ଏହି ଅଭିନେତ୍ରୀ ଜୀବନରେ ଉଠାଇଥିଲେ ବୋଲ୍ଡ ପଦକ୍ଷେପ ! ଗୋଟିଏ ଚଳଚ୍ଚିତ୍ର ପାଇଁ ତିନୋଟି କ୍ୟାମେରା ଆଗରେ ଦେଇଥିଲେ ପିଲାକୁ ଜନ୍ମ…

ଏହି ଅଭିନେତ୍ରୀ ଜୀବନରେ ଉଠାଇଥିଲେ ବୋଲ୍ଡ ପଦକ୍ଷେପ ! ଗୋଟିଏ ଚଳଚ୍ଚିତ୍ର ପାଇଁ ତିନୋଟି କ୍ୟାମେରା ଆଗରେ ଦେଇଥିଲେ ପିଲାକୁ ଜନ୍ମ…

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସମେତ ବଲିଉଡର କିଛି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ଵେତା ମେନନ୍ ୪୭ ବର୍ଷର ହୋଇ ଯାଇଛନ୍ତି । ୨୩ ଏପ୍ରିଲ୍ର ୧୯୭୪ ମସିହାରେ ତାଙ୍କ ଜନ୍ମ ଚଣ୍ଡୀଗଡ଼ରେ ହୋଇଥିଲା । ନିଜର ବୋଲ୍ଡ ଅନ୍ଦାଜ ଏବଂ ଫୋଟଶୁଟ୍ ପାଇଁ ପ୍ରସିଦ୍ଧ ହୋଇଥିବା ଶ୍ଵେତା ତାଙ୍କ ଜୀବନରେ ଦୁଇଟି ବିବାହ କରିଛନ୍ତି । ତାଙ୍କ ପ୍ରଥମ ବିବାହ ବବି ଭୋସଲଙ୍କ ସହ ହୋଇଥିଲା । ଏହି ବିବାହ ୨୦୦୭ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସେ ଶ୍ରୀବାଲସନ୍ ମେନନଙ୍କୁ ବିବାହ କରିଥିଲେ । ସେ ଗାୟକ ତଥା ମ୍ୟୁଜିକ କମ୍ପୋଜର୍ ଅଟନ୍ତି । ସେ ତାଙ୍କ ଜୀବନରେ ଏଭଳି ଏକ ପଦକ୍ଷେପ ଉଠାଇଥିଲେ, ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବାସ୍ତବରେ ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ନିଜର ଲାଇଭ୍ ଡେଲିଭରି ଶୁଟିଂ କରାଇଥିଲେ । ଚଳଚ୍ଚିତ୍ରରେ ଏହି ଲାଇଭ୍ ଡେଲିଭରିର ଦୃଶ୍ୟ ପ୍ରାୟତଃ ୪୫ ମିନିଟ୍ ପାଇଁ ଥିଲା ।

ଶ୍ଵେତାଙ୍କର ପିତା ଭାରତୀୟ ଏୟାରଫୋର୍ସରେ ଅଫିସର୍ ଥିବା ବେଳେ ମା’ ଜଣେ ଗୃହିଣୀ ଥିଲେ । ୯୦ ଦଶକର ଆରମ୍ଭରେ ଶ୍ଵେତା ମାଲାୟଲମ୍ ଚଳଚ୍ଚିତ୍ରରୁ ନିଜ କ୍ୟାରିଅରର ଆରମ୍ଭ କରିଥିଲେ । କିଛି ଚଳଚ୍ଚିତ୍ରରେ କାମ କରିବା ପରେ ସେ ଅଭିନୟ ଜଗତକୁ ଛାଡି ଦେଇଥିଲେ ଏବଂ ମଡେଲିଙ୍ଗ ଦୁନିଆଁରେ ପାଦ ରଖିଥିଲେ ।

ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ବିବାଦ ଏହା ଥିଲା କି ସେ ତାଙ୍କ ଚଳଚ୍ଚିତ୍ର ‘କାଳୀମନୁ’ରେ ପିଲା ଜନ୍ମର ଲାଇଭ୍ ଡେଲିଭରିର ଦୃଶ୍ୟ ଶୁଟିଂ କରାଇଥିଲେ । ଏହି ଚଳଚ୍ଚିତ୍ରଟିକୁ ମିଳାମିଶା ପ୍ରତିକ୍ରିୟା ମିଳିଥିଲା । ସମସ୍ତେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଏହି ଚଳଚ୍ଚିତ୍ରରେ ଲାଇଭ୍ ଡେଲିଭରିର ଦୃଶ୍ୟ ୪୫ ମିନିଟର ଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବ୍ଲେସୀ ଥିଲେ । ସେ ଏକ ଝିଅକୁ ଜନ୍ମ ଦେଇଥିଲେ, ଯାହାର ନାମ ସବାଇନା ରଖିଛନ୍ତି ।

୧୯୯୪ ମସିହାରେ ସେ ‘ମିସ୍ ଇଣ୍ଡିଆ କଣ୍ଟେଷ୍ଟ’ରେ ଭାଗ ନେଇଥିଲେ । ଏହାପରେ ତାଙ୍କୁ ବଲିଉଡ ଚଳଚ୍ଚିତ୍ରରେ କାମ କରିବାପାଇଁ ସୁଯୋଗ ମିଳିଥିଲା । ସେ ୧୯୯୭ ମସିହାରେ ‘ପୃଥ୍ବୀ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ରଖିଥିଲେ । ଏହାବ୍ୟତୀତ ସେ ଇସ୍କ, ବନ୍ଧନ, ଶିକାରୀ, ଅଶୋକା, ହାଁ ମେନେ ଭି ପ୍ୟାର୍ କିୟା, ଅବକେ ବରସ୍, ମକବୁଲ୍, ହଙ୍ଗାମା, ଆମେରିକା, ରନ୍, ଶିଖର୍ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

୨୦୦୬ ମସିହାରେ ସେ ପୁଣିଥରେ ମାଲାୟଲମ୍ ଚଳଚ୍ଚିତ୍ର ଆଡ଼କୁ ଗତି କରିଥିଲେ । ଶ୍ଵେତା ଚଳଚ୍ଚିତ୍ର ବ୍ୟତୀତ କେତେକ ଟିଭି ଶୋ, ଆୱାର୍ଡ ଶୋ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଏଙ୍କରିଂ କରିଛନ୍ତି । ୨୦୧୧ ମସିହାରେ ଶ୍ଵେତା ମୁମ୍ବାଇରେ ରହୁଥିବା ତ୍ରିଚୁର ନିବାସୀ ଶ୍ରୀବାଲସନ୍ ମେନନଙ୍କୁ ବିବାହ କରିଥିଲେ ।

୨୦୧୩ ମସିହାରେ ଆସିଥିବା ଚଳଚ୍ଚିତ୍ର ‘କାଲୀମନୁ’ରେ ସେ ଲାଇଭ୍ ଡେଲିଭରି ଦୃଶ୍ୟ ଶୁଟିଂ କରାଇଥିଲେ । ନିର୍ଦ୍ଦେଶକ ବ୍ଲେସୀ ଶ୍ଵେତାଙ୍କର ପିଲା ଜନ୍ମ ହେବାର ଲାଇଭ୍ ଘଟଣା ଶୁଟିଂ କରାଇଥିଲେ । ଯାହା ଚଳଚ୍ଚିତ୍ରର ସ୍ୱତନ୍ତ୍ର ଅଂଶ ଥିଲା । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏକ ସାକ୍ଷାତକାରରେ କହିଥିଲେ କି ସେ ଡେଲିଭରିର ରେକର୍ଡ଼ିଂ ସେହି ସମୟରେ ଆରମ୍ଭ କରିଥିଲେ, ଯେତେବେଳେ ଶ୍ଵେତା ୫ ମାସର ଗର୍ଭବତୀ ଥିଲେ ।

କହିରଖୁଛୁ ଯେ, ମୁମ୍ବାଇର ନାନାବାଇ ହସ୍ପିଟାଲରେ ଲାଇଭ୍ ଡେଲିଭରିର ଦୃଶ୍ୟ ଶୁଟିଂ କରାଯାଇଥିଲା । ଏଥିପାଇଁ ନିର୍ଦ୍ଦେଶକ ୩ଟି କ୍ୟାମେରାକୁ ବ୍ୟବହାର କରିଥିଲେ । ଏହି ଶୁଟିଂ ସମୟରେ ହସ୍ପିଟାଲର ଡାକ୍ତର ଏବଂ ନର୍ସ ବ୍ୟତୀତ ଚଳଚ୍ଚିତ୍ରର ପ୍ରଡକସନ୍ ଦଳର ତିନିଜଣ ମେମ୍ବର୍ ଥିଲେ । ଏହା ୨୦୧୩ ମସିହାରେ ରିଲିଜ୍ ହୋଇଥିଲା ।

କାମ ବିଷୟରେ କହିବାକୁ ଗଲେ ଶ୍ଵେତା ବର୍ତ୍ତମାନ ମଧ୍ୟ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ବ୍ୟସ୍ତ ଅଛନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବ୍ଲେକ୍ କଫି’ ଏବଂ ‘ବାଡ଼ଲ୍’ ଅଟେ । ଏହାବ୍ୟତୀତ ସେ ଦୁଇଟି ‘ମାଲାୟଲମ୍’ ଶୋ’ର ଜର୍ଜ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *