ଶାସ୍ତ୍ରରୁ ଜାଣନ୍ତୁ ବର୍ଷର କେଉଁ ମାସରେ କେଉଁ ଦ୍ରବ୍ୟ ସେବନ କରିବା ଉଚିତ ଓ କେଉଁ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ !

ଶାସ୍ତ୍ରରୁ ଜାଣନ୍ତୁ ବର୍ଷର କେଉଁ ମାସରେ କେଉଁ ଦ୍ରବ୍ୟ ସେବନ କରିବା ଉଚିତ ଓ କେଉଁ ଦ୍ରବ୍ୟ ବ୍ୟବହାର କରିବା ଉଚିତ ନୁହେଁ !

ହିନ୍ଦୁ ଧର୍ମଶାସ୍ତ୍ର ଓ ଆୟୁର୍ବେଦରେ ଭୋଜନ ସହ ଜଡ଼ିତ କିଛି କଥା କୁହାଯାଇଛି । ଏଥିରେ କେଉଁ ଦିନ କେଉଁ ଦ୍ରବ୍ୟ ସେବନ କରିବା ଉଚିତ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ ଏହା ବିଷୟରେ ଆଲୋଚନା କରାଯାଇଛି । ଏହା ପଛରେ ଧାର୍ମିକ ସଙ୍ଗେ ସଙ୍ଗେ ବୈଜ୍ଞାନିକ କାରଣ ମଧ୍ୟ ଜଡ଼ିତ । ଏମିତିରେ ଆମେ ଆପଣଙ୍କୁ ହିନ୍ଦୁ ମାସ ଅନୁସାରେ ସେବନ କରାଯାଉଥିବା ଓ ଯାହା ନଖାଇବା ଦରକାର ଏହି ଦ୍ରବ୍ୟ ଗୁଡିକର ଏକ ସୂଚୀ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁସାରେ କେଉଁ କେଉଁ ଦ୍ରବ୍ୟ ସେବନ କରିବା ଉଚିତ୍– ଚୈତରେ ଚଣା, ବୈଶାଖରେ ବେଲ, ଜ୍ୟେଷ୍ଠରେ ଶୟନ, ଆଷାଢ଼ରେ ଖେଳ, ଶ୍ରାବଣରେ ସବୁଜ ପନିପରିବା, ଭାଦ୍ରବରେ ରାଶି । ଆଶ୍ଵିନରେ ନୀତି ଗୁଡ଼ ସେବନ, କାର୍ତ୍ତିକରେ ମୂଳ, ମାର୍ଗଶୀରେ ତେଲଜାତୀୟ ପଦାର୍ଥ, ପୌଷରେ କ୍ଷୀର । ମାଘରେ ଖାଆନ୍ତୁ ଘିଅ ଓ ଖେଚୁଡ଼ି, ଫାଲଗୁନରେ ନୀତି ଉଠି ଗାଧୋଇ ଦିଅନ୍ତୁ ।

ଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ମାସରେ କଣ ସେବନ କରିବା ଉଚିତ୍ ନୁହେଁ – ଚୈତ ମାସରେ ଗୁଡ଼, ବୈଶାଖରେ ତେଲ, ଜ୍ୟେଷ୍ଠ ମାସରେ ପନ୍ଥ, ଆଷାଢ଼ରେ ବେଲ । ଶ୍ରାବଣରେ ଶାଗ, ଭାଦ୍ରବରେ ଦହି, ଆଶ୍ଵିନରେ କଲରା, କାର୍ତ୍ତିକରେ ଦହି । ମାର୍ଗଶିରେ ଜିରା, ପୌଷରେ ଧନିଆ, ମାଘରେ ମିଶ୍ରି, ଫାଲଗୁନେ ଚଣା । ଯେଉଁ ମନୁଷ୍ୟ ଏତିକି ଜିନିଷ ତ୍ୟାଗ କରେ, ତା ଗୃହରେ ସୁଖ ରହେ ।

ଚାଲନ୍ତୁ ଏହାର ଅର୍ଥ ବିଷୟରେ ବିସ୍ତାରପୂର୍ବକ ଜାଣିବା :–

୧.ଚୈତ୍ର: ମାର୍ଚ୍ଚ-ଏପ୍ରିଲ ମଝିରେ ଆସୁଥିବା ମାସରେ ଚଣା ସେବନ କରିବା ଉଚିତ୍ ଯେବେକି ଗୁଡ଼ ସେବନ କରନ୍ତୁ ନାହିଁ ।

୨. ବୈଶାଖ: ଏପ୍ରିଲ-ମେ ମଝିରେ ଆସୁଥିବା ଏହି ମାସରେ ବେଲ ଖାଇବା ଉଚିତ୍, ଯେବେକି ତେଲ କିମ୍ବା ତେଲ ଜାତୀୟ ଖାଦ୍ୟ ସେବନ କରିବ ନାହିଁ ।

୩. ଜ୍ୟେଷ୍ଠ: ମେ- ଜୁନ୍ ମଝିରେ ଆସୁଥିବା ଏହି ମାସରେ ବେଲ ଖାଇବା ଉଚିତ୍ । ସେପଟେ ଏହି ମାସରେ ଟାଣ ଖରା ହେଉଥିବା ଯୋଗୁଁ ଦ୍ୱିପ୍ରହରରେ ଚାଲିବା ବୁଲିବା ପାଇଁ ମନା କରିଥାନ୍ତି ।

୪. ଆଷାଢ଼: ଜୁନ୍-ଜୁଲାଇ ମଧ୍ୟରେ ପଡୁଥିବା ଏହି ମାସରେ ବେଲ ଓ ସବୁଜ ପନିପରିବା ଖାଇବା ଉଚିତ୍ ନୁହେଁ । ସେପଟେ ଏହି ମାସରେ ଖେଳିବା ଓ କସରତ କରିବା ପାଇଁ ପରାମର୍ଶ ଦିଆଯାଏ ।

୫. ଶ୍ରାବଣ: ଜୁଲାଇ-ଅଗଷ୍ଟ ମଝିରେ ଆସୁଥିବା ଏହି ମାସରେ ଶାଗ (ସବୁଜ ପତ୍ରର ଶାଗ), କ୍ଷୀର ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ସେବନ କରନ୍ତୁ । ଏହି ମାସରେ ହରିଡ଼ା ଖାଇବା ଉଚିତ୍ ।

୬. ଭାଦ୍ରବ: ଅଗଷ୍ଟ-ସେପ୍ଟେମ୍ବରରେ ମାସରେ ଦହି, ଲହୁଣୀ ଭଳି ଜିନିଷ ଗୁଡ଼ିକ ସେବନ କରିବା ଉଚିତ୍ ନୁହେଁ । ଏହି ମାସରେ ବହୁତ ରାଶି ସେବନ କରିବା ଉଚିତ୍ ।

୭. ଆଶ୍ଵିନ: ସେପ୍ଟେମ୍ବର୍- ଅକ୍ଟୋବରରେ ଆସୁଥିବା ଏହି ମାସରେ ଭଲ ଭାବରେ ଗୁଡ଼ ସେବନ କରନ୍ତୁ କିନ୍ତୁ କଲରା ସେବନ କରନ୍ତୁ ନାହିଁ ।

୮. କାର୍ତ୍ତିକ: ଅକ୍ଟୋବର୍-ନଭେମ୍ବରରେ ଆସୁଥିବା ଏହି ମାସରେ ମୂଳା ସେବନ କରନ୍ତୁ । ଯେବେକି ବାଇଗଣ, ଦହି ଓ ଜିରା ସେବନ କରନ୍ତୁ ନାହିଁ ।

୯. ମାର୍ଗଶିର: ନଭେମ୍ବର୍- ଡ଼ିସେମ୍ବରରେ ଆସୁଥିବା ଏହି ମାସରେ ଜିରା ଖାଆନ୍ତୁ ନାହିଁ ଯେବେକି ତେଲ ଜାତୀୟ ପଦାର୍ଥ ସେବନ କରିପାରିବେ ।

୧୦. ପୌଷ: ଡିସେମ୍ବର୍-ଜାନୁଆରୀ ମଧ୍ୟରେ ଆସୁଥିବା ଏହି ମାସରେ କ୍ଷୀର ପିଅନ୍ତୁ କିନ୍ତୁ ଧନିଆ ସେବନ କରନ୍ତୁ ନାହିଁ । ଏହା ଶୀତୠତୁ ଅଟେ ଏବଂ ଧନିଆର ପ୍ରକୃତି ଶୀତଳ ଅଟେ ।

୧୧. ମାଘ: ଜାନୁଆରୀ-ଫେବ୍ରୁଆରୀରେ ପଡୁଥିବା ଏହି ମାସରେ ମୂଳା ଓ ଧନିଆ ଆଦୌ ଖାଆନ୍ତୁ ନାହିଁ ଯେବେକି ଘିଅ ଓ ଖେଚୁଡ଼ି ସେବନ କରିପାରିବେ ।

୧୨. ଫାଲଗୁନ: ଫେବୃୟାରୀ-ମାର୍ଚ୍ଚ ମଧ୍ୟରେ ଆସୁଥିବା ଏହି ମାସରେ ଚଣା ଖାଆନ୍ତୁ ନାହିଁ । ଏହି ମାସରେ ସକାଳୁ ଶୀଘ୍ର ଉଠିବା ଲାଭକାରୀ ଅଟେ ।

Leave a Reply

Your email address will not be published. Required fields are marked *