ଚପଲ ପିନ୍ଧି ନାଲି ଗାଲିଚା (ରେଡ୍ କାର୍ପେଟ୍) ଉପରେ ଚାଲିଲେ ଐଶ୍ୱର୍ଯ୍ୟା ରାୟ । ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଉଥିଲେ, ଜାଣନ୍ତୁ କଣ ଥିଲା ପରିସ୍ଥିତି….

ଚପଲ ପିନ୍ଧି ନାଲି ଗାଲିଚା (ରେଡ୍ କାର୍ପେଟ୍) ଉପରେ ଚାଲିଲେ ଐଶ୍ୱର୍ଯ୍ୟା ରାୟ । ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଉଥିଲେ, ଜାଣନ୍ତୁ କଣ ଥିଲା ପରିସ୍ଥିତି….

ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନା ମହାମାରୀ ସଙ୍କଟ କାରଣ ଯୋଗୁଁ ବର୍ତ୍ତମାନ ପ୍ରାୟତଃ ଅଧିକ ସମୟ ନିଜ ଘରେ ହିଁ ବିତାଉଛନ୍ତି । “ମିସ ୱଲ୍ଡ” ପରିଚୟକୁ ନିଜ ନାମରେ କରି ସାରିଥିବା ଐଶ୍ୱର୍ଯ୍ୟା ବର୍ତ୍ତମାନ ଫିଲ୍ମ ଦୁନିଆରେ ପ୍ରାୟ ଖୁବ୍ ନଜର ଆସନ୍ତି । ମାତ୍ର ୪୬ ବର୍ଷ ବୟସରେ ବି ତାଙ୍କର ସୌନ୍ଦର୍ଯ୍ୟର କୌଣସି ତୁଳନା କରାଯାଇ ପାରିବ ନାହିଁ । ଏହି କାରଣ ଯୋଗୁଁ ତାଙ୍କ ପ୍ରଶଂସକ କେବଳ ଭାରତର ନୁହଁନ୍ତି ବରଂ ସମଗ୍ର ବିଶ୍ୱର ରହିଛନ୍ତି । ଫିଲ୍ମ ସହିତ ଐଶ୍ୱର୍ଯ୍ୟାଙ୍କୁ ଫିଲ୍ମ ଫେଷ୍ଟିବଲ୍ ଏବଂ ଇବେଣ୍ଟକୁ ଯିବା ବହୁତ ପସନ୍ଦ ଲାଗିଥାଏ । ବିଶେଷ କରି କାନ୍ସ ଫିଲ୍ମ ଫେଷ୍ଟିବଲ୍ସ(Cannes Film Festival) ସହିତ ତାଙ୍କର ଖୁବ୍ ପୁରୁଣା ସମ୍ପର୍କ ରହିଛି ।

ଐଶ୍ୱର୍ଯ୍ୟା ଗତ ୧୮ ବର୍ଷ ଧରି କାନ୍ସ ଫିଲ୍ମ ଫେଷ୍ଟିବଲର ଭାଗିଦାର ହୋଇଆସିଛନ୍ତି । ସେ ୨୦୦୨ରୁ ଏହାର ଆରମ୍ଭ କରିଥିଲେ । କରୋନା ଭୂତାଣୁ କାରଣରୁ ଚଳିତ ବର୍ଷ କାନ୍ସ ଫେଷ୍ଟିବଲକୁ ବାତିଲ କରାଯାଇଛି । ଐଶ୍ୱର୍ଯ୍ୟା ଯେତେବେଳେ ବି କୌଣସି ଫିଲ୍ମ ଫେଷ୍ଟିବଲକୁ ଯାଉଥିଲେ ସେତେବେଳ ନାଲି ଗାଲିଚା ଉପରେ ଫୋଟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲା । ଗତ ୧୮ ବର୍ଷ ଧରି ଐଶ୍ୱର୍ଯ୍ୟାଙ୍କୁ ଏଠାରେ ଅନେକ ପ୍ରକାରର ଅନୁଭବ ହୋଇଛି । କେତେବେଳେ ତାଙ୍କ ଲୁକର ପ୍ରଶଂସା ହୋଇଛିତ କେତେବେଳେ ତାଙ୍କର ପରିହାସ ହୋଇଛି । ମାତ୍ର ପ୍ରତିବର୍ଷ ଐଶ୍ୱର୍ଯ୍ୟାଙ୍କ ଲୁକରେ ଯେଉଁ ଗୋଟିଏ ଜିନିଷ ଖୁବ ସାଧାରଣ ରହିଛି ତାହା ହେଉଛି ଇଣ୍ଡିଆନ ଅଟାୟର ।

ଯେତେବେଳେ ଚପଲ ପିନ୍ଧି ନାଲି ଗାଲିଚା ଉପରେ ଚାଲିଲେ ଐଶ୍ୱର୍ଯ୍ୟା :-

ଆଜି ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟାଙ୍କର ସେହି ଦିନ ବିଷୟରେ ଅବଗତ କରାଇବାକୁ ଯାଉଛୁ ଯେଉଁଦିନ କାନ୍ସ ଫିଲ୍ମ ଫେଷ୍ଟିବଲରେ ନାଲି ଗାଲିଚା ଉପରେ ଚପଲ ପିନ୍ଧି ଚାଲିବାକୁ ପଡ଼ିଥିଲା । ଏହି ଘଟଣା ହେଉଛି ୨୦୦୩ ର । ସେତେବେଳେ ଫ୍ରେଞ୍ଚ ରିବେରାରେ କାନ୍ସ ଫିଲ୍ମ ଫେଷ୍ଟିବଲର ଆୟୋଜନ ହୋଇଥିଲା । ଏହି ସମୟରେ ଐଶ୍ୱର୍ଯ୍ୟା ନୀତା ଲୁଲ୍ଲା ଙ୍କ ଦ୍ଵାରା ଡିଜାଇନ ହୋଇଥିବା ନିୟୋନ ଗ୍ରୀନ ଗୋଲଡେନ ବର୍ଡର ଥିବା ଶାଢ଼ୀ ପିନ୍ଧିଥିଲେ । ଏହି ଶାଢ଼ୀରେ ଐଶ୍ୱର୍ଯ୍ୟା ଖୁବ ସୁନ୍ଦର ଦେଖାଯାଉଥିଲେ । ମାତ୍ର ତାଙ୍କର ଏହି ସୁନ୍ଦରତାର ଲାଇମଲାଇଟ ସେତେବେଳେ ନିରର୍ଥକ ହୋଇଯାଇଥିଲା ଯେତେବେଳେ ସମସ୍ତଙ୍କ ନଜର ତାଙ୍କ ପାଦ ର ଚପଲ ଉପରେ ପଡ଼ିଥିଲା । ଏହି କାରଣରୁ ତାଙ୍କୁ ଅଣ୍ଡର – ଡ୍ରେସଡ଼ ଟ୍ୟାଗ ମିଳିଗଲା ।

ଏହି କାରଣରୁ ଚପଲ ପିନ୍ଧିଥିଲେ :-

ଯଦି ଆପଣ ନିରେଖିକି ଦେଖିବେ ତେବେ ଜାଣି ପାରିବେ ଯେ, ଏହି ବର୍ଷ କାନ୍ସ ଫିଲ୍ମ ଫେଷ୍ଟିବଲରେ ତାଙ୍କୁ ସମ୍ଭାଳିବା ପାଇଁ ତାଙ୍କ ମା ମଧ୍ୟ ଆସିଥିଲେ । ଏହାର କାରଣ ଥିଲା ଯେ, ଐଶ୍ୱର୍ଯ୍ୟାଙ୍କ ପାଦ କ୍ଷତ ଥିଲା । ସେ ‘ ଖାକୀ’ ଫିଲ୍ମ ସୁଟିଂ ସମୟରେ ଆହତ ହୋଇଥିଲେ । ସେତେବେଳେ ସୁଟିଙ୍ଗ ସମୟରେ ଏକ କାର ତାଙ୍କୁ ବାଡ଼େଇ ହୋଇଥିଲା । ଖବର ଅନୁସାରେ ସେତେବେଳେ ତାଙ୍କ ପାଦରେ ଫ୍ରାକ୍ଚର … ହୋଇଥିଲା ଏବଂ ସିଲେଇ ମଧ୍ୟ ହୋଇଥିଲା । କେବଳ ଏହି କାରଣ ଥିଲା ଯେ, ଐଶ୍ୱର୍ଯ୍ୟା ୨୦୦୩ ର କାନ୍ସ ଫେଷ୍ଟିବଲରେ ସୁନ୍ଦର ଅଟାୟର ତଳେ ଚପଲ ପିନ୍ଧିଥିଲେ । ଏହି ଚପଲ ତାଙ୍କ ଡ୍ରେସ ସହିତ ଭଲଭାବରେ ନଜର ଆସୁଥିଲା କିନ୍ତୁ ତାଙ୍କ ପାଇଁ ନିଜର ସତର୍କତା ମଧ୍ୟ ଜରୁରୀ ଥିଲା ।

google

ତାଙ୍କର ଏହି ଚପଲ କାରଣରୁ ଐଶ୍ୱର୍ଯ୍ୟାଙ୍କୁ ଅନେକ ନେଗେଟିଭ କମେଣ୍ଟର ସାମ୍ନା ମଧ୍ୟ କରିବାକୁ ପଡ଼ିଥିଲା । ଆହତ ହୋଇଥିବା କାରଣରୁ ଡକ୍ଟର ତାଙ୍କୁ ଆରମ କରିବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ଐଶ୍ୱର୍ଯ୍ୟା କାନ୍ସ ଫିଲ୍ମ ଫେଷ୍ଟିବଲ ହାତଛଡ଼ା କରିବାକୁ ଚାହୁଁନଥିଲେ ଏବଂ ସେଠାରେ ସେ ପହଞ୍ଚିଥିଲେ ।

ପୂର୍ବରୁ ଓଜନକୁ ନେଇ ତାଙ୍କର ପରିହାସ ହୋଇଥିଲା :-

google

ଏହା ପୂର୍ବରୁ ଏକ କାନ୍ସ ଫେଷ୍ଟିବଲରେ ଐଶ୍ୱର୍ଯ୍ୟାଙ୍କୁ ନିଜର ଓଜନ କାରଣରୁ ଉପହାସର ପାତ୍ର ହେବାକୁ ପଡ଼ିଥିଲା । ଆରାଧ୍ୟାଙ୍କ ଜନ୍ମ ପରେ ସେ ଖୁବ ମୋଟୀ ହୋଇଯାଇଥିଲେ । ଏଥିପାଇଁ ଲୋକମାନେ ତାଙ୍କର ଏହି ଲୁକକୁ ଦେଖି ଉପହାସ କରିଥିଲେ ମାତ୍ର ପରେ ପରେ ଐଶ୍ୱର୍ଯ୍ୟା ନିଜକୁ ପୁଣିଥରେ ଫିଟ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *