ମହାରାଷ୍ଟ୍ରରେ ୧୨ଟି ଶିଶୁମାନଙ୍କୁ ପୋଲିଓ ବଦଳରେ ସାନିଟାଇଜରର ଦୁଇ ବୁନ୍ଦା ଦିଆଯାଇଥିଲା ।

ମହାରାଷ୍ଟ୍ରରେ ୧୨ଟି ଶିଶୁମାନଙ୍କୁ ପୋଲିଓ ବଦଳରେ ସାନିଟାଇଜରର ଦୁଇ ବୁନ୍ଦା ଦିଆଯାଇଥିଲା ।

ଅବହେଳା ଯୋଗୁଁ ମହାରାଷ୍ଟ୍ରର ୟବତମାଳ ଜିଲ୍ଲାର ଏକ ଗାଁରେ ୧୨ ଜଣ ଶିଶୁକୁ ପୋଲିଓର ବୁନ୍ଦା ବଦଳରେ ସାନିଟାଇଜର୍ ବୁନ୍ଦା ଦିଆଯାଇଥିଲା । ଜଣେ ଅଧିକାରୀ ସୋମବାର ଦିନ ଏହି ବିଷୟରେ ସ୍ଵଷ୍ଟିକରଣ କରିଛନ୍ତି । ଜିଲ୍ଲାର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରଭାବିତ ହୋଇଥିବା ପିଲାମାନଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ବର୍ତ୍ତମାନ ସେମାନଙ୍କ ଅବସ୍ଥା ସଂପୂର୍ଣ୍ଣ ରୂପେ ସୁସ୍ଥ ରହିଛି । ସମସ୍ତ ପିଲାମାନଙ୍କ ବୟସ ପାଞ୍ଚ ବର୍ଷରୁ କମ୍ ଥିଲା । ତିନିଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଅଧିକାରୀ କହିଛନ୍ତି ଯେ ଏହି ଘଟଣା ମହାରାଷ୍ଟ୍ର ଅନ୍ତର୍ଗତ କାପାସିକୋପରୀ ଗ୍ରାମରେ ଭାନବୋରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିଲା ଯେଉଁଠାରେ ଏକରୁ ପାଞ୍ଚ ବର୍ଷର ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଚାଲୁଥିଲା । ୟବତମାଳ ଜିଲ୍ଲା ପରିଷଦର ସିଇଓ ଶ୍ରୀକୃଷ୍ଣ ପଞ୍ଚଲ କହିଛନ୍ତି ଯେ, ପାଞ୍ଚ ବର୍ଷରୁ କମ୍ ବୟସର ୧୨ ଜଣ ପିଲାମାନଙ୍କୁ ପୋଲିଓର ବୁନ୍ଦା ବଦଳରେ ସାନିଟାଇଜର ବୁନ୍ଦା ଦିଆଯାଇଥିଲା । ପିଲାମାନେ ବାନ୍ତି କରିଥିଲେ ଏବଂ ଅସ୍ଵସ୍ଥ୍ୟାକର ଅନୁଭବ କରିଥିଲେ ।

ସେ କହିଛନ୍ତି ଯେ ଯେଉଁ ପିଲାମାନଙ୍କୁ ସାନିଟାଇଜର୍ ବୁନ୍ଦା ଦିଆଯାଇଥିଲା । ଏହା ଜାଣିବା ସଙ୍ଗେସଙ୍ଗେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ବାର୍ତ୍ତାମାନ ସମସ୍ତ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ରହିଛି ଓ ସେମାନଙ୍କ ଉପରେ ତଦାରଖ ରଖାଯାଉଛି । ସେ କହିଥିଲେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ଘଟଣା ସମୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ଏକ ଅଙ୍ଗନୱାଡି କର୍ମୀ ଏବଂ ଏକ ଆଶା କର୍ମଚାରୀ ଉପସ୍ଥିତ ଥିଲେ । ତଦନ୍ତ ଆରମ୍ଭ ହୋଇଛି ଏବଂ ତିନି ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଲମ୍ବିତ କରାଯିବ ।

Leave a Reply

Your email address will not be published. Required fields are marked *