10 ଫେବୃୟାରୀ 2020, ସୋମବାର- ମହାଦେବଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତି ଚିନ୍ତାମୁକ୍ତ ରହିବେ । ଆର୍ଥିକ ସ୍ଵଛଳତା ଦୃଷ୍ଟିକୋଣରୁ

10 ଫେବୃୟାରୀ 2020, ସୋମବାର- ମହାଦେବଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତି ଚିନ୍ତାମୁକ୍ତ ରହିବେ । ଆର୍ଥିକ ସ୍ଵଛଳତା ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଭଲ ରହିବ ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଯାହାର ଫଳସ୍ୱରୂପ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

www.livehindustan.com

ଆଜି ଆପଣ ନିଜର ସଫଳତା ନେଇ ଆଶ୍ଵସ୍ତ ରହିବେ । ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ । କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ଆର୍ଥିକ ମାମଲାରେ ଲାଭ ମିଳିବ । ଭୁଲ୍‌ ବୁଝାମଣାରୁ ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ରକରି ଝଗଡା ଲାଗିପାରେ । ଜୀବନସାଥୀଙ୍କ ସହଯୋଗରେ ସ୍ଥଗିତ ଥିବା କାମକୁ ପୂର୍ଣ୍ଣାଙ୍ଗ ରୂପେ ସମ୍ପାଦନ କରିପାରିବେ । ପ୍ରିୟ ବନ୍ଧୁଙ୍କ ସହିତ ବୁଲିବାରେ ଅଧିକ ସମୟ ବିତେଇବେ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

www.livehindustan.com

ଆପଣ ଟିକେ ଭାବପ୍ରବଣ ହୋଇପାରନ୍ତି । ନବମସ୍ଥ ରବିଙ୍କ ଯୋଗୁଁ ପରିବାରର ବିଭିନ୍ନ ପ୍ରକାରର ବ୍ୟୟ ବରାଦର ଭରଣା କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ନିଜ କାର୍ଯ୍ୟ ବୃତ୍ତି ଏବଂ ଚୋରୀ ପରି ଅନୈତିକ ବିଚାର ଉପରେ ନିୟନ୍ତ୍ରଣ ରଖନ୍ତୁ, ନିୟନ୍ତ୍ରଣ ହରାଇଲେ କାର୍ଯ୍ୟ ବିଗଡ଼ି ପାରେ । ଦୀର୍ଘଦିନରୁ ଅଟକି ରହିଥିବା କାମର ଚିନ୍ତାକୁ ନେଇ ଆଜି ମନରେ ଆନ୍ଦୋଳିତ ସୃଷ୍ଟି ହେବ । ବ୍ୟବସାୟ, ପରିବହନରେ ସମସ୍ୟା ଦେଖାଦେଇପାରେ । ନୂଆ କାମ ଆରମ୍ଭ କରିବାରେ ନିବୃତ୍ତ ରହନ୍ତୁ । ଅଫିସରେ ଅଧିକାରୀଙ୍କ ବ୍ୟବହାରରେ ମନକୁ କଷ୍ଟ ପହଞ୍ଚିବ । ସାମାଜିକ ସମାରୋହରେ ସହଭାଗିତା କରିବାର ସୁଯୋଗ ମିଳିବ । ଶୁକ୍ରଙ୍କ ପ୍ରଭାବରେ କଥାକୁ ଠିକ୍‌ ଭାବରେ ନ ବୁଝି କିମ୍ବା ସାମାନ୍ୟ କଥାକୁ କେନ୍ଦ୍ର କରି କଳହ ଲାଗିପାରେ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

www.livehindustan.com

ମାନସିକ ଚିନ୍ତାରେ ବୁଡ଼ି ରହିବେ । କର୍ମସ୍ଥ ଶୁକ୍ର ଯୋଗୁଁ ବ୍ୟୟ ବୃଦ୍ଧି ସଙ୍ଗେ ସଙ୍ଗେ ପରିବହନରେ ସମସ୍ୟା ଦେଖାଦେଇପାରେ । କନ୍ୟା ସନ୍ତାନଙ୍କ ବୈବାହିକ ସମସ୍ୟା ପ୍ରତି ଚିନ୍ତିତ ରହିବେ । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବାର ଯୋଗ ରହିଛି । ଅଫିସରେ କାର୍ଯ୍ୟଭାର ଅଧିକ ଯୋଗୁଁ ମନରେ ସରସତା ରହିବା ନାହିଁ । ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରି ପାରନ୍ତି । ଅନ୍ତରଙ୍ଗ ବନ୍ଧୁଙ୍କ ସହ ମନ କଥା ଆଲୋଚନା କରିବେ । ମିତ୍ରମାନଙ୍କ ଏବଂ ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବାର ସମ୍ଭାବନା । ଶୁଭରଙ୍ଗ: ଗୋଲାପୀ । ଆରାଧନା: ପ୍ରଭୁ ହନୁମାନ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

www.livehindustan.com

ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଧନଭାବରେ ଚନ୍ଦ୍ର ଅର୍ଥନୈତିକ ଅଭିବୃଦ୍ଧି ଘଟାଇବା ସହ ଶାରିରୀକ ସୁସ୍ଥତା ପ୍ରଦାନରେ ସହାୟକ ହେବେ । ଭାଗିଦାରୀ ବ୍ୟବସାୟରେ ଲାଭ ହେବ । ଅଟକି ରହିଯାଇ ଥିବା କାର୍ଯ୍ୟ ସମ୍ପନ୍ନ ହେବ । ନୂଆ କାର୍ଯ୍ୟଗୁଡ଼ିକ ଆରମ୍ଭ କରିବା ପାଇଁ ସମୟ ଭଲ ଅଟେ । ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ । ସାମାଜିକ ମାନ-ସମ୍ମାନ ମଧ୍ୟ ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କାହା ସହିତ ବାଦ-ବିବାଦ ହୋଇପାରେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ଜଣେ ବନ୍ଧୁ ମୁଖ୍ୟ ଭୂମିକା ଗ୍ରହଣ କରିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ କାଳୀଜାଈ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

www.livehindustan.com

ପୂର୍ବରୁ କରିଥିବା ପରିଶ୍ରମର ଫଳ ଆପଣଙ୍କୁ ପ୍ରାପ୍ତି ହେବ । ରବି ଓ ଶନିଙ୍କ ସ୍ଥାନ ପ୍ରଭାବରେ ସମସ୍ୟା ମଧ୍ୟଦେଇ କାର୍ଯ୍ୟହାସଲ କରିବେ । ନୂଆ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିପାରନ୍ତି, ସମ୍ପର୍କୀୟଙ୍କ ପୂର୍ଣ ସହଯୋଗ ରହିବ । କର୍ଯ୍ୟସ୍ଥଳରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କାର୍ଯ୍ୟ ଶୈଳୀରେ ସୁଧାର ଆସିବ । ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ । ଆର୍ଥିକସ୍ଥିତି ପୂର୍ବପରି ରହିବ । ଆପଣ ଆତ୍ମିୟଜନମାନଙ୍କ ଏବଂ ମିତ୍ରମାନଙ୍କ ସାଥିରେ ସାମାଜିକ କାର୍ଯ୍ୟଗୁଡ଼ିକରେ ବ୍ୟସ୍ତ ରହିବେ । ସ୍ୱାସ୍ଥ୍ୟ ଠିକ୍‌ ଓ ସତେଜ ରହିବ । ମହିଳାମାନେ ନୂତନ କର୍ମ ଓ ବ୍ୟବସାୟ ପାଇଁ ଚେଷ୍ଟିତ ହେବେ । ପ୍ରେମ ଆବେଦନ କରିବା ପାଇଁ ଭଲ ସମୟ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀ ମାତା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

www.livehindustan.com

ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ, ଦିନଟି ମଙ୍ଗଳମୟ ହେବ । କର୍ମସ୍ଥ ରାହୁ ପରିବାର ଓ କାର୍ଯ୍ୟହାସଲ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚ ଅଧିକାରୀ ପ୍ରଶଂସା ବଦଳରେ ଆପଣଙ୍କ ଉପରେ ରୁଷ୍ଟ ହେବେ । ଶତ୍ରୁ ପକ୍ଷ ସକ୍ରିୟ ରହିବେ । ଏଥିପାଇଁ ଆପଣଙ୍କୁ ସତର୍କ ରହିବା ପାଇଁ ପଡ଼ିବ । ଆର୍ଥିକ ସ୍ଥିତି ଶୋଚନୀୟ ରହିବ । ଅଭାବ ପୂରଣ କରିବା ନିମନ୍ତେ ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିପାରେ । ଆଜି ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହାତ ହେବାର ସୂଚନା ରହିଛି । କୋର୍ଟ କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

www.livehindustan.com

ବିନା ଦ୍ଵିଧାରେ ଭାଗ୍ୟର ସହଯୋଗ ପାଇ ଆଗକୁ ବଢି ଚାଲିବେ । ଉଚ୍ଚସ୍ଥାନରେ ଶୁକ୍ର ମନୋରଞ୍ଜନ ସମ୍ବନ୍ଧିତ ଜିନିଷ କ୍ରୟ କରିବା ଦିଗରେ ଖର୍ଚ୍ଚାନ୍ତ କରାଇପାରେ । ବ୍ୟବସାୟ କ୍ଷେତ୍ରରେ ଧ୍ୟାନମଗ୍ନ ରହି ନିଜର ପ୍ରତିଷ୍ଠା ବୃଦ୍ଧି କରିବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରଖିବ, ସ୍ଥାନ ଓ ସ୍ଥିତି ସୁଦୃଢ ରଖି ପାରିବେ । ଚାକିରିଆଙ୍କର ଉନ୍ନତି ହେବ । ସାମାଜିକ ଜୀବନରେ ସଫଳତା ମିଳିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ ଟାଳିବାକୁ ଚେଷ୍ଟା କରିବେ । ଯୁକ୍ତିତର୍କ ଜନିତ ପାରିବାରିକ କ୍ଷେତ୍ରରେ ନିଜର ନିଷ୍ପତିକୁ ହଠାତ୍‌ ବଦଳାଇ ଦେଇ ପାରନ୍ତି । ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ଦାମ୍ପତ୍ୟଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

www.livehindustan.com

ଆପଣଙ୍କର ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ । କର୍ମଭାବର ଶୁଭପ୍ରଭାବରୁ ଯାତ୍ରାରେ ସଫଳତା ଅବଶ୍ୟ ମିଳିବ କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ଅଫିସରେ କୌଣସି ଖାସ୍‌ କାମ ଅଧୁରା ରହିପାରେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପରୋକ୍ଷ ଶତ୍ରୁତା କାରଣରୁ ହାତକୁ ନେଇଥିବା କାମଟିକୁ ସମ୍ପନ୍ନ କରି ପାରିବେ ନାହିଁ । ଆପଣଙ୍କୁ ବନ୍ଧୁବାନ୍ଧବଙ୍କ ଠାରୁ ସହଯୋଗ ସାହାଯ୍ୟ ମିଳିବ । ଘରେ ସୁଖ-ଶାନ୍ତିର ବାତାବରଣ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

www.livehindustan.com

ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ରହିବ । କେତୁ ଯୁକ୍ତ ମଙ୍ଗଳ ପ୍ରଭାବରୁ ଯେ କୈାଣସି କ୍ଷେତ୍ରରେ ହେଉନା କାହିଁକି, ଠିକ୍‌ ନିଷ୍ପତି ନେବାରେ ସମସ୍ୟା ଦେଖାଦେଇପାରେ । ଅନ୍ୟମାନଙ୍କ ସହିତ ଲାଗି ରହିଥିବା ତିକ୍ତତା ଦୂର ହେବ । କୌଣସି ପ୍ରାଇଭେଟ୍‌ କମ୍ପାନୀରେ ଚାକିରି ମିଳିବାର ସୂଚନା ପାଇବେ । କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ । ଅତି ଦରକାରୀ ଜିନିଷଗୁଡିକ ପରକୁ ଦେଇ ଅପଦସ୍ତ ହୋଇପାରନ୍ତି । ନିର୍ମାଣ କାର୍ଯ୍ୟ ଅଟକିଜାଇ ପାରେ । ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

www.livehindustan.com

ଅସଫଳତା କାରଣରୁ ମନରେ ଅଶାନ୍ତି ରହିଥିଲେ ମଧ୍ୟ ସର୍ବସାଧାରଣ କଥାରେ ନିଜର ମତପୋଷଣ କରିବା କଷ୍ଟକର ହେବ । ଶନି ଓ ରାହୁଙ୍କ ଷଡାଷ୍ଟକ ସ୍ଥିତି ଜନିତ ସତର୍କତାର ସହ କାମ କରନ୍ତୁ, ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ । ପୂର୍ବ ସ୍ଥିତିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ । ଆଲୋଚନା ପରିସରରେ ନୀରବତା ଅବଲମ୍ବନ କରି ବନ୍ଧୁ କହୁଥିବା କଥାର ସତ୍ୟତାକୁ ଉପଲବ୍‌ଧି କରପାରିିବେ । ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବ୍ୟବସାୟରେ ନିଜର ଭାବମୂର୍ତ୍ତି ପ୍ରଦର୍ଶନ କରିବାକୁ ଯାଇ ଅପମାନିତ ହୋଇପାରନ୍ତି । ଅଫିସରେ କାର୍ଯ୍ୟଭାର ଅଧିକ ହେବ ସଙ୍ଗେ ସଙ୍ଗେ ଆପଣଙ୍କ କାର୍ଯ୍ୟକୁ ସହକର୍ମୀଙ୍କ ବିରୋଧୀ ମନୋଭାବ ମନରେ ତିକ୍ତତା ସୃଷ୍ଟି କରିବ । ସ୍ଵାସ୍ଥ୍ୟକୁ ଚିନ୍ତିତ ରହିବେ । ଧନହାନି ଏବଂ ମାନହାନି ହୋଇପାରେ । କାଗଜପତ୍ର କାର୍ଯ୍ୟରେ ବିଶେଷ ସାବଧାନ ରୁହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

www.livehindustan.com

ଆଧ୍ୟମିତ୍କ ଭାବନାରେ ଅଧିକ ସମୟ ବିତିବ । ଦ୍ୱିତୀୟସ୍ଥ ଶୁକ୍ରଙ୍କ ପ୍ରଭାବରୁ ବହୁତ ହସ ଖୁସୀରେ ଦିନଟି ଅତିବାହିତ ହେବ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ ପାଇଁ ପ୍ରୟାସ କରିବେ । ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସାହାଯ୍ୟ ମିଳିବ । ଚାକିରୀ କ୍ଷେତ୍ରରେ ପ୍ରଭାବ ବଢିବ । ରାଜନୀତି କ୍ଷେତ୍ରରେ ଉପରିସ୍ଥଙ୍କ ଶ୍ରଦ୍ଧା ଅତୁଟ ରହିବ, ଯାହାଫଳରେ ସ୍ଥାନ ଓ ସ୍ଥିତି ସୁଦୃଢ ରହିବ । ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ନୂତନ ଜିନିଷ କ୍ରୟ କରିବା ସକାଶେ ପାଇଁ ମନ ବଳିବ । ଜବନସାଥୀଙ୍କ ପରାମର୍ଶରେ ଆପଣଙ୍କୁ ଲାଭ ହେବ, ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

www.livehindustan.com

ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ବାକି ରହିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ବନ୍ଧୁମାନଙ୍କ ଦ୍ୱାରା ଆଦରଣୀୟ ରହିବେ । ଅଫିସରେ ସହକର୍ମୀର ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ରାଜନୈତିକ ପ୍ରଭାବ ବୃଦ୍ଧି ହେବ । ଜମିଜମା କାରବାର, କଳ, କାରଖାନା, ହୋଟେଲ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ । ଦାମ୍ପତ୍ୟ ଜୀବନ ଖୁସିଭରା ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

Be the first to comment

Leave a Reply

Your email address will not be published.


*