ହଜାର ହଜାର ବର୍ଷ ତଳେ କରାଯାଇଥିବା ଭବିଷ୍ୟତ ବାଣୀ ଧୀରେ ଧୀରେ ସତ୍ୟତାରେ ପରିଣତ ହେଉଛି । ଆସନ୍ତୁ ଜାଣିବା ଏହା ବିଷୟରେ…

ପୁରାତନ କାଳରେ କରାଯାଇଥିବା ଭବିଷ୍ୟତ ବାଣୀ : ହିନ୍ଦୁ ଧର୍ମ ବିଷୟରେ କୁହାଯାଇଛି ଯେ, ହିନ୍ଦୁ ଧର୍ମ ବିଶ୍ୱର ସର୍ଵ ପୁରାତନ ଧର୍ମ ଅଟେ । ହିନ୍ଦୁ ଧର୍ମ ସନାତନ ଧର୍ମରୁ ଆସିଛି । ଆଜି ବିଶ୍ୱରେ ହିନ୍ଦୁ ଧର୍ମକୁ ମାନୁଥିବା ଅନେକ ବ୍ୟକ୍ତି ଅଛନ୍ତି । ଭାରତରେ ହିନ୍ଦୁ ଧର୍ମକୁ ମାନୁଥିବା ଅଧିକ ବ୍ୟକ୍ତି ଅଛନ୍ତି । ଏହା ବ୍ୟତୀତ ନେପାଳ ଏବଂ ଅନ୍ୟ ଦେଶରେ ମଧ୍ୟ ହିନ୍ଦୁ ଧର୍ମ ଆପଣାଇଥିବା ବ୍ୟକ୍ତି ବସବାସ କରୁଛନ୍ତି । ହିନ୍ଦୁ ଧର୍ମରେ ଏହିପରି ଅନେକ ବିଷୟର ଉଲ୍ଲେଖ ରହିଛି, ଯାହା ମନୁଷ୍ୟର ଜୀବନରେ ଅନେକ ମହତ୍ତ୍ୱ ରହିଥାଏ ।

ଆଜିର ସମୟରେ ସେହିପରି ଘଟୁଛି :

astrokings.com

ହିନ୍ଦୁ ଧର୍ମରେ ଅନେକ ଧର୍ମଗ୍ରନ୍ଥ ବିଷୟରେ ଉଲ୍ଲେଖ ରହିଛି । ଏହି ଗ୍ରନ୍ଥଗୁଡିକ ମଧ୍ୟରୁ ଅନେକ ଗ୍ରନ୍ଥ ବହୁ ପୁରାତନ ଅଟେ । କିଛି ଗ୍ରନ୍ଥ ବିଷୟରେ ପ୍ରାୟତଃ ଲୋକେ ଜାଣନ୍ତି ନାହିଁ । ମହାଭାରତ ହିନ୍ଦୁ ଧର୍ମର ସର୍ବତ୍ର ପ୍ରଚଳିତ ପବିତ୍ର ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥରେ ଉଲ୍ଲେଖ ହୋଇଥିବା ତଥ୍ୟ; ବ୍ୟକ୍ତି ନିଜ ଜୀବନରେ ପାଳନ କଲେ କୌଣସି ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡିନଥାଏ । ଏହି ଗ୍ରନ୍ଥରେ ଏହିପରି ଅନେକ ବିଷୟର ଉଲ୍ଲେଖ ରହିଛି ଯାହା ବର୍ତ୍ତମାନ ସମୟରେ ଠିକ ସେହିପରି ଘଟୁଛି ।

୫୦୦୦ ବର୍ଷ ପୂର୍ବେ ଭବିଷ୍ୟବାଣୀ କରାଯାଇଥିଲା :

Google

କହିବା ପାଇଁ ଚାହୁଁଛୁ ମହାଭାରତ ଧର୍ମଗ୍ରନ୍ଥର ରଚନା ୫୦୦୦ ବର୍ଷ ପୂର୍ବେ ହୋଇଥିଲା । ଏହି ଗ୍ରନ୍ଥରେ କଳି ଯୁଗରେ କେଉଁ ସବୁ ଘଟଣା ଘଟିବ ସେହି ସବୁ ବିଷୟରେ ଉଲ୍ଲେଖ ହୋଇଛି । ଆଜି ଆମେ ଆପଣଙ୍କୁ ଶ୍ରୀମଦ୍ ଭାଗବତ ଗୀତାର ୧୦ଟି ଏହିପରି ଭବିଷ୍ୟବାଣୀ ବିଷୟରେ କହିବୁ; ଯାହା ଆଜିର ସମୟରେ ସତ୍ୟରେ ପ୍ରମାଣିତ ହୋଇଛି ।

ପୁରାତନ ସମୟରେ ଭବିଷ୍ୟବାଣୀ କରାଯାଇଥିଲା :

Google

କଳିଯୁଗରେ ନାରୀ ଏବଂ ପୁରୁଷ ବିବାହ ନକରି ଆପୋଷ ସହମତିରେ ଏକତ୍ର ବାସ କରିବେ । ଯାହା ଆଜି ଲିଭ୍ ଇନ୍ ରିଲେସନ୍ ନାମରେ ଜଣାଶୁଣା ଅଟେ । କଳିଯୁଗରେ ଛଳକପଟରେ ବ୍ୟବସାୟ ହେବ । ପୁରାତନ କାଳରେ ବ୍ରାହ୍ମଣମାନେ ବହୁତ କିଛି କରୁଥିଲେ କିନ୍ତୁ କଳିଯୁଗରେ ଲୋକେ ନିଜ ଶରୀରରେ ଏକ ସୂତା ପକାଇ ନିଜକୁ ବ୍ରାହ୍ମଣ ମନେ କରିବେ ।

ଧର୍ମ, ସତ୍ୟବାଦିତା, ସ୍ଵଛତା, ସହିଷ୍ଣୁତା, ଦୟା, ଜୀବନର ଅବଧି, ଶାରୀରିକ ଶକ୍ତି ଏବଂ ସ୍ମୃତି ଆଦି ଧୀରେ ଧୀରେ ଲୋପ ପାଇବାରେ ଲାଗିବ ।

Google

କଳିଯୁଗରେ ଯେଉଁ ବ୍ୟକ୍ତି ଅଧିକ ଧନୀ ହେବ, ସେହି ବ୍ୟକ୍ତି ହିଁ ଅଧିକ ବୁଦ୍ଧିମାନ ଏବଂ ସମ୍ମାନୀତ ହେବେ । କଳିଯୁଗରେ ନିୟମ ନ୍ୟାୟିକ ଶକ୍ତି ବଳରେ ପ୍ରଚଳିତ ହେବ ।

Google

ଯେଉଁ ବ୍ୟକ୍ତି ଲାଞ୍ଚ ଦେବାରେ ସକ୍ଷମ ହେବ ନାହିଁ ସେହି ବ୍ୟକ୍ତିକୁ ସହଜରେ ନ୍ୟାୟର ପ୍ରାପ୍ତି ହେବ ନାହିଁ । ଚାଲାକ ଚତୁର ଧୃତ ବ୍ୟକ୍ତି ହିଁ କଳିଯୁଗରେ ବିଦ୍ୟାନ ରୂପରେ ବିବେଚିତ ହେବ ।

ଯେଉଁମାନେ ନିର୍ଦ୍ଧନ ଥିବେ, ସେହି ବ୍ୟକ୍ତି ହିଁ କଳିଯୁଗରେ ଅଧାର୍ମିକ ଏବଂ ପାପୀ ରୂପରେ ଗଣା ହେବେ । ବିବାହ କଳିଯୁଗରେ ଏକ ଆପୋଷ ବୁଝାମଣା ହୋଇରହିଯିବ । ଜଣେ ବ୍ୟକ୍ତି କେବଳ ସ୍ନାନ କରି ନିଜକୁ ଶୁଦ୍ଧ ବୋଲି ବିବେଚିତ କରିବ ।

କଳିଯୁଗରେ ଦୂରରେ ଥିବା ନଦୀ, ପୋଖରୀକୁ ତୀର୍ଥ ସ୍ଥାନ ମାନି ପୂଜା କରିବେ କିନ୍ତୁ ନିଜ ପାଖରେ ବସବାସ କରୁଥିବା ମାତାପିତାଙ୍କୁ ନିନ୍ଦା କରିବେ । ଏହି ସମୟରେ ପେଟ ଭରିବା ହିଁ ଲୋକଙ୍କ ପ୍ରଥମ ଲକ୍ଷ ରହିବ ଏବଂ ଲମ୍ବା କେଶ ରଖିବା ସୁନ୍ଦରତା ହୋଇଯିବ ।

Google

ବେଳେବେଳେ ବର୍ଷା ନହୋଇ ଅକାକ ପଡିବ କିମ୍ବା ଅତ୍ୟଧିକ ଥଣ୍ଡା ହୋଇପାରେ କିମ୍ବା ଅତ୍ୟଧିକ ଗ୍ରୀଷ୍ମପ୍ରବାହ ହୋଇପାରେ । ଏହି ପରିସ୍ଥିତରେ ବ୍ୟକ୍ତିର ସବୁକିଛି ହାନି ହୋଇପାରେ ।

ଅକାଳ ଏବଂ ଅତ୍ୟଧିକ ଋଣ ଯୋଗୁଁ ଲୋକେ ଘରଦ୍ୱାର ଛାଡି ସଡକ ଏବଂ ପାହାଡ଼ ଉପରେ ନିଜର ବସତି ସ୍ଥାପନ କରିବା ପାଇଁ ବାଧ୍ୟ ହୋଇଯିବେ । ଏହାସହ ଆଦି ମାନବ ଭଳି ଜୀବନ ବିତାଇବା ପାଇଁ ବାଧ୍ୟ ହୋଇଯିବେ ।

କଳିଯୁଗରେ ଲୋକେ ସାମ୍ନାରୁ ଭଲ ଦେଖାଯିବା ପାଇଁ ଚେଷ୍ଟା କରିବେ । ପୃଥିବୀରେ ଭ୍ରଷ୍ଟାଚାର ବଢିଯିବ ଏବଂ ଲୋକେ ଶସ୍ତା ଜିନିଷ ପାଇବା ପାଇଁ ଅନ୍ୟର ହତ୍ୟା କରିବା ପାଇଁ ଚେଷ୍ଟା କରିବେ ।

ଭୋକ ଉପାସ ଏବଂ ଅନେକ ଚିନ୍ତାଗ୍ରସ୍ତରେ ଲୋକେ ଦୁଃଖରେ ଜୀବନ ଅତିବାହିତ କରିବେ । ଲୋକେ ରୋଗଗ୍ରସ୍ତ ହୋଇଯିବେ, ଯାହାଫଳରେ ଲୋକଙ୍କ ଆୟୁ ୨୦ ରୁ ୩୦ ବର୍ଷ ହୋଇଯିବ ।

Be the first to comment

Leave a Reply

Your email address will not be published.


*