10 ନଭେମ୍ବର 2020, ମଙ୍ଗଳବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିବ । କର୍ମକ୍ଷେତ୍ରରେ କରିବେ

10 ନଭେମ୍ବର 2020, ମଙ୍ଗଳବାର- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସହଯୋଗ ମିଳିବ । କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ପାରିବାରିକ ସ୍ଥିତିରେ ଶାନ୍ତି ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୦ ନଭେମ୍ବର ମଙ୍ଗଳବାରର ରାଶିଫଳ କହିବାକୁ ଯାଉଛି । ରାଶିଚକ୍ର ମନୁଷ୍ୟ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶିଗୁଡିକ ଉପରେ ମଧ୍ୟ ଭଲ ହେଉ ବା ମନ୍ଦ, କିଛି ନା କିଛି ପ୍ରଭାବ ନିଶ୍ଚୟ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ରଙ୍କ ସୁପ୍ରଭାବରୁ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ । କର୍ମକ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ । ପ୍ରିୟଜନଙ୍କ ପ୍ରେରଣାରେ ଉଦ୍‌ବୁଧ ହୋଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ସାହାଯ୍ୟ ଲାଭ କରି କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିବ । କୌଣସି ମୂଲ୍ୟବାନ ଜିନିଷ ଘରକୁ ଆଣିପାରନ୍ତି । ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇ ପାରିବାରିକ ଅଶାନ୍ତିର ସମ୍ଭାବନା ଦେଖାଦେଇପାରେ । ବୈବାହିକ ଜୀବନରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତାଳମେଳ ଠିକ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଇଷ୍ଟ ଦେବୀଙ୍କୁ ସ୍ମରଣ କରନ୍ତୁ, ମନରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ମଘା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁଁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ମନରେ ଅଶାନ୍ତ ସୃଷ୍ଟି ହେବ । ଖଳ ଲୋକମାନଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ । କର୍ମକ୍ଷେତ୍ରରେ ବିଗତ ଦିନମାନଙ୍କର ଘଟଣା ଗୁଡିକୁ ଅସ୍ଵାଭାବିକ ଭାବେ ଚିନ୍ତାର ବିଷୟ ପାଲଟିବ । ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ ଓ ସଫଳତା ମଧ୍ୟ ମିଳିବାର ଆଶା ରହିଛି । ଅଫିସରେ ସହକର୍ମୀମାନଙ୍କ ସହ ତିକ୍ତତା ବଢିପାରେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ବଜାୟ ରହିବ । ସଭାସମିତିରେ ସମ୍ମାନ ଲାଭ କରିବା ସଙ୍ଗେ ସଙ୍ଗେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କୌଶଳପୂର୍ଣ୍ଣ କଥା କହି ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ । କାର୍ଯ୍ୟବ୍ୟସ୍ତ ଯୋଗୁଁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଯାହା ପରବର୍ତ୍ତୀ ସମୟରେ ସ୍ଵାସ୍ଥ୍ୟହାନିର କାରଣ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ ଓ ଯାହାଫଳରେ ମନକୁ ଶାନ୍ତି ମିଳିବ । ଶନିଙ୍କ ଦୃଷ୍ଟି ବୁଧ ଉପରେ ରହିଥିବା ଯୋଗୁଁ ସ୍ଵାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହେବ, ଯାହାଫଳରେ ମନ ଅଶାନ୍ତ ହୋଇପାରେ । କର୍ମକ୍ଷେତ୍ରରେ ଅତୀତର ଅପୂର୍ଣ୍ଣ କାମକୁ ଆଜି ଅନ୍ୟମାନଙ୍କ ସାହାଯ୍ୟ ନେଇ ସମ୍ପୂର୍ଣ୍ଣ କରିବାରେ ସକ୍ଷମ ହୋଇପାରିବେ । ବ୍ୟବସାୟ ବାଣିଜ୍ୟ ଭଲ ଚାଲିଲେ ମଧ୍ୟ ଆୟ ବ୍ୟୟର କୌଣସି ତାଳମେଳ ରହିବ ନାହିଁ । ପରୋକ୍ଷ ଶତ୍ରୁତା ସାମୟିକ ଭାବରେ ମନ ବିବ୍ରତ ହୋଇପାରେ । ଅଫିସରେ ସହକର୍ମୀମାନଙ୍କ ଅସହଯୋଗ ମନୋବୃତ୍ତି ଓ ସେମାନଙ୍କ କାର୍ଯ୍ୟ ଶୈଳୀ ମନକୁ କ୍ଷୁବ୍ଧ କରିବ । କୌଣସି ନିଷ୍ପତିର ଶେଷ ସମୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିପାରେ । ପରିବାରରେ ପିଲାଙ୍କ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି । ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର କାରଣରୁ ଦୈହିକ ଦୁର୍ବଳତା ଯୋଗୁଁ ମନୋବଳ କମି ଯାଇପାରେ । କିନ୍ତୁ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଆର୍ଥିକ ସ୍ଥିତି ଭଲ ନ ରହିବା ସଙ୍ଗେ ସଙ୍ଗେ ଅନ୍ୟମସ୍କତା ଯୋଗୁଁ କାମ କରିବାର ଆଗ୍ରହ ମଧ୍ୟ ହ୍ରାସ ପାଇବ । ଅଫିସରେ ସହକର୍ମୀମାନଙ୍କ ସହମତି ନେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ସମାଜରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ । ଦୀର୍ଘ ଦିନରୁ ପଡି ରହିଥିବା ବକେୟା ଟଙ୍କା କରିବାରେ ସମର୍ଥ ହେବେ । ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭି-ଯୋଗ ଆଣିପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ବିରଜା ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ବିନମ୍ର ସ୍ଵଭାବ ଦ୍ଵାରା ଅନ୍ୟମାନଙ୍କୁ ନିଜର କରିପାରିବେ । ସ୍ଵଗୃହୀ ବୃହସ୍ପତିଙ୍କ ପ୍ରଭାବରେ କଠିନ ଶ୍ରମ ପରିପ୍ରେକ୍ଷୀରେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରେ । କିନ୍ତୁ ରାଶିରେ ଜନ୍ମଚନ୍ଦ୍ରର ପ୍ରଭାବ ଯୋଗୁଁ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ପଡି ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝି ପାରିବେ ନାହିଁ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କିନ୍ତୁ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ଚିନ୍ତା ପ୍ରକଟ କରିପାରନ୍ତି । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ କ୍ରମଶ ଦୂରେଇ ଯିବ । ଭାସମିତିରେ, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ପରିବାରରେ ବୟସ୍କ ବ୍ୟକ୍ତିଙ୍କ ସହ ସନ୍ଧ୍ୟା ସମୟରେ କୌଣସି ବିଷୟକୁ ନେଇ ଆଲୋଚନା କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଜି ଆପଣ ଚିନ୍ତା ମୁକ୍ତ ରହିବେ କିନ୍ତୁ ଧନସ୍ଥାନରେ ରବି ଓ ବୁଧଙ୍କ ଯୋଗୁ ଆର୍ଥିକ ଅନଟନ ମାନସିକ ଦୁଶ୍ଚିନ୍ତାର କାରଣ ହେବ । କୌଣସି ମିତ୍ରଙ୍କ ସହାୟତାରେ ମନକୁ ଆରାମ ମିଳିବ । ବ୍ୟବସାୟୀ ବର୍ଗରଙ୍କୁ ବ୍ୟାପାରରେ ନାନା ପ୍ରକାରର ବାଧାବିଘ୍ନ ଆସିପାରେ । ଅଫିସରେ ସୁସ୍ଥ ବାତାବରଣ ରହିବ । କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆତ୍ମାତୃପ୍ତି ଅନୁଭବ କରିବେ । ବନ୍ଧୁଙ୍କ ନିକଟରୁ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଅଧିକ କିଛି ଆଶା କରି କିମ୍ବା ବନ୍ଧୁଙ୍କ କଥାରେ ଭରସା କରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆର୍ଥିକ ଲାଭ ସଙ୍ଗେ କର୍ମକ୍ଷେତ୍ରରେ ଉନ୍ନତିର ପ୍ରବଳ ଯୋଗ ପ୍ରବଳ ରହିଛି । ବ୍ୟବସାୟରେ ପୂର୍ଣ୍ଣ ସଫଳତା ହାସଲ କରିବେ । କମ୍ପାନୀରେ ଚାକରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ । ଆନୁଷ୍ଠାନିକ କାମରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁଁ କର୍ମତତ୍ପର ହେବେ । ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଭଖବର ପାଇ ଉଲ୍ଲସିତ ହୋଇପାରନ୍ତି । ଆଲୋଚନା କିମ୍ବା ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ । ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା ଆଶଙ୍କା ରହିଛି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ସକାରାତ୍ମକ ବିଚାର ଓ ଚିନ୍ତାଧାରା ବଜାୟ ରହିବ । ବ୍ୟବସାୟୀଙ୍କୁ ପୂର୍ବରୁ କରିଥିବା ଯୋଜନାରୁ ଲାଭ ମିଳିବ । ଅଫିସର ବାତାବରଣ ସୁସ୍ଥ ଥିଲେ ମଧ୍ୟ ଆଳସ୍ୟ ଓ ଅବହେଳା କାରଣରୁ ଉଚ୍ଚାଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିପାରେ । କାର୍ଯ୍ୟବ୍ୟସ୍ତତା କାରଣରୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ଆର୍ଥିକ ସମସ୍ୟା ପୂର୍ବଭଳି ଅକ୍ଷୁଣ୍ଣ ରହିପାରେ । ସମାଜରେ ମାନସମ୍ମନ ବୃଦ୍ଧି ହେବ । ପ୍ରେସ୍‌, ପବ୍ଲିକେଶନ, ସଭାସମିତି, ରାଜନୀତି, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ । ସତର୍କତା ଅଭାବରୁ ଯାତ୍ରା ସମୟରେ ଧନହାନି କିମ୍ବା କଳହର ସୂଚନା ରହିଛି । ଜୀବନସାଥୀଙ୍କ ବ୍ୟବହାର ରୁଚିକର ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଅମ୍ବିକା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଆଜିର ଶୁଭଚନ୍ଦ୍ର ହେତୁ ସାମାଜିକ ସମ୍ମାନ ସହ ଲୋକସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ଦୁର୍ବଳ ରହିବ । ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ । ବନ୍ଧୁ ଓ ସହକର୍ମୀଙ୍କ ମାଧ୍ୟମରେ ଆର୍ଥିକଦିଗରୁ ସୁବିଧା ଲାଭ କରିପାରିବେ ହେଲେ ପାରିବାରିକ ସମସ୍ୟା ମନକୁ ବିଚଳିତ କରିବ । ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡିକ ବନ୍ଧୁଙ୍କ ମାଧ୍ୟମରେ ସମ୍ପାଦନ କରିବାରେ ସମର୍ଥ ହେବେ । ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ଭଲ ହେବ । ନୀଚ ସଂସର୍ଗରୁ ଦୂରେଇ ରୁହନ୍ତୁ, ନଚେତ ଅଯଥାରେ ସମାଲୋଚିତ ହେବାକୁ ପଡିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ । ମୃଗଶିରା ନକ୍ଷତ୍ରର ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ ଫଳରେ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ବ୍ୟବସାୟ, ବାଣିଜ୍ୟ ସମ୍ବନ୍ଧିତ କୌଣସି ବିଷୟକୁ ନେଇ ଚିନ୍ତତ ରହିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହାୟତା ମିଳିବ କିନ୍ତୁ ନିଜ ସ୍ଥଗିତ କାର୍ଯ୍ୟକୁ ନେଇ କୈଫତ୍ ଦେବାକୁ ପଡିପାରେ । ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ନିକଟ ସମ୍ପର୍କୀୟଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବାର ଆଶଙ୍କା ରହିଛି । ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଶାରଳା ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ ରହିବ । ମୁଖଭାବସ୍ଥ ରାହୁ ପ୍ରଭାବରୁ ଯୁକ୍ତିତର୍କକୁ କେନ୍ଦ୍ରକରି ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଅଫିସ୍‌ରେ ଉଚ୍ଚ ସ୍ତରରୁ ନିମ୍ନ ସ୍ତରର ଅଧିକାରୀ ବୃନ୍ଦ ଆପଣଙ୍କ ଦୁଃସାଧ୍ୟ କାର୍ଯ୍ୟକୁ ନେଇ ପ୍ରଶଂସା କରିବେ । ଆର୍ଥିକ ସ୍ଥିତି ଭଲ ରହିବ କିନ୍ତୁ ଆକସ୍ମିକ ଖର୍ଚ୍ଚଭାର ବୃଦ୍ଧି କାରଣରୁ ମନରେ ସରସତା ରହିବ ନାହିଁ । ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ । ବାରମ୍ବାର ଅସଫଳତା କାରଣରୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେବ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ପାଇବେ ଏବଂ ଲୋକ ସମ୍ପର୍କରେ ଆତ୍ମସନ୍ତୋଷ ବୃଦ୍ଧି ପାଇବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆଜି ଆପଣ ପରିଶ୍ରମର ଯଥାଚିତ ପରିଶ୍ରମିକ ପାଇବେ । କର୍ମଭାବର ଶୁଭତ୍ୱ ଆପଣଙ୍କ କାର୍ଯ୍ୟସିଦ୍ଧି ସହ ସାମାଜିକ ସ୍ତରରେ ସମ୍ମାନ ମଧ୍ୟ ଲାଭ କରିବେ । ଅର୍ଥ ସଂଗ୍ରହର ପ୍ରଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ, ତଥାପି ଏଥିପାଇଁ ବହୁତ ଶ୍ରମ କରିବାକୁ ପଡିବ । ବ୍ୟବସାୟରୁ ଭଲ ଧନଲାଭ ହେବ । ପରୋକ୍ଷ ଶତ୍ରୁତା କାରଣରୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାମାନ୍ଯ ବାଦବିଘ୍ନ ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ ସକ୍ରିୟ ରହିବେ । ସଙ୍ଗଠନ ଓ ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କର ପାରିବେ । କଳା, ସାହିତ୍ୟ, ସାମ୍ବାଦିକତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ । ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ ଏଣୁ ମନ ହାଲୁକା ହୋଇଯିବ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

Be the first to comment

Leave a Reply

Your email address will not be published.


*