ଭଗବାନ ରାମ ଏବଂ ମାତା ସୀତାଙ୍କ ମଧ୍ୟରେ କେତେବର୍ଷର ଅନ୍ତର ….

ଭଗବାନ ରାମ ଏବଂ ମାତା ସୀତାଙ୍କ ମଧ୍ୟରେ କେତେବର୍ଷର ଅନ୍ତର ….

୯୯ ପ୍ରତିଶତ ଲୋକ ଜାଣି ନାହାଁନ୍ତି ଭଗବାନ ରାମ ଏବଂ ମାତା ସୀତାଙ୍କ ମଧ୍ୟରେ କେତେବର୍ଷ ବୟସର ଅନ୍ତର ଅଛି, କ’ଣ ଆପଣ ଜାଣନ୍ତି ?

ଭଗବାନ ରାମ ସୀତାଙ୍କ ଜୀବନ ଆଜି ମଧ୍ୟ ଲୋକ ପାଇଁ ଉଦାହରଣ ଅଟେ । ଶାସ୍ତ୍ର ଲୋକଙ୍କୁ ରାମଙ୍କ ଭଳି ଜୀବନ ବିତେଇବା ପାଇଁ ଶିକ୍ଷା ଦିଏ । ଭଗବାନ ରାମ ସୀତା କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ଅଟନ୍ତି । ପିଲା ଠାରୁ ଆରମ୍ଭ କରି ବୁଢା ପଯ୍ୟନ୍ତ ସବୁ ମନୁଷ୍ୟ ରାମାୟଣ ଦେଖନ୍ତି କିମ୍ବା ଶୁଣନ୍ତି । ରାମାୟଣରେ ଭଗବାନ ରାମ ସୀତାଙ୍କ ଜୀବନ ଉପରେ ବ୍ୟାଖ୍ୟା କରାଯାଇଛି । ରାମାୟଣ ଏକ ଧାର୍ମିକ ପୁସ୍ତକ ଅଟେ , ଏହି ଆଧାରରେ ଭଗବାନ ରାମ ଓ ସୀତାଙ୍କ ଜୀବନର କଠିନତା ଉପରେ ଆଧାରିତ ଅଟେ । ଆଜି ଆମେ ରାମାୟଣ ସହ ଜଡ଼ିତ ଗୋଟିଏ ଏମିତି କଥା କହିବାକୁ ଯାଉଛୁ, ଯାହା ଆପଣଙ୍କୁ ବର୍ତ୍ତମାନ ପଯ୍ୟନ୍ତ ଅଜଣା ଅଟେ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ରହିଛି ?

ଅନେକ ଥର ରାମାୟଣ ପଢ଼ିବା କିମ୍ଵା ଶୁଣିବା ପରେ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ମନକୁ ଆସୁଥିବ ଯେ, ରାମ ସୀତାଙ୍କ ବୟସର ଅନ୍ତର କେତେ ? କିନ୍ତୁ ଭଗବାନ ରାମ ସୀତାଙ୍କ ବୟସ ବିଷୟରେ କୌଣସି ପୁସ୍ତକ କିମ୍ବା ଧର୍ମ ଶାସ୍ତ୍ରରେ ଉଲ୍ଲେଖ ହୋଇନାହିଁ କିନ୍ତୁ ରାମାୟଣରେ ଏହା କୁହାଯାଇଛି ରାମ ଓ ସୀତାଙ୍କ ମଧ୍ୟରେ ବୟସର ଅନ୍ତର କେତେ ? ଆପଣ ରାମାୟଣ ପଢ଼ିଥିବେ ନିଶ୍ଚୟ କିନ୍ତୁ କେବେ ମଧ୍ୟ ଏହି ରହସ୍ୟ ଉପରେ ଆପଣଙ୍କ ଧ୍ୟାନ ଯାଇ ନଥିବ ।

ଭଗବାନ ରାମ ସୀତାଙ୍କ ମଧ୍ୟରେ ଏତିକି ବୟସର ଅନ୍ତର ଥିଲା..

ରାମାୟଣରେ ଭଗବାନ ରାମ ଏବଂ ସୀତାଙ୍କ ମଧ୍ୟରେ ବୟସର ଅନ୍ତର କୁହାଯାଇଛି । ଯେବେ ରାମାୟଣର ପ୍ରସାରଣ କରାଯାଇଥିଲା ସେଥିରେ ରାମ ସୀତାଙ୍କ ବୟସର ଅନ୍ତର ବିଷୟରେ କୁହାଯାଇ ନାହିଁ, କିନ୍ତୁ ରାମାୟଣରେ ଉଲ୍ଲେଖ ଗୋଟିଏ ଦୋହାରେ ଜଣାପଡୁଛି ରାମ ସୀତାଙ୍କ ମଧ୍ୟରେ ବୟସର ଅନ୍ତର କେତେ ଅଛି ? ଯେତେବେଳେ ହିନ୍ଦୁ ଧର୍ମରେ ପୁଅ ଓ ଝିଅର ବିବାହ ବିଷୟ ଚର୍ଚ୍ଚା ହୁଏ , ସେତେବେଳେ ବୟସ ଦେଖାଯାଏ ଏବଂ ବୟସ ଅନୁସାରେ ଦୁହିଁଙ୍କ ମଧ୍ୟରେ ବିବାହ କଥାବାର୍ତା କରାଯାଏ ।

ଦୋହା – ‘ବର୍ଷ ଆଠାରହ କି ସିୟା,ସତ୍ତାଇସ କେ ରାମ । କିନହେ ମନ ଅଭିଳାଷ ତବ୍, କରନୋ ହେ ସୁରୁ କାମ ।।’

ଦୋହାର ଅର୍ଥ ଏହାକି ଭଗବାନ ରାମ ସୀତାଙ୍କ ମଧ୍ୟରେ ୯ବର୍ଷର ଅନ୍ତର ଥିଲା ବାଲ୍ମୀକି ରାମାୟଣ ଅନୁସାରେ ଭଗବାନ ରାମ ସୀତାଙ୍କ ମଧ୍ୟରେ ୯ବର୍ଷର ଅନ୍ତର ଥିଲା । ଏମିତିରେ ଭଗବାନ ରାମ ସମୟରେ ମାତା ସୀତାଙ୍କ ଠାରୁ ୯ବର୍ଷ ଏକ ମାସ ବଡ ଥିଲେ । କହିବା ପାଇଁ ଚାହୁଁଛୁ ଭଗବାନ ରାମଙ୍କୁ ପ୍ରସନ୍ନ କରିବାପାଇଁ ଦେବୀ ସୀତା ବ୍ରତ କରିଥିଲେ, ଯାହା ସ୍ତ୍ରୀ ମାନଙ୍କ ପାଇଁ ଏକ ଉଦାହରଣ ଅଟେ ।

ସ୍ତ୍ରୀଙ୍କ ପାଇଁ ଉଦାହରଣ ଅଟନ୍ତି ମାତା ସୀତା

ମାତା ସୀତାଙ୍କ ଜୀବନ ସ୍ତ୍ରୀ ମାନଙ୍କ ପାଇଁ ଉଦାହରଣ ଅଟେ । ରାମଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ କରିଥିଲେ ସୀତା । ଏହି ବ୍ରତକୁ ସୀତା ନବମୀ ଦିନ କରାଯାଏ । ଏହି ବ୍ରତ ଯିଏ କରନ୍ତି ତାର ପରିବାର ସର୍ବଦା ଖୁସିରେ ଜୀବନ ଅତିବାହିତ କରନ୍ତି । ଏହା ଛଡା ଘରେ ସୁଖ ଶାନ୍ତି ମଧ୍ୟ ଆସେ ଏବଂ କୌଣସି ପ୍ରକାରର କଳି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *