ସଂକ୍ରମିତ କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟାପୀ ୨ ସପ୍ତାହ ଲକଡ଼ାଉନ୍‌ ବଢାଇବାକୁ ପରାମର୍ଶ ଦେଲେ ଡାକ୍ତର…!

ସଂକ୍ରମିତ କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ବ୍ୟାପୀ ୨ ସପ୍ତାହ ଲକଡ଼ାଉନ୍‌ ବଢାଇବାକୁ ପରାମର୍ଶ ଦେଲେ ଡାକ୍ତର…!

ସଂକ୍ରମିତ କରୋନା ମାମଲାକୁ ଦ୍ରୁଷ୍ଟିରେ ରଖି ସମଗ୍ର ଭାରତର ଅଧିକାଂଶ ରାଜ୍ୟରେ ଲକ୍ଡ଼ାଉନ ବଳବତ୍ତର ରହିଛି । କେତେକ ରାଜ୍ୟରେ ମିନି ଲକ୍ଡ଼ାଉନ ଘୋଷଣା କରଯାଇଥିବେ ବେଳେ ଅନ୍ୟ କେତେକ ରାଜ୍ୟରେ ଲକ୍ଡ଼ାଉନ ଅବଧିକୁ ବଢାଇ ଦିଯାଇଛି । କିନ୍ତୁ ଓଡିଶାରେ କରୋନା ମାମଲା ନିୟନ୍ତ୍ରଣାଧୀନ ଥିବା ସତ୍ତ୍ୱେ ରାଜ୍ୟବାସୀଙ୍କ ମନରେ ଉତ୍କଣ୍ଠା ଯେ, ରାଜ୍ୟରେ ଲକ୍ଡ଼ାଉନ ବଢ଼ିବ ନା ନାହିଁ ? କାରଣ କରୋନା ଯୋଗୁଁ ସର୍ବସାଧାରଣ ନିଜ ନିଜର ଜୀବିକା ହରାଇ ବସିଛନ୍ତି ।

ରାଜ୍ୟରେ ଲକ୍ଡ଼ାଉନ ବଢିବ କି ନାହିଁ ଏନେଇ ଆଜି ସନ୍ଧ୍ୟା ସାଢ଼େ ୬ଟାରେ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଓଡ଼ିଶାର କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବଢ଼ୁଥିବା ସଂକ୍ରମଣ ରାଜ୍ୟ ପାଇଁ ଚିନ୍ତା ପାଲଟିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଲକ୍ଡାଉନ ଅବଧି ବଢ଼ାଇବେ ନା ନାହିଁ ତା’ଉପରେ ସମସ୍ତଙ୍କ ନଜର ରହିଛି ।

ଏଥିମଧ୍ୟରେ ଡାକ୍ତର ନିରୋଜ ମିଶ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, କରୋନା ଭଳି ମହାମାରୀରେ ରାଜ୍ୟ ସରକାର ହେଉ ଅବା କେନ୍ଦ୍ର ସରକାର ସାଂପ୍ରତିକ ପରିସ୍ଥତିରେ ଲକ୍ଡ଼ାଉନ ଅବଧିକୁ ବୃଦ୍ଧି କରିବାକୁ ପଡିବ । ନଚେତ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଅସମ୍ଭବ ହୋଇପାରେ ।

ଡା : ନିରୋଜ ମିଶ୍ରଙ୍କ କରହିବା ଅନୁସାରରେ, WHO ଅନୁଯାୟୀ ପଜିଟିଭ ରିପୋର୍ଟ ୫ ପ୍ରତିଶତକୁ ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ ନ କରିବା ଉଚିତ୍ । ଆସନ୍ତା ତିନି ଚାରି ମାସରେ ଯଦି ବୃହତ ଭାବରେ ଟିକାକରଣ କରାଯାଏ, ତେବେ ତୃତୀୟ ଲହରୀ ଆସିବ ନାହିଁ ଏବଂ ଯଦି ଆସେ ତଥାପି ଏହାର ପ୍ରଭାବ ବିଶେଷ ଭାବରେ ପଡ଼ିବ ନାହିଁ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଆଉ ଦୁଇ ସପ୍ତାହ ଅନ୍ତତଃ ଲକ୍ଡ଼ାଉନ କରାଯାଉ ତା’ପରେ ଧୀରେ ଧୀରେ କଟକଣାକୁ କୋହଳ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *