ବିବାହ କରିବାକୁ ଯାଉଥିବା ନବ ଦମ୍ପତ୍ତି ବିବାହ ମଣ୍ଡପ ଛାଡ଼ି ପହଞ୍ଚିଥିଲେ ଡାକ୍ତରଖାନାରେ । କାରଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ବିବାହ କରିବାକୁ ଯାଉଥିବା ନବ ଦମ୍ପତ୍ତି ବିବାହ ମଣ୍ଡପ ଛାଡ଼ି ପହଞ୍ଚିଥିଲେ ଡାକ୍ତରଖାନାରେ । କାରଣ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…

ବିବାହ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ବିଶେଷ ଦିନ ଅଟେ । ସେ ଏହି ଦିନକୁ ଖୁବ୍ ଭଲ ଭାବରେ ବିତାଇବାକୁ ଚାହଁନ୍ତି । ବିବାହା ଶୁଭମୂହୁର୍ତ୍ତ ଦିନ ବର ଓ ବଧୂକନ୍ୟା ଉଭୟ ଦୁହେଁ ବହୁତ ବ୍ୟସ୍ତ ରୁହନ୍ତି । ଏମିତିରେ ସେମାନେ ବାହାଘର ଛାଡ଼ି ଅନ୍ୟ ସବୁ ଜରୁରୀ କାମକୁ ରଦ୍ଦ କରିଦିଅନ୍ତି । ତାଙ୍କର ସମ୍ପୂର୍ଣ୍ଣ ଲକ୍ଷ୍ୟ ବିବାହ ଓ ବିବାହର ରୀତିନୀତି ଉପରେ ରହିଥାଏ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ନବ-ଦମ୍ପତିଙ୍କ ସହ ପରିଚିତ କରାଇବୁ ଯିଏ ନିଜ ବିବାହର ସମସ୍ତ ରୀତିନୀତି ଅଧାରେ ଛାଡ଼ି ଦେଇ ଏକ ଶିଶୁ କନ୍ୟାର ଜୀବନ ରକ୍ଷା କରିବା ପାଇଁ ଡାକ୍ତର ଖାନାରେ ପହଞ୍ଚିଗଲେ । ବାସ୍ତବରେ ଏକ ଶିଶୁ କନ୍ୟାକୁ ରକ୍ତ ଆବଶ୍ୟକ ଥିଲା । ଏବଂ ତା ରକ୍ତ ବର୍ଗର କୌଣସି ବ୍ୟକ୍ତି ମିଳୁନଥିଲେ । ଯିଏ ମିଳୁଥିଲେ ସେମାନେ ରକ୍ତଦାନ କରିବା ପାଇଁ ରାଜି ନଥିଲେ । ଯେତେବେଳେ ବିବାହ କରିବାକୁ ଯାଉଥିବା ଦମ୍ପତ୍ତି ଏହା ଶୁଣିଲେ ସେତେବେଳେ ସେମାନେ କିଛି ନବୁଝି ନଶୁଝି ବିବାହର ସମସ୍ତ ରୀତିନୀତି ଛାଡ଼ିଦେଲେ ଓ ଶିଶୁ କନ୍ୟାକୁ ରକ୍ତଦାନ କରିବା ପାଇଁ ଡାକ୍ତରଖାନାରେ ପହଞ୍ଚିଲେ ।

ବର୍ତ୍ତମାନ ଏହି ଦମ୍ପତ୍ତିଙ୍କୁ ସୋସିଆଲ୍ ମିଡ଼ିଆରେ ଖୁବ୍ ପ୍ରଶଂସା ଲାଭ ହେଉଛି । ଏହି ମାମଲାର ସୂଚନା ଉତ୍ତର ପ୍ରଦେଶ ପୋଲିସ୍ ଅଧିକାରୀ ଆଶିଷ କୁମାର ମିଶ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ବର ବଧୂଙ୍କ ରକ୍ତଦାନର ଏକ ଫଟୋ ପୋଷ୍ଟ କରି ସେ କେପ୍ସନରେ ଲେଖିଛନ୍ତି– ମୋର ଭାରତ ମହାନ୍, ଜଣେ ଶିଶୁ କନ୍ୟାକୁ ରକ୍ତର ଆବଶ୍ୟକତା ଥିଲା, କେହି ଜଣେ ତାକୁ ରକ୍ତଦାନ କରିବା ପାଇଁ ଆଗେଇ ଆସିଲେ ନାହିଁ । ନିଜର ହୋଇଥିଲେ ବୋଧହୁଏ କେହି ଜଣେ ରକ୍ତଦାନ କରିଥାନ୍ତେ । ଛାଡ଼ନ୍ତୁ, ବାହାଘର ଦିନ ଏହି ନବ ଦମ୍ପତ୍ତି ରକ୍ତଦାନ କରି ଏହି ଶିଶୁ କନ୍ୟାର ଜୀବନ ରକ୍ଷା କଲେ ।

ଏହି ଫଟୋରେ ଲକ୍ଷ୍ୟ କରିପାରିବା ଯେ କିପରି ବର ଏକ ଷ୍ଟ୍ରେଚରରେ ଶୋଇ ରହିଛି ଏବଂ ରକ୍ତଦାନ କରୁଛି । ସେପଟେ ସେହି ବରର ବଧୂ ମଧ୍ୟ ବିବାହ ପୋଷକରେ ନିକଟରେ ଛିଡ଼ା ହୋଇଛି । ବର ବଧୂଙ୍କ ଏହି କୃତ୍ୟକୁ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରୁଛନ୍ତି । ଲୋକଙ୍କ ଅନୁସାରେ ସେମାନେ ସମସ୍ତ ଲୋକଙ୍କ ପାଇଁ ଏକ ଉଦାହରଣ ଅଟନ୍ତି ଯେଉଁମାନେ ରକ୍ତଦାନ କରିବାକୁ ଚାହଁନ୍ତି ନାହିଁ ।

ଶ୍ରୀମାନ ଯୁବକର ନାମ ଦେଶରାଜ ଖଟିକ୍ ଅଟେ ସେ ବଡ୍ରାଦ୍ ରାଜସ୍ଥାନର ନିବାସୀ ଆତଙ୍କ ଯିଏକି ଶ୍ରୀ ଖଟିକ୍ ଛାତ୍ରାବାସ ଅଲବର ରାଜସ୍ଥାନରେ ଆୟୋଜିତ ଶିବିରକୁ ରକ୍ତଦାନ କରିବାକୁ ପହଞ୍ଚି ଥିଲେ । ମୁଁ ଦେଶରାଜ ଖଟିକକୁ ବ୍ୟକ୍ତିଗତ ରୂପେ ଜାଣେ । ଏହି ଟ୍ୱିଟ ଦେଖି ୟୁଜର୍ସମାନେ ଅନେକ କମେଣ୍ଟ କରି ପ୍ରଶଂସା କରିଛନ୍ତି ।

ଆଶା କରୁଛୁ ଯେ ଆପଣ ମଧ୍ୟ ଏମାନଙ୍କ ଠାରୁ ପ୍ରେରଣା ନେବେ ଓ ଆବଶ୍ୟକ ହେଲେ ରକ୍ତଦାନ କରିବେ ।

Leave a Reply

Your email address will not be published. Required fields are marked *