‘ଲକଡାଉନ୍’ରେ ସ୍ଵାମୀଙ୍କ ଚାକିରୀ ଚାଲିଯିବାରୁ ସାଙ୍ଗମାନଙ୍କ ସହ ସହବାସ କରିବାକୁ ବାଧ୍ୟ କଲେ ! ପତ୍ନୀ ବରଣ କରିବାକୁ ଉଠାଇଲେ ଏହି ପଦକ୍ଷେପ…

‘ଲକଡାଉନ୍’ରେ ସ୍ଵାମୀଙ୍କ ଚାକିରୀ ଚାଲିଯିବାରୁ ସାଙ୍ଗମାନଙ୍କ ସହ ସହବାସ କରିବାକୁ ବାଧ୍ୟ କଲେ ! ପତ୍ନୀ ବରଣ କରିବାକୁ ଉଠାଇଲେ ଏହି ପଦକ୍ଷେପ…

କରୋନା ଭୁତାଣୁ ଏବଂ ଲକଡାଉନ୍ ଯୋଗୁଁ ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ସହିତ ରୋଜଗାର ମଧ୍ୟ ଚାଲିଯାଇଛି । ଏହି ସମୟରେ ଅନେକ ଲୋକଙ୍କୁ ନିଜ ଚାକିରୀ ଛାଡିବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ଭଲ ଭଲ ଲୋକମାନେ ମଧ୍ୟ ଟଙ୍କା ରୋଜଗାର କରିବାପାଇଁ ଫଳ ପନିପରିବା ବିକିବା ଭଳି କାମ କରିବାକୁ ଲାଗିଥିଲେ ।

ଏହି ସମୟ ମଧ୍ୟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜଣେ ୨୭ ବର୍ଷୀୟ ସ୍ଵାମୀଙ୍କର ଚାକିରୀ ଚାଲିଯିବାରୁ ସେ ଯୌନ କର୍ମୀ ଭାବରେ କାମ କରିବା ଆରମ୍ଭ କରିଦେଇଥିଲେ । ଯେତେବେଳେ ଏ ବିଷୟରେ ତାଙ୍କ ସ୍ତ୍ରୀଙ୍କୁ ଜଣା ପଡିଥିଲା, ସେତେବେଳେ ସେ ଛାଡ଼ପତ୍ର ପାଇଁ ଜିଦ୍ ଧରି ବସିଥିଲେ । ତେବେ ଚାଲନ୍ତୁ ଏହି ଆଶ୍ଚର୍ଯ୍ୟଜନକ ମାମଲା ବିଷୟରେ ଟିକିଏ ବିସ୍ତାର ଭାବରେ ଜାଣିବା ।

ନିକଟରେ ୨୪ ବର୍ଷୀୟ ଜଣେ ମହିଳା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲ । ଛାଡପତ୍ରର କାରଣ ଆଶ୍ଚର୍ଯ୍ୟଜନକ ଥିଲା । ମହିଳାଙ୍କର କହିବା ଅନୁଯାୟୀ, ତାଙ୍କ ସ୍ଵାମୀ ଯୌନ କର୍ମୀ ଭାବରେ କାମ କରିବାକୁ ଲାଗିଛନ୍ତି । ତାଙ୍କୁ ଏ ବିଷୟରେ ଅନେକ ମାସ ଧରି ଜଣାନଥିଲା । ଏଥିସହ ସ୍ୱାମୀ କହିଥିଲେ ଯେ, ଲକଡାଉନରେ ତାଙ୍କ ଚାକିରୀ ଚାଲି ଯାଇଥିଲା । ତାଙ୍କୁ ତାଙ୍କ ଘର ପାଇଁ ଟଙ୍କାର ଆବଶ୍ୟକତା ଥିଲା । ଏଥିପାଇଁ ସେ ଯୌନ କର୍ମୀ ଭାବରେ କାମ କରିବା ଆରମ୍ଭ କରିଥିଲେ ।

ମହିଳା ଜଣକ ତାଙ୍କର ସମସ୍ୟା ବେଙ୍ଗାଲୁରୁ ପୋଲିସ୍ ଓମେନ୍ସ ହେଲ୍ପଲାଇନରେ ମଧ୍ୟ ସେୟାର୍ କରିଥିଲେ । ସେମାନେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସମାଧାନ କରିବାପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମାଧାନ ହୋଇ ପାରିନଥିଲା । ବର୍ତ୍ତମାନ ଉଭୟେ ସହମତି ସହ ଛାଡପତ୍ର ନେଇ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।

‘ସ୍ୱାମୀ-ସ୍ତ୍ରୀ’ଙ୍କର ସାକ୍ଷାତ ୨୦୧୭ ମସିହାରେ ବିପିଓ ଅଫିସର କ୍ୟାଣ୍ଟିନରେ ହୋଇଥିଲା । ଏହି ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମ ହୋଇଯାଇଥିଲା । ଉଭୟେ ୨୦୧୯ ମସିହାରେ ବିବାହ କରିଥିଲେ । ବେଙ୍ଗାଲୁରୁରେ ଦୁହେଁ ଏକ ଭଡା ଘରେ ରହୁଥିଲେ । ତେବେ ଲକଡାଉନ୍ କାରଣରୁ ସ୍ୱାମୀଙ୍କର ଚାକିରୀ ଚାଲି ଯାଇଥିଲା । ସେ ଅନେକ ଚାକିରୀ ଖୋଜିଥିଲେ କିନ୍ତୁ ମିଳି ପାରିନଥିଲା । ଏହି ସମୟ ମଧ୍ୟରେ ମହିଳା ସନ୍ଦେହ କରିଥିଲେ କି ତାଙ୍କ ସ୍ଵାମୀ ତାଙ୍କୁ କିଛି ଲୁଚାଉଛନ୍ତି ।

ସ୍ୱାମୀ ସବୁବେଳେ ମୋବାଇଲ୍ ଏବଂ ଲାପଟପରେ ବ୍ୟସ୍ତ ରହୁଥିଲେ । ସେ ଭିନ୍ନ ଭିନ୍ନ ସ୍ଥାନକୁ ମଧ୍ୟ ଯାଉଥିଲେ । ସ୍ତ୍ରୀ ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି କହୁନଥିଲେ । ଏଭଳି ପରିସ୍ଥିତିରେ ମହିଳା ଜଣକ ନିଜ ଭାଇଙ୍କ ସାହାଯ୍ୟରେ ‘ଲାପ୍-ଟପ୍’ର ପାସୱାର୍ଡ ହାସଲ କରିଥିଲେ । ଏଥିରୁ ତାଙ୍କୁ କେତେକ ଫୋଟ ମିଳିଥିଲା, ଯେଉଁଥିରେ ତାଙ୍କ ସ୍ଵାମୀ କେତେକ ଅଜଣା ମହିଳା ମାନଙ୍କ ସହ ସନ୍ଦିଗ୍ଧ ଅବସ୍ଥାରେ ଥିଲେ ।

ମହିଳା ଜଣକ ବୁଝିପାରିଥିଲେ କି ତାଙ୍କ ସ୍ୱାମୀ ଜଣେ ଯୌନ କର୍ମୀ ଅଟନ୍ତି । ତାଙ୍କୁ ପ୍ରତ୍ୟେକ ମହିଳାଙ୍କ ଠାରୁ ୩ ରୁ ୫ ହଜାର ପର୍ଯ୍ୟନ୍ତ ମିଳିଯାଏ । ସହରରେ ତାଙ୍କ ସ୍ୱାମୀଙ୍କର ବହୁ ଜଣ ମହିଳା କ୍ଲାଏଣ୍ଟସ୍ ମଧ୍ୟ ଅଛନ୍ତି । ସେ ଏହି ସମସ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖି ଟଙ୍କା ରୋଜଗାର କରୁଛନ୍ତି । ଓମେନ୍ସ ହେଲ୍ପଲାଇନର ପରାମର୍ଶଦାତାଙ୍କୁ ସେ କହିଥିଲେ କି ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ଠାରୁ ଅଲଗା ହେବାକୁ ଚାହୁଁ ନାହାଁନ୍ତି । କିନ୍ତୁ ସେ ନୂତନ କାମକୁ ମଧ୍ୟ ଭଲ ପାଉଛନ୍ତି । ତେବେ ସେ ଏହା ଦାବି କରିଛନ୍ତି ଯେ, ଭବିଷ୍ୟତରେ ସେ ଯୌନ କର୍ମୀ ଭାବରେ କାମ କରିବା ବନ୍ଦ କରିଦେବେ ।

Leave a Reply

Your email address will not be published. Required fields are marked *