12 ଅଗଷ୍ଟ 2020, ବୁଧବାର- ଜନ୍ମାଷ୍ଟମୀର ଶୁଭ ଅବସରରେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରୁ ସୁଖମୟ ରହିବ ।

12 ଅଗଷ୍ଟ 2020, ବୁଧବାର- ଜନ୍ମାଷ୍ଟମୀର ଶୁଭ ଅବସରରେ ଏହି ୬ଟି ରାଶିର ବ୍ୟକ୍ତିଙ୍କ ଜୀବନରୁ ସୁଖମୟ ରହିବ । ହସଖୁସିର ବାତାବରଣରେ ଦିନ ଅତିବାହିତ କରିବେ ।

ଗ୍ରହ ନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଯେପରି କି ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ସୁଖ ସମ୍ମାନ ଲାଭ କରିପାରନ୍ତି । ଆଜିର ସପ୍ତମ ଚନ୍ଦ୍ର ଯୋଗୁଁ ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ କରାଇବା ସଙ୍ଗକୁ ପ୍ରିୟଜନଙ୍କ ଦେଖା ସାକ୍ଷାତରୁ ଖୁସି ମିଳିବ । ବ୍ୟବସାୟରେ ପ୍ରଚୁର ଧନଲାଭ ହେବାର ସମ୍ଭାବନା ଅଛି । ଆନୁସଙ୍ଗୀକ ସୁବିଧା ସୁଯୋଗ ଲାଭ କରି କର୍ମକ୍ଷେତ୍ରରେ ଲକ୍ଷ୍ୟ ହାସଲରେ କୈାଣସି ଅସୁବିଧା ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ । ଆନୁଷ୍ଠାନିକ କିମ୍ବା ରାଜନୈତିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ । ବୁଧଙ୍କ ଶୁଭସଂସ୍ଥାନ ଯୋଗୁଁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଶୁଭଙ୍କରୀ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ସ୍ଵାସ୍ଥ୍ୟ ଭଲ ରହିବା ସଙ୍ଗକୁ ଦୃଢ ମନୋବଳ ମଧ୍ୟ ଆପଣଙ୍କୁ କାମ କରିବା ପାଇଁ ପ୍ରେରଣା ଯୋଗାଇବ । କିନ୍ତୁ ଅଷ୍ଟମ ଚନ୍ଦ୍ର ସଙ୍ଗକୁ ଚତୁର୍ଥସ୍ଥ ପାପଗ୍ରହ ଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖା ଦେଇପାରେ । ବାଦ ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଗୁପ୍ତେଶ୍ୱର ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ସମସ୍ତଙ୍କ ପ୍ରିୟର ପାତ୍ର ହୋଇପାରନ୍ତି । ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ପ୍ରଭାବରୁ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ । ସ୍ଵଗୃହାଭିମୁଖୀ ଆଧ୍ୟାତ୍ମିକ ଗ୍ରହ ଶନି ଆପଣଙ୍କୁ ସତ୍‌ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ । ବ୍ୟବସାୟରେ ଉନ୍ନତି କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସରକାରୀ କିମ୍ବା ବେସରକାରୀ ସ୍ତରରୁ ପାଇବାକୁ ଥିବା ଅର୍ଥ ପାଇଁ ଆଶାୟୀ ହୋଇପାରନ୍ତି । ସମାଜ କଲ୍ୟାଣ ନିମନ୍ତେ ଅତ୍ୟଧିକ ସମୟ ଦେବେ । ଅଯଥା ବିବାଦରେ ମୁଣ୍ଡ ନ ପୁରାଇ ବରଂ ନୀରବତା ରହିବା ଆପଣଙ୍କ ପାଇଁ ଭଲ ରହିବ । ନିଜ ଇଚ୍ଛା ଅନୁସାରେ କୌଣସି କାମ କରି ପରିବାରରୁ ସମାଲୋଚିତ ହେବାକୁ ପଡିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ନଚେତ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ : ବ୍ରାଉନ୍ । ଆରାଧନା: ମାଆ ଶାରଳା ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ । ଗୋଟିଏ ପକ୍ଷରେ କହିବାକୁ ଗଲେ ରାଶିରେ ଗ୍ରହମାନଙ୍କ ପ୍ରତିକୂଳ ସ୍ଥିତି ଯୋଗୁଁ ନିଜ ଲୋକେମାନେ ଶତ୍ରୁତା ଆଚରଣ କରିବେ । ନିଜ ଗୁପ୍ତ କଥା ଅନ୍ୟକୁ କୁହନ୍ତୁ ନାହିଁ । ଆପଣଙ୍କ ସରଳତାର ସୁଯୋଗ ନେବା ପାଇଁ ସମସ୍ତେ ଜଗି ବସିଛନ୍ତି । ଅନ୍ୟ ପକ୍ଷରେ ସପ୍ତମାଧିପତି କର୍ମଭାବସ୍ଥ ଯୋଗୁଁ ଅନେକ ଦିନରୁ ସ୍ଥଗିତ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ ହେବ । କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଓ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ହାତକୁ ନେଇଥିବା କାର୍ଯ୍ୟଟିକୁ ସଫଳତାର ସହ ସମ୍ପାଦନ କରିବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ସଂଘଟିତ ହେବ । ପରିବାରରେ ଶାନ୍ତଶିଷ୍ଟ ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳସ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଅନୁଭବ କରିବେ। କ୍ୟାରିୟର ଗଢ଼ିବା ପାଇଁ ଭଲ ସୁଯୋଗ ମିଳିବ । ଅର୍ଥ ବିନିମୟରେ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ କରିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଦିନଟିର ଅଧିକାଂଶ ସମୟ ଅସମ୍ପୂର୍ଣ୍ଣ କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅତିବାହିତ କରିବେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଏକ ସାଧାରଣ କଥାକୁ ନେଇ ପରିବାରରେ ଅଶାନ୍ତିର ଝଡ ସୃଷ୍ଟି ହୋଇପାରେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

କୌଣସି କାର୍ଯ୍ୟ ସକାଶେ ମନରେ ଦ୍ଵନ୍ଦ ଉପୁଜିପାରେ, ତେଣୁ ଜୀବନସାଥୀଙ୍କ ସମର୍ଥନ ପାଇବେ । ବୃହସ୍ପତି ପ୍ରଭାବରେ ଅର୍ଥସଂକଟ, ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଉତ୍ସାହର ସହିତ ସବୁ କାମ କରିବେ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କାର୍ଯ୍ୟ ସମ୍ପନ୍ନରେ କୌଣସି ଅସୁବିଧା ହେବ ନାହିଁ । ପରୋକ୍ଷ ଶତ୍ରୁତା କାରଣରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି । ସାମ୍ବାଦିକତା, ଆଇନ ଅଦାଲତ, ଶିଳ୍ପ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ବନ୍ଧୁଙ୍କ ସୌଜନ୍ୟରୁ କୌଣସି କାର୍ଯ୍ୟ ପୂରା ହେବ । ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଦାମ୍ପତ୍ୟ ସମ୍ବନ୍ଧରେ ପ୍ରୀତିମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ସମସ୍ତ ଗ୍ରହଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ ସାମଗ୍ରୀକ କ୍ଷେତ୍ରରେ ଉନ୍ନତି କରିବେ । କର୍ମକ୍ଷେତ୍ରରେ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ ତଥାପି କାମ ଅଟକିବ ନାହିଁ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଉନ୍ନତିର ନୂଆ ଦ୍ୱାରା ଖୋଲିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗ ପାଇବେ । ସାମାଜିକ ତଥା ଜନକଲ୍ୟାଣ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ । ତୃତୀୟସ୍ଥ ପାପଗ୍ରହ ପ୍ରଭାବରେ ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟମାନେ ବିରୋଧାତ୍ମକ କଥା କହିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଲାଭାଧିପ ଧନଭାବରେ ରହିଥିବା ଯୋଗୁଁ ଅଯଥାରେ ଅତ୍ୟଧିକ ଖର୍ଚ୍ଚ ହେବ । ଯାହାଫଳରେ ମନ ଭଲ ରହିବ ନାହିଁ । ଶତ୍ରୁମାନେ ଆପଣଙ୍କ ବିରୋଧରେ ତୀବ୍ରତର ହୋଇ ଉଠିବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ପ୍ରଶଂସା ବଦଳରେ ସମାଲୋଚନାର ପାତ୍ର ସାଜିବେ । ଏହା ସଙ୍ଗେ ସଙ୍ଗେ ସହକର୍ମୀମାନେ ମିଥ୍ୟା ଅଭିଯୋଗ ଫସାଇ ପାରନ୍ତି । ଯାହାଫଳରେ ମାନସିକ ଅଶାନ୍ତିରେ ଦିନଟି ଅତିବାହିତ କରିବାକୁ ପଡିବ । ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗି ରହିପାରେ । କିନ୍ତୁ ସହଧର୍ମୀ ଓ ଘନିଷ୍ଟ ବନ୍ଧୁଙ୍କ ସହଯୋଗରେ ମନୋବଳ ଟାଣ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ପ୍ରଭୁ ହନୁମାନ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ଦିନଟି ଆପଣଙ୍କୁ ମାଧ୍ୟମ ଫଳ ପ୍ରଦାନ କରିବା । ଅଷ୍ଟମସ୍ଥ ସ୍ଵଗୃହୀ ଶୁକ୍ର ଶାରୀରିକ ଦୁର୍ବଳତା ସଙ୍ଗକୁ ସାମୟିକ ଅଭାବବୋଧ ଜନିତ ଚିନ୍ତିତ ରହପାରନ୍ତି । ବ୍ୟବସାୟ, ବାଣିଜ୍ୟରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷମାନଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ପରିବରରେ କଠୋର କଥା କହିବା କାରଣରୁ ସାମୟିକ କଳହ ଦେଖା ଦେଇପାରେ । ପଡୋଶୀଙ୍କ ସହାୟତା ଲାଭ କରି ମାନସିକ ଅସୁସ୍ଥିକୁ ଦୂରେଇବାର ଚେଷ୍ଟା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ସମସ୍ୟା ଭିତରେ ମାନସିକ ଦୁଶ୍ଚିନ୍ତା ବଢି ଚାଲିଥିଲେ ମଧ୍ୟ ଗୁରୁକ୍ଷେତ୍ରସ୍ଥ ଚତୁର୍ଥଚନ୍ଦ୍ର ଯୋଗୁଁ ଆପଣଙ୍କ ପରିବାର ଓ କର୍ମକ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ଆଧ୍ୟାତ୍ମିକ ଭାବନାରେ ଉଦ୍-ବୃଦ୍ଧ ହୋଇ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳେଇବେ । ଆର୍ଥିକ ସ୍ଥିତି ପୂର୍ବପରି ଠିକ୍ ରହିବ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ଅଶାନ୍ତି ଦୂରେଇ ଯିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ଶ୍ରୀ ଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସମସ୍ତ ଗ୍ରହଙ୍କ ଅନୁକୂଳ ସ୍ଥିତି ପ୍ରଭାବରେ ସାମଗ୍ରୀକ କ୍ଷେତ୍ରରେ ଉନ୍ନତି କରିବେ । ଏକାଧାରରେ ଅର୍ଥ ସଙ୍ଗକୁ ବିଶିଷ୍ଟ ବ୍ୟକ୍ତିିଙ୍କ ଦ୍ୱାରା ସମ୍ମାନ ପାଇପାରନ୍ତି । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ବ୍ୟବସାୟରେ ସଫଳତା ହାସଲ କରିବେ ନୂତନ କର୍ମାରମ୍ଭ କରିପାରନ୍ତି । ସମାଜରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଦୀର୍ଘ ଦିନରୁ ଚାଲିଥିବା ପାରିବାରିକ ସମସ୍ୟାର ସମାଧାନରେ ଜଣେ ବନ୍ଧୁଙ୍କ ଯୋଗଦାନ ରହିବ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ସମ୍ୟକ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ତାରିଣୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଭାଗ୍ୟ ସ୍ଥାନରେ ମଙ୍ଗଳ ଅବସ୍ଥାନ କରିଥିବାରୁ ବିବଦମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଜି ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଅଫିସରେ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ କିନ୍ତୁ ଆକସ୍ମିକ କେହିଜଣେ ବିଶିଷ୍ଟ ବ୍ୟକ୍ତି ବା ଉଚ୍ଚ ପଦାଧିକାରୀ ଆପଣଙ୍କ ସପକ୍ଷରେ ଅନୁକୂଳ ମତ ପୋଷଣ କରିପାରନ୍ତି । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସପ୍ତମ କେନ୍ଦ୍ରରେ ଏକାଧିକ ଗ୍ରହ ଅବସ୍ଥାନ କରିଥିବା ଯୋଗୁଁ ବିବାଦରେ ପରାଜୟ, ପ୍ରତିଦ୍ୱନ୍ଦ୍ୱିତାରେ ଅପଦସ୍ଥ ହୋଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ବୈଠକ ସମୟରେ ନୀରବତା ରକ୍ଷା କରିବା ଶ୍ରେୟସ୍କର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

Leave a Reply

Your email address will not be published. Required fields are marked *