ରାସ୍ତାରେ ବାଦାମ ବିକ୍ରି କରୁଥିବା ପିଲା ବଲିଉଡ ର ସୁପର ଷ୍ଟାର କେମିତି ହେଲା ? ଆସନ୍ତୁ ଜାଣିବା !

ଲୋକମାନେ ଅଧିକାଂଶ ସମୟରେ ଏହା ହିଁ କହିଥାନ୍ତି କି, ବିଲିଉଡ଼ରେ ଖାସ୍ କରି ସେମାନଙ୍କୁ ସୁଯୋଗ ମିଳିଥାଏ ଯାହାର କେହି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବେ । କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିରେ କିଛି ଏଭଳି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ କି ଏକ ସାଧାରଣ ପରିବାରର ଅଟନ୍ତି । ଏଭଳି ଅନେକ ଅଭିନେତା ଅଛନ୍ତି ଯିଏକି ଗରିବ ପରିସ୍ଥିତିକୁ ସାମ୍ନା କରିଛନ୍ତି ଓ ଆଜି ସେମାନେ ବଲିଉଡର ସୁପର ଷ୍ଟାର ଅଟନ୍ତି । ଆମେ ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଜାକି ସ୍ରୋଫ ବିଷୟରେ କହୁଅଛୁ । ଯାହାଙ୍କ ପିଲାଦିନ ବହୁତ ଗରିବ ଓ କଷ୍ଟରେ ବିତିଥିଲା ।

google

ସେ ବହୁତ କଷ୍ଟର ସାମ୍ନା କରିବା ପରେ ଆଜି ବଲିଉଡର ଏକ ସୁପର ଷ୍ଟାର ଅଟନ୍ତି । ଜାକି ସ୍ରୋଫଙ୍କ ମା’ ତୁର୍କୀ ସ୍ଥାନର ଥିଲେ ଓ ବାପା ଥିଲେ ଗୁଜୁରାତି । ଅଳ୍ପ କେତେଦିନ ପୂର୍ବେ ଗୋଟିଏ ଇଣ୍ଟେରଭିଉରେ ଜାକି ସ୍ରୋଫ ନିଜ ପିଲାଦିନର ଦୁଃଖ ଭରା କାହାଣୀକୁ କହିଥିଲେ ।

ଇଣ୍ଟେରଭିଉରେ ଜାକି ସ୍ରୋଫ କହିଲେ କି, ନୂଆଁ ଚଳଚିତ୍ରର ପୋଷ୍ଟର ଗୁଡ଼ିକୁ ଲଗାଇ ସେ କିଛି ଟଙ୍କା ଅର୍ଜନ କରୁଥିଲେ । ଏହା ଛଡା ସେ ରାସ୍ତାରେ ବାଦାମ ମଧ୍ୟ ବିକ୍ରି କରୁଥିଲେ । ସେହି ଟଙ୍କା ଗୁଡିକୁ ଏକତ୍ରିତ କରି ସେ ସପ୍ତାହର ଶେଷରେ ଥରେ ଜଲେବି ଖାଉଥିଲେ । ସେ ଛୋଟ ଥିଲା ବେଳେ ତାଙ୍କର ଦିନ ବହୁତ କଷ୍ଟରେ ବିତୁଥିଲା । ଯେତେବେଳେ ସେ ବଡ଼ ହୋଇ ନିଜ ପାଠପଢ଼ା ସାରିଲେ, ତେବେ ସେ ଏକ କପଡ଼ା ତିଆରି ଫେକ୍ଟରିରେ ସୁପର-ୱାଇଜର ରୂପେ କାମ କରିଲେ । ଏହି ଚାକିରୀ ତାଙ୍କ ବାପାଙ୍କ ଯୋଗୁଁ ମିଳିଥିଲା । ଏହାପରେ ସେ କିଛିଦିନ ଟ୍ରାୱେଲ-ଏଜେନ୍ସି ରୂପେ କାମ କରିଲେ ।

କିନ୍ତୁ ଜାକି ସ୍ରୋଫଙ୍କ ଦିନ ସେତେବେଳେ ବଦଳି ଗଲା ଯେତେବେଳେ ହଠାତ୍ ଗୋଟିଏ ବ୍ୟକ୍ତି ତାଙ୍କ ପାଖକୁ ଯାଇ ମୋଡେଲିଙ୍ଗ କରିବାକୁ ସୁଯୋଗ ଦେଲେ । ତାଙ୍କ ପ୍ରଥମ ଫୋଟ ସୁଟ ପାଇଁ ତାଙ୍କୁ ପାଖାପାଖି ୭୫୦୦ ଟଙ୍କା ମିଳିଥିଲା । ଜାକି ସ୍ରୋଫ ଜୀବନରେ ନିଜର ଏତେ ଟଙ୍କା କେବେ ଦେଖିନଥିଲେ । ଏହାପରେ ସେ ଏହି କାମରେ ଆଗକୁ ବଢ଼ିଲେ । ଜାକି ସ୍ରୋଫ ସେହି ମହିଳାଙ୍କୁ ମଧ୍ୟ କେବେ ଭୁଲିପାରିବେ ନାହିଁ, ଯିଏ କି ଜାକି ସ୍ରୋଫ କୁ ଏକ୍ଟିଙ୍ଗ କରିବାକୁ କହିଥିଲେ ।

Be the first to comment

Leave a Reply

Your email address will not be published.


*