ଯଦି ବାରମ୍ବାର ମୁଣ୍ଡବ୍ୟଥା ହେଉଥାଏ, ତେବେ ଅଣଦେଖା କରନ୍ତୁ ନାହିଁ: ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ…

ଆଜିକାଲି କୌଣସି ବ୍ୟକ୍ତି ମଧ୍ୟ ଛାତିରେ ହାତ ରଖି କହିପାରିବେ ନାହିଁ ଯେ, ମୁଁ ଅର୍ଥାତ ମୋର ଶରୀର ସଂପୂର୍ଣ୍ଣ ସୁସ୍ଥ । ଆପଣ ଅନୁଭବ କରିଥିବେ ଯେ ଶରୀରରେ ଅନେକ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖାଯାଇଥାଏ । ଯେଉଁଥିରୁ କିଛି ରୋଗ କିଛି ଦିନରେ ହିଁ ଠିକ୍ ହୋଇଯାଇଥାଏ ଏବଂ ଆଉକିଛି ରୋଗରୁ ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ଲାଗିଥାଏ । କିନ୍ତୁ କିଛି ଏପରି ରୋଗ ମଧ୍ୟ ରହିଛି ଯାହା ରୋଗ ଶ୍ରେଣୀର ନ ହୋଇ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଯେପରି କି ମୁଣ୍ଡବ୍ୟଥା । ଗୋଟିଏ ପକ୍ଷରୁ ଦେଖିବାକୁ ଗଲେ ଏହା କୌଣସି ରୋଗ ନୁହେଁ କିନ୍ତୁ ଏହି ମୁଣ୍ଡ ବ୍ୟଥା ଯଦି ଅଧିକ ସମୟ ରହିଥାଏ; ତେବେ ଏକ ସାଙ୍ଘାତିକ ରୋଗର ରୂପ ଧାରଣ କରିପାରେ । ପ୍ରକୃତରେ ଆଜି ଆମେ ଏହି ଅନୁଛେଦରେ ମୁଣ୍ଡବ୍ୟଥା ବିଷୟରେ କହୁଛୁ ଯାହା ପ୍ରାୟତଃ ଲୋକେ ସମୟ ସମୟରେ ମୁଣ୍ଡବ୍ୟଥା ପରି ସମସ୍ୟାରେ ପୀଡିତ ହୋଇଥାନ୍ତି । କେତେବେଳେ ଖୁବ୍ କମ ଆଉ କେତେବେଳେ ଖୁବ୍ ଜୋରରେ ଏହି ମୁଣ୍ଡବ୍ୟଥା ହୋଇଥାଏ ଏବଂ ପ୍ରାୟତଃ ଏପରି ସେତେବେଳେ ହୋଇଥାଏ ଯେତେବେଳେ ଆପଣ ହଠାତ କୌଣସି ତୀକ୍ଷ୍ଣ ରଶ୍ମୀ ଦେଖନ୍ତି କିମ୍ବା କୌଣସି ତୀକ୍ଷ୍ଣ ଶବ୍ଦ ଶୁଣନ୍ତି ।

ମାତ୍ର ସାଧାରଣତଃ ଆପଣ ଏପରି ମୁଣ୍ଡବ୍ୟଥାକୁ ଅଣଦେଖା କରନ୍ତି ଏବଂ ଏପରି ମୁଣ୍ଡବ୍ୟଥା ହେଲେ ଆପଣ କୌଣସି ନା କୌଣସି ପେନ୍ କିଲର୍ ଖାଇ ତାହାକୁ ବନ୍ଦ କରିଦିଅନ୍ତି । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ, ଏହି ଲକ୍ଷଣ ବ୍ରେନ୍ ଟ୍ୟୁମର୍ ଭଳି ବଡ଼ ରୋଗର ସଙ୍କେତ ମଧ୍ୟ ହୋଇପାରେ । ଏହିଭଳି ରୋଗରୁ ବଂଚିବା ପାଇଁ ଆପଣଙ୍କୁ ଅଧିକ ସଚେତନ ରହିବାକୁ ପଡ଼ିବ ।

ବ୍ରେନ୍ ଟ୍ୟୁମର୍ ମସ୍ତିଷ୍କରେ ସୃଷ୍ଟି ହେଉଥିବା କୋଶିକାଗୁଡ଼ିକର ଅତି ଅସାମାନ୍ୟ ପ୍ରକ୍ରିୟା କାରଣରୁ କିମ୍ବା ଅନିୟନ୍ତ୍ରିତ ବୃଦ୍ଧି କାରଣରୁ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ ଯେ, କିଛି ଏପରି କୋଶିକା ସ୍ଵତଃଭାବେ ବଢ଼ିବାରେ ଲାଗିଥାଏ । ଯାହା ଖୁବ୍ ଭୟଙ୍କର ହୋଇଥାଏ ଏବଂ ଏହି ପ୍ରକାରର କୋଶିକା ଗୁଡ଼ିକ ଯେତେବେଳେ ଖୁବ୍ ଅଧିକ ବଢ଼ିଯାଏ, ତାହା ଟ୍ୟୁମର୍ ଆକାର ଧାରଣ କରିଥାଏ । ଆପଣଙ୍କୁ ଏହା ନିଶ୍ଚିତ ଭାବରେ ଜାଣିବା ଉଚିତ ଯେ, ବ୍ରେନ୍ ଟ୍ୟୁମର୍ ମସ୍ତିଷ୍କ ଭିତରେ ସୃଷ୍ଟି ହୋଇଥାଏ ଏବଂ ପରେ ସମଗ୍ର ଶରୀରରେ ବ୍ୟାପି ଯାଇଥାଏ ।

Google

ଆପଣ ଜାଣିବା ପାଇଁ କହିରଖୁଛୁ ଯେ, ବ୍ରେନ୍ ଟ୍ୟୁମର୍ ଭଳି ରୋଗ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ ଏବଂ ଅନେକ ବୈଜ୍ଞାନିକ ଗବେଷଣା ପରେ ମଧ୍ୟ ଟ୍ୟୁମରର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ଗୋଟିଏ କଥା ସମ୍ନାକୁ ଆସିଛି ଯେ, ଜେନେଟିକ୍ ବ୍ରେନ୍ ଟ୍ୟୁମର୍ ହେବାରେ ମୁଖ୍ୟ କାରଣ ଅଟେ । ମୁଣ୍ଡବ୍ୟଥା, ଚାଳିବାରେ ସନ୍ତୁଳନ ନ ହେବା କିମ୍ବା ସ୍ମରଣ ଶକ୍ତି ଦୁର୍ବଳ ହେବା ଆଦି ଏହାର ମୁଖ୍ୟ ଲକ୍ଷଣ ଅଟେ । ଆପଣଙ୍କୁ କହିରଖୁଛୁ ଯେ, ଯେଉଁ ଲୋକମାନେ ଅଧିକ ମୋବାଇଲ ଫୋନ କିମ୍ବା ଅନ୍ୟ ପ୍ରକାରର ଇଲେକ୍ଟ୍ରନିକ ଜିନିଷର ବ୍ୟବହାର କରନ୍ତି ସେଥିରୁ ନିର୍ଗତ ହେଉଥିବା ବିକିରଣ ଅନେକ ପ୍ରକାରର କ୍ୟାନ୍ସରର କାରଣ ହୋଇଥାଏ । କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ପ୍ରକାରର ତଥ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରମାଣ କରାଯାଇ ପାରିନାହିଁ । ଯଦି କୌଣସି ବ୍ୟକ୍ତି ଏପରି ରୋଗରେ ପୀଡ଼ିତ ହୁଅନ୍ତି; ତେବେ ସେଥିପାଇଁ ରେଡିୟଥେରାପି, କେମୋଥେରାପି, ସର୍ଜରୀ, ଔଷଧ ଆଦି ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ଗୋଟିଏ ସେୟାର କରନ୍ତୁ ।

Be the first to comment

Leave a Reply

Your email address will not be published.


*