11 ଡିସେମ୍ବର 2020, ଶୁକ୍ରବାର:- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉନ୍ନତିର ଶିଖରରେ ପହଞ୍ଚିବ ! ପୂର୍ଣ୍ଣ ହେବ

11 ଡିସେମ୍ବର 2020, ଶୁକ୍ରବାର:- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉନ୍ନତିର ଶିଖରରେ ପହଞ୍ଚିବ ! ପୂର୍ଣ୍ଣ ହେବ

11 ଡିସେମ୍ବର 2020, ଶୁକ୍ରବାର:- ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉନ୍ନତିର ଶିଖରରେ ପହଞ୍ଚିବ ! ପୂର୍ଣ୍ଣ ହେବ ମନୋବାଞ୍ଛା । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଆଜି ଆମେ ଆପଣଙ୍କୁ ୧୧ ଡିସେମ୍ବର ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଆପଣଙ୍କ ନିଜ ଦୈନନ୍ଦିତ ଦିନଚର୍ଯ୍ୟାରେ ପରିବର୍ତ୍ତନ କରିପାରନ୍ତି । ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତି ଅବସ୍ଥାନ କରିଥିବା ଯୋଗୁଁ କର୍ମକ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବ ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ନିଜ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ସମ୍ବନ୍ଧରେ ଯେଉଁ ପ୍ରୟାସ କରିଛନ୍ତି ତାହା ପ୍ରଭାବଶାଳୀ ହେବ । କର୍ମକ୍ଷେତ୍ରରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବେ ଯାହାଦ୍ଵାରା ଆପଣ ନିଜ କର୍ମକ୍ଷେତ୍ରକୁ ଆହୁରି ଅଧିକ ପ୍ରଶସ୍ତ କରିପାରିବେ । ଅଫିସର କାଗଜପତ୍ରକୁ ନେଇ ସାମାନ୍ୟ ବିବତ୍ର ହୋଇପାରନ୍ତି । ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ ଓ ଆଗାମୀ ସମୟ ପାଇଁ କେତେକ ମୂଲ୍ୟବାନ ଉପଦେଶ ପାଇବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର ସମ୍ଭାବନା ରହିଛି । ପରିବାରର ଛୋଟିଆ ଛୋଟିଆ କଥାକୁ ନେଇ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାଦ୍ଵାରା ସମସ୍ୟା ବୃଦ୍ଧି ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହର ପାର୍ବତୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭଦାୟକ ରହିବ । ରାଶିରେ ଏକାଧିକ ଗ୍ରହର ଶୁଭଦୃଷ୍ଟି ଫଳରେ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ପାଇବାର ଅବସର ରହିଛି । ତେଣୁ ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । ଦିଗରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । କିନ୍ତୁ ଅଯଥା ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ଅଫିସରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ସଭାସମିତିରେ ଅନ୍ୟର ମନ୍ତବ୍ୟକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ପରାମର୍ଶରେ ନିଜ ମନ ପସନ୍ଦର ଜିନିଷ କିଣି ଖୁସୀ ରହିବେ । ବିବାଦୀୟ ପରିସ୍ଥିତିର ସ୍ଥାୟୀ ସମାଧାନ ହେବା ସଙ୍ଗେ ସଙ୍ଗେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଠାରେ ଯୋଡି ହେବାର ସମ୍ଭାବନା ରହିଛି । ପରିବାରର ସଦସ୍ୟଙ୍କ ସହିତ କୌଣସି ବିଷୟ ବସ୍ତୁକୁ ନେଇ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ । ଶୁଭରଙ୍ଗ: ଗ୍ରୀନ୍ ।ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବା କାରଣରୁ ମନୋବଳ କ୍ରମଶଃ ହ୍ରାସ ପାଇବ । କିନ୍ତୁ ରାଶିରେ ଶୁକ୍ରଙ୍କ ସ୍ଥିତିଜନିତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ କିନ୍ତୁ କ୍ଷତି ହେବାର ସମ୍ଭାବନା ନାହିଁ । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି । ନିଜର କର୍ତ୍ତବ୍ୟନିଷ୍ଠା କାର୍ଯ୍ୟ ଯୋଗୁଁ କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସାର ପାତ୍ର ହୋଇପାରିବେ । ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି । ବକେୟା ଟଙ୍କା ଆଦାୟ କରିବାରେ ବନ୍ଧୁ ଓ ନିକଟ ସମ୍ପର୍କୀୟମାନେ ସହଯୋଗ କରିବେ । ପରିବାର ମଧ୍ୟରେ ସମ୍ପର୍କ ଯେପରି ମଜବୁତ ରହିବ ସେଥିପ୍ରତି ଧ୍ୟାନ ଦେବେ । ସ୍ୱାସ୍ଥ୍ୟର ଉନ୍ନତି ଫଳରେ ମନକୁ ଆଶ୍ଵସ୍ତି ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ସନ୍ତୋଷୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ଲାଗି ମିଶ୍ରଣ ଫଳପ୍ରଦାନ କରିବ । ଚନ୍ଦ୍ର କେନ୍ଦ୍ରସ୍ଥ ହୋଇ ଶନି ଦୃଷ୍ଟିରେ ଥିବାରୁ କୌଣସି କାମ କରିସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିର ରହିବେ । ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଦୈହିକ ଦୁର୍ବଳତା ହେତୁ ଅଫିସ କାମକୁ ନେଇ ନୈରାଶ୍ୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ଆଶାନୁରୂପ ଅର୍ଥ, ସମ୍ମାନ, ସହଯୋଗ ନ ପାଇ କ୍ଷୋଭପ୍ରକାଶ କରିପାରନ୍ତି । ଆଜି ଅର୍ଥ ସମ୍ପର୍କୀୟ ଚୁକ୍ତି ଅଥବା ଆର୍ଥିକ ନେଣଦେଣ କରନ୍ତୁ ନାହିଁ, ନଚେତ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବନ୍ଧୁଙ୍କ ସହ ଯୁକ୍ତିତର୍କ କରି କଥାକୁ ବେଶି ଦୋହରାଇବା ଠିକ୍‌ ହେବନି । ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପୁରନ୍ତୁ ନାହିଁ । ସ୍ଵାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ପାରିବାରିକ ସ୍ତରରେ ପକ୍ଷପାତିତାକୁ ନେଇ ମାନସିକ ସ୍ତରରେ କଷ୍ଟ ପାଇବାର ଆଶଙ୍କା ରହିଛି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ତାରିଣୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିଭିନ୍ନ ପ୍ରକାରର ଦ୍ୱନ୍ଦ୍ୱର ଆଶଙ୍କା କରି ମନ ଉଦାସ ହୋଇପାରେ । ଚତୁର୍ଥସ୍ଥ ଚତୁଃଗ୍ରହ ଯୋଗୁ ପରିବାର ଓ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟିର ଆଶଙ୍କା ରହିଛି । ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ ଓ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଅଫିସରେ ସ୍ଥଗିତ ଥିବା କାର୍ଯ୍ୟକୁ ନେଇ ମନ ବିଚଳିତ ହୋଇପାରେ । ଅର୍ଥ ସମ୍ପର୍କୀୟ କୌଣସି ଝମେଲାରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ପାଇବେ ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ସ୍ଵାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ଵଜନ ଦୂରେଇ ଯାଇପାରନ୍ତି । ପରିବାରର ସଦସ୍ୟଙ୍କ ସହଯୋଗ ଲାଭକରି କେତେକ ସମସ୍ୟାରୁ ବର୍ତ୍ତୀ ପାରିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଅନ୍ୟ ବ୍ୟକ୍ତିମାନେ ଫୁସୁଲା ଫୁସୁଲି କରି ନିଜର ଫାଇଦା ହାସଲ କରିପାରନ୍ତି । ପ୍ରତି କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ଶନିଙ୍କ ପ୍ରଭାବରୁ ଅନ୍ୟମାନେ ସନ୍ଦେହର ଚକ୍ଷୁରେ ଦେଖିବେ । କର୍ମକ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପୂର୍ବ ଯୋଜନା ଅନୁଯାୟୀ ନିଜ କାର୍ଯ୍ୟ କରିଚାଳନ୍ତୁ ସଫଳତା ଅବଶ୍ୟ ମିଳିବ । ଆକସ୍ମିକ ଭାବରେ କୌଣସି ପଦକ୍ଷେପ ନେଲେ ଝମେଲା ମଧ୍ୟରେ ଫସି ପାରନ୍ତି, ତେଣୁ ନିଷ୍ପତ୍ତି ନେବା ପୂର୍ବରୁ ବୁଝିବିଚାରୀ ନିଷ୍ପତ୍ତି ନିଅନ୍ତୁ । ଅଫିସରେ ସ୍ଥିତି ଭଲ ଥିଲେ ମଧ୍ୟ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ସମାଲୋଚିତ ହୋଇପାରନ୍ତି । ଆଲୋଚନା କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଆଜି ସଂଗଠନ, ରାଜନୀତି, ଆନୁଷ୍ଠାନିକ କାମର ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପାରିବାରିକ କଳହ ଯୋଗୁଁ ମାନସିକ ସୁସ୍ଥତା ହରାଇ ପାରନ୍ତି । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଭୋଳାନାଥ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଭାବିଚିନ୍ତି ଯେକୌଣସି କାର୍ଯ୍ୟ କରନ୍ତୁ, ନତୁବା ଯେଉଁ ବ୍ୟକ୍ତିମାନେ ଆପଣଙ୍କ ଗୁଣଗାନ କରୁଥିଲେ ସେହି ବ୍ୟକ୍ତିମାନେ ହିଁ ଆପଣଙ୍କ ପ୍ରତିଟି କାର୍ଯ୍ୟରେ ସମସ୍ୟା ସୃଷ୍ଟି କରାଇବେ । ଶୁକ୍ରଙ୍କ ସୁପ୍ରଭାବରୁ ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ସଙ୍ଗେସଙ୍ଗେ ସୁଚିନ୍ତିତ ଯୋଜନାନୁଯାୟୀ କାର୍ଯ୍ୟ କରିବେ । ହଠାତ୍ କର୍ମକ୍ଷେତ୍ରରେ ଅସ୍ଵାଭାବିକ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ କାମ ଅଧିକ ରହିବ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟକୁ ତର୍ଜମା କରିବେ ଓ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚିତ ମଧ୍ୟ କରିପାରନ୍ତି । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ । ଆନୁଷ୍ଠାନିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ତ ହେବେ । ନିକଟ ସମ୍ପର୍କୀୟମାନଙ୍କ ପରୋକ୍ଷ ଶତ୍ରୁତା ଯୋଗୁଁ ମନ ବିଚଳିତ ହୋଇଉଠିବା । ପରିବାର ସଦସ୍ୟମାନଙ୍କ ସହ ହସଖୁସିର ବାତାବରଣ ବଜାୟ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ଲାଗି ଅତ୍ୟନ୍ତ ଶୁଭଦାୟକ ରହିବ । ଶନିଦୃଷ୍ଟ ମଙ୍ଗଳ ଯୋଗୁଁ ଯାହା ଖୋଜୁଛନ୍ତି ତାହା ଅବଶ୍ୟ ପାଇବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ ଓ ମନ ଖୁସି ରହିବ । ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ । ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ଅଫିସରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ଦେଖାଦେଇଥିବା ସମସ୍ୟାକୁ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଖର୍ଚ୍ଚ ପରିମାଣ ବୃଦ୍ଧିଯୋଗୁ ମନରେ ସରସତା ରହିବ ନାହିଁ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରି ଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ପାରିବାରିକ ସମସ୍ୟା ନେଇ ଚିନ୍ତିତ ରହିବା ସଙ୍ଗେସଙ୍ଗେ ବ୍ୟବହାରରେ କଠୋରତା ମଧ୍ୟ ପ୍ରକାଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଚର୍ଚ୍ଚିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିନଟି ସମ୍ୟକ ଗୋଳମାଳିଆ ରହିବ, ବାଧାବିଘ୍ନ ଦେଇ ସମସ୍ତ ସମସ୍ୟାର ସମ୍ମୁଖୀନ କରିବେ । ଶନିଙ୍କ ପ୍ରଭାବ ଯୋଗୁଁ ଆଳସ୍ୟର ବଶବର୍ତ୍ତୀ ହୋଇପାରନ୍ତି । ଯାହାଫଳରେ କର୍ମକ୍ଷେତ୍ରରେ ପ୍ରତି ଆଗ୍ରହ ପ୍ରକାଶ ହେବ ନାହିଁ ଓ ଲୋକଙ୍କଠାରୁ ଆସ୍ଥା ହରାଇବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗରେ ଫସି ପାରନ୍ତି । ସାମାଜିକ ସ୍ତରରେ ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ । ମନର କଥା ମନରେ ରଖି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରିବେ । ସାମାଜିକ ସ୍ତରରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ । ବାଦ-ବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ଓ ବିବାଦୀୟ ପରିସ୍ଥତିତରେ ମୁଣ୍ଡ ପୁରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହଯୋଗରୁ ଉପକୃତ ହେବେ ଓ କେତେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ମଧ୍ୟ ଘଟିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଶାରଳା ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

କୌଣସି କାମ ଆରମ୍ଭ କରିବା ଲାଗି ମନ ବିସ୍ତାପ ରହିବା । ଚତୁର୍ଥାଧିପ ତୃତୀୟସ୍ଥ ହେତୁ ନୂଆ ଯୋଜନା ପାଇଁ ପରିବାରରୁ ସହଯୋଗ ମିଳିବ ନାହିଁ । ସବୁ ସୁବିଧା ଥାଇ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବା କାରଣରୁ କେତେକ କାମ ସମ୍ପନ୍ନ ହୋଇପାରିବ ନାହିଁ, ଯାହାଫଳରେ ମନ ଭଲ ରହିବ ନାହିଁ । ଅଫିସ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ସାମାଜିକ କାର୍ଯ୍ୟରେ ସହଭାଗୀତ କରିବେ ଓ କେତେକ କ୍ଷେତ୍ରରେ ହାତରୁ ଖାଇ ନିନ୍ଦା ଶୁଣି ପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଚିନ୍ତା ବଢିଯିବ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଜୀବନସାଥୀଙ୍କ ସହ ଅଧିକ ସମୟ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପଣ ନିଜ ଉପରେ ଭରସା ରଖନ୍ତୁ ଏବଂ ନିଜର ବୁଦ୍ଧିରେ ଆଗକୁ ବଢ଼ନ୍ତୁ । ଶୁକ୍ରଙ୍କ ଦୁର୍ବଳତା କାରଣରୁ ପରିବାରରେ କାହାର ସ୍ଵାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହେବ । ପୂର୍ବ ରାଗ ସୁଝାଇବାକୁ ଯାଇ ହଠାତ୍‌ ସହକର୍ମୀ ହଇରାଣରେ ପକାଇବାକୁ ଚେଷ୍ଟା କରିବେ, କିନ୍ତୁ କିଛି କରି ପାରିବେ ନାହିଁ । ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଯୋଗୁଁ ମନ ବିସ୍ତାପ ହୋଇପାରେ । ତେଣୁ ବନ୍ଧୁଙ୍କ ପରାମର୍ଶ କ୍ରମେ ବ୍ୟବସାୟ ସମ୍ପର୍କିତ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି । ଚାକିରି କରୁଥିବା କର୍ମଜୀବିଙ୍କ ଉପରେ ବୋଝ ଉପରେ ଲଲିତା ବିଡା ଭଳି କାର୍ଯ୍ୟର ଚାପ ଅଧିକ ରହିବ । ନିଜର ସ୍ଵାର୍ଥ ସାଧନ ପାଇଁ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି । ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି । ଘର କଥା ନେଇ ସ୍ତ୍ରୀଙ୍କ ସହ ଆଲୋଚନା କରିବେ । ଅବଶ୍ୟ ପାରିବାରିକ ସମସ୍ୟାକୁ ନେଇ ଆପଣଙ୍କ ମନରେ ଯେଉଁ ଆଶଙ୍କା ଉପୁଜିଛି ତାହା ଅପରାହ୍ନେ ଦୂର ହୋଇଯିବ । ଶୁଭରଙ୍ଗ: ଲାଲ୍ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନରେ ସକାରାତ୍ମକ ଭାବନା ନେଇ କାର୍ଯ୍ୟ କରନ୍ତୁ । ନୀଚ ରାଶିସ୍ଥ ବୃହସ୍ପତିଙ୍କ କୁପ୍ରଭାବରୁ ଦିନଟି ମିଶ୍ରଣ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ପୂର୍ବର କଳ୍ପିତ ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ବାଧାବିଘ୍ନ ସହ୍ୟ କରିବାକୁ ପଡିପାରେ । ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ର କରି ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ଖଳ ଲୋକଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କାକୁ ଏଡିହେବ ନାହିଁ । କୌଣସି ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରନ୍ତୁ ନାହିଁ । ସତର୍କତା ଅବଲମ୍ବନ ନ କଲେ ପୁରାତନ ରୋଗର ପାଦୁର୍ଭାବ ଦେଖାଦେଇପାରେ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

Leave a Reply

Your email address will not be published. Required fields are marked *