09 ଅପ୍ରେଲ୍ 2021, ଶୁକ୍ରବାରର ରାଶିଫଳ ! ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦୟ ରହିବ ।

09 ଅପ୍ରେଲ୍ 2021, ଶୁକ୍ରବାରର ରାଶିଫଳ ! ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦୟ ରହିବ ।

09 ଅପ୍ରେଲ୍ 2021, ଶୁକ୍ରବାର :- ଆଜି ଏହି ୫ଟି ରାଶିର ବ୍ୟକ୍ତିଙ୍କୁ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିପାରେ । ଅନ୍ୟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଦାୟକ ରହିବ ।

ଆଜି ଆମେ ଆପଣଙ୍କୁ ୦୯ ଅପ୍ରେଲ୍ ୨୦୨୧ ଶୁକ୍ରବାରର ରାଶିଫଳ କହିବାକୁ ଯାଉଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ରାଶିଚକ୍ରର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଆମ୍ଭେମାନେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରିପାରିବା । ଗ୍ରହନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି; ଏହାର ପ୍ରଭାବ ବ୍ୟକ୍ତିଙ୍କ ଜୀବନ ଉପରେ ପଡିଥାଏ । ଯାହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଜ୍ୟୋତିଷଙ୍କ ଅନୁସାରେ ରାଶିଗୁଡିକୁ ଆଧାର କରି ବ୍ୟକ୍ତିର ଦୈନନ୍ଦିନ ଜୀବନ ଅଥବା ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଦେବାଦେବୀଙ୍କ ଧ୍ୟାନ, ମନରେ ସକାରାତ୍ମକ ଶକ୍ତି ସଂଚାର ସୃଷ୍ଟି କରିବ । ଶୁଭଗ୍ରହ ପ୍ରଭାବରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ । ଦୈହିକ ସୁସ୍ଥତା ସଙ୍ଗେ ସଙ୍ଗେ ମାନସିକ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରରେ ସହକର୍ମୀଙ୍କ ସହଯୋଗ ଲାଭ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ । ବନ୍ଧୁତ୍ଵ ସମ୍ପର୍କକୁ ଦୃଢ କରିବା ପାଇଁ ଯେତେ ଭଲ କାମ କଲେ ମଧ୍ୟ ବନ୍ଧୁବର୍ଗଙ୍କ ଠାରୁ ସମାଲୋଚନା ହେବାକୁ ପଡିପାରେ । ପରିବାରରେ ହସଖୁସିର ବାତାବରଣ ଥିଲେ ମଧ୍ୟ ଅପରାହ୍ନରେ ଆକସ୍ମିକ କେତେକ ଅପ୍ରୀତିକର ଘଟଣାକୁ କେନ୍ଦ୍ର କରି ମନ ଭଲ ରହିବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଧୌର୍ଯ୍ୟର କାର୍ଯ୍ୟ କରନ୍ତୁ, କୌଣସି କାର୍ଯ୍ୟକୁ ନେଇ ବିଚଳିତ ହୁଅନ୍ତୁ ନାହିଁ । ଚନ୍ଦ୍ରଙ୍କ ସୁ-ପ୍ରଭାବ ଯୋଗୁଁ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ମଜବୁତ ରହିବ । ଶତ୍ରୁତା କରୁଥିବା ବ୍ୟକ୍ତି ଓ ନିଜ ଆତ୍ମୀୟ ବନ୍ଧୁ ପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମାନ୍ଦା ରହିବ । ଆର୍ଥିକ ଅନଟନ ମଧ୍ୟରେ ଗତି କରିବାକୁ ପଡିପାରେ । ବନ୍ଧୁଙ୍କ ସହାନୁଭୂତି ଲାଭ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନରେ ସହାୟକ ହେବ । ଅଫିସରେ ଉଚ୍ଚଧିକାରୀଙ୍କ ଆଦେଶାନୁସାରେ, ଇଚ୍ଛା ନଥିଲେ ମଧ୍ୟ କେତେକ କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ବନ୍ଧୁଙ୍କ ଅନୁରୋଧରେ ସାମାଜିକ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିବେ । କଳା, ସାହିତ୍ୟ, ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତି ସହ ମାନସମ୍ମାନ ବୃଦ୍ଧି ପାଇବ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କର୍ମକ୍ଷେତ୍ରରେ ଆଶାବାଦୀ ହୋଇ କାମ କରିବେ । ଶୁକ୍ର ରାଶିରେ ରହିଥିବାରୁ ସ୍ଵାସ୍ଥ୍ୟ ଭଲ ରହିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ସ୍ଥଗିତ ଥିବା କେତେକ କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା କରିବେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ନୂତନ କାର୍ଯ୍ୟାରମ୍ଭ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ବା ଅଫିସରେ କୌଣସି ତରବରିଆ ପଦକ୍ଷେପ ବା ନିଷ୍ପତ୍ତି ନେଲେ ଅସୁବିଧାରେ ପଡ଼ିପାରନ୍ତି । ସଭାସମିତିରେ ବାକ୍ ଅସଂଯମତା କାରଣରୁ ଅପଦସ୍ଥ ହେବାକୁ ପଡିପାରେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମନମଳିନ୍ୟ ଦେଖାଦେଇପାରେ । ସହକର୍ମୀ କିମ୍ବା ପଡୋଶୀଙ୍କ ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବାକୁ ପଡିପାରେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା କାରଣରୁ ମାନସିକ ସ୍ତରରେ ଶାନ୍ତି ପାଇପାରିବେ ନାହିଁ । ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆପଣ ନିଜର କାମକୁ ଠିକ୍‌ ଭାବେ ନିର୍ବାହ କରିବେ । ଏକାଦଶ ସ୍ଥାନରେ ଚନ୍ଦ୍ର ଥିବାରୁ ଆଜି ଯାହା ଚାହୁଁଛନ୍ତି ତାହା ନିଶ୍ଚିତ ପାଇବେ । ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଆଜି ଯେଉଁ କାର୍ଯ୍ୟ କରୁଛନ୍ତି ବୁଝିବିଚାରି କରନ୍ତୁ ଅଯଥା ସମସ୍ୟାକୁ ନିମନ୍ତ୍ରଣ କରିବା ସଦୃଶ ହେବ । ବ୍ୟବସାୟ, ବାଣିଜ୍ୟରେ କାରବାର ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢାଇବେ । ମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ । ରାଜନୀତି, ସଂଗଠନ, ଆଲୋଚନା କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥା କହି କାମ ହାସଲ କରି ପାରିବେ । ଯାତ୍ରା ସମୟରେ ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମନ ପ୍ରସନ୍ନ ରହିବ, ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ରବି ଓ ଶୁକ୍ରଙ୍କ ଶୁଭତ୍ୱ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ । ଉପରିସ୍ଥଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବା ସଙ୍ଗେ ସଙ୍ଗେ ଟେନସନ୍‌ ମଧ୍ୟ କମିଯିବ । ପରୋକ୍ଷ ଶତ୍ରୁତା କାରଣରୁ ସମସ୍ୟା ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ । କାର୍ଯ୍ୟବ୍ୟସ୍ତ ଯୋଗୁଁ ବନ୍ଧୁଙ୍କ ସହ ଆଲୋଚନା ଅବସର ପାଇନପାରନ୍ତି । ଆକସ୍ମିକ ଭାବରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ । କୌଣସି କ୍ଷେତ୍ରକୁ ନ ଡାକିଲେ ଯାଆନ୍ତୁ ନାହିଁ ଏବଂ ନ ପଚାରିଲେ କିଛି କହିବା ମଧ୍ୟ ଠିକ୍‌ ହେବ ନାହିଁ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ବୁଧ ପାପଗ୍ରହ ଯୁକ୍ତ ହେତୁ ବାରମ୍ବାର ସ୍ଵାସ୍ଥ୍ୟ ସମସ୍ୟା ଲାଗି ରହିବ ଏବଂ ପ୍ରାତଃରେ କୈାଣସି ଖବର ପାଇ ମନରେ ବିସ୍ମୟଭାବ ସୃଷ୍ଟି ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିରତା ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶ ପାଇବେ ଯାହାଫଳରେ ମନକୁ ସାନ୍ତ୍ୱନା ମିଳିବ । କର୍ମକ୍ଷେତ୍ରରେ କାମଗୁଡିକ ବିଳମ୍ବ ହେବାରୁ ଅନ୍ୟକୁ ଦାୟୀ କରି ବିରକ୍ତି ପ୍ରକାଶ କରିବେ । ଅନ୍ୟମାନଙ୍କ ପାଇଁ ତ୍ୟାଗ ସ୍ଵୀକାର କରି କିଛି ଲାଭ ପାଇବେ ନାହିଁ । ଅସାବଧାନତାରୁ ଆଘାତ କିମ୍ବା ଧନହାନି ସମ୍ଭାବନା ରହିଛି । ନିକଟ ସମ୍ପର୍କୀୟମାନେ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ପେଟ ଜନିତ ଯନ୍ତ୍ରଣା ଓ ମୁଣ୍ଡ ବ୍ୟଥା ପରି କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଖର୍ଚ୍ଚାନ୍ତ ହେଲେ ମଧ୍ୟ ଶେଷ କରିପାରିବେ ନାହିଁ । ବ୍ୟବସାୟ, ବାଣିଜ୍ୟରେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ କରିବେ ତଥାପି ମନୋବଳ ଦୃଢ ରହିବ । ଅଫିସରେ ଉଚ୍ଚ କତୃପକ୍ଷ ଆପଣଙ୍କୁ କାର୍ଯ୍ୟକୁ ତର୍ଜମା କରିବେ ଓ ସମାଲୋଚିତ ହେବାକୁ ମଧ୍ୟ ପଡିବ । କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ସଂଘର୍ଷ ମଧ୍ୟ ଦେଇ ସମୟ ବିତାଇବେ ଓ ସମାଜ ସେବାରେ ନିଜକୁ ନିୟୋଜିତ କରାଇବେ । ପ୍ରତିଟି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିପାରନ୍ତି । ପଡୋଶୀ କେହି ପ୍ରତିବାଦ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି । ଜୀବନସାଥୀଙ୍କ ଠାରୁ ଖୁସି ମିଳିପାରେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଅମ୍ବିକା ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଅତୀତ ଘଟଣା ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିପାରେ । ବିଭିନ୍ନ ପ୍ରକାରର ସମସ୍ୟା ଜାଲରେ ଛନ୍ଦି ହୋଇଥିବା ଯୋଗୁଁ ମାନସିକ ସନ୍ତୁଳନ ହରାଇ ପାରନ୍ତି । ଜଣେ ବନ୍ଧୁଙ୍କ ସହାୟତାରେ ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ । କାମ କରିବା ପାଇଁ ମନରେ ଉତ୍ସାହ ଜନ୍ମିବ । ଚାକିରିଆଙ୍କ ପାଇଁ ଦିନଟି ଠିକ୍‌ ରହିବ । ସାମାଜିକ ସ୍ତରରେ ନିଜ ଜିଦ୍‌ରେ ଅଟଳ ରହିବା ଯୋଗୁଁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅଯଥା କାମରେ ମୁଣ୍ଡ ପୂରାଇଲେ ଟେନ୍ସନ ବୃଦ୍ଧି ପାଇବା ସହ ମାନସିକ ଶାନ୍ତି ନଷ୍ଟ ହେବ । ଜମିଜମା କାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ । ପରିବାରରେ ବାତାବରଣ ସୁସ୍ଥ ରହିବ । ଆର୍ଥିକ ଅବସ୍ଥାରେ ଶୋଚନୀୟ ରହିଥିଲେ ମଧ୍ୟ ପାରିବାରିକ ସ୍ଥିରତା କାରଣରୁ ମାନସିକ ଶାନ୍ତି ଅନୁଭବ କରିବେ । ଅନ୍ୟ କଥା ଶୁଣି କାର୍ଯ୍ୟ କରିଲେ ଅସୁବିଧାରେ ପଡ଼ିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିରଜା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଦିିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ । ଚନ୍ଦ୍ରକେନ୍ଦ୍ରରେ ଶୁକ୍ର ଥିବାରୁ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ, ବନ୍ଧୁ ମିଳନ ଓ ଘରେ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେଇପାରିବେ । ପୂର୍ବ ପରିକଳ୍ପିତ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାର ତରଫରୁ ସହଯୋଗ, ସାହାଯ୍ୟ ପାଇବେ । ଅଫିସରେ ଅଧିକାରୀ ବର୍ଗ ଆପଣଙ୍କ ସପକ୍ଷରେ ଯୁକ୍ତି ବଢିବେ । କୌଣସି ନୂତନ କର୍ମାରମ୍ଭ କରିବେ ଯାହାଫଳରେ ମାନସିକ ସ୍ତରରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ ଏବଂ ଲୋକଙ୍କ ଠାରୁ ଆଦର ସମ୍ମାନ ପାଇବେ । ନିର୍ମାଣ କ୍ଷେତ୍ରରେ କେତେକ ଅସ୍ବାଭାବିକ ଘଟଣା ଘଟିବା ଯୋଗୁ ମନରେ ସରସତା ରହିବ ନାହିଁ । ଆର୍ଥିକ ସ୍ଥିତି ପୂର୍ବପରି ଅକ୍ଷୁଣ୍ଣ ରହିବ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଲାଗିରହିବା ଫଳରେ ମାନସିକ ସ୍ତରରେ ସମ୍ୟକ ବିଚଳିତ ହୋଇପାରନ୍ତି । ଜୀବନ ସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ଵରୀ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଜୀବନରେ କିଛି କରିବା ପାଇଁ ମନରେ ନୂଆ ଭାବନା ଉଦ୍ରେକ ହେବ । ବୃହସ୍ପତିଙ୍କ ଶୁଭତ୍ଵ ପ୍ରଭାବରୁ ଯେଉଁ କାମରେ ହାତ ଦେବେ, ସେଥିରେ ସଫଳ ନିଶ୍ଚୟ ପାଇବେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ବୃତ୍ତି କର୍ମକ୍ଷେତ୍ରରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସୁଯୋଗ ହାତ ପାହାନ୍ତରୁ ଖସି ଯାଇପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିଲେ ମଧ୍ୟ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ କରିବା ଦ୍ଵାରା କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ କରିନେବେ । ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକମାନେ ଦୂରେଇ ଯିବା କାରଣରୁ ମନ ଭଲ ରହିବ ନାହିଁ । ସ୍ଵାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ନୂତନତ୍ଵ ଆସିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ, ସଫଳତା ନିଶ୍ଚୟ ମିଳିବ । ରାହୁ ଓ ବୁଧ ଧନସ୍ଥ ଯୋଗୁଁ ଅର୍ଥକୁ କେନ୍ଦ୍ର କରି ବନ୍ଧୁଙ୍କ ସହ ବିବାଦ ଦେଖାଦେଇପାରେ । ରାଶିରେ ଗ୍ରହ ନକ୍ଷେତ୍ରର ପ୍ରତିକୂଳ ସ୍ଥିତି ଯୋଗୁଁ ମନ ଚାହୁଁଥିବା କାମଟି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇପାରିବ ନାହିଁ । ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି । କର୍ମକ୍ଷେତ୍ରରେ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସହକର୍ମୀମାନଙ୍କ ଠାରୁ ସହଯୋଗ ଓ ସାହାଯ୍ୟର ଆଶା ରଖିବା ବୃଥାଦାୟକ ସାବ୍ୟସ୍ତ ହୋଇପାରେ । ଆଜି ସଭାସମିତି, ସତ୍‌ସଙ୍ଗ, ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ କ୍ଷେତ୍ରରୁ ଆଶାନୁରୂପକ ଫଳ ପାଇବେ । ସାମାଜିରେ ସଂପର୍କ ବଢ଼ିବ । ପୂରାତନ ରୋଗର ପାଦୁର୍ଭାବ ବଡିବା ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ସନ୍ତୋଷୀ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ । ଅନୁକୂଳ ଗ୍ରହଯୋଗ ଯୋଗୁ ଆଜି ଯାହା କରିବେ ପ୍ରତ୍ୟେକ ଦିଗରୁ ସୁଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିଲେ ମଧ୍ୟ ବୁଦ୍ଧି ଖଟାଇ ସମସ୍ୟାରୁ ମୁକୁଳି ପାରିବେ । ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ଓ ସହକର୍ମୀଙ୍କ ସହଯୋଗ ମିଳିବ । ଅଫିସରେ ସୁସ୍ଥ ବାତାବରଣ ମଧ୍ୟରେ ଦିନ ଅତିବାହିତ କରିବେ । ନିଜ କାମ ପଛକୁ ପକାଇ ଅସୁବିଧାରେ ଥିବା ବନ୍ଧୁଙ୍କ କାମକୁ ପ୍ରାଧାନ୍ୟ ଦେବେ । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ରହିବ । ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ । ଆଗାମୀ ଆନୁଷ୍ଠାନିକ କାମରେ ଗୁରୁ ଦାୟିତ୍ୱ ବହନ କରି କର୍ମମୁଖର ରହିପାରନ୍ତି । ସାଧାରଣ ଘଟଣାକୁ ଅତିରଞ୍ଜିତ କରି ଓ ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ସ୍ଵାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ । ଶୁଭରଙ୍ଗ: ହଳଦିଆ । ଆରାଧନା: ଶ୍ରୀ ଗଣେଶ ।

Leave a Reply

Your email address will not be published. Required fields are marked *