ସୃଷ୍ଟି ହୋଇପାରେ । ପରିବାରରେ କାହାର ସ୍ଵାସ୍ଥ୍ୟହାନି କାରଣରୁ ମନ ଅସ୍ଥିର ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ମାଣିକେଶ୍ଵରୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ଉଚ୍ଚ ଆଶା ପୋଷଣ କରିବେ । ଶୁକ୍ରଙ୍କ ସୁପ୍ରଭାବରୁ ମନ ଖୁସୀ ରହିବ । ମନୋରଞ୍ଜନରେ ଦିନ ଅତିବାହିତ କରିବେ ଓ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରିବେ । ଅନ୍ୟକୁ କଅଁଳ କଥା କହି ପରକୁ ମଧ୍ୟ ଆପଣାର କରିପାରିବେ । କର୍ମକ୍ଷେତ୍ରରେ ସୁଯୋଗ ହାତ ପାଆନ୍ତାରେ ପାଇବେ ଓ କାମ ହାସଲରେ ସମର୍ଥ ହେବେ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ ପୂରା ହେବାକୁ ଯାଉଥିବା କୌଣସି କାମରେ ବାଧା ଉତ୍ପନ୍ନ ହୋଇପାରେ । ଅଫିସ କାମର ବୋଝ ଟିକେ ଅଧିକ ରହିବ । ଆର୍ଥିକ ସ୍ଥିତିରେ ଉତ୍ଥାନପତନ ଲାଗିରହିବ । ଆନୁଷ୍ଠାନିକ କାମ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, କିନ୍ତୁ କଷ୍ଟ ସ୍ଵୀକାର କରିବାକୁ ପଡିବ । ପରିବାରରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ହୋଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଗୁପ୍ତେଶ୍ଵର ।

Be the first to comment

Leave a Reply

Your email address will not be published.


*