ଭାରତୀୟ ବୋହୂ : କରୋନା ସଂକ୍ରମିତ ଶଶୁରକୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ…

ଭାରତୀୟ ବୋହୂ : କରୋନା ସଂକ୍ରମିତ ଶଶୁରକୁ କାନ୍ଧରେ ଉଠାଇ ହସ୍ପିଟାଲ ନେଲେ…

ଭାରତୀୟ ପରମ୍ପରା ଅନୁଯାୟୀ ଘରକୁ ନୂଆ ବୋହୂ ଆସିଲେ ସେ କେବଳ ଗୋଟିଏ ମଣିଷକୁ ନୁହେଁ ବରଂ ସାରା ପରିବାରର ବୋଝକୁ ସାଥିରେ ତୁଲାଇଥାଏ । ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ଜଣେ କର୍ତ୍ତବ୍ୟରତ ବୋହୂ । କରୋନାରେ ଆକ୍ରାନ୍ତ ଶଶୁରଙ୍କୁ ପିଠିରେ ପକାଇ ଚାଲିଚାଲି ଯିବା ଭିଡିଓ ଏବେ ସୋସିଆଲ ମିଡିଆେର ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।ଆସାମର ଭାଟିଗାଓଁ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ ।

ସୂଚନା ଅନୁଯାୟୀ, ୭୫ ବର୍ଷୀୟ ଥୁଲେଶ୍ବର ଦାସ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ତାଙ୍କ ପୁଅ ସୁରଜ ବାହାରେ ରହୁଥିବାରୁ ସେ ଅସହାୟ ମନେକରୁଥିଲେ । କିନ୍ତୁ ଘରେ ଥିବା ବୋହୂ ସାହସ ଜୁଟାଇ ଶ୍ବଶୁରଙ୍କୁ କାନ୍ଧରେ ବସାଇ ହସ୍ପିଟାଲ ଯାଏଁ ଆଣିଥିଲେ । କାରଣ ଯିବାଆସିବା ପାଇଁ ତାଙ୍କ ନିକଟରେ କୌଣସି ସୁବିଧାସୁଯୋଗ ନଥିଲା । ଘରେ କେହି ନଥିବାରୁ ଶ୍ବଶୁର ଥୁଲେଶ୍ବରଙ୍କ ଦେଖା ସାକ୍ଷାତ ବୋହୂ ନିହାରିକା ହିଁ କରୁଥିଲେ । ଶ୍ବଶୁର କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡେରି ନକରି ନିହାରିକା ପିଠିରେ ବସାଇ ହସ୍ପିଟାଲ ଆଣିଥିଲେ ଏବଂ ଚିକିତ୍ସା କରାଇଥିଲେ ।

ଥୁଲେଶ୍ବରଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ଥିବାରୁ ଜିଲ୍ଲା କୋଭିଡ କେୟାର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ନିହାରିକା ହସ୍ପିଟାଲ ନେବାକୁ ରାଜି ହୋଇନଥିଲେ । ଶ୍ବଶୁରଙ୍କ ଚିକିତ୍ସା ଘରେ ରହି କରିବାକୁ ଡାକ୍ତରଙ୍କୁ କହିଥିଲେ । ପରେ ଡାକ୍ତର ସେମାନଙ୍କୁ ଗାଁରେ ଥିବା କୋଭିଡ କେୟାରରେ ଆଡମିଟ କରିଥିଲେ । କିନ୍ତୁ ଦୁଃଖର କଥା ହେଉଛି ଶ୍ବଶୁରଙ୍କ ସେବା କରୁ କରୁ ବୋହୂ ନିହାରିକା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ଉଭୟ ଶ୍ବଶୁର ଏବଂ ବେହୂଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

ସୌଜନ୍ୟ : hindi.news18.com

Leave a Reply

Your email address will not be published. Required fields are marked *