ଭାରତୀୟ ବଜାରରେ ଉପଲବ୍ଧି ହେବେ DRDO ଦ୍ଵାରା ପ୍ରସ୍ତୁତ କରୋନା ଔଷଧ 2-DG : ଏହି ମୂଲ୍ୟରେ ! କେନ୍ଦ୍ର ଓ ରାଜ୍ୟ ସରକାର ଦେବେ ରିହାତି

ଭାରତୀୟ ବଜାରରେ ଉପଲବ୍ଧି ହେବେ DRDO ଦ୍ଵାରା ପ୍ରସ୍ତୁତ କରୋନା ଔଷଧ 2-DG : ଏହି ମୂଲ୍ୟରେ ! କେନ୍ଦ୍ର ଓ ରାଜ୍ୟ ସରକାର ଦେବେ ରିହାତି

ମହାମାରୀ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଡିଆରଡିଓ ଦ୍ଵାରା ବିକଶିତ ହୋଇଥିବା ଟିକାକୁ ଭାରତରେ ଜରୁରୀକାଳୀନ ଔଷଧ ରୂପେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ୍ସର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ଦ୍ୱାରା ପ୍ରସ୍ତୁତ ଔଷଧକୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇପାରିବ ବୋଲି କହିଛି । ଅନୁମତି ମିଳିବା ପରେ 2-Doxy-D-Glucose (2DG) ବର୍ତ୍ତମାନ ଔଷଧର ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ୟାକେଟରେ ଆସୁଥିବା ଏହି ଔଷଧ ‘୨-ଡିଜି’ର ବଜାରରେ ଭିତ୍ତିକ ମୂଲ୍ୟ ୯୯୦ ଥିବାର ସୂଚନା ମିଳିଛି । କିନ୍ତୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ଔଷଧକୁ କମ ଅର୍ଥାତ ରିହାତି ମୂଲ୍ୟରେ ଯୋଗାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) କରୋନା ବିରୋଧରେ ଏହି ଔଷଧ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ବିଶେଷ ଉପଯୋଗ ସାବ୍ୟସ୍ତ ହୋଇପାରିବ । DRDO ଦାବି କରିଛି ଯେ, କରୋନା ସଂକ୍ରମିତ ରୋଗୀ ଯଦି ଏହି ଔଷଧ ବ୍ୟବହାର କରନ୍ତି; ତେବେ ରୋଗୀର ଅମ୍ଳଜାନ ଉପରେ ନିର୍ଭରଶୀଳତା କରିବା ଅନାବଶ୍ୟକ ।

କରୋନାର ଦ୍ୱିତୀୟ ଲୋହରିରେ କରୋନା ରୋଗୀ ଦ୍ଵାରା ସଂକ୍ରମିତ ରୋଗୀ ବିଶେଷ କରି ଅମ୍ଳଜାନ ଆବଶ୍ୟକ କରୁଥିବାର ଲକ୍ଷ୍ୟ କରାଯାଇଛି । ଡିସିଜିଙ୍କ ଅନୁମୋଦନ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଔଷଧର କ୍ଲିନିକାଲ ଟ୍ରାଏଲ ଫଳାଫଳରେ ଏହା ଡାକ୍ତରଖାନାରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ଆରୋଗ୍ୟ କରିଥାଏ ଏବଂ ଅମ୍ଳଜାନ ଉପରେ ସେମାନଙ୍କର ନିର୍ଭରଶୀଳତା ମଧ୍ୟ ହ୍ରାସ କରେ । 2-GD ଔଷଧ ବ୍ୟବହାର ପରେ କରୋନା ରୋଗୀମାନେ ଅନ୍ୟମାନଙ୍କ ତୁଳନାରେ କମ୍ ଦିନରେ ସୁସ୍ଥ ହୋଇଗଲେ । କରୋନା ଦ୍ଵାରା ସଂକ୍ରମିତ ଲୋକମାନେ ଏହି ଔଷଧ ଦ୍ୱାରା ବହୁତ ଉପକୃତ ହେବେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା: ହର୍ଷବର୍ଦ୍ଧନ ସିଂ ମଇ ମାସ ୧୭ ତାରିଖରେ ଏହି 2-DG ଔଷଧର ପ୍ରଥମ ଟ୍ରାଇଲ ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *