ସାର୍ବଜନୀନ ସ୍ଥାନରେ ଛେପ ପକାଇବା ମହଙ୍ଗା ପଡିଲା ଯୁବକକୁ ! ଦେବାକୁ ପଡିଲା…

ସାର୍ବଜନୀନ ସ୍ଥାନରେ ଛେପ ପକାଇବା ମହଙ୍ଗା ପଡିଲା ଯୁବକକୁ ! ଦେବାକୁ ପଡିଲା…

ସାର୍ବଜନୀନ ସ୍ଥାନରେ ଛେପ ପକାଇବା ମହଙ୍ଗା ପଡିଲା ଯୁବକକୁ ! ଦେବାକୁ ପଡିଲା ୧୨୦୦ ଟଙ୍କାର ଜୋରିମାନା…

ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ପାଇଁ ବିଏମସି ୨୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଧାର୍ଯ୍ୟ କରିବାକୁ ଚିନ୍ତା କରୁଛି । ମୁମ୍ବାଇ ବିଏମସିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

କରୋନା ମହାମାରୀର ପ୍ରକୋପ ଯୋଗୁଁ ସମଗ୍ର ଦେଶରେ ଲକ୍ଡ଼ାଉନ ବଳବତ୍ତର ରହିଛି ଓ କରୋନାକୁ ଦୃଷ୍ଟିରେ ରଖି ଦେଶରେ କଡାକଡି ନିୟମ ଲାଗୁଛି । ଏପରିକି ନାଇଟ୍ କର୍ଫୁ ମଧ୍ୟ ଲାଗିଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଥିବାକୁ ମଧ୍ୟ ନିଷେଦ୍ଦ କରାଯାଇଛି । କିନ୍ତୁ ଏଇ ଘଡି ସନ୍ଧି ମୂହୁର୍ତ୍ତରେ ସାଧାରଣ ସ୍ଥାନରେ ଛେପ ପକାଇବା ମୁମ୍ବାଇର ଏକ ଯୁବକକୁ ମହଙ୍ଗା ପଡିଲା । ବୃହନମୁମ୍ବାଇ ମହାନଗର ପାଳିକା ଅର୍ଥାତ ବିଇଏମସି ସାଧାରଣ ସ୍ଥଳରେ ଛେପ ପକାଇବା ଦ୍ୱାରା ଲାଗୁଥିବା ଜୋରିମାନାକୁ ୨୦୦ ଟଙ୍କାରୁ ବୃଦ୍ଧି କରି ୧୨୦୦ ଟଙ୍କା କରିବାକୁ ନେଇ ବିଚାର କରୁଛନ୍ତି । ବିଇଏମସିର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଦିନ ଏହି ସୂଚନା ପ୍ରଦାନ କରିଛନ୍ତି ।

ବିଇଏମସିର ମୁଖ୍ୟ ଇକବାଲ ସିଂହ ଚୌହାଲ ନିକଟରେ ଏଭଳି ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି, ଯାହାକୁ ଆଧାର କରି ସାଧାରଣ ସ୍ଥାନରେ ଛେପ ପକାଇବା ଦ୍ୱାରା ପୂର୍ବରୁ ଲାଗୁଥିବା ଜୋରିମାନାକୁ ବୃଦ୍ଧି କରାଯାଇପାରେ । ମୁମ୍ବାଇ ବିଏମସି ଅଧିନସ୍ଥ ଏକ ଅଞ୍ଚଳରେ ଏକ ଯୁବକ ଅଜଣାରେ ଛେପ ପକାଇବା ଦ୍ଵାରା ନିୟମକୁ ଆଧାର କରି ବିଏମସି କର୍ମଚାରୀମାନେ ଉକ୍ତ ଯୁବକ ଠାରୁ ୧୨୦୦ ଟଙ୍କାର ଜୋରିମାନା ଆଦାୟ କରିଥିଲେ ।

ନିୟମରେ କରିବାକୁ ପଡିବ ପରିବର୍ତ୍ତନ:-

ବିଇଏମସିର ଅଧିକାରୀ କହିଛନ୍ତି କି ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ପରେ ଏହା ଲାଗୁ ହୋଇପାରିବ । ଏହାକୁ ଲାଗୁ କରିବାପାଇଁ ମୁମ୍ବାଇ ସ୍ୱଚ୍ଛତା ଏବଂ ସଫେଇ ଉପନିୟମ ୨୦୦୬ରେ ପରିବର୍ତ୍ତନ କରିବାକୁ ପଡ଼ିବ ।

ଜୋରିମାନାରୁ ରୋଜଗାର ହେଲା ୨୮ ଲକ୍ଷ ଟଙ୍କା:-

ସୂଚନାଯୋଗ୍ୟ ଯେ, ଗତ ୬ ମାସ ମଧ୍ୟରେ ବିଇଏମସି ସାଧାରଣ ସ୍ଥାନରେ ଛେପ ପକାଉଥିବା ଲୋକଙ୍କ ଠାରୁ ଜୋରିମାନା ଆକାରରେ ୨୮.୬୭ ଲକ୍ଷ ଟଙ୍କା ଏକାଠି କରିଛି ।

Leave a Reply

Your email address will not be published. Required fields are marked *