ଶୋକରେ ଏବେ ଫିଲ୍ମ ଦୁନିଆ ! କୋରନା ଯୋଗୁଁ ଏହି ଅଭିନେତା ଜଣକ ମୃତ୍ୟୁବରଣ କରିଛନ୍ତି ।

ଶୋକରେ ଏବେ ଫିଲ୍ମ ଦୁନିଆ ! କୋରନା ଯୋଗୁଁ ଏହି ଅଭିନେତା ଜଣକ ମୃତ୍ୟୁବରଣ କରିଛନ୍ତି ।

କୋରନା ଭାଇରସ୍ ଏବେ ସାରା ଦୁନିଆରେ ହାହାକାର ସୃଷ୍ଟି କରି ରଖିଛି । ଏହି ଭାଇରସ୍ ଯୋଗୁଁ ବର୍ତ୍ତମାନ ଅଶାନ୍ତିର ଛାୟା ଖେଳି ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୫,୯୭,୮୨୫ ଲୋକ ଏହି ଭାଇରସ୍ ନିଜ କବଳକୁ ଟାଣି ନେଇଛି । ଏଥିମଧ୍ୟରୁ ପାଖାପାଖି ୨୭,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସମୟରେ ସଂକ୍ରମଣ ମାମଲାରେ ଚୀନ ଠାରୁ ମଧ୍ୟ ଅଧିକ ମାମଲା ଆମେରିକା, ସ୍ପେନ ଓ ଇଟାଲୀ ଦେଖିବାକୁ ମିଳିଛି । ଏହି ଶକ୍ତିଶାଳୀ ଦେଶଗୁଡିକ ବର୍ତ୍ତମାନ କୋରନା ଯୋଗୁଁ ବହୁତ ଗମ୍ଭୀର ପରିସ୍ଥିତିରେ ସମ୍ମୁଖୀନ ହୋଇଛନ୍ତି । ଏଠାରେ ସଂକ୍ରମଣ ଲୋକଙ୍କ ସଂଖ୍ୟା ଲକ୍ଷ ପାର କରିସାରିଲାଣି । କୁହାଯାଉଛି ଯେ, ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଏବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି । କରୋନା ଯୋଗୁଁ ଆମେରିକାର ନ୍ୟୁୟର୍କରେ ପରିସ୍ଥିତି ସବୁଠାରୁ ଅଧିକ ଗମ୍ଭୀର । ଦୁନିଆରେ ବର୍ତ୍ତମାନ ଏହି କରୋନା ଜୀବାଣୁର ଗତି ହୁ ହୁ ହୋଇ ବଢିବାରେ ଲାଗିଛି ।

ଧୀରେ ଧୀରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଜଣେ ଲୋକପ୍ରିୟ ଅଭିନେତାଙ୍କର କୋରନାର ପ୍ରକୋପ ପାଇଁ ମୃତ୍ୟୁ ଘଟିଛି । ତାଙ୍କର ନାମ ମାର୍କ ବଲଂ ଅଟେ । ସେ ହଲିଉଡ଼ ଅଭିନେତା ଅଟନ୍ତି । ସେ ୬୯ ବର୍ଷରେ କରୋନର ଶିକାର ହୋଇଛନ୍ତି । ତାଙ୍କୁ ନ୍ୟୁୟର୍କର ପ୍ରିବାଇଟେରିନ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା । ତାଙ୍କର ପତ୍ନୀ ଜେନେଟ୍ ମେଲ୍ ଜାରିଆରେ ମିଡ଼ିଆକୁ ଏହି ମାମଲା ଜଣାଇଥିଲେ । ସେ କହିଥିଲେ ଯେ, କରୋନା ଭାଇରସରେ ସଂକ୍ରମିତ ହୋଇ ମୋ ପତିଙ୍କର ଦେହାନ୍ତ ହୋଇଯାଇଛି । ଏହିପରି ଭାବରେ ଆମେ ଜଣେ ହଲିଉଡ଼ର ଲୋକପ୍ରିୟ ଅଭିନେତାଙ୍କୁ ୨୬ ମାର୍ଚ୍ଚ ୨୦୨୦ରେ ହରେଇ ଦେଲେ ।

ମାର୍କ ସିନେମା ସହିତ ଥିଏଟରରେ ମଧ୍ୟ କାର୍ଯ୍ୟ କରୁଥିଲେ । ତାଙ୍କୁ ଶେଷ ଥର ପାଇଁ ନେଟଫ୍ଲିକ୍ସ୍ ର ୱେବ ସିରିଜ ‘ୟୁ’ରେ ଦେଖା ଯାଇଥିଲା । ଏହି ସିରିଜରେ ତାଙ୍କର କାର୍ଯ୍ୟକୁ ବହୁତ ଚର୍ଚ୍ଚା ମିଳିଥିଲା । ଏହି ସିରିଜର ଦୁଇଟି ଭାଗ (ସିଜନ) ଆସିଛି । ତୃତୀୟ ଭାଗ ଆସିବାର ଥିଲା ହେଲେ ଦର୍ଶକ ନିଶ୍ଚିତ ଭାବରେ ମାର୍କଙ୍କୁ ୩ୟ ଭାଗରେ ଦେଖିପାରିବେ ନାହିଁ । ଜଣାଯାଇଛି ଯେ, ଏହି କରୋନା ଭାଇରସ୍ ୬୦ ରୁ ଅଧିକ ବୟସର ଲୋକଙ୍କ ପାଇଁ ବହୁତ ମାରାତ୍ମକ ଅଟେ । ଭାଇରସର ଆଗରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ହାର ମାନି ଯାଇଥାଏ । ଡାଇବେଟିସ, ଉଚ୍ଚ ବ୍ଲଡ଼ପ୍ରେସର, ଆସ୍ଥମା କିମ୍ବା କିଛି ସ୍ୱାସ୍ଥ୍ୟ ସମସ୍ୟା ସହ ଥିବା ଲୋକଙ୍କ ପାଇଁ ଏହା ବହୁତ ମାରାତ୍ମକ ହୋଇଥାଏ । ମାର୍କଙ୍କର ଦେହାନ୍ତ ପରେ ଏବେ ଫିଲ୍ମ ଦୁନିଆରେ ଶୋକର ଛାୟା ଖେଳି ଯାଇଛି ।

ତେବେ ଏହା ଥିଲା ଆଜିର ବିଷୟ ବସ୍ତୁ । ଏଥିରେ ଆମେ କରୋନା ଭାଇରସ୍ ସମ୍ୱନ୍ଧରେ କିଛି ଜାଣିଲେ । ସାଂପ୍ରତିକ ସମୟରେ କରୋନା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ !

Leave a Reply

Your email address will not be published. Required fields are marked *