ମାତ୍ର ୫ ବର୍ଷ ବୟସରେ ମାଆ ହୋଇଗଲେ ଏହି କୁନି ଝିଅ !

କେବେ ଆପଣ ଶୁଣିଛନ୍ତି କି ୫ ବର୍ଷର ଏକ ବାଳିକା ମାଆ ହେବାର ଆଜ୍ଞା ହଁ ଏହା ସତ । ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବାଳିକା ଠାରୁ ଜନ୍ମ ନେଇଥିବା ଶିଶୁଟି ଥିଲା ଦୁନିଆର ସବୁଠାରୁ ଓଜନ ଦାର ଶିଶୁ । ଏହା ବହୁ ବର୍ଷ ତଳର କଥା । ୫ ବର୍ଷ ବୟସରେ ମାଆ ବନିଥିବା ଏହି ବାଳିକାର ନାମ ଥିଲା ଲୀନା ମେଡିନା । ସେ ଦୁନିଆର ସବୁଠାରୁ କମ୍ ବଯସର ମାଆ ହେବାର ସୌଭାଗ୍ୟ ଲାଭ କରିଥିଲେ । ଲୀନା ଏକ ବିରଳ ସ୍ଥିତି ସହ ହୋଇଥିଲେ । ଏହା ଏମିତି ଏକ ସ୍ଥିତି ଯେଉଁଠି ଜନନାଙ୍ଗ ବହୁତ ଶୀଘ୍ର ବିକଶିତ ହୋଇ ଯାଇଥାଏ । ସାଧାରଣତଃ ଝିଅ ମାନଙ୍କ କ୍ଷେତ୍ରରେ ୧୦ ବର୍ଷ ବୟସରେ ଜନାନଙ୍ଗର ବିକାଶ ଆରମ୍ଭ ହେଉଥିବା ବେଳେ ପୁଅମାନଙ୍କ କ୍ଷେତ୍ରରେ ୧୧ ରୁ ୧୨ ବର୍ଷ ବୟସରେ ହୋଇଥାଏ । କିନ୍ତୁ ଲିନାଙ୍କ ଠାରେ ୮ ମାସ ବୟସରେ ହିଁ ଯୁବତୀ ସୁଲଭ ବୟସ ଗୁଣ ସବୁ ଦେଖା ଦେଇଥିଲା ।

google

ଯେତେବେଳେ ଲୀନା ୫ ବର୍ଷର ହେଲେ ହଠାତ୍ ତାଙ୍କ ପେଟ ବଢିବାରେ ଲାଗିଲା । ହସ୍ପିଟାଲରେ ଯେତେବେଳେ ତାଙ୍କ ଯାଞ୍ଚ କରାଗଲା ସେତେବେଳେ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା । ୫ ବର୍ଷର ଝିଅ ଯିଏ ମାଆ ହାତରୁ ଖାଦ୍ୟ ଖାଉଥିଲା ସେ ନିଜ ମାଆ ବନିବାକୁ ଯାଉଥିଲା । ହସ୍ପିଟାଲରେ ପହଞ୍ଚିବା ସମୟରେ ଲୀନା ୮ ମାସର ଗର୍ଭବତୀ ଥିଲେ । ୧୯୩୯ ମସିହା ମେ ମାସ ୧୪ ତାରିଖରେ ଲୀନା ସୁସ୍ଥ ସବଳ ଛୁଆ ଜନ୍ମ କରିଥିଲେ । ନବଜାତ ଶିଶୁଟିର ଓଜନ ପାଖାପାଖି ୬ ପାଉଣ୍ଡ ଥିଲା । ଡାକ୍ତରଙ୍କ ସାମ୍ନାରେ ଲୀନା ତାଙ୍କ ନବଜାତ ଶିଶୁର ନାମ ଗେରାଲ୍ଡ ରଖିଥିଲେ । ଗେରାଲ୍ଡ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚି ରହିଥିଲେ । କିନ୍ତୁ ବୋନ ମେରୋ ରୋଗ ଯୋଗୁଁ ୧୯୭୯ ମସିହାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Be the first to comment

Leave a Reply

Your email address will not be published.


*