ସଫାସୁତୁରା କରୁଥିବା କଟ୍ରିନା କୈଫଙ୍କ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି, ଅକ୍ଷୟ କୁମାର ଏହିପରି ଭାବରେ କଲେ ଥଟ୍ଟା

ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ସୂଚୀରେ ସବୁଠାରୁ ପ୍ରଥମରେ ନାମ ସାମିଲ୍ ରହିଥିବା କଟ୍ରିନା କୈଫ ଅଧିକାଂଶ ସମୟରେ ଖବରରେ ଆସିଥାନ୍ତି । ବେଳେବେଳେ ସେ ନିଜର ସୌନ୍ଦର୍ଯ୍ୟତା ପାଇଁ ଲୋକଙ୍କ ହୃଦୟ ଜିଣିଯାନ୍ତି, ଆଉ କେବେ ସେ ନିଜ ଚଳଚ୍ଚିତ୍ର ଗୁଡ଼ିକରୁ ଲୋକମାନଙ୍କୁ ଆକର୍ଷିତ ମଧ୍ୟ କରନ୍ତି । ବର୍ତ୍ତମାନ କଟ୍ରିନାଙ୍କ ଗୋଟିଏ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେଉଛି, ଯେଉଁଥିରେ ସେ ଝାଡ଼ୁ କରୁଥିବାର ନଜର ଆସୁଛନ୍ତି । ଭିଡ଼ିଓରେ ତାଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ନଜର ଆସୁଛନ୍ତି, ଯିଏକି ମଜା ମଜା କଥାବାର୍ତ୍ତା କରୁଛନ୍ତି କିନ୍ତୁ ତାଙ୍କ ସ୍ୱଭାବ ଟିକିଏ ହେଲେ ପରିବର୍ତ୍ତନ ହେଉ ନାହିଁ । ଏହିପରି ଏହାକୁ ତାଙ୍କର ଫେନ୍ସମାନେ ବହୁତ ପସନ୍ଦ କରୁଛନ୍ତି ।

newstrend

ବଲିଉଡ଼ ଅଭିନେତ୍ରୀ କଟ୍ରିନା କୈଫ ବର୍ତ୍ତମାନ ନିଜର ଆଗାମୀ ଚଳଚ୍ଚିତ୍ରକୁ ନେଇ ଖବରରେ ଛାଇ ରହିଛନ୍ତି । ପ୍ରକୃତରେ, ତାଙ୍କର ଚଳଚ୍ଚିତ୍ର ୨୭ ମାର୍ଚ୍ଚକୁ ପରଦାରେ ମୁକ୍ତିଲାଭ କରିବ, ଯାହାର ଚର୍ଚ୍ଚା ଗତ ବର୍ଷରୁ ହେଉଛି । ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ । ଜଣାଇଦେଉଛୁ ଯେ ଏହି ଚଳଚ୍ଚିତ୍ରର ନାମ ସୂର୍ଯ୍ୟବଂଶୀ ଅଟେ ଏବଂ ଏହି ଚଳଚ୍ଚିତ୍ରର ସେଟରୁ ଗୋଟିଏ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ କଟ୍ରିନା କୈଫ ସଫାସୁତୁରା କରୁଥିବାର ନଜର ଆସୁଛନ୍ତି, ସେଠାରେ ଉପସ୍ଥିତ ଥିବା ଅକ୍ଷୟ କୁମାର ତାଙ୍କ ସହିତ ଥଟ୍ଟା କରୁଥିବା ଭଳି ଦେଖା ଯାଉଛନ୍ତି, ଯାହାକୁ ତାଙ୍କର ଫେନ୍ସ ମାନେ ବହୁତ ଆନନ୍ଦର ସହିତ ଦେଖୁଛନ୍ତି ଏବଂ ତାଙ୍କ ଭିଡ଼ିଓରେ ବହୁତ ଲାଇକ ଏବଂ କମେଣ୍ଟ ମିଳୁଛି ।

ଝାଡ଼ୁ କରୁଥିବାର ନଜର ଆସୁଛନ୍ତି କଟ୍ରିନା କୈଫ

newstrend

ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡ଼ିଓରେ କଟ୍ରିନା କୈଫ ଝାଡ଼ୁ କରୁଥିବାର ନଜର ଆସୁଛନ୍ତି । ଏହି ସମୟରେ ପଛରୁ ଅକ୍ଷୟ କୁମାର ତାଙ୍କ ସହିତ କଥାବାର୍ତ୍ତା କରୁଥିବାର ଜଣା ପଡ଼ୁଛନ୍ତି। ପ୍ରକୃତରେ ଅକ୍ଷୟ କୁମାର କଟ୍ରିନା କୈଫଙ୍କୁ ପଚାରନ୍ତି ଯେ ଆପଣ କଣ କରୁଛନ୍ତି, ତେବେ କଟ୍ରିନା କୌଣସି ଉତ୍ତର ଦିଅନ୍ତି ନାହିଁ, ତାପରେ ଯେତେବେଳେ ଅକ୍ଷୟ ପୁଣି ପଚାରିଲେ ହ୍ଵାଟ ଆର ୟୁ ଡୁଇଂ କଟ୍ରିନା ? ଏହାପରେ ସେ ଉତ୍ତର ଦେଲେ ଯେ ସଫାଇ ଅର୍ଥାତ ସଫାସୁତୁରା…..। ଏହି ଭିଡ଼ିଓରେ ଆପଣ ଦେଖିପାରିବେ ଯେ କଟ୍ରିନା କୈଫ ଝାଡ଼ୁ କରୁଥିବାର ନଜର ଆସୁଛନ୍ତି । ଏବଂ ଅନ୍ୟ ପଟରେ ଅକ୍ଷୟ କୁମାର ଥଟ୍ଟା ମଜା କରୁଥିବାର ନଜର ଆସୁଛନ୍ତି ।

ଯେତେବେଳେ ଅକ୍ଷୟ କୁମାର କଟ୍ରିନା କୈଫଙ୍କ ସହ ଥଟ୍ଟା ମଜା କରୁଥାନ୍ତି ସେତେବେଳେ କଟ୍ରିନା ତାଙ୍କୁ ସେହି ସ୍ଥାନରୁ ଉଠିବା ପାଇଁ କୁହନ୍ତି କିନ୍ତୁ ଅକ୍ଷୟ ତାଙ୍କ କଥା ଶୁଣନ୍ତି ନାହିଁ । ଏହିପରି କଟ୍ରିନା ଅକ୍ଷୟଙ୍କ ଗୋଡ଼ ଉପରେ ହିଁ ଝାଡ଼ୁ ଲଗାଇ ଦିଅନ୍ତି । ଏହାପରେ ଅକ୍ଷୟ କୁମାର ମଜାଳିଆ ଭାବେ କୁହନ୍ତି ଆରେ ମୋ ଗୋଡ଼ରେ ଝାଡ଼ୁ କାହିଁକି ଲଗାଉଛ ? ମୋଟାମୋଟି ଭାବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହାକୁ ଫେନ୍ସମାନେ ବହୁତ ପସନ୍ଦ କରୁଛନ୍ତି । ଅର୍ଥ ସ୍ପଷ୍ଟ ଯେ ଏହା ଗଣମାଧ୍ୟମରେ ଚହଲ ସୃଷ୍ଟି କରିଛି ।

୨୭ ମାର୍ଚ୍ଚରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର

ପରଦାରେ ଅକ୍ଷୟ କୁମାର ଏବଂ କଟ୍ରିନା କୈଫଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଇଥାଏ, କିନ୍ତୁ ବହୁତ ଦୀର୍ଘ ସମୟ ଧରି ଦୁହେଁ ସାଥିରେ କୌଣସି ଚଳଚ୍ଚିତ୍ରରେ ନଜର ଆସି ନଥିଲେ । ବର୍ତ୍ତମାନ ଏହି ଯୋଡ଼ି ବହୁତ ଦୀର୍ଘ ସମୟ ପରେ ପରଦାରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଜଣାଇଦେଉଛୁ ଯେ କଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ଯୋଡ଼ି ସର୍ବଦା ବକ୍ସ ଅଫିସରେ ହିଟ୍ ହିଁ ସାବ୍ୟସ୍ତ ହୋଇଥାଏ ଏବଂ ଲୋକମାନେ ତାଙ୍କୁ ପରସ୍ପର ସହିତ ଦେଖିବାକୁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀକୁ ନେଇ ଲୋକଙ୍କ ଅଶେଷ ଭଲପାଇବା ମିଳୁଛି କି ନାହିଁ ଏହା ପରେ ଜଣାପଡିବ । ଜଣାଇଦେଉଛୁ ଯେ ଏହି ଚଳଚ୍ଚିତ୍ରଟି ୨୭ ମାର୍ଚ୍ଚ ମାସରେ ପରଦାରେ ମୁକ୍ତିଲାଭ କରିବ, ଯେଉଁଥିରେ କଟ୍ରିନା କୈଫ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଆହୁରି ଅନ୍ୟ କଳାକାର ମାନେ ମଧ୍ୟ ଅଛନ୍ତି ।

Be the first to comment

Leave a Reply

Your email address will not be published.


*