ସାମୁଦ୍ରିକ ବାତ୍ୟା “ୟସ୍”ର କ୍ଷତି ପୂରଣ ବାବଦକୁ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ମିଳିଲା ୫୦୦ କୋଟିର ସହାୟତା ରାଶି…!

ସାମୁଦ୍ରିକ ବାତ୍ୟା “ୟସ୍”ର କ୍ଷତି ପୂରଣ ବାବଦକୁ କେନ୍ଦ୍ର ସରକାରଙ୍କ ତରଫରୁ ଓଡିଶାକୁ ମିଳିଲା ୫୦୦ କୋଟିର ସହାୟତା ରାଶି…!

କହିବାକୁ ଗଲେ ଓଡିଶାରେ ସାମୁଦ୍ରିକ ବାତ୍ୟା ଏକ ଅଭିଶାପଗ୍ରସ୍ତ ହୋଇଗଲନି । ପ୍ରତିବର୍ଷ ସାମୁଦ୍ରିକ ବାତ୍ୟା ଦ୍ଵାରା କେତେ ଧନ ଜୀବନ ନଷ୍ଟ ହେଉଛି । ଗତକାଲି ଅର୍ଥାତ ଶୁକ୍ରବାର ଦିନ ବାତ୍ୟା ୟାସ୍‌ରେ ଘଟିଥିବା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ଵାବଧନରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଓଡିଶା ସମେତ ପଶ୍ଚିମ ବଙ୍ଗର ମୁଖମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବୈଠକରେ ଯୋଗ ଦେଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ସମ୍ପ୍ରକୀୟ ସମୀକ୍ଷା ବୈଠକରେ ବିଳମ୍ବରେ ପହଞ୍ଚିଥିଲେ ଏବଂ ପଶ୍ଚିମବଙ୍ଗରେ ବାତ୍ୟାଜନିତ କ୍ଷୟକ୍ଷତି ବିଷୟରେ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ଧରାଇ ଦେଇ ବୈଠକରୁ ବିଦାୟ ନେଇଥିଲେ ।

ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସକାଳେ ଓଡିଶାର ରାଜଧାନୀ ଭୁବନେଶ୍ଵର ପହଞ୍ଚିଥିଲେ । ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଥିଲେ । ବାତ୍ୟା କାଳୀନ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକରେ ବିଳମ୍ବରେ ପହଞ୍ଚି ଥିଲେ କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାରମ୍ବରୁ ହିଁ ବୈଠକରେ ଊପସ୍ଥିତ ଥିଲେ ।

ସାମୁଦ୍ରିକ ବାତ୍ୟା “ୟସ୍” ଦ୍ଵାରା ଓଡିଶାରେ ଅଧିକ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ଓଡ଼ିଶା ସରକାର ଏନେଇ କେନ୍ଦ୍ର ସରକାରଙ୍କ ଠାରେ କୌଣସି ସହାୟତା ଦାବି କରିନଥିଲା । ତଥାପି କେନ୍ଦ୍ର ସରକାର ବାତ୍ୟାରେ ପ୍ରଭାବିତ ହୋଇଥିବା ଓଡିଶାକୁ ସହାୟତା ଓ ପୁନର୍ନିର୍ମାଣ ପାଇଁ ୫୦୦ କୋଟିର ସହାୟତା ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ, ବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ଲୋକଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ ଘୋଷଣା କରାଯ଼ାଇଛି ।

Leave a Reply

Your email address will not be published. Required fields are marked *