ଆସନ୍ତୁ ଜାଣିବା :- ସୂର୍ଯ୍ୟପରାଗ (୧୦ ଜୁନ୍)ର ହାଣ୍ଡି ଛାଡ଼ ଠିକ୍ ସମୟ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ !

ଆସନ୍ତୁ ଜାଣିବା :- ସୂର୍ଯ୍ୟପରାଗ (୧୦ ଜୁନ୍)ର ହାଣ୍ଡି ଛାଡ଼ ଠିକ୍ ସମୟ ଓ ଅନ୍ୟାନ୍ୟ ବିବରଣୀ ବିଷୟରେ !

ଚନ୍ଦ୍ରଗ୍ରହଣ ହେଉ ବା ସୁର୍ଯ୍ୟ ପରାଗ ଏହି ମହାଜାଗତିକ ଦୃଶ୍ୟ ଚନ୍ଦ୍ର, ସୁର୍ଯ୍ୟ ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ । ପ୍ରତ୍ୟେକଦିନ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ଅବସ୍ଥାନରେ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନ କାରଣରୁ ପ୍ରତ୍ୟେକ ଦିନର ତିଥି ଏବଂ ନକ୍ଷେତ୍ର ଅଲଗା ଅଲଗା ହୋଇଥାଏ । ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରିଥାଏ ।

ଯେତେବେଳେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳରେଖାରେ ରହିଥାଏ ସେତେବେଳେ ସୂର୍ଯ୍ୟପରାଗ ଘଟିଥାଏ ଏବଂ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳ ରେଖାରେ ରହିଥାନ୍ତି ସେତେବେଳେ ଚନ୍ଦ୍ରଗ୍ରହଣ ହେଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟପରାଗ ସମୟରେ ଗ୍ରହମାନଙ୍କ ଅବସ୍ଥିତିରେ ବହୁତ୍ ପରିବର୍ତ୍ତନ ହେଇଥାଏ । ତେବେ ଆଗାମୀ ଜୁନ୍ ୧୦ ତାରିଖ ଦିନ ସୂର୍ଯ୍ୟପରାଗ ଘଟିବାକୁ ଯାଉଛି । ଏହି ମହାସଂଯୋଗ ଦୀର୍ଘ ୨୦୦ ବର୍ଷପରେ ଘଟିବାକୁ ଯାଉଛି । ତେବେ ରାଶି ଚକ୍ରର ଏହି ୪ଟି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି ।

ଆସନ୍ତା ଜୁନ୍ ୧୦ ତାରିଖ ଗୁରୁବାର ଦିନ ଲାଗିବାକୁ ଯାଉଥିବା ସୂର୍ଯ୍ୟପରାଗ ହେଉଛି ଆଂଶିକ ସୂର୍ଯ୍ୟପରାଗ । ଏହି ପରାଗ ଲାଗିବାର ସମୟ ହେଉଛି ଅପରାହ୍ନ ୧.୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୧ରେ ଶେଷ ହେବ । ସାଧାରଣତଃ ପରାଗ ଲାଗିବାର ୩ ପ୍ରହର ବା ୯ ଘଣ୍ଟା ଏବଂ ପରାଗ ଲାଗିବାର ୪ ପ୍ରହର ବା ୧୨ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ ହେଇଥାଏ । ତେବେ ଏଥର ସୂର୍ଯ୍ୟପରାଗରେ ୧୨ ଘଣ୍ଟା ପୂର୍ବରୁ ମାନେ ପୂର୍ବଦିନ ରାତି ୧.୪୨ରୁ ହାଣ୍ଡିଛାଡ ହେବା କଥା ଯେହେତୁ ଏହା ଏକ ଆଂଶିକ ସୂର୍ଯ୍ୟପରାଗ ସେଥିପାଇଁ ହାଣ୍ଡି ଛାଡ଼ ସମୟଟି ମାନ୍ୟ ହେବନାହିଁ । ଏଥିସହିତ ପୂଜା କାର୍ଯ୍ୟ ମଧ୍ୟ ବନ୍ଦ ହେବନାହିଁ ।

ତେବେ ସୂର୍ଯ୍ୟପରାଗଟି ଆଂଶିକ ହେଇଥିଲେ ମଧ୍ୟ ଭାରତର କିଛି ଜାଗାରେ ଦୃଶ୍ୟମାନ ହେବ ଏବଂ ଓଡ଼ିଶାରେ ମଧ୍ୟ ଦୃଶ୍ୟମାନ ହେବ ନାହିଁ । ଭାରତ ସହିତ ଇଉରୋପ, ଗ୍ରୀନଲାଣ୍ଡ, ଆମେରିକା, କାନାଡା, ଋଷ୍ ଏବଂ ଚୀନ୍ ଭଳି ଦେଶରେ ଦୃଶ୍ୟମାନ ହେବ ।

ଗର୍ଭବତୀ ମହିଳାମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆ ଯାଉଅଛି । ତେବେ କୁହାଯାଏ କି ଯଦି ଗର୍ଭବତୀ ମହିଳାଟି ପରାଗ ସମୟରେ ବାହାରକୁ ଯାଇଥାଏ ଏବଂ ତା ପେଟରେ ପରାଗ ସମୟର ସୂର୍ଯ୍ୟ କିରଣ ପଡିଥାଏ ତେବେ ତାହାର ଶିଶୁଟିକୁ ଶାରୀରିକ ଦୋଷ ଲାଗିଥାଏ । ସୂର୍ଯ୍ୟପରାଗ ସମୟରେ କିଛି ଶୁଭକାର୍ଯ୍ୟ କରନ୍ତୁ ନାହିଁ ନଚେତ୍ ଅନିଷ୍ଠ ହେଇଥାଏ ।

ତେବେ ୧୨ଟି ରାଶି ମଧ୍ୟରୁ ୪ଟି ରାଶି ପାଇଁ ସୂର୍ଯ୍ୟପରାଗଟି ଶୁଭ ରହିଥିବା ବେଳେ ୮ଟି ରାଶି ପାଇଁ ପରାଗଟି ଅଶୁଭ ରହିଅଛି । ମିଥୁନରାଶି, କନ୍ୟାରାଶି, ମକରରାଶି ଓ ମୀନରାଶି ଏହି ୪ଟି ରାଶିର ଲୋକଙ୍କ ପାଇଁ ପରାଗଟି ଖୁସି ଓ ସମୃଦ୍ଧି ନେଇ ଆସିଅଛି । ଏହି ୪ ରାଶିର ଲୋକମାନଙ୍କର ସବୁ ମାର୍ଗରେ ଭଲ ହେଇଥିବା ବେଳେ ଅନ୍ୟ ୮ଟି ରାଶି ପାଇଁ ପରାଗଟିର ଖରାପ ପ୍ରଭାବ ପଡ଼ିବାକୁ ଯାଉଛି । ତେବେ ଏହି ରାଶିର ଲୋକମାନଙ୍କର ଅନେକ କାମରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ଏହି ସବୁ ବିଘ୍ନରୁ ବଞ୍ଚିବା ପାଇଁ ଏହି ୮ ରାଶିର ଲୋକମାନେ ଶିବ ଚାଳିଶା ବା ଶିବଙ୍କର ମନ୍ତ୍ର ଜପ କରିବାକୁ କୁହାଯାଉଛି ।

Leave a Reply

Your email address will not be published. Required fields are marked *