10 ମାର୍ଚ୍ଚ 2021, ବୁଧବାର :- ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂସ୍ଥାନ ଯୋଗୁଁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ

10 ମାର୍ଚ୍ଚ 2021, ବୁଧବାର :- ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂସ୍ଥାନ ଯୋଗୁଁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ

10 ମାର୍ଚ୍ଚ 2021, ବୁଧବାର :- ଗ୍ରହ ନକ୍ଷେତ୍ରଗୁଡିକର ଶୁଭ ସଂସ୍ଥାନ ଯୋଗୁଁ ଆଜି ଏହି ୭ଟି ରାଶିର ବ୍ୟକ୍ତିଙ୍କୁ ମନୋବାଞ୍ଛିତ ଫଳ ମିଳିବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସହ ପରିବାରରେ ଶାନ୍ତଶିଷ୍ଠ ବଜାୟ ରହିବ ।

ଆଜି ଆମେ ଆପଣଙ୍କୁ ୧୦ ମାର୍ଚ୍ଚ ୨୦୨୧ ବୁଧବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ରାଶ୍ୟାଧିପଙ୍କ ନକ୍ଷତ୍ରସ୍ଥ ବୁଧଙ୍କ ପ୍ରଭାବରେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଯେଉଁ କାର୍ଯ୍ୟ ହାତକୁ ନେଇଛନ୍ତି, ତାହା ପୂର୍ଣ୍ଣ କରିବାରେ କୌଣସି ଅସୁବିଧା ହେବ ନାହିଁ । ବନ୍ଧୁ, ଆତ୍ମୀୟ ସ୍ଵଜନଙ୍କ ସହଯୋଗରେ ମନୋବଳ ଦୃଢ ରହିବ । ଅଫିସ୍‌ରେ ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ସାମାଜିକ କ୍ଷେତ୍ରରେ କର୍ମକ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ବନ୍ଧୁଙ୍କ ଗହଣରେ ପ୍ରଶଂସିତ ହେବେ । ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ମତାନ୍ତର ଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ବାଦବିବାଦ ଓ ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଭଲ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଉଚ୍ଚ ମନୋବଳ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ମନରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହେବ । କେତେକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଫିସ୍‌ର ବାତାବରଣ ଭଲ ଥିଲେ ମଧ୍ୟ କାର୍ଯ୍ୟର ଚାପ ଯୋଗୁଁ ସାମୟିକ ବିରକ୍ତ ହୋଇପାରନ୍ତି । ସଭାସମିତି କିମ୍ବା ଅଫିସ୍‌ରେ ଆୟୋଜିତ ଆଲୋଚନା ପରିସରରେ କେତେକ ବ୍ୟତିକ୍ରମ ଯୋଗୁଁ ଚିନ୍ତିତ ରହିବେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ସ୍ଵାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି । ଦାମ୍ପତ୍ୟ ଓ ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଆଜି ଆପଣଙ୍କ ସକାଶେ ଉନ୍ନତିର ନୂତନ ମାର୍ଗ ଉନ୍ମକ୍ତ ହେବ । ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସଙ୍ଗକୁ ଆର୍ଥିକ ସ୍ଥିତି ମହଭୁତ ରହିବ । ବନ୍ଧୁ ଓ ସହକର୍ମୀଙ୍କ ପ୍ରେରଣା ପାଇ ଅସାଧ୍ୟ କାର୍ଯ୍ୟକୁ ମଧ୍ୟ ସାଧ୍ୟ କରିବାର ଇଚ୍ଛାଶକ୍ତି ମନରେ ଜାଗ୍ରତ ହେବ । ବୃତ୍ତିଗତ କାର୍ଯ୍ୟରେ ସମସ୍ୟା ଆସିଲେ ମଧ୍ୟ ବୀରତ୍ଵ ସହ ସମ୍ମୁଖୀନ କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ୍ ଭଲ ରହିବ । ଅଫିସ୍‌ରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ସଭାସମିତି କିମ୍ବା ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିରୋଧୀ ହୋଇପାରନ୍ତି । ଅଧାରେ ଅଟକି ରହିଯାଇଥିବା ନିର୍ମାଣଧୀନ କାର୍ଯ୍ୟକୁ ପୁନଃ ଆରମ୍ଭ କରିବେ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପରିବାରରେ ହସଖୁସିର ବାତାବରଣ ରହିବ କିନ୍ତୁ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା ରହିବେ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଦୀର୍ଘଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ଈର୍ଷାପରାୟଣ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି । କର୍ମକ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ । ଅଫିସରେ ଏକ ସାଧାରଣ କଥାକୁ ନେଇ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ । ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ପ୍ରଶାସନ, ପ୍ରକାଶନ ଓ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କିନ୍ତୁ ଆତ୍ମୀୟଙ୍କଠାରୁ କେବଳ କଥା ଶୁଣିବେ ସିନା କାମ ପାଇବେ ନାହିଁ । ବିବାଦୀୟ ଘଟଣାର ପୃଷ୍ଠଭୂମି ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳ ପ୍ରୟୋଗ କରି କାମ ହାସଲ କରିବେ । ବ୍ୟବସାୟ, ବାଣିଜ୍ୟରେ ଦୃଢ଼ ପଦକ୍ଷେପ ନେଇ ଦୃତୋନ୍ନତି କରିବେ । ଅଫିସରେ ଫାଇଲ କାମ ବୃଦ୍ଧି ଯୋଗୁଁ ସହକର୍ମୀଙ୍କ ସହ ସାମୟିକ ମନାନ୍ତର ହୋଇପାରେ । ଆର୍ଥିକ ଉନ୍ନତି ହେବ ସହ ବାଦବିବାଦର ସମାଧାନ ଯୋଗୁଁ ମନକୁ ଆଶ୍ୱସ୍ତି ମିଳିବ । ଆନୁଷ୍ଠାନିକ କାମ, ସଭାସମିତି, ଆଲୋଚନା ପରିସରରେ ବନ୍ଧୁମାନଙ୍କ ସହ ପ୍ରୀତିପ୍ରଦ ସମ୍ପର୍କ ସ୍ଥାପିତ ହେବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପାରିବାରିକ ସ୍ନେହ ସହାନୁଭୁତି ପ୍ରାପ୍ତି ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଦେବାଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଅସାଧ୍ୟ କାର୍ଯ୍ୟ ସାଧନ ପରିପ୍ରେକ୍ଷୀରେ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି; ସେଥିରେ ସଫଳ ନିଶ୍ଚୟ ମିଳିବ । ବ୍ୟବସାୟ, ବାଣିଜ୍ୟରେ ଲାଗିରହିଥିବା ବାଧାବିଘ୍ନ ଆପଣାଛାଏଁ ଦୂର ହୋଇଯିବ । କର୍ମକ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଯଥା ଅଶାନ୍ତ ବାତାବରଣ ସୃଷ୍ଟି ହୋଇପାରେ । ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କ ଠାରୁ ଶୁଭଖବର ପାଇ ମନ ଉଲ୍ଲସିତ ହେବେ । ପ୍ରକାଶନ, ରଚନାତ୍ମକ କାର୍ଯ୍ୟ, ଯୋଗଯୋଗ ତଥା ଏଜେନ୍ସିପ୍‌ ରୁ ଆଶାନୁରୂପକ ସଫଳତା ପାଇବେ । ପରିବାରଜନ ଓ ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ପରିବାରରେ ହସଖୁସିର ବାତାବରଣ ଥିଲେ ମଧ୍ୟ ପରିବାରର କେତେକ ବ୍ୟତିକ୍ରମକୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମୟିକ ମନାନ୍ତର ଦେଖାଦେଇପାରେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ । ପ୍ରିୟବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ବନ୍ଧ ଆହୁରି ଦୃଢିଭୁତ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ବ୍ୟବସାୟରେ ପୂର୍ବରୁ ବିନିଯୋଗ କରିଥିବା ପୁଞ୍ଜିରୁ ଆଶାତୀତ ଲାଭ ପାଇବେ । କିନ୍ତୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ପରିସରରେ ବନ୍ଧୁଙ୍କ ସହ ମତଭେଦ ଦେଖାଦେଇପାରେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ପଦୋନ୍ନତିର ସମ୍ଭାବନା ରହିଛି । ଋଣ ପରିଶୋଧ କରିବା ନିମନ୍ତେ ଚିନ୍ତା କରିପାରନ୍ତି । ଅର୍ଥନୈତିକ, ସାହିତ୍ୟ, କ୍ରୀଡ଼ା ଓ ଆଇନ ଅଦାଲତ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବିଭିନ୍ନ ପ୍ରକାର ଆଶଙ୍କାକୁ ନେଇ ମନ ଭଲ ରହିବ ନାହିଁ । ଭଲ କାମ କଲେ ମଧ୍ୟ କେତେକ ସମସ୍ୟା ହେତୁ ମନରେ ଚଞ୍ଚଳତା ରହିବ ନାହିଁ । ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ଲାଭବାନ ହେବେ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ପରିବହନରେ ଲାଭବାନ ସଙ୍ଗକୁ ମନୋରଞ୍ଜନ କାମରୁ ପ୍ରଶଂସା ମିଳିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଶା କରୁଥିବା ସ୍ଥାନରୁ ସହସା ଧନପ୍ରାପ୍ତି ସମ୍ଭାବନା ରହିଛି । ସହକର୍ମୀଙ୍କ ବ୍ୟକ୍ତିଗତ ସମାସ୍ୟା କିମ୍ବା କୌଣସି ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରିଲେ ନିଜେ ଅପମାନିତ ହେବାକୁ ପଡିବ । ସ୍ଵାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ । ପରିବାରରେ ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ପ୍ରେରଣା ଓ ସହଯୋଗ ପାଇ ଉନ୍ନତିର ମାର୍ଗରେ ଅଗ୍ରସର ହେବେ । ବିଳମ୍ବିତ ହେଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନରେ ଆଗ୍ରହ ଜନ୍ମିବ । ବ୍ୟବସାୟ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ଦେଖାଦେଇପାରେ । ଅଫିସରେ ସହକର୍ମୀଙ୍କ ଅନୁପସ୍ଥିତି ଯୋଗୁଁ କାର୍ଯ୍ୟଭାର ଅଧିକ ରହିବ । ସଭାସମିତି କିମ୍ବା ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବାରେ ସମର୍ଥନ ହେବେ । କେତେକ କ୍ଷେତ୍ରରେ “ଯେସାକୁ ତେସା ନୀତି” ଅବଲମ୍ବନ କରି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । କଠିନ ଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ଦେଖାଦେଇପାରେ । ପାରିବାରରେ କୌଣସି ନା କୌଣସି ସମସ୍ୟା ଲାଗିରହିଥିବା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଭୈରବୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆଜି ବନ୍ଧୁଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଦୀର୍ଘ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ଆଜି ପୁନଃ ଯୋଡ଼ି ହୋଇଯିବାର ସମ୍ଭାବନା ରହିଛି । ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁମାନେ ମାର୍ଗଦର୍ଶକ ସାଜିବେ । କର୍ମକ୍ଷେତ୍ରରେ ପୁରୁଣାରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ । ଅଫିସରେ ସୁସ୍ଥ ବାତାବରଣ ସହ ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ବଜାୟ ରହିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଆପ୍ରାଣ ଉଦ୍ୟମ କରି ହାତକୁ ନେଇଥିବା କାର୍ଯ୍ୟକୁ ସହଜରେ ସମାଧାନ କରିବାରେ ସକ୍ଷମ ହେବେ । ସହଜରେ ମୁଣ୍ଡ ନୁଆଁଇବାକୁ ପସନ୍ଦ ନ କଲେ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତଥାପି କାର୍ଯ୍ୟଗୁଡିକ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବ ନାହିଁ । ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ନିଜର ସ୍ଥିତି ଓ ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବେ । ଅଫିସିଆଲି କାମ ହାସଲ କରିବା ସକାଶେ ଆଗନ୍ତୁକ ଜଣକ ଆପଣଙ୍କ ପ୍ରଶଂସାଗାନ କରିବେ । ସାମୟିକ ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯାଇ ପାରେ । କେତେକ ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଛୋଟିଆ ଛୋଟିଆ କଥାକୁ କେନ୍ଦ୍ର କରି ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ପତ୍ନୀଙ୍କ ସହ ମତାନ୍ତର ଦେଖାଦେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ । ପ୍ରତ୍ୟେକ ସ୍ଥଳରେ ଯୁକ୍ତିଯୁକ୍ତ କଥା କହି ପ୍ରିୟଜନଙ୍କ ଶ୍ରଦ୍ଧାଭାଜନ ହୋଇପାରିବେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ବ୍ୟବସାୟକ୍ଷେତ୍ରରେ ସ୍ଥିତ ଭଲ ରହିବ କିନ୍ତୁ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମ୍ପର୍ଣ୍ଣ କରିପାରିବେ । ସାମାଜିକ କଲ୍ୟାଣ ନିମନ୍ତେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ସେଥିରେ କୃତକାର୍ଯ୍ୟ ହେବା ଫଳରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ସଭାସମିତିରେ, ବିବାଦୀୟ ଘଟଣାରେ ବନ୍ଧୁମାନଙ୍କ ବିଚାରକୁ ଆପଣ ସମର୍ଥନ କରିବେ । ପାରିବାରିକ ପରିବେଶ ସୁଖଦମୟ ରହିବ । ରୋଗପୀଡ଼ା ଜନିତ ସ୍ଵାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *