ସକାଳେ ଖାଲି ପେଟରେ ଗରମ ପାଣି ପିଇଲେ, ମିଳିଥାଏ ଏହିସବୁ ଫାଇଦା ! ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ୮ରୁ ୧୦ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । କିନ୍ତୁ କଣ ଆପଣ ଜାଣିଥିଛନ୍ତି କି, ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ୍ ଗରମ ପାଣି ପିଇଲେ ତାହା ଅନେକ ପ୍ରକାରର ରୋଗଗୁଡ଼ିକୁ ଠିକ୍ କରିପାରେ ଏବଂ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଇଣ୍ଟରନେଟରେ ଉପଲବ୍ଧ ଏକ ଆକଳନ ଅନୁସାରେ ଆମ ଦେଶର ଲୋକମାନେ ୭୦ରୁ ୭୫ ପ୍ରତିଶତ ସକାଳେ ଖାଲି ପେଟରେ ଚାହା କିମ୍ବା କଫି ପିଇଥାନ୍ତି । ସେଥିପାଇଁ ସେମାନଙ୍କୁ କୋଷ୍ଟକାଠିନ୍ୟ, ଗ୍ୟାସ୍, ଅଜୀର୍ଣ୍ଣ, ପେଟ ବ୍ୟଥା, ଗଣ୍ଠିମାନଙ୍କରେ ବ୍ୟଥା ଆଦି ସମସ୍ୟାଗୁଡ଼ିକୁ ସାମ୍ନା କରିବାକୁ ପଡ଼ିଥାଏ ।

ଗରମ ପାଣି ପିଇବାକୁ ଆପଣଙ୍କୁ ଭଲ ଲାଗି ନ ପାରେ କିନ୍ତୁ ଏହାର ଫାଇଦା ଜାଣିବା ପରେ ଆପଣ ମଧ୍ୟ ଗରମ ପାଣି ପିଇବାକୁ ନିଶ୍ଚୟ ପସନ୍ଦ କରିବେ । ତେବେ ଚାଲନ୍ତୁ ଜାଣିବା ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ୍ ପାଣି ପିଇବା ଦ୍ୱାରା କେଉଁ ଫାଇଦା ଗୁଡ଼ିକ ମିଳିବ ଓ କେଉଁମାନେ ଗରମ ପାଣି ପିଇବା ନିହାତି ଆବଶ୍ୟକ ।

୧) ରୋଗ ପ୍ରତିରୋଧକ ଶକ୍ତି –

ଏଭଳି ଅନେକ ଲୋକମାନେ ଥାଆନ୍ତି, ଯେଉଁମାନେ ସମୟ-ସମୟରେ ବିମାର ହୋଇଯାଆନ୍ତି ଓ ଅନେକ ପ୍ରକାରର ଔଷଧ ସେବନ କରନ୍ତି । ଯେଉଁ କାରଣରୁ ସେମାନଙ୍କୁ ରୋଗ ସହିତ ଲଢ଼ିବାର ଶକ୍ତି କମି ଯାଇଥାଏ । ସକାଳେ ଖାଲି ପେଟରେ ଗରମ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

୨) ପାଚନ ଶକ୍ତି –

ଅଧିକାଂଶ ସମୟରେ ଫାଷ୍ଟ ଫୂଡ଼ ଖାଇବା ଯୋଗୁଁ ପାଚନ ଶକ୍ତି କମି ଯାଇଥାଏ । ଯେଉଁ କାରଣରୁ ପେଟରେ ଗ୍ୟାସ୍ ଓ ପେଟ ବ୍ୟଥା ଆଦି ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ସକାଳେ ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ପାଚନ ଶକ୍ତି ମଜବୁତ ହୋଇଥାଏ ।

୩) ଚେହେରାକୁ ସୁନ୍ଦର ରଖିଥାଏ –

ସକାଳେ ଖାଲି ପେଟରେ ଗରମ ପାଣି ପିଇବା ଦ୍ୱାରା ଚେହେରାର ସୁନ୍ଦରତା ବଢ଼ିଥାଏ ଓ ଚେହେରା କମଳ ହୋଇ ରହିଥାଏ । ଅନେକ ଥର ଆମ ଚେହେରାରେ ଶୁଖିଲାପଣ ଆସିଯାଏ କିନ୍ତୁ ଗରମ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୁରେଇ ଯାଏ ।

୪) ରକ୍ତ ସଞ୍ଚାଳନ –

ଆମ ଶରୀର ଭଲ ରୁପେ କାମ କରିବାପାଇଁ ରକ୍ତର ସଞ୍ଚାଳନ ଭଲ ରୁପେ ହେବା ଆବଶ୍ୟକ । ଥଣ୍ଡା ପାଣି ବଦଳରେ ଗରମ ପାଣି ପିଇବା ଦ୍ୱାରା ଶରୀରର ରକ୍ତ ଦ୍ରୁତ ଗତିରେ ପ୍ରବାହ ହୋଇଥାଏ ।

୫) ଗଣ୍ଠି ବ୍ୟଥା –

ଗରମ ପାଣି ଶରୀରର ଗଣ୍ଠି ମାନଙ୍କରେ ଚିକ୍କଣପନ ତିଆରି କରିଥାଏ ଯେଉଁ କାରଣରୁ ଗଣ୍ଠି ମାନଙ୍କର ବ୍ୟଥା କମି ଯାଇଥାଏ । ଯେଉଁ ଲୋକଙ୍କ ବୟସ ଅଧିକ ଓ ଏହି ଅସୁବିଧାର ସମ୍ମୁଖୀନ ହେଉଥିବ ସେମାନେ ସକାଳେ ଖାଲି ପେଟରେ ଗରମ ପାଣି ପିଇବା ନିହାତି ଆବଶ୍ୟକ ।

୬) ତ୍ୱଚା ସମ୍ବନ୍ଧୀୟ ଇଂଫେକ୍ସନ –

ଗରମ ପାଣି ଶରୀରରୁ ସବୁ ବିଷାକ୍ତ ତତ୍ୱ ଗୁଡ଼ିକୁ ବାହାର କରିଥାଏ । ଏହା ଶରୀରକୁ ସୁସ୍ଥ କରିଥାଏ । ଗରମ ପାଣି ପିଇବା ଦ୍ୱାରା ଚେହେରାରେ ଥିବା ଫଟକା ମଧ୍ୟ ଠିକ୍ ହୋଇଯାଇଥାଏ ।

Be the first to comment

Leave a Reply

Your email address will not be published.


*