ଯାଜପୁର ସମେତ ଅନ୍ୟ ଚାରୋଟି ମନ୍ଦିରରେ ସାବିତ୍ରୀ ନିମନ୍ତେ ୧୪୪ ଧାରା ଜାରି କରାଯାଇଛି !

ଯାଜପୁର ସମେତ ଅନ୍ୟ ଚାରୋଟି ମନ୍ଦିରରେ ସାବିତ୍ରୀ ନିମନ୍ତେ ୧୪୪ ଧାରା ଜାରି କରାଯାଇଛି !

ପର୍ବମାନଙ୍କ ମଧ୍ୟରେ ସାବିତ୍ରୀ ବ୍ରତ ବା ସାବିତ୍ରୀ ପର୍ବ ଅନ୍ୟତମ । ଏହି ଦିନ ବିବାହିତା ନାରୀମାନେ ନିଜ ସ୍ଵାମୀର ଦୀର୍ଘାୟୁ ନିମନ୍ତେ ପୂଜାର୍ଚ୍ଚନା କରିଥାନ୍ତି । ଏହି ଅବସରରେ ବିବାହିତ ମହିଳାମାନେ ପୂଜା କରିବା ନିମନ୍ତେ, ବିଭିନ୍ନ ଦେବାଦେବୀ ମନ୍ଦିରରେ ଭିଡ ଲାଗିଥାଏ । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ କରୋନାର ପ୍ରଭାବ ଯୋଗୁଁ କୌଣସି ପରିସ୍ଥିତି ମଧ୍ୟ ଭିଡ କରିବା ଓ ଭିଡ ମଧ୍ୟରେ ପୂଜାର୍ଚ୍ଚ କରିବା ନିମନ୍ତେ ଅନୁମତି ଦିଆଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଯାଜପୁର ତହସିଲଦାରଙ୍କ ରିପୋର୍ଟ ଅନୁସାରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା, ଯାଉଁଳି ବନ୍ଧରେ ଥିବା ମା’ ମଙ୍ଗଳା, ଯାଜପୁରର ଜଗନ୍ନାଥ ମନ୍ଦିର, ବରାହ ମନ୍ଦିର, ମାନସାପୋଲ ଠାରେ ଥିବା ରାମ ମନ୍ଦିରରେ ୯ ତାରିଖ ମଧ୍ୟ ରାତ୍ରରୁ ୧୦ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି ।

ଏନେଇ ଯାଜପୁର ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ଓ ଯାଜପୁର ଟାଉନ ପୁଲିସକୁ ଉକ୍ତ ଅଞ୍ଚଳ ଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତିର ତଦାରକ୍ଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କରୋନାର ସଙ୍କଟକାଳୀନ ସ୍ଥିତିରେ, ଓଡିଶାବାସୀ ନିଜ କରୋନା ଅପେକ୍ଷା ନିଜ ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଅର୍ଥାତ ଆସନ୍ତାକାଲି ସାବିତ୍ରୀ ବ୍ରତ ପାଇଁ ଆଜି ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କରୋନା ସଂକ୍ରମଣକୁ ଖାତିରି ନ କରି ସାବିତ୍ରୀ ବ୍ରତ ନିମନ୍ତେ ଯୋଗାଡ ଚାଲିଛି ।

Leave a Reply

Your email address will not be published. Required fields are marked *