11 ଅକ୍ଟୋବର 2020, ରବିବାର- ଆଜି ରବି ପୁଷ୍ୟ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧ ସଂଯୋଗରେ ଏହି ରାଶିର ବ୍ୟକ୍ତିଙ୍କ

11 ଅକ୍ଟୋବର 2020, ରବିବାର- ଆଜି ରବି ପୁଷ୍ୟ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧ ସଂଯୋଗରେ ଏହି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।

ଆଜି ରବି ପୁଷ୍ୟ ନକ୍ଷତ୍ର ଏବଂ ସର୍ବାର୍ଥ ସିଦ୍ଧ ଯୋଗ ଅତ୍ୟନ୍ତ ବିରଳ ଶୁଭ ମୂହୁର୍ତ୍ତ ଅଟେ । ଆଜି ଆମେ ଆପଣଙ୍କୁ ୧୧ ଅକ୍ଟୋବର ରବିବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ ଓ ଉନ୍ନତିର ପଥରେ ଅଗ୍ରସର ହେବେ । ସ୍ଵନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାର୍ଯ୍ୟଗୁଡିକ ଆଗ୍ରହର ସହ ସମ୍ପାଦନ କରିବା ପାଇଁ ନିଷ୍ପତ୍ତି ନେବେ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । ବ୍ୟବସାୟରେ ଆଶାତୀତ ଫଳ ପ୍ରାପ୍ତି ହେବ । ଅଫିସରେ ଆପଣଙ୍କ କଥାକୁ କର୍ତ୍ତୃପକ୍ଷ ସକାରାତ୍ମକରେ ନେବେ । ସାମାଜିକ ସ୍ତରରେ ଧର୍ମକାର୍ଯ୍ୟ କରିବେ ଏବଂ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଯାନ୍ତ୍ରିକ କାର୍ଯ୍ୟ, ରଚନାମତ୍କ କାମ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସଫଳ ହେବେ । ସ୍ଵାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଦୃଢ ରହିବ । ଚତୁର୍ଥସ୍ଥ ଶୁକ୍ରଙ୍କ ଯୋଗୁଁ ଲୋକପ୍ରିୟତା ବୃଦ୍ଧି ପାଇବା ସଙ୍ଗକୁ ସାମାଜିିକ ସ୍ତରରେ ପ୍ରଶଂସିତ ହେବେ । କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହେବ । କିନ୍ତୁ ଦୂରଦର୍ଶିତା ଅଭାବରୁ କେତେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ପୂର୍ଣ୍ଣ ସହଯୋଗ ମିଳିବ କିନ୍ତୁ ଅଫିସରେ ଯେଉଁ କାମ କରିଛନ୍ତି ତାର ଶ୍ରେୟ ଅନ୍ୟ କାହାରକୁ ଦିଆଯିବ ଯାହାଫଳରେ ମନରେ ସରସତା ରହିବ ନାହିିଁ । ବେରୋଜଗାର ଥିବା ଯୁବପିଡିଙ୍କୁ କୌଣସି କମ୍ପାନୀରୁ ଚାକିରିର ଖବର ଆସିପାରେ । ପାରିବାରିକ କ୍ଷେତ୍ରରେ ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହୋଇପାରନ୍ତି । ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରତ୍ୟେକ କ୍ଷେତ୍ରରେ ମନରେ ଉତ୍ସାହ ଓ ଆଗ୍ରହ ଜନ୍ମିବ । ଧନାଧିପତିଙ୍କ ଶୁଭତ୍ୱ କାରଣରୁ ଅର୍ଥଲାଭ ସହ କାର୍ଯ୍ୟକ୍ଷେତ୍ରରେ ମନୋବାଞ୍ଛା ଅବଶ୍ୟ ପୂରଣ ହେବ । ମିଠା କଥା କହି ଅନ୍ୟମାନଙ୍କ ଦ୍ଵାରା ନିଜର ସ୍ଥଗିତ ଥିବା କାର୍ଯ୍ୟକୁ ସମ୍ପାଦନ କରିବାରେ ସମର୍ଥ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । ଉଚ୍ଚପଦାଧିକାରୀ ସହ ଆଲୋଚନା କ୍ଷେତ୍ରରେ ଉନ୍ନତମାନର ଫଳ ପ୍ରଦାନ କରିବେ । ସଭାସମିତିରେ ବୁଦ୍ଧିଜୀବୀମାନଙ୍କ ଆଦରଣୀୟ ହେବେ । କେତେକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । ପ୍ରତ୍ୟେକ କ୍ଷେତ୍ରରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ଚନ୍ଦ୍ର ନିଜ ରାଶିରେ ରହିଥିବାରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ଆପଣଙ୍କ ଆତ୍ମୀୟ ସ୍ଵଜନମାନେ ଆପଣ ଉଦ୍ୟମ କରୁଥିବା କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି କିନ୍ତୁ ଧୌର୍ଯ୍ୟହରା ନ ହୋଇ ନିଜର ଯୋଜନା ମୁତାବକ କାର୍ଯ୍ୟ କରିଲେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଅଫିସରେ ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରୁହନ୍ତୁ, ନତୁବା ଅଯଥା ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି । ସଭାସମିତି କିମ୍ବା ବନ୍ଧୁ ଗହଣରେ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ । ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରିବେ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆପଣ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆଜି ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ମନକୁ ଆଶ୍ଵସ୍ତି ମିଳିବ । କିନ୍ତୁ କେତୁର କୁପ୍ରଭାବରେ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ବାରମ୍ବାର ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ କେତେକ କାର୍ଯ୍ୟ ସଂପୂର୍ଣ୍ଣ କରିବା କଷ୍ଟକର ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ପରୋକ୍ଷ ଶତ୍ରୁତା ହେତୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ କରିବାକୁ ପଡିପାରେ । ଅଫିସରେ ଆପଣଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖି ସମସ୍ତେ ପ୍ରଶଂସା କରିପାରନ୍ତି । କିନ୍ତୁ ଅଫିସରେ ପୂର୍ବରୁ ସ୍ଥଗିତ ଥିବା କାର୍ଯ୍ୟ ସକାଶେ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିବ । କଳା, ସାହିତ୍ୟ, ସଂଗଠନ, ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ । ସାଧାରଣ କଥାକୁ କେନ୍ଦ୍ରକରି ଅପରାହ୍ନରେ ଟେନ୍‌ସନ ବଢ଼ିପାରେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତିତ ହୋଇପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ଶ୍ରୀଗଣେଶ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ହସଖୁସିରେ ଦିନଟି ଅତିବାହିତ କରିବେ । କିନ୍ତୁ ରାଶିରେ ଚିତ୍ରା ନକ୍ଷତ୍ର ଯୋଗୁଁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ, ନଚେତ୍ ନାନା ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡିବ । ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉତ୍କୃଷ୍ଟ ରୂପ ନେବ ନାହିଁ । ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି । ଯାନ୍ତ୍ରିକ ଶିଳ୍ପ ଓ ପ୍ରଶାସନ, ଆଇନ ଓ ଅଦାଲତ ତଥା ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆପଣଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ । ରାଶ୍ୟାଧିପ ଏକାଦଶ ସ୍ଥାନରେ ରହିଥିବାରୁ କୌଣସି କାମ ଅଟକି ରହିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ଯଥେଷ୍ଟ ଉନ୍ନତି କରିବେ । ନୂତନ କର୍ମାରମ୍ଭ କରିବା ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ କିଛି କହି ପାରିବେ ନାହିଁ । ସଭାସମିତିରେ ଅପ୍ରିୟ ସତ୍ୟକଥା ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିବେ । ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହୋଇପାରେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ଏଣୁତେଣୁ ଗୁଡାଏ ବେକାର କଥା ମନକୁ ଅଶାନ୍ତ କରିବ । ଯାହାଫଳରେ ମନରେ ସରସତା ରହିବ ନାହିଁ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟହାସଲ ନ ହେବା କାରଣରୁ ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଉଦ୍ରେକ ହୋଇ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ ଚାପ କ୍ରମଶଃ ବୃଦ୍ଧି ପାଇବ ଓ ସହକର୍ମୀମାନେ ମନକୁ ବଧିଲା ଭଳି କଥା କହିବେ । ବକେୟା ଅର୍ଥ ଆଦାୟ କରିବାକୁ ଯାଇ ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି । ନିକଟ ସମ୍ପର୍କୀୟମାନେ ନିଜର ଫାଇଦା ହାସଲ ସକାଶେ ଚେଷ୍ଟିତ ରହିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଆଜି ଦିନଟି ଆପଣ ପାଇଁ ଶୁଭଦାୟକ ରହିବ । ଦ୍ୱିତୀୟ ଭାବରେ ରବି ଓ ମଙ୍ଗଳ ଆପଣଙ୍କ ବ୍ୟବହାରକୁ କଠୋର କରିଦେବା କାରଣରୁ ସମସ୍ୟାର ଆଶଙ୍କା ରହିଛି । ବିଗତ ଦିନର କୌଣସି ଘଟଣାକୁ କେନ୍ଦ୍ରକରି ଅନ୍ୟମନସ୍କତା ଓ ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇବ । ବ୍ୟବସାୟ, ବାଣିଜ୍ୟ, ପରିବହନରେ ଉନ୍ନତି କରିବେ । ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ । ପୁଞ୍ଜି ନିବେଶ ମାମଲାରେ ବୟୋସ୍କ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ମିଳିପାରେ । ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ନିର୍ମାଣ କ୍ଷେତ୍ରରେ ଅଟକିଥିବା କାର୍ଯ୍ୟକୁ ପୂର୍ଣ୍ଣ କରିପାରିବେ । ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତରରେ ଉତେଜିତ ରହିପାରନ୍ତି । ପାରିବାରିକ ଜୀବନ ଶାନ୍ତିମୟ ହେବ । ଅନିୟମିତ ଭୋଜନ କାରଣରୁ ପେଟ ଗୋଳମାଳ ଦେଖାଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଭଗବାନଙ୍କୁ ଆରୋଧନ କରନ୍ତୁ, ମନକୁ ଶାନ୍ତ ମିଳିବ । ରାଶିରେ ମୃଗଶିରା ନକ୍ଷତ୍ରର ପ୍ରଭାବ ଯୋଗୁଁ କର୍ମକ୍ଷେତ୍ରରେ ଚାପର ବଶବର୍ତ୍ତୀ ହୋଇ ଇଚ୍ଛା ନଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି । ଆଜି ଯେଉଁ କାମରେ ହାତଦେବେ, ତାହା ସୁବିଧାରେ ସମ୍ପନ୍ନ କରିପାରିବ । ଚାକିରି-ବ୍ୟବସାୟରେ ପରିଶ୍ରମର ଉପଯୁକ୍ତ ଫଳ ପାଇବେ । ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ମନରେ କାର୍ଯ୍ୟ କରିବା ନିମନ୍ତେ ଉତ୍ସାହ ବଢ଼ିବ । ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଯାହାଫଳରେ ଆପଣଙ୍କ ସମସ୍ୟା ସାମାନ୍ୟ ହ୍ରାସ ପାଇବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ଖୁସୀ କରିବାକୁ ଯାଇ ନିଜର ସ୍ଵାର୍ଥକୁ ବଳି ଦେବାକୁ ବାଧ୍ୟ ହୋଇପାରନ୍ତି । ବନ୍ଧୁମାନଙ୍କ ପରାମର୍ଶରେ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ସ୍ଥଗିତ ଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ । ବ୍ୟୟାଧିପ ମଙ୍ଗଳ ଆପଣଙ୍କୁ ଯାନବାହନର ମରାମତି, ନିର୍ମାଣ, ଯାନ୍ତ୍ରିକ ଜିନିଷ ସଜାଡିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇପାରେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଫିସରେ ସହକର୍ମୀଙ୍କ ସହିତ ତାଳମେଳ ବଜାୟ ରହିବ । କିନ୍ତୁ ଭୁଲ୍‌ ବୁଝାମଣା କାରଣରୁ ବିବାଦୀୟ ଘଟଣା ଭିନ୍ନ ରୂପ ଧାରଣ କରିପାରେ, ଏଣୁ ସତର୍କ ରହିବା ଭଲ । ବାରମ୍ବାର ଚେଷ୍ଟା କରୁଥିବା କାମର ଓ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଙ୍କ ସହାୟତା ପାଇ ଉପକୃତ ହେବେ । ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ । ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମହାଦେବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ମନ ଚଞ୍ଚଳ ରହିଲେ ମଧ୍ୟ ଆତ୍ମୀୟସ୍ଵଜନଙ୍କ ଚିନ୍ତାରେ ସାମୟିକ ବିଷାଦଗ୍ରସ୍ତ ରହିବ । ଗତକାଲି ଯୋଜନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ସମ୍ପାଦନ କରିପାରିବେ । ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ । ଜମି କ୍ରୟବିକ୍ରୟର ସମ୍ଭାବନା ରହିଛି । ଅଫିସରେ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଅର୍ଥନୈତିକ ଦୃଷ୍ଟିରୁ ଦିନଟି ଅତ୍ୟନ୍ତ ଭଲ ରହିବ । କିନ୍ତୁ ଆର୍ଥିକ ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ । ପାରିବାରିକ ଜୀବନ ସରସ, ସୁନ୍ଦର ରହିବ । ଆତ୍ମୀୟଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଘଟିବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶାରୀରିକ ଅସୁସ୍ଥତାକୁ ଅଣଦେଖା କରନ୍ତୁ ନାହିଁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ହର ପାର୍ବତୀ ।

Be the first to comment

Leave a Reply

Your email address will not be published.


*