କରୋନା ସହିତ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦିବ୍ୟା ଭଟନାଗର ! ସ୍ୱାମୀ ମଧ୍ୟ ଛାଡିଲେ ହାତ…!

କରୋନା ସହିତ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦିବ୍ୟା ଭଟନାଗର ! ସ୍ୱାମୀ ମଧ୍ୟ ଛାଡିଲେ ହାତ…!

ଚଳିତ ୨୦୨୦ ମସିହାଟି ଦୁଃଖ ବେଦନାର ବର୍ଷ ରୂପେ ଚିରଦିନ ପାଇଁ ଇତିହାସ ପୃଷ୍ଟାରେ ଅବିସ୍ମରଣୀୟ ହୋଇରହିବ । ନିଷ୍ଠୁର କରୋନା ଗୋଟିଏ ପରେ କାହିଁ କେତେ ଲୋକଙ୍କ ଜୀବନ ନେଇଛି ତ ଅନ୍ୟପଟେ ଲୋକଙ୍କ ଓ ଦେଶର ଆର୍ଥିକ ମେରୁଦଣ୍ଡକୁ ଦୁର୍ବଳ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କରୋନା ଭାଇରସ୍ ବିଶ୍ଵ ସ୍ତରରେ ଏକ ମହାମାରୀ ରୂପେ ନିଜର ପରାକାଷ୍ଠାକୁ ବଳବତ୍ତର କରି, ସମଗ୍ର ବିଶ୍ୱକୁ ନିଜ ଅକ୍ତିଆରେ ରଖିଛି । ମାୟାନଗର ମୁମ୍ବାଇ ଠାରୁ ଆରମ୍ଭ କରି ଟେଲିଭିଜନ ଦୁନିଆ ପର୍ଯ୍ୟନ୍ତ ଅନେକ କଳାକାରଙ୍କ ଜୀଵନଶୈଳୀ ଉପରେ ଏହା ପ୍ରଭାବ ପକାଇଛି । ବିଗତ ଦିନରେ ଏହି ତାଲିକାରେ “ୟେ ରିସ୍ତା କ୍ୟା କେହଲାତା ହେ” ଧାରାବାହିକର ଖ୍ୟାତନାମା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା । ଧାରାବାହିକରେ ଗୁଲାବୋଙ୍କ ଭୂମିକା ପାଇଁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଦିବ୍ୟାଙ୍କ କରୋନା ଭାଇରସ୍ ରିପୋର୍ଟ ମଧ୍ୟ ପୋଜିଟିଭ ଆସିଥିଲା । କରୋନା କାରଣ ହେତୁ ତାଙ୍କ ଅବସ୍ଥା ବହୁତ ସଙ୍କଟାପର୍ଣ୍ଣ ଥିବା ଯୋଗୁଁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଦିବ୍ୟା ଭଟନାଗର “ଉଡ଼ାନ, ଜିତ ଗୟୀ ତୋହ ପିୟା ମେରେ, ବିଶ୍ୱ” ପରି ଅନେକ ଶୋ’ରେ ମଧ୍ୟ କାମ କରିସାରିଛନ୍ତି । ଦିବ୍ୟା ୨୦୧୯ ମସିହା ଡିସେମ୍ବର ମାସ ୨୨ ତାରିଖରେ ତାଙ୍କର ଦୀର୍ଘ ସମୟର ପ୍ରେମିକ ଗଗନଙ୍କୁ ବିବାହ କରିଥିଲେ, କିନ୍ତୁ ତାଙ୍କ ମାଁ ବର୍ତ୍ତମାନ ଖୁଲାସା କରିଛନ୍ତି ଯେ, ଦିବ୍ୟାଙ୍କ ହାତ ତାଙ୍କ ସ୍ୱାମୀ ଛାଡି ଦେଇଛନ୍ତି ।

ଦିବ୍ୟାଙ୍କ ମାଁ ଏକ ସାକ୍ଷାତକାରରେ ତାଙ୍କ ଝିଅଙ୍କ ଅବସ୍ଥା ବିଷୟରେ କହିଛନ୍ତି, “ଦିବ୍ୟାଙ୍କ ଅବସ୍ଥା ଗୁରୁତର ଅଟେ । ତାଙ୍କର ଅମ୍ଳଜାନ ସ୍ତର ୭୧ରେ ରହିଛି । ତାଙ୍କ ମାଆ କହିଛନ୍ତି ଯେ, ଗତ ଛଅ ଦିନ ଧରି ଦିବ୍ୟାଙ୍କୁ ଜ୍ୱର ହୋଇଥିଲା । ସେ ବହୁତ ଅସୁସ୍ଥତା ଅନୁଭବ କରୁଥିଲେ ।

ମୁଁ ଦିଲ୍ଲୀରୁ ଆସି ଘରକୁ ଏକ ଅକ୍ସୀମିଟର ମଧ୍ୟ ଆଣିଥିଲି । ଆମେ ତାଙ୍କର ଅମ୍ଳଜାନ ସ୍ତରକୁ ଯାଞ୍ଚ କରିଥିଲୁ, ସେଥିରୁ ଜାଣିବାକୁ ପାଇଥିଲୁ ଯେ ତାଙ୍କର ଅମ୍ଳଜାନ ସ୍ତର ୭୧ ରହିଛି । ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି, ତାଙ୍କର ଅମ୍ଳଜାନ ସ୍ତର ପାଖାପାଖି ୮୪ ରହିଛି ଏବଂ ସେ ବର୍ତ୍ତମାନ ସୁଦ୍ଧା ଗୁରୁତର ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ତାଙ୍କର ରିପୋର୍ଟ ଆସିଛି ଏବଂ ସେ କରୋନା ପଜିଟିଭ ବୋଲି ଜଣାପଡିଛି ।

କଥାବାର୍ତ୍ତା ସମୟରେ ଯେତେବେଳେ ଦିବ୍ୟାଙ୍କ ସ୍ୱାମୀ ଗଗନଙ୍କ ବିଷୟରେ ପଚରା ଯାଇଥିଲା, ସେତେବେଳେ ତାଙ୍କ ମାଁ ଦିବ୍ୟାଙ୍କ ସ୍ୱାମୀଙ୍କୁ “ଠକ” ବୋଲି କହିଥିଲେ । ଗଗନ ଦିବ୍ୟାଙ୍କ ସହିତ ରହିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏହି ବିଷୟରେ ଖୁଲାସା କରିବା ସହିତ ସେ କହିଛନ୍ତି; “ଯେକେହି ମଧ୍ୟ ଆପଣଙ୍କୁ କହିପାରିବେ, ସତ୍ୟକୁ ସର୍ବ ସମ୍ମୁଖରେ ପ୍ରକାଶ କରିବାର ସମୟ ଆସିଯାଇଛି । ତାଙ୍କ ସ୍ୱାମୀ ତାଙ୍କୁ ପ୍ରତାରଣା କରିଥିଲେ । ସେ ତାଙ୍କୁ ଛାଡି ଦେଇଛନ୍ତି ଏବଂ ସମ୍ମୁଖକୁ ଆସିବା ନିମନ୍ତେ ମଧ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି । ସେ ଆମ ଅଜାଣତରେ ବିବାହ କରି କରିଛନ୍ତି । ମୋତେ ଆଶ୍ଚର୍ଯ୍ୟ ଲାଗେ ଯେ, ବିବାହ ପରେ ସେମାନେ ଔଶିୱାରା ନାମକ ଏକ ଛୋଟ ସ୍ଥାନରେ ରହୁଛନ୍ତି । ସେ ପୂର୍ବରୁ ମୀରା ରୋଡ ସ୍ଥିତ ଏକ ବଡ ଘରେ ରହୁଥିଲେ ।”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗଗନ ଗୋଟିଏ ପ୍ରଯୋଜନା ହାଉସ ପାଇଁ କାମ କରୁଛନ୍ତି ଏବଂ କଳାକାର ପରିଚାଳନା ଦାୟିତ୍ଵ ମଧ୍ୟ ସମ୍ଭାଳନ୍ତି । ୨୦୧୯ ମସିହା ଡିସେମ୍ବର ମାସ ୨୩ ତାରିଖରେ ଦିବ୍ୟା ଇନଷ୍ଟାଗ୍ରାମରେ ନିଜ ପ୍ରଶଂସକମାନଙ୍କ ସହିତ ବିବାହର ଫୋଟୋ ପୋଷ୍ଟ ସେୟାର କରିଥିଲେ ।

ଦିବ୍ୟା ଭଟନାଗର ଏବଂ ଗଗନଙ୍କ ପରିବାର ଏହି ବିବାହ ଉତ୍ସବରେ ଯୋଗ ଦେଇନଥିଲେ । ଉଭୟ ଦିବ୍ୟା ଭଟନାଗର ଓ ଗଗନଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିଲେ । ଦୁହେଁ ୨୦୧୫ ମସିହାରେ ନିର୍ବନ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *