ଶନିବାର ଦିନ ଏଥି ମଧ୍ୟରୁ ଗୋଟିଏ ଜିନିଷ ନିଜ ପର୍ସରେ ରଖିଦିଅନ୍ତୁ ! ସନ୍ଧ୍ୟା ସୁଦ୍ଧା ନିଶ୍ଚୟ ଭଲ ଖବର ଶୁଣିବାକୁ ପାଇବେ ।

ଦୁଃଖ କଷ୍ଟ ଏମିତି ଏକ ପକ୍ଷୀ ଯିଏ କି କେତେବେଳେ ନା କେତେବେଳେ ଯେକୌଣସି ବ୍ୟକ୍ତିଙ୍କ ଘରେ ଆସି ବସା ବାନ୍ଧି ନେଇଥାଏ । କହିବାର ତାତ୍ପର୍ଯ୍ୟ ଏହା ଯେ, ଦୁଖଃ ଓ ଅସୁବିଧା ସମସ୍ତଙ୍କ ଜୀବନରେ ଆସିଥାଏ । ଏମିତି ପରିସ୍ଥିତିରେ ସମସ୍ତଙ୍କ ପ୍ରୟାସ ଏହା ଥାଏ ଯେ, ଏହି ଦୁଃଖର ପକ୍ଷୀକୁ ଯେତେ ଶୀଘ୍ର ହେବ ତାକୁ ଉଡେଇ ଦେବା । କିନ୍ତୁ ଏହା ସହଜ ମଧ୍ୟ ହୋଇ ନଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ କେବଳ ଗୋଟେ ମାତ୍ର ହିଁ ରାସ୍ତା ଅଛି ଏବଂ ତାହା ହେଉଛି ଶନିଦେବଙ୍କ କୃପା ।

ଆପଣ ଯଦି ଭଗବାନ ଶନିଦେବଙ୍କୁ ଖୁସି କରିବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ହିଁ ଉପଯୁକ୍ତ ଅଟେ । ଶନିବାର ଦିନ ଭଗବାନ ଶନିଦେବଙ୍କ ମନ୍ଦିର ବାହାରେ ବହୁତ ଲମ୍ବା ଧାଡି ଦେଖିକୁ ମିଳିବ । ଲୋକମାନେ ଶନିଦେବଙ୍କ ପ୍ରଭାବରୁ ବଞ୍ଚିବା ପାଇଁ ଓ ଭଗବାନ ଶନିଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ, ମନ୍ଦିରକୁ ଯାଇଥାନ୍ତି । ଶନିବାର ଦିନ ଆପଣ ଦେଖିଥିବେ, ଶନିଦେବଙ୍କ ନାମରେ ଅନେକ ଲୋକମାନେ ଦାନ ଧର୍ମ କରିଥାନ୍ତି । ଦାନରେ ଅଧିକାଂଶ ଲୋକେ ସୋରିଷ ତେଲ ଓ ଟଙ୍କା ଦେଇଥାନ୍ତି ।

ଭଗବାନ ଶନିଦେବଙ୍କୁ ଖୁସି କରି ପାରିବେ କେବଳ ଏହି ଗୋଟିଏ ଜିନିଷରେ –

କେତେକ ଲୋକଙ୍କ ମନରେ ଇଚ୍ଛା ଥାଇ ମଧ୍ୟ ଶନିବାର ଦିନ ମନ୍ଦିରକୁ ଯାଇପାରନ୍ତି ନାହିଁ । କିନ୍ତୁ ସେମାନେ ମଧ୍ୟ ଶନିଦେବଙ୍କୁ ପ୍ରସନ୍ନ କରାଇବାର ଇଚ୍ଛା କରିଥାନ୍ତି । ଏଭଳି ପରିସ୍ଥିତିରେ କଣ କରିବେ ? ଏଥିପାଇଁ ଚିନ୍ତା କାରନ୍ତୁ ନାହିଁ ଆପଣ ! ଆଜି ଆମେ ଆପଣଙ୍କ ପାଇଁ କିଛି ଏଭଳି କଥା କହିବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ଶନିଦେବଙ୍କ କୃପା ପାଇପାରିବେ । ଆଜି ଆମେ ଆପଣଙ୍କୁ ଗୋଟିଏ ଏଭଳି ଜିନିଷ କହିବାକୁ ଯାଉଛୁ, ଯାହାକି ନିଜ ମୁଣା ବା ପର୍ସରେ ରଖି ଶନିଦେବଙ୍କ ଆଶୀର୍ବାଦ ପାଇପାରିବେ । ତେବେ ଆସନ୍ତୁ ଜାଣିବା :

ଏଥିରୁ ଯେକୌଣସି ଗୋଟିଏ ଜିନିଷକୁ ନିଜ ମୁଣା ବା ପର୍ସରେ ରଖି ଦିଅନ୍ତୁ –

Google

● ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ବହୁତ ପ୍ରିୟ ଅଟେ । ତେଣୁ ଭକ୍ତମାନେ ଶନିଦେବଙ୍କୁ ନୀଳ ରଙ୍ଗର ଫୁଲ ଅର୍ପଣ କରିଥାନ୍ତି । ଯଦି ଆପଣ କୌଣସି କାରଣ ବଶତଃ ନୀଳ ଫୁଲକୁ ଶନିଦେବଙ୍କୁ ଅର୍ପଣ କରି ପାରନ୍ତି ନାହିଁ, ତେବେ ତାହାକୁ ଆପଣ ନିଜ ପର୍ସରେ ରଖିଦିଅନ୍ତୁ । ସଂଧ୍ୟା ସୁଧା ଏହାର ଫାଇଦା ନିଶ୍ଚୟ ଦେଖିବାକୁ ମିଳିବ । ଆପଣଙ୍କର ବିଗିଡି ଥିବା କାମ ମଧ୍ୟ ସଂଧ୍ୟା ସୁଧା ସୁରୁଖୁରୁରେ ସମ୍ପାଦନ ହୋଇଯିବ ।

● କଳା ବିରି ଡାଲି ଶନିବାର ଦିନ କାହାକୁ ଦାନ କରିଲେ ଆପଣଙ୍କ ଶାରୀରି ଜନିତ ସମସ୍ତ କଷ୍ଟ ଦୁରେଇ ଯାଇଥାଏ । ଏହାକୁ ଦାନ ନ କରିପାରିଲେ, ଏହାକୁ ମଧ୍ୟ ନିଜ ମୁଣା ବା ପର୍ସରେ ରଖି ପାରିବେ ।

Google

● ଶନିବାର ଦିନ ଯଦି ଆପଣ ରାଶି ତେଲ ଦାନ କରିବେ; ତେବେ ଏହା ଆପଣଙ୍କ ଜୀବନରେ ଖୁସି ଭରି ଦେଵ । ଶନିଦେବ ଏହାଦ୍ୱାରା ଅଧିକ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ରାଶି ତେଲ କାହାକୁ ଦାନ କରିପାରୁ ନାହାଁନ୍ତି, ତେବେ ରାଶିକୁ ନିଜ ମୁଣା ବା ପର୍ସରେ ରଖି ଦିଅନ୍ତୁ । ଏହାଦ୍ୱାରା ସଂଧ୍ୟା ସୁଧା ନିଶ୍ଚୟ ଫାଇଦା ମିଳିବ ।

● ଯଦି ଆପଣ ଶନିବାର ଦିନ କଜ୍ଜଳର ଦାନ କରିବେ, ତେବେ ଆପଣଙ୍କ ଆଖିର ଜ୍ୟୋତି ବଢ଼ିଥାଏ ଓ ଆପଣଙ୍କ ଆଖି ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ । ନିଜେ ମଧ୍ୟ ଶନିବାର ଦିନ ନିଜ ଆଖିରେ କଜ୍ଜଳ ଲଗାନ୍ତୁ, ଯଦି ଲଗାଇବାକୁ ଚାହୁଁ ନ ଥାନ୍ତି, ତେବେ ତାହାକୁ ନିଜ ପାଖରେ ନିଶ୍ଚୟ ରଖନ୍ତୁ ।

Google

● ଶାସ୍ତ୍ରରେ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ କୁହାଯାଇଛି କି, କଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ ବା କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଯଦି ଦାନ କରିବା ସମ୍ଭବ ନୁହେଁ, ତେବେ କଳା ରଙ୍ଗ ବସ୍ତ୍ରର ପୋଷାକ ପିନ୍ଧନ୍ତୁ । ଯଦି ତାହା ମଧ୍ୟ ନ କରିପାରିଲେ କଳା ରଙ୍ଗର ରୁମାଲ ନିଶ୍ଚୟ ରଖନ୍ତୁ, ଲାଭ ମିଳିବ ।

● ଏହି ଦିନ ଆପଣ ଲୁହା ଓ କାଚ ନିର୍ମିତ କିଛି ଛୋଟିଆ ଦ୍ରବ୍ୟ ନିଜ ପାଖରେ ରଖନ୍ତୁ, ଏଭଳି କରିଲେ ଶନି ଓ ରାହୁ ଦୁହେଁଙ୍କ ଖରାପ ପ୍ରଭାବରୁ ଦୁରେଇ ରହି ପାରିବେ ।

ଅନୁଛେଦଟିରେ ପ୍ରଦାନ କରାଯାଇଥିବା ତଥ୍ୟ ଉପରେ ଆପଣଙ୍କ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । “ଜୟ ଶନିଦେବ” ।

Be the first to comment

Leave a Reply

Your email address will not be published.


*