ଶୋଇବା ସମୟରେ ଏହି ୫ଟି କାମକୁ ଭୁଲ୍ ରେ ମଧ୍ୟ କେବେ କରନ୍ତୁ ନାହିଁ ନଚେତ ଏହା ଆପଣଙ୍କୁ ଭିକାରୀ କରିଦେଇ ପାରେ !!

ଅଧିକାଂଶ ସମୟରେ ଅନେକ ଲୋକମାନେ ଜଣା ବା ଅଜଣା ରେ କିଛି ଏଭଳି ଭୁଲ୍ କାମ କରିଦିଅନ୍ତି, ଯାହା ଯୋଗୁଁ ସେମାନଙ୍କୁ ଭବିଷ୍ୟତରେ ବହୁତ ସମସ୍ୟାରେ ସମ୍ମୁଖୀନ ହବାକୁ ପଡ଼ିଥାଏ । ଶାସ୍ତ୍ର ଅନୁସାରେ ସମସ୍ତ କାର୍ଯ୍ୟ କରିବାକୁ ଏକ ସଠିକ୍ ଉପାୟ ଥାଏ । ଏମିତିରେ କହିବାକୁଗଲେ କିଛିଥର ଦେଖାଯାଇଛି ଯେ, କିଛି ଲୋକମାନେ ଏଭଳି ଭୁଲ୍ କରିଦିଅନ୍ତି ଯାହାକି ତାଙ୍କୁ କରିବା ଅନୁଚିତ ଅଟେ । ଆସନ୍ତୁ ଆଜି ଆମେ ସେହି ୫ଟି ଭୁଲ୍ ବିଷୟରେ ସମ୍ପୂର୍ଣ୍ଣ ରୂପେ ଜାଣିବା । ଯାହାକୁ କି ରାତିରେ ଶୋଇବା ବେଳେ ଭୁଲ୍ ରେ ମଧ୍ୟ କେବେ କରିବା ଉଚିତ ନୁହଁ । ଯଦି ଏଭଳି ଭୁଲ୍ କରିଥାଅ ତେବେ ଆପଣଙ୍କୁ ଧନର ହାନି ହୋଇଥାଏ ଓ ଦରିଦ୍ରତା କୁ ସାମ୍ନା କରିବାକୁ ପଡିଥାଏ ।

୧) ପୋର୍ସ –

ବାସ୍ତୁ ଶାସ୍ତ୍ର ଅନୁସାରେ ଅନୁଷ୍ୟ ରାତିରେ ଶୋଇବା ବେଳେ କେବେବି ପୋର୍ସ ନିଜ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଘରର ଖର୍ଚ୍ଚ ବୃଦ୍ଧି ପାଇଥାଏ ଏବଂ ବ୍ୟକ୍ତିର ଜୀବନରେ ଦରିଦ୍ରତା ଲାଗି ରହିଥାଏ । ତେଣୁ ରାତିରେ ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ପୋର୍ସ ବା ଟଙ୍କା ରଖିବା ଉଚିତ ନୁହେଁ ।

୨ ) ଘଡ଼ି –

ଆପଣ ରାତିରେ କେବେବି ନିଜ ମୁଣ୍ଡ ପାଖରେ ଘଡ଼ି ରଖି ଶୁଅନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ଅଶୁଭ ହୋଇଥାଏ । ଏଭଳି କରିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୩) ଜୋତା –

ମନୁଷ୍ୟ ରାତିରେ ଶୋଇବା ବେଳେ କେବେବି ନିଜ ମୁଣ୍ଡ ପାଖରେ ଜୋତା ରଖି ଶୋଇବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବହୁତ ଭୁଲ୍ ଅଟେ । ଏହି କାରଣରୁ ଘରକୁ ସମସ୍ୟା ଆସିବାକୁ ଲାଗିଥାଏ ଏବଂ ଘରରୁ ମାତା ଲଷ୍ମୀ ଛାଡ଼ି ଚାଲିଯାଇଥାନ୍ତି ।

୪) ସୁନା ବା ଚାନ୍ଦିର ଜିନିଷ –

ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ, ମନୁଷ୍ୟ ରାତିରେ ଶୋଇବା ବେଳେ ସୁନା ବା ଚାନ୍ଦିରୁ ତିଆରି ଜିନିଷ ଗୁଡ଼ିକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା କରିବା ଦ୍ୱାରା ସୌଭାଗ୍ୟ ବଦଳରେ ଦୁର୍ଭାଗ୍ୟ ମାଡ଼ି ଆସିଥାଏ ।

୫) ଚାବି –

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ, କୌଣସି ଧାତୁରେ ତିଆରି ଚାବିକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ ନୁହେଁ । ଲୁହା ବ୍ୟତୀତ ଯଦି ଅନ୍ୟ କୌଣସ ଧାତୁରେ ତିଆରି ଚାବିକୁ ନିଜ ମୁଣ୍ଡ ପାଖରେ ରଖି ଶୋଇବେ ଏହା ଆପଣଙ୍କ ଜୀବନରେ ଅଭାବ ଆଣିଥାଏ । ତେଣୁ ଅନ୍ୟ ଧାତୁରେ ତିଆରି ହୋଇଥିବା ଚାବିକୁ ନିଜ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *