ମା’ ଧନଲଷ୍ମୀ ଗୃହକୁ ଆସିବା ଆଗରୁ ଆମକୁ ଦେଇଥାନ୍ତି ଏହି ୫ଟି ସଙ୍କେତ !!

ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖା ଯାଇଥାନ୍ତି, ଘରକୁ ବିଲେଇ ଆସି କ୍ଷୀର ପିଇଥାଏ କିମ୍ଭା ରାତିରେ ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖିଥାନ୍ତି; ତେବେ ଏହା ମାତା ଲଷ୍ମୀ ଗୃହକୁ ଆସିବାର ସଙ୍କେତ ହୋଇଥାଏ ।

ଗୁରୁବାର ଦିନ ଓ ଶନିବାର ଦିନ ଘରର କୌଣସି ସାମଗ୍ରୀ ଭୁଲରେ ମଧ୍ୟ ବିକ୍ରି କରନ୍ତୁ ନାହିଁ । ଏହା ଦ୍ଵାରା ମାତା ଲଷ୍ମୀ ଗୃହ ଛାଡ଼ି ଚାଲିଯାନ୍ତି । ଗୋଟିଏ ଉପାୟ ମଧ୍ୟ ଜାଣି ରଖନ୍ତୁ, ଘରେ ଯଦି ସର୍ବଦା ଟଙ୍କାର ଅଭାବ ଲାଗି ରହୁଥାଏ ଯେତେବି ରୋଜଗାର କରୁଥାନ୍ତୁ ନା କାହିଁକି ସର୍ବଦା ନିଅଣ୍ଟ ଲାଗି ରହିଥାଏ; ତେବେ ଛୋଟ ପିତଳ ଢାଳରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ତାହାକୁ ଘରର ପଶ୍ଚିମ ଦିଗରେ ରଖି ପ୍ରତିଦିନ ମୁଣ୍ଡିଆ ମାରନ୍ତୁ । ଏହା ଆପଣଙ୍କ ସମସ୍ତ ଅଭାବକୁ ଶୀଘ୍ର ପୂରଣ କରିଥାଏ । ଘର ଆଗରେ ପଥର ଗୁଡ଼ିକୁ ଜମା କରି ରଖନ୍ତୁ ନାହିଁ । ଘର ସମ୍ମୁଖରେ କଣ୍ଟା ଗଛକୁ ବିଲକୁଲ୍ ରଖନ୍ତୁ ନାହିଁ ।

Google

ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ବାଜିଲେ ଅଗ୍ନି, ଚର ଓ ବଜ୍ର ଭୟ ରହି ନଥାଏ । ଯେତେବେଳେ ମଧ୍ୟ ଆପଣ ଯାନବାହନ ବିକ୍ରି କରୁଛନ୍ତି କିମ୍ବା କୌଣସି ଲୁହା ଜିନିଷ ବିକ୍ରି କରୁଥାନ୍ତି; ତେବେ ମନେ ରଖନ୍ତୁ ମଙ୍ଗଳବାର ଦିନ ଭୁଲରେ ମଧ୍ୟ ବିକ୍ରି କରନ୍ତୁ ନାହିଁ ଏବଂ କୌଣସି ପରିସ୍ଥିତିରେ ଗୁରୁବାର ଦିନ ଜମିର ବିକ୍ରି କରନ୍ତୁ ନାହିଁ ।

ଧଳା ପେଚା ଯଦି ଘର ଉପରେ ବସନ୍ତି ଓ ଘର ଭିତରେ ପସିଥାନ୍ତି ବା ରାସ୍ତାରେ ଆପଣ ଯଦି କେବେ ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।

ଘରେ ଯଦି ନେଉଳ, ଧଳା ପାରା କିମ୍ବା ଧଳା ପାରାର ମୂର୍ତ୍ତି ରଖନ୍ତି; ତେବେ ଘରେ ସର୍ବଦା ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ରଖନ୍ତୁ ଏବଂ ଯାତ୍ରା ସମୟରେ ତୁଳସୀ ଗଛ ମୂଳର ମାଟି ନିଜ ମୁଣ୍ଡକୁ ଲଗାନ୍ତୁ ।

ରୋଷେଇ ଘରେ କେବେବି ଝାଡୁ ରଖନ୍ତୁ ନାହିଁ । ଝାଡୁଟିକୁ ଘର ସଫା କରି ତାହାକୁ ଘରର କୌଣସି ଏକ ଜାଗାରେ ଲୁଚାଇ ରଖି ଦିଅନ୍ତୁ ।

Be the first to comment

Leave a Reply

Your email address will not be published.


*